ଉତ୍ପାଦନ କ୍ଷେତ୍ରରେ ନାଲ୍‌କୋର ସର୍ବକାଳୀନ ରେକର୍ଡ

ଭୁବନେଶ୍ୱର,୨୫।୫: ଦେଶର ପ୍ରମୁଖ ନବରତ୍ନ ଉଦ୍ୟୋଗ ନ୍ୟାଶନାଲ ଆଲୁମିନିୟମ୍‌ କମ୍ପାନୀ ଲିମିଟେଡ୍‌ (ନାଲ୍‌କୋ)ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ବୁଧବାର ଅନୁଷ୍ଠିିତ ହୋଇଯାଇଛି। ଉକ୍ତ ବୈଠକରେ ୨୦୨୨-୨୩ ଆର୍ଥିକ ବର୍ଷର ୪ର୍ଥ ତ୍ରୈମାସିକ ଫଳାଫଳ ସହ ବାର୍ଷିକ କାରବାର ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି କମ୍ପାନୀ ତା’ର ସମସ୍ତ ବ୍ୟବସାୟିକ ୟୁନିଟ୍‌ରେ ଉନ୍ନତ ପ୍ରଦର୍ଶନ କରିବା ସହ ସର୍ବାଧିକ ବାର୍ଷିକ ଉତ୍ପାଦନ ଏବଂ ବିକ୍ରୟ କ୍ଷେତ୍ରରେ ସର୍ବକାଳୀନ ରେକର୍ଡ ହାସଲ କରିଛି। ସେହିଭଳି ୨୦୨୨-୨୩ ଆର୍ଥିକ ବର୍ଷରେ ନାଲ୍‌କୋ ମୋଟ ୧୫୪୪ କୋଟି ଟଙ୍କାର ନେଟ୍‌ ଲାଭ ସହ ସମୁଦାୟ ୧୪,୨୫୫ କୋଟିର ଆୟ କରିଛି। ବିଶେଷ କରି ୨୦୨୩ ମାର୍ଚ୍ଚରେ ଶେଷ ହୋଇଥିବା ୪ର୍ଥ ତ୍ରୈମାସିକରେ କମ୍ପାନୀର ନେଟ୍‌ ଲାଭ ୫୨୨ କୋଟି ଟଙ୍କା ହୋଇଥିବାବେଳେ ୨୦୨୨-୨୩ ଆର୍ଥିକ ବର୍ଷର ୩ୟ ତ୍ରୈମାସରେ ଏହାର ନେଟ୍‌ ଲାଭ ୨୭୪ କୋଟି ଟଙ୍କା ରହିଥିଲା।
ଉଲ୍ଲେଖଯୋଗ୍ୟ, ଉତ୍ପାଦନ ଖର୍ଚ୍ଚ ବୃଦ୍ଧି, ବିଶ୍ୱ ବାଣିଜି୍ୟକ କାରବାରରେ ଦେଖାଦେଉଥିବା ବିଭିନ୍ନ ପ୍ରତିବନ୍ଧକ, ଯୋଗାଣ ଚାହିଦା ଏବଂ ବଜାର ଅସ୍ଥିରତା ଯୋଗୁ କମ୍ପାନୀର ଲାଭ ପରିମାଣ ପ୍ରଭାବିତ ହୋଇଛି। ଏସବୁ ସତ୍ତ୍ୱେ ମଧ୍ୟ କମ୍ପାନୀ ବ୍ୟବସାୟର ବିଭିନ୍ନ ଦିଗରେ ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିଛି। ୨୦୨୨-୨୩ ଆର୍ଥିକ ବର୍ଷରେ ନାଲ୍‌କୋର ବ୍ୟବସାୟିକ ଉତ୍କର୍ଷର ଯାତ୍ରାରେ ନିଜର ଅଭିବୃଦ୍ଧି ଜାରି ରଖିଛି। ସମସ୍ତ ୟୁନିଟ୍‌ରେ ଉନ୍ନତ ପ୍ରଦର୍ଶନ ସହ ସର୍ବାଧିକ ୭୫.୫୧ ଲକ୍ଷ ଟନ୍‌ର ବକ୍ସାଇଟ୍‌ ଉତ୍ତୋଳନ ଏବଂ ୨୧.୦ ଲକ୍ଷ ଟନ୍‌ର ନେମ୍‌ ପ୍ଳେଟ୍‌ କ୍ଷମତାକୁ ଅତିକ୍ରମ କରି ୧୦୧.୧% କ୍ଷମତା ପ୍ରଦର୍ଶନ ସହ ୨୧.୨୩ ଲକ୍ଷ ଟନ୍‌ ଆଲୁମିନା ହାଇଡ୍ରେଟ୍‌ ଉତ୍ପାଦନ କରାଯାଇଛି। ସ୍ମେଲଟର ପ୍ଳାଣ୍ଟରେ ପୂର୍ଣ୍ଣ କ୍ଷମତା ସହ କ୍ରମାଗତ ଭାବେ ୨ୟ ବର୍ଷ ପାଇଁ ୯୬୦ଟି ପଟ୍‌ କାର୍ଯ୍ୟକ୍ଷମ ହେବା ସହ ୪.୬ ଲକ୍ଷ ଟନ୍‌ର ଧାତୁ ଉତ୍ପାଦନ କରାଯାଇଛି। ଠିକ୍‌ ସେହିଭଳି ବିକ୍ରୟ କ୍ଷେତ୍ରରେ ନାଲ୍‌କୋ ସର୍ବକାଳୀନ ସର୍ବାଧିକ ୪.୬୪ ଲକ୍ଷ ଟନ୍‌ ଧାତୁ ବିକ୍ରୟର ରେକର୍ଡ ହାସଲ କରିଛି, ଯେଉଁଥିରେ ସର୍ବୋଚ୍ଚ ଘରୋଇ ଧାତୁ ବିକ୍ରୟ ମଧ୍ୟ ଅନ୍ତର୍ଭୁକ୍ତ ରହିଛି।
ଏ ସମ୍ପର୍କରେ ନାଲ୍‌କୋର ସିଏମ୍‌ଡି ଶ୍ରୀଧର ପାତ୍ର କହିଛନ୍ତି, କମ୍ପାନୀର ବାର୍ଷିକ ଫଳାଫଳଗୁଡିକ ଉଲ୍ଲେଖନୀୟ ପରିଚାଳନାଗତ ପ୍ରଦର୍ଶନ ସହ ବ୍ୟବସାୟିକ ତଥା ବିକ୍ରୟ କ୍ଷେତ୍ରରେ ଦୃଢ କାର୍ଯ୍ୟଦକ୍ଷତା ଏବଂ ଅଭିବୃଦ୍ଧି ଦ୍ୱାରା ସମ୍ଭବ ହୋଇପାରିଛି। ବିଶେଷକରି କଞ୍ଚାମାଲର ସଦୁପଯୋଗ ଏବଂ ବିଭିନ୍ନ ବ୍ୟୟ ସଞ୍ଚୟ ପଦକ୍ଷେପ ଦ୍ୱାରା କମ୍ପାନୀ ଲାଭାନ୍ବିତ ହୋଇଛି। ଏପରିକି ଆମେ କମ୍ପାନୀର ଉତ୍ତମ ଭବିଷ୍ୟତ ଏବଂ ଅଭିବୃଦ୍ଧି ନିମନ୍ତେ ଆଶାବାଦୀ ଓ ସର୍ବଦା ପ୍ରତିଶ୍ରୁତିବଦ୍ଧ ବୋଲି ସେ ବିସ୍ତୃତ ଭାବେ ମତବ୍ୟକ୍ତ କରିଛନ୍ତି। ସେହିଭଳି ବର୍ତ୍ତମାନ ସମୟରେ କମ୍ପାନୀ ତା’ର ୫ମ ଷ୍ଟ୍ରିମ୍‌ ରିଫାଇନେରି ପ୍ରକଳ୍ପର ଶୀଘ୍ର ସମାପ୍ତି ଏବଂ ଓଡ଼ିଶାର ଉତ୍କଳ ଡି ଏବଂ ଇ କୋଇଲା ବ୍ଲକର ବିକାଶ ଉପରେ ଗୁରୁତ୍ୱ ଦେଉଛି ବୋଲି ପାତ୍ର କହିଛନ୍ତି। ଏପରିକି ପ୍ରତିକୂଳ ବଜାର ପରିସ୍ଥିତିକୁ ସାମ୍ନା କରିବା ସହ ଉତ୍ତମ ସୁଯୋଗ ନିମନ୍ତେ ପୁଞ୍ଜି ନିବେଶ ଏବଂ ହିତାଧିକାରୀମାନଙ୍କୁ ଦୀର୍ଘକାଳୀନ ମୂଲ୍ୟ ପ୍ରଦାନ କରିବାରେ ଉକ୍ତ ପ୍ରକଳ୍ପଗୁଡ଼ିକ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ପାତ୍ର ଆଶା ପ୍ରକଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri