ଏଫ୍‌ଓ ଅପମିଶ୍ରଣର ଆଡ୍ଡାସ୍ଥଳ ନଳିପୁର

ଯାଜପୁର ଅଫିସ,୨୬ା୧୨: ଯାଜପୁର ଜିଲା ଦେଇ ଯାଇଥିବା ଚଣ୍ଡିଖୋଲ-ପାରାଦୀପ ୫୩ ନମ୍ବର ଜାତୀୟ ରାଜପଥର ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ନଳିପୁର ନିକଟ ଅଞ୍ଚଳ ତୈଳ ଜାତୀୟ ଇନ୍ଧନ ଅପମିଶ୍ରଣର ଆଡ୍ଡାସ୍ଥଳୀ ପାଲଟିଛି। ଏଠାରେ ବିଶେଷକରି ଭାରତୀୟ ତୈଳ ନିଗମ ଲିଃ (ଆଇଓସିଏଲ)ର ପାରାଦୀପ ତୈଳ ବିଶୋଧନାଗାରରୁ ବିଭିନ୍ନ ସ୍ଥାନକୁ ରପ୍ତାନି ହେଉଥିବା ତୈଳ ଜାତୀୟ ଇନ୍ଧନ ଫର୍ନେସ ଅଏଲ(ଏଫ୍‌ଓ)ରେ ଅପମିଶ୍ରଣ ହେଉଥିବା ଅଭିଯୋଗ ହୋଇଛି। ଏଥିରେ ଆଇଓସିଏଲର ସଂପୃକ୍ତ ପରିବହନ ସଂସ୍ଥାର ଏଜେଣ୍ଟ ଏବଂ ପୋଲିସ ମଧ୍ୟରେ ମାସିକ ଲକ୍ଷାଧିକ ଟଙ୍କାର କାରବାର ହେଉଛି। ଫଳରେ ଏଫ୍‌ଓ ବ୍ୟବହାର କରୁଥିବା ବିଭିନ୍ନ ଶିଳ୍ପ କାରଖାନା ବହୁଳ ଭାବେ କ୍ଷତିରେ ପଡୁଥିବା ସହ ଯନ୍ତ୍ରାଂଶଗୁଡିକ ଉପରେ ନକାରାମତ୍କ ପ୍ରଭାବ ପଡୁଥିବା ମତପ୍ରକାଶ ପାଇଛି।
ଚଣ୍ଡିଖୋଲ ଛକଠାରୁ ପ୍ରାୟ ୨୦ କିମି ଦୂର ପାରାଦୀପ ରାସ୍ତାର ବାମ ପାର୍ଶ୍ୱରେ ରହିଛି ଏଫ୍‌ଓ ଅପମିଶ୍ରଣର ଆଡ୍ଡାସ୍ଥଳ ନଳିପୁର। ଏହାର ସମ୍ମୁଖରେ ପ୍ରସିଦ୍ଧ ଓଳାଶୁଣି ପାହାଡ଼। ଏହି ରାସ୍ତାଦେଇ ପ୍ରତ୍ୟହ ବହୁ ସଂଖ୍ୟାରେ ପର୍ଯ୍ୟଟକ ଯିବାଆସିବା କରୁଛନ୍ତି। ଏପରିକି ପାରାଦୀପ ତୈଳ ବିଶୋଧନାଗାରରୁ ଯାଜପୁର, କେଉଁଝର, ରାଉରକେଲା, ଝାରସୁଗୁଡ଼ା, ସମ୍ବଲପୁର ଇତ୍ୟାଦି ଅଞ୍ଚଳରେ ଥିବା ଶିଳ୍ପ କାରଖାନାଗୁଡିକୁ ଫର୍ନେସ ଅଏଲ, ଲାଇଟ ଡିଜେଲ ଆଦି ତୈଳଜାତୀୟ ଇନ୍ଧନ ଟ୍ୟାଙ୍କର ଗାଡିରେ ପରିବହନ ହେଉଛି। ତେବେ ନଳିପୁରଠାରେ ଯୋଜନାବଦ୍ଧ ଭାବେ ଏହି ପରିବହନ ଟ୍ୟାଙ୍କର ଗାଡିରୁ ଫର୍ନେସ ଅଏଲ ବାହାର କରି ସେଥିରେ ଅନ୍ୟାନ୍ୟ ବିପଦପୂର୍ଣ୍ଣ ରାସାୟନିକ ସାମଗ୍ରୀ ମିଶାଇ ଦିଆଯାଉଛି। ଏଠାରେ ଦୈନିକ ପ୍ରାୟ ୧୦ଟି ଟ୍ୟାଙ୍କରରୁ ପାଖାପାଖି ୫ ଲକ୍ଷ ଟଙ୍କା ମୂଲ୍ୟର ଫର୍ନେସ ଅଏଲ କଢ଼ା ଯାଉଥିବା ଚର୍ଚ୍ଚା ହେଉଛି।
ନଳିପୁର ଆଡ୍ଡାରେ ପ୍ରଥମରୁ ଅନେକ ପୁରୁଣା ଟ୍ୟାଙ୍କର ଗାଡି ରଖାଯାଇଛି। ପାରାଦୀପରୁ ଆସୁଥିବା ନୂଆ ଟ୍ୟାଙ୍କର ଗାଡିରେ ଚଞ୍ଚକତା କରି ପାଇପ୍‌ ଯୋଗେ ସେହି ପୁରୁଣା ଗାଡିରେ ଭର୍ତ୍ତି କରାଯାଉଛି। ଟ୍ୟାଙ୍କର ପୂର୍ଣ୍ଣ ହେବା ପରେ ସେହି ଚୋରା ଫର୍ନେସ ଅଏଲକୁ ବାହାରକୁ ରପ୍ତାନି କରାଯାଉଛି ବୋଲି ଖବର ମିଳିଛି । ତେବେ ଏ ସଂକ୍ରାନ୍ତରେ ବାଲିଚନ୍ଦ୍ରପୁର ଥାନା କର୍ତ୍ତୃପକ୍ଷ ସବୁ ଜାଣିଶୁଣି ନୀରବ ରହିଛନ୍ତି। ଏପରି କି ଶିଳ୍ପ କାରଖାନାରେ ଫର୍ନେସ ଅଏଲ ମାନ ପରୀକ୍ଷା ଦାୟିତ୍ୱରେ ରହୁଥିବା କେତେଜଣ କର୍ମଚାରୀ ମଧ୍ୟ ପରିବହନ ସଂସ୍ଥା ସହ ମିଳିମିଶି ଏଭଳି ଲୁଟ୍‌ ଜାରି ରଖିଛନ୍ତି। ଏହି ଫର୍ନେସ ଅଏଲ ଲୁଟ୍‌ କାରବାରରେ ପରିବହନ ସଂସ୍ଥା, ଏଜେଣ୍ଟ, ଶିଳ୍ପ କାରଖାନା କର୍ମଚାରୀଙ୍କଠାରୁ ଆରମ୍ଭ କରି ବଡ଼ବଡିଆ ଅଧିକାରୀଙ୍କ ପର୍ଯ୍ୟନ୍ତ ଚେର ଲମ୍ବିଥିବା ଅଭିଯୋଗ ହେଉଛି। ଏ ସଂକ୍ରାନ୍ତରେ ବାଲିଚନ୍ଦ୍ରପୁର ଥାନା ଆଇଆଇସି ସୁକାନ୍ତ ପାତ୍ରଙ୍କୁ ପଚାରିବାରେ ସେ କହିଛନ୍ତି, ନଳିପୁରଠାରେ ଯଦି ବେଆଇନ ଭାବେ ଫର୍ନେସ ଅଏଲ କାରବାର ଚାଲିଛି, ସେଠାରେ ଚଢାଉ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନୱାଡି ଗୃହ ନିର୍ମାଣ ବିବାଦ: ୨୧ ଆନ୍ଦୋଳନକାରୀଙ୍କ ବିରୁଦ୍ଧରେ ମାମଲା ରୁଜୁ କଲେ ସିଡିପିଓ

ଭଞ୍ଜନଗର, ୧୧।୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଜଗନ୍ନାଥପ୍ରସାଦ ବ୍ଲକ ରାଉତି ପଞ୍ଚାୟତରେ ଅଙ୍ଗନୱାଡି କେନ୍ଦ୍ରର ସ୍ଥାୟୀ ଗୃହ ନିର୍ମାଣକୁ ନେଇ ଚାଲିଥିବା ବିବାଦ…

ରୋଗୀ ସାଜି ଆସିଲେ, ଡାକ୍ତରଙ୍କ ହାତ-ଗୋଡ଼ ବାନ୍ଧି କଳାକନା ବୁଲାଇଲେ: ଧର୍ମଗଡ଼ରେ ସଶସ୍ତ୍ର ଡକାୟତି

ଧର୍ମଗଡ଼,୧୧।୭(ଘାସିରାମ ଜଗତ): କଳାହାଣ୍ଡି ଜିଲା ଧର୍ମଗଡ଼ ସହରର କେନ୍ଦ୍ରସ୍ଥଳରେ ଏକ ଦୁଃସାହସିକ ସଶସ୍ତ୍ର ଡକାୟତି ଘଟଣା ସାମ୍ନାକୁ ଆସିଛି। ଧର୍ମଗଡ଼ ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ବିଭାଗ…

ସହିଦ ପୀଠର ମର୍ଯ୍ୟାଦାକୁ ଆଘାତ? ମଙ୍ଗଳପୁର–ସହିଦ ପୀଠ ରାସ୍ତାରେ ମଦ ଦୋକାନକୁ ତୀବ୍ର ବିରୋଧ; ଅନ୍ୟତ୍ର…

ଧାମନଗର,୧୧ା୭(କାଳନ୍ଦି ବେହେରା): ଭଦ୍ରକ ଜିଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ତଥା ଲୋକଙ୍କ ଭାବାବେଗର ପ୍ରତୀକ ‘ସହିଦ ପୀଠ’ ନିକଟରେ ମଦ ଦୋକାନ ଖୋଲିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର…

ଏଟିଏମ୍‌ କାଉଣ୍ଟରରୁ ଟଙ୍କା ଲୁଟ୍‌ କରୁଥିବା ଗ୍ୟାଙ୍ଗର ୪ ଗିରଫ

କେନ୍ଦୁଝର,୧୧ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଟାଉନ ଥାନା ପୋଲିସ ଶନିବାର ଏଟିଏମ୍‌ କାଉଣ୍ଟରରୁ ଟଙ୍କା ଲୁଟ କରୁଥିବା ୪ ଜଣିଆ ଗ୍ୟାଙ୍ଗଙ୍କୁ ଗିରଫ କରି କୋର୍ଟ…

ଅଣସର ଘରେ ଶ୍ରୀଜୀଉ, ପଟ୍ଟଦିଅଁଙ୍କୁ ପୂଜାର୍ଚ୍ଚନା

କୋରାପୁଟ,୧୧ା୭(ଅମିତାଭ ବେହେରା)-କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ସ୍ନାନ ପୂର୍ଣ୍ଣିମା ପରେ ଶ୍ରୀଜୀଉମାନେ ଅଣସର ଘରେ ବିରାଜମାନ ମନ୍ଦିର ସମ୍ମୁଖରେ ପଟ୍ଟଦିଅଁଙ୍କୁ ନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଉଛି। ଅଣସର ଘରେ…

ସ୍ୱାମୀ ବିବେକାନନ୍ଦ ବିଦ୍ୟାମନ୍ଦିରରେ ବନମହୋତ୍ସବ ପାଳିତ : “ଗଛ ବଞ୍ଚିଲେ ଆମେ ବଞ୍ଚିବା”

ଗଞ୍ଜାମ, ୧୧।୭ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ରାମଗଡ଼ ପଞ୍ଚାୟତସ୍ଥିତ ସ୍ୱାମୀ ବିବେକାନନ୍ଦ ବିଦ୍ୟାମନ୍ଦିର ପରିସରରେ ଶନିବାର ବନମହୋତ୍ସବ କାର୍ଯ୍ୟକ୍ରମ ଉତ୍ସାହର ସହ ପାଳନ କରାଯାଇଛି।…

ତାର ବାଡ଼ରେ ଫସିଯାଇଥିଲା ଭାଲୁ , ଉଦ୍ଧାର କଲା ବନ ବିଭାଗ

କେସିଙ୍ଗା, ୧୧।୭ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କିନେରକେଲା ଗ୍ରାମରେ ଜଣେ ଚାଷୀଙ୍କ ତାର ବାଡ଼ରେ ଶନିବାର ସକାଳେ ଏକ ଭାଲୁ ଫସିଯାଇଥିବା…

ମଣିଷ ସୁରକ୍ଷାକୁ ଫୁ’: ଗୋଟିଏ କୂଅରେ ଖୋଲାରେ ଲାଗିଛି ୧୩ ପାଣି ପମ୍ପ୍‌, ଆଖି ପିଛୁଳାକେ ଘଟିପାରେ….

ଛତ୍ରପୁର,୧୧ା୭(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାହେବଜେନାପଲ୍ଲୀଠାରେ ଥିବା ଗୋଟିଏ କୂଅରୁ ପାଣି ଟାଣୁଛନ୍ତି ୧୩ଟି ପମ୍ପ। ସବୁଠାରୁ ବିପଦପୂର୍ଣ୍ଣ କଥା ହେଉଛି ସେହି ପମ୍ପଗୁଡ଼ିକ କୂଅର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri