ଅଣ୍ଡା ଶିଳ୍ପରେ ବ୍ଲକ୍‌ ଚେନ୍‌ ଟେକ୍ନୋଲୋଜି ପ୍ରଚଳନ

ଭୁବନେଶ୍ୱର,୨୫।୫: ରାଜ୍ୟର ପ୍ରମୁଖ ତଥା ପୂର୍ବ ଭାରତର ବୃହତ୍ତମ ଅଣ୍ଡା ଉପତ୍ାଦନକାରୀ କମ୍ପାନୀ ଓଭୋ ଫାର୍ମ ପକ୍ଷରୁ ଏକ ଅଭିନବ ସୁବିଧାର ଶୁଭାରମ୍ଭ କରାଯାଇଛି। ବିଶେଷକରି ଅଣ୍ଡା ଶିଳ୍ପରେ ବୈପ୍ଲବିକ ପରିବର୍ତ୍ତନ ଆଣିବା ସହ ଗ୍ରାହକଙ୍କ ମନରେ ବିଶ୍ୱାସ ଏବଂ ଭରସା ସହ କାରବାରରେ ସ୍ବଚ୍ଛତା ଆଣିବା ଲକ୍ଷ୍ୟରେ ବ୍ଲକ୍‌ ଚେନ୍‌ ଟେକ୍ନୋଲୋଜି ପ୍ରଚଳନ କରାଇଛି। ଫଳରେ କମ୍ପାନୀ ତା’ର ଉପତ୍ାଦନ ଏବଂ ନବୀନ ପ୍ରକ୍ରିୟା ସହିତ ଭାରତର ଅଣ୍ଡା ଶିଳ୍ପକୁ ଆଗକୁ ବଢାଇବାର ନେତୃତ୍ୱ ନେଉଛି। ଏପରିକି କମ୍ପାନୀ ନିକଟରେ ତା’ର ବ୍ଲକ୍‌ ଚେନ୍‌ ଟେକ୍ନୋଲୋଜିକୁ ପ୍ରଚଳନ କରାଇଛି, ଯାହା ସପ୍ଲାଏ ଚେନ୍‌ର ପ୍ରତି ସ୍ତରରେ ଆବଶ୍ୟକ ସୂଚନା ଓ ଉପତ୍ାଦିତ ଅଣ୍ଡା ଫାର୍ମରୁ ବାହାରି ଗ୍ରାହକଙ୍କ ପାଖରେ ପହଞ୍ଚତ୍ବା ପର୍ଯ୍ୟନ୍ତ ଅଣ୍ଡାଗୁଡିକ ଉପରେ ନଜର ରଖିଥାଏ। ସେହିଭଳି ଓଭୋ ଫାର୍ମ ତା’ର ଫ୍ଲାଗ୍‌ଶିପ୍‌ ବ୍ରାଣ୍ଡ୍‌ ‘କେନ୍‌କୋ’ଅଧୀନରେ ଉଚ୍ଚମାନର ସତେଜ ଏବଂ ସ୍ବଚ୍ଛ ଅଣ୍ଡା ଗ୍ରାହକଙ୍କୁ ଯୋଗାଇଥାଏ। ଯାହାର ପ୍ରାମାଣିକତା ପ୍ରତ୍ୟେକ ଉପତ୍ାଦ ଉପରେ ଥିବା କ୍ୟୁଆର୍‌ କୋଡ୍‌କୁ ସ୍କାନ୍‌ କରି ଜାଣିହେବ। ଏ ସମ୍ପର୍କରେ ଓଭୋ ଫାର୍ମର ସହ-ପ୍ରତିଷ୍ଠାତା ଓ ନିର୍ଦ୍ଦେଶକ ସମରେନ୍ଦ୍ର ମିଶ୍ର କହିଛନ୍ତି, ବ୍ଲକ୍‌ ଚେନ୍‌ ଟେକ୍ନୋଲୋଜି ମାଧ୍ୟମରେ ଆମେ ଗୁଣବତ୍ତାକୁ ସୁନିଶ୍ଚିତ କରିବାକୁ ଚାହୁଁ ଏବଂ ଉଚିତ ଉପତ୍ାଦ ଆମ ଗ୍ରାହକଙ୍କ ନିକଟରେ ପହଞ୍ଚୁଛି ବୋଲି ନିଶ୍ଚିତ କରିବୁ। ସେହିଭଳି ଆମର ପ୍ରତ୍ୟେକ ଉପତ୍ାଦ ଉପରେ ସ୍ବତନ୍ତ୍ର ସ୍କାନ୍‌ କୋଡ୍‌ ରହିଛି, ଯାହାକି ଉପତ୍ାଦକ ୟୁନିଟ୍‌ଠାରୁ ଗ୍ରାହକଙ୍କ ପାଖରେ ପହଞ୍ଚତ୍ବା ପର୍ଯ୍ୟନ୍ତ ଉପତ୍ାଦର ପରିବହନ ବିଷୟରେ ସମସ୍ତ ସୂଚନା ଦେଇଥାଏ। ଏପରିକି ସତେଜ, ସ୍ବଚ୍ଛ ଏବଂ ପୁଷ୍ଟିକର ଅଣ୍ଡା ଉପତ୍ାଦନ କରି ଏକ ସୁସ୍ଥ ସମାଜ ଗଢିବାର ମିଶନ ପାଇଁ ଆମେ ପ୍ରତିଶ୍ରୁତିବନ୍ଧ ରହିଛୁ ବୋଲି ମିଶ୍ର ବିସ୍ତୃତ ଭାବେ ଆଲୋକପାତ କରିଥିଲେ। ଉଲ୍ଲେଖଯୋଗ୍ୟ, ବ୍ରାଣ୍ଡ୍‌ର ସମସ୍ତ ଅଣ୍ଡା ଉପରେ ଥିବା କ୍ୟୁଆର୍‌ କୋଡ୍‌ ବ୍ୟବହାର କରି ଗ୍ରାହକମାନେ ଫାର୍ମର ଅବସ୍ଥିତି, ପ୍ରକ୍ରିୟାକରଣ ତାରିଖ, ପ୍ୟାକେଜିଂ ଏବଂ ସେମାନେ କିଣୁଥିବା ଉତ୍ପାଦର ପରିବହନ ବିବରଣୀ ଭଳି ସୂଚନା ପାଇପାରିବେ। ଅପରପକ୍ଷରେ ଓଭୋର ଫ୍ଲାଗ୍‌ଶିପ୍‌ ବ୍ରାଣ୍ଡ୍‌ କେନ୍‌କୋ ହାଇ ପ୍ରୋ, ବ୍ରାଉନ୍‌, ଇମ୍ୟୁନୋ, ମୋର୍‌ଓଭୋ ଏବଂ ଅନ୍‌-ଡେ ଭଳି ୬ଟି ବର୍ଗର ସାମଗ୍ରୀ ଯୋଗାଉଛି, ଯାହା ୬, ୧୦ ଏବଂ ୨୦ଟି ଅଣ୍ଡାର ପ୍ୟାକେଟ୍‌ ଆକାରରେ ଉପଲବ୍ଧ ରହିଛି। ପ୍ରତ୍ୟେକ ଉପତ୍ାଦର ନିଜସ୍ବ ପୁଷ୍ଟିକର ଉପଯୋଗିତା ରହିଛି। ଅଣ୍ଡାଗୁଡିକ ବିନା କୌଣସି ମଣିଷ ସ୍ପର୍ଶରେ ଫାର୍ମରୁ ସିଧାସଳଖ ଷ୍ଟୋରକୁ ଆସିଥାଏ। ନିକଟରେ ଓଭୋ ଫାର୍ମ ଓଡ଼ିିଶାର ପ୍ରଥମ ସ୍ବତନ୍ତ୍ର ଅଣ୍ଡା ରିଟେଲ୍‌ ଷ୍ଟୋର୍‌ ତଥା ନିଜର ଫ୍ଲାଗ୍‌ଶିପ୍‌ ଷ୍ଟୋର୍‌ କେନ୍‌କୋ ଏଗ୍‌ଷ୍ଟ୍ରା ଭୁବନେଶ୍ୱରର ନୟାପଲ୍ଲୀ ଠାରେ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଯୋଗୁ ଶିଳ୍ପ ଜଗତର ଆଶଙ୍କା ବଢୁଛି

ନୂଆଦିଲ୍ଲୀ, ୨୮-୨: କରୋନା ଯୋଗୁ ବିଶ୍ୱ ବଜାରର ନକାରାତ୍ମକ ପ୍ରଭାବ ପଡିପାରେ। ଏହାକୁ ନେଇ ଶିଳ୍ପ ଜଗତ ଆଶଙ୍କା ପ୍ରକଟ କରିଛି। କରୋନା ପ୍ରଭାବରେ ବିଶ୍ୱ...

ବ୍ୟାଙ୍କ ଜାତୀୟକରଣକୁ ପୂରିଲା ୫୦ ବର୍ଷ

ନୂଆଦିଲ୍ଲୀ,୨୦-୭: ଆଜିଠୁ ଦୀର୍ଘ ୫୦ବର୍ଷ ପୂର୍ବେ ୧୯ ଜୁଲାଇ, ୧୯୬୯ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଦେଶର ୧୪ ପ୍ରମୁଖ ବ୍ୟାଙ୍କକୁ ପ୍ରଥମଥର ଜାତୀୟକରଣ କରିଥିଲେ।...

ହ୍ରାସ ପାଉଛି ବୈଦେଶିକ ମୁଦ୍ରାଭଣ୍ଡାର

ନୂଆଦିଲ୍ଲୀ,୧୪।୧: ଜାତୀୟ ଓ ଅନ୍ତର୍ଜାତୀୟ ଭୌଗୋଳିକ ସମସ୍ୟା ସାଙ୍ଗକୁ ନୂଆ କୋଭିଡ୍‌ ସଂକ୍ରମଣର ଭୟ ଉଭୟ ବଜାର ବ୍ୟବସ୍ଥା ଓ ଅର୍ଥନୀତି ଉପରେ ପ୍ରଭାବ ପକାଇଛି।...

ଶସ୍ତା ହେଲା ସାମ୍‌ସଙ୍ଗର ଏହି ଫୋନ, କମ୍‌ ମୂଲ୍ୟରେ ଜବରଦସ୍ତ ଫିଚର୍ସ

ଦକ୍ଷିଣ କୋରିଆର ଟେକ କମ୍ପାନୀ ସାମସଙ୍ଗ ଭାରତରେ ସ୍ମାର୍ଟଫୋନ ବଜାରକୁ ଅଧିକ ବୃଦ୍ଧି କରିବାକୁ ଚେଷ୍ଟା କରୁଛି। ଲୋକଙ୍କୁ ସୁହାଇବା ଭଳି କମ୍ପାନୀ ଗୋଟିଏ ପରେ...

କମିଲା ଖାଇବା ତେଲ ଦର

ନୂଆଦିଲ୍ଲୀ,୨୪।୫ ଗତ କିଛି ମାସ ପରେ ବର୍ତ୍ତମାନ ସୋରିଷ ତେଲ, ବାଦାମ, ସୋୟାବିନ୍‌ ଏବଂ ପାମୋଲିନ୍‌ ସହିତ ସମସ୍ତ ପ୍ରକାର ଖାଇବା ତୈଳ ଦରରେ ହ୍ରାସ...

ନୂଆ ଗ୍ୟାସ୍‌ ସଂଯୋଗ ନେବା ହେଲା ମହଙ୍ଗା …

ନୂଆଦିଲ୍ଲୀ, ୧୫।୬ : ଘରୋଇ ଏଲ୍‌ପିଜି ସିଲିଣ୍ଡର ପୂର୍ବରୁ ମହଙ୍ଗା ହୋଇସାରିଛି। ବର୍ତ୍ତମାନ ଏକ ନୂତନ ଘରୋଇ ଏଲ୍‌ପିଜି ସିଲିଣ୍ଡର ସଂଯୋଗ ନେବା ମଧ୍ୟ ମହଙ୍ଗା...

ଜିଓରେ ୫୦୦୦ କର୍ମଚାରୀଙ୍କୁ ଛଟେଇ

ମୁମ୍ବାଇ,୩୦-୫: ରିଲାଏନ୍ସ ଜିଓ ଇନ୍‌ଫୋକମ୍‌ ବ୍ୟୟଭାର କମାଇ କାର୍ଯ୍ୟକାରୀ ଲାଭକୁ ଅଧିକ କରିବା ଲକ୍ଷ୍ୟରେ କର୍ମଚାରୀ ଛଟେଇ ଉପରେ ଗୁରୁତ୍ୱ ଦେଇଛି। ଜାନୁୟାରୀ-ମାର୍ଚ୍ଚ ତ୍ରୈମାସରେ କମ୍ପାନୀର...

ରେପୋ ରେଟ୍‌ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୮।୪: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଶୁକ୍ରବାର ଏହାର ମୁଦ୍ରା ନୀତି ଜାରି ନିଷ୍ପତ୍ତି ଜାରି କରିଛି। ରିଜର୍ଭ ବ୍ୟାଙ୍କ ଆଜି ଏହାର ମୁଦ୍ରାନୀତି କମିଟି(ଏମପିସି) ବୈଠକରେ...

Advertisement
Archives

Model This Week