ଏଫ୍‌ଓ ଅପମିଶ୍ରଣର ଆଡ୍ଡାସ୍ଥଳ ନଳିପୁର

ଯାଜପୁର ଅଫିସ,୨୬ା୧୨: ଯାଜପୁର ଜିଲା ଦେଇ ଯାଇଥିବା ଚଣ୍ଡିଖୋଲ-ପାରାଦୀପ ୫୩ ନମ୍ବର ଜାତୀୟ ରାଜପଥର ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ନଳିପୁର ନିକଟ ଅଞ୍ଚଳ ତୈଳ ଜାତୀୟ ଇନ୍ଧନ ଅପମିଶ୍ରଣର ଆଡ୍ଡାସ୍ଥଳୀ ପାଲଟିଛି। ଏଠାରେ ବିଶେଷକରି ଭାରତୀୟ ତୈଳ ନିଗମ ଲିଃ (ଆଇଓସିଏଲ)ର ପାରାଦୀପ ତୈଳ ବିଶୋଧନାଗାରରୁ ବିଭିନ୍ନ ସ୍ଥାନକୁ ରପ୍ତାନି ହେଉଥିବା ତୈଳ ଜାତୀୟ ଇନ୍ଧନ ଫର୍ନେସ ଅଏଲ(ଏଫ୍‌ଓ)ରେ ଅପମିଶ୍ରଣ ହେଉଥିବା ଅଭିଯୋଗ ହୋଇଛି। ଏଥିରେ ଆଇଓସିଏଲର ସଂପୃକ୍ତ ପରିବହନ ସଂସ୍ଥାର ଏଜେଣ୍ଟ ଏବଂ ପୋଲିସ ମଧ୍ୟରେ ମାସିକ ଲକ୍ଷାଧିକ ଟଙ୍କାର କାରବାର ହେଉଛି। ଫଳରେ ଏଫ୍‌ଓ ବ୍ୟବହାର କରୁଥିବା ବିଭିନ୍ନ ଶିଳ୍ପ କାରଖାନା ବହୁଳ ଭାବେ କ୍ଷତିରେ ପଡୁଥିବା ସହ ଯନ୍ତ୍ରାଂଶଗୁଡିକ ଉପରେ ନକାରାମତ୍କ ପ୍ରଭାବ ପଡୁଥିବା ମତପ୍ରକାଶ ପାଇଛି।
ଚଣ୍ଡିଖୋଲ ଛକଠାରୁ ପ୍ରାୟ ୨୦ କିମି ଦୂର ପାରାଦୀପ ରାସ୍ତାର ବାମ ପାର୍ଶ୍ୱରେ ରହିଛି ଏଫ୍‌ଓ ଅପମିଶ୍ରଣର ଆଡ୍ଡାସ୍ଥଳ ନଳିପୁର। ଏହାର ସମ୍ମୁଖରେ ପ୍ରସିଦ୍ଧ ଓଳାଶୁଣି ପାହାଡ଼। ଏହି ରାସ୍ତାଦେଇ ପ୍ରତ୍ୟହ ବହୁ ସଂଖ୍ୟାରେ ପର୍ଯ୍ୟଟକ ଯିବାଆସିବା କରୁଛନ୍ତି। ଏପରିକି ପାରାଦୀପ ତୈଳ ବିଶୋଧନାଗାରରୁ ଯାଜପୁର, କେଉଁଝର, ରାଉରକେଲା, ଝାରସୁଗୁଡ଼ା, ସମ୍ବଲପୁର ଇତ୍ୟାଦି ଅଞ୍ଚଳରେ ଥିବା ଶିଳ୍ପ କାରଖାନାଗୁଡିକୁ ଫର୍ନେସ ଅଏଲ, ଲାଇଟ ଡିଜେଲ ଆଦି ତୈଳଜାତୀୟ ଇନ୍ଧନ ଟ୍ୟାଙ୍କର ଗାଡିରେ ପରିବହନ ହେଉଛି। ତେବେ ନଳିପୁରଠାରେ ଯୋଜନାବଦ୍ଧ ଭାବେ ଏହି ପରିବହନ ଟ୍ୟାଙ୍କର ଗାଡିରୁ ଫର୍ନେସ ଅଏଲ ବାହାର କରି ସେଥିରେ ଅନ୍ୟାନ୍ୟ ବିପଦପୂର୍ଣ୍ଣ ରାସାୟନିକ ସାମଗ୍ରୀ ମିଶାଇ ଦିଆଯାଉଛି। ଏଠାରେ ଦୈନିକ ପ୍ରାୟ ୧୦ଟି ଟ୍ୟାଙ୍କରରୁ ପାଖାପାଖି ୫ ଲକ୍ଷ ଟଙ୍କା ମୂଲ୍ୟର ଫର୍ନେସ ଅଏଲ କଢ଼ା ଯାଉଥିବା ଚର୍ଚ୍ଚା ହେଉଛି।
ନଳିପୁର ଆଡ୍ଡାରେ ପ୍ରଥମରୁ ଅନେକ ପୁରୁଣା ଟ୍ୟାଙ୍କର ଗାଡି ରଖାଯାଇଛି। ପାରାଦୀପରୁ ଆସୁଥିବା ନୂଆ ଟ୍ୟାଙ୍କର ଗାଡିରେ ଚଞ୍ଚକତା କରି ପାଇପ୍‌ ଯୋଗେ ସେହି ପୁରୁଣା ଗାଡିରେ ଭର୍ତ୍ତି କରାଯାଉଛି। ଟ୍ୟାଙ୍କର ପୂର୍ଣ୍ଣ ହେବା ପରେ ସେହି ଚୋରା ଫର୍ନେସ ଅଏଲକୁ ବାହାରକୁ ରପ୍ତାନି କରାଯାଉଛି ବୋଲି ଖବର ମିଳିଛି । ତେବେ ଏ ସଂକ୍ରାନ୍ତରେ ବାଲିଚନ୍ଦ୍ରପୁର ଥାନା କର୍ତ୍ତୃପକ୍ଷ ସବୁ ଜାଣିଶୁଣି ନୀରବ ରହିଛନ୍ତି। ଏପରି କି ଶିଳ୍ପ କାରଖାନାରେ ଫର୍ନେସ ଅଏଲ ମାନ ପରୀକ୍ଷା ଦାୟିତ୍ୱରେ ରହୁଥିବା କେତେଜଣ କର୍ମଚାରୀ ମଧ୍ୟ ପରିବହନ ସଂସ୍ଥା ସହ ମିଳିମିଶି ଏଭଳି ଲୁଟ୍‌ ଜାରି ରଖିଛନ୍ତି। ଏହି ଫର୍ନେସ ଅଏଲ ଲୁଟ୍‌ କାରବାରରେ ପରିବହନ ସଂସ୍ଥା, ଏଜେଣ୍ଟ, ଶିଳ୍ପ କାରଖାନା କର୍ମଚାରୀଙ୍କଠାରୁ ଆରମ୍ଭ କରି ବଡ଼ବଡିଆ ଅଧିକାରୀଙ୍କ ପର୍ଯ୍ୟନ୍ତ ଚେର ଲମ୍ବିଥିବା ଅଭିଯୋଗ ହେଉଛି। ଏ ସଂକ୍ରାନ୍ତରେ ବାଲିଚନ୍ଦ୍ରପୁର ଥାନା ଆଇଆଇସି ସୁକାନ୍ତ ପାତ୍ରଙ୍କୁ ପଚାରିବାରେ ସେ କହିଛନ୍ତି, ନଳିପୁରଠାରେ ଯଦି ବେଆଇନ ଭାବେ ଫର୍ନେସ ଅଏଲ କାରବାର ଚାଲିଛି, ସେଠାରେ ଚଢାଉ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?