ଏସ୍‌ବିଆଇ ଜେନେରାଲର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୨୫।୫: ଦେଶର ପ୍ରମୁଖ ଘରୋଇ ବୀମା କମ୍ପାନୀ ଏସ୍‌ବିଆଇ ଜେନେରାଲ ଇନ୍‌ସ୍ୟୁରାନ୍ସ ପକ୍ଷରୁ ଏକ ନୂତନ ଉତ୍ପାଦ ‘ଏସ୍‌ବିଆଇ ଜେନେରାଲ ସିୟୋରିଟି ବଣ୍ଡ୍‌ ବୀମା (ସର୍ତ୍ତମୂଳକ ଓ ନିଃସର୍ତ୍ତ)’ ବୀମା ଉପତ୍ାଦ ପ୍ରଚଳନ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ବିଡ୍‌ ଆହ୍ବାନ ପର୍ଯ୍ୟାୟ ଅଥବା ପ୍ରକଳ୍ପର କାର୍ଯ୍ୟକାରିତା ପର୍ଯ୍ୟାୟରେ ଠିକାଦାରଙ୍କ ଦ୍ୱାରା ସର୍ତ୍ତାବଳୀ ଉଲ୍ଲଂଘନ କ୍ଷେତ୍ରରେ ସୁରକ୍ଷା ଯୋଗାଇଦେବାକୁ ଏହି ଉପତ୍ାଦ ଡିଜାଇନ କରାଯାଇଛି।
ସେହିଭଳି ଏହି ସିୟୋରିଟି ବୀମା ଉପତ୍ାଦରେ ବିଡ୍‌ ବଣ୍ଡ୍‌, ଆଡଭାନ୍ସ ପେମେଣ୍ଟ ବଣ୍ଡ୍‌, ପରଫରମାନ୍ସ ବଣ୍ଡ୍‌ ଏବଂ ରିଟେନସନ ମନି ବଣ୍ଡ୍‌ ଭଳି ବହୁବିଧ ବଣ୍ଡ୍‌ ରହିଛି। ଏଥିସହିତ ଉତ୍ପାଦ ଦୁଇ କିସମରେ ଯଥା- ସର୍ତ୍ତମୂଳକ ଏବଂ ନିଃସର୍ତ୍ତ ହୋଇଥିବା ବେଳେ ସର୍ତ୍ତମୂଳକ ବଣ୍ଡ୍‌ କ୍ଷେତ୍ରରେ ଦାବି ଉପସ୍ଥାପନ ସମୟରେ ଧାର୍ଯ୍ୟ ସର୍ତ୍ତ ପୂରଣ କ୍ଷେତ୍ରରେ ହିତାଧିକାରୀଙ୍କୁ ଏକ ନିର୍ଦ୍ଧାରିତ ଅର୍ଥ ପରିମାଣ ପ୍ରଦାନ କରାଯାଉଛି।
ଏ ସମ୍ପର୍କରେ ଏସ୍‌ବିଆଇ ଜେନେରାଲ ଇନ୍‌ସ୍ୟୁରାନ୍ସର ହୋଲ୍‌ଟାଇମ ଡାଇରେକ୍ଟର ଆନନ୍ଦ ପେଜାୱାର କହିଛନ୍ତି, ଚଳିତ ବର୍ଷ ଆମେ ଆମ ଗ୍ରାହକଙ୍କୁ ନବୋନ୍ମେଷୀ ଆପଦ ସମାଧାନ ଯୋଗାଇବା କ୍ଷେତ୍ରରେ ଆଗରେ ରହିଛୁ। ଏପରିକି ଏସ୍‌ବିଆଇ ଜେନେରାଲ ସିୟୋରିଟି ବଣ୍ଡ୍‌ ବୀମା ଜରିଆରେ ଆମେ ଦୃଢ଼ ନିଶ୍ଚିତ ଯେ ଉକ୍ତ ଉତ୍ପାଦ ଭିତ୍ତିଭୂମି କ୍ଷେତ୍ର ନିମନ୍ତେ ଏକ ପ୍ରଭାବୀ ସାଧନ ଭାବେ କାର୍ଯ୍ୟ କରିବ। ସେହିଭଳି ସିୟୋରଟି ବଣ୍ଡ୍‌ଗୁଡିକ ଆର୍ଥିକ ନିରାପତ୍ତା, ଆପଦ ପ୍ରଶମନ ଏବଂ ଠିକା ରାଜିନାମାରେ ସମ୍ପୃକ୍ତ ସମସ୍ତ ପକ୍ଷଙ୍କୁ ମାନସିକ ଶାନ୍ତି ପ୍ରଦାନ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଠ୍ୟପୁସ୍ତକ ତ୍ରୁଟି ପ୍ରତିବାଦ: ଶୁଖୁଆ ଓ ଝାଲମୁଢି ଧରି ବରଗଡ଼ରେ ବିଜେଡିର ‘ଶିକ୍ଷା ବଞ୍ଚାଅ’ ଆନ୍ଦୋଳନ

ବରଗଡ଼,୧୦।୭(ପ୍ରେମାନନ୍ଦ ଖମାରୀ)- ପାଠ୍ୟପୁସ୍ତକରେ ହୋଇଥିବା ଗୁରୁତର ତ୍ରୁଟିକୁ ନେଇ ବରଗଡ଼ରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଏକ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି। ଶୁକ୍ରବାର ଛାତ୍ର…

ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟ ସମ୍ମୁଖରେ ଦିନ: ଦ୍ୱିପ୍ରହରରେ ଗାଡ଼ି ଡିକି ଭାଙ୍ଗି ଦେଢ଼ ଲକ୍ଷ ଟଙ୍କା ଲୁଟ

ଛତ୍ରପୁର, ୧୦।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟ ସମ୍ମୁଖରେ ଦିନ ଦ୍ୱିପ୍ରହରରେ ଏକ ଦୁଃସାହସିକ ଲୁଟ୍ ଘଟଣା ଘଟିଛି। ଦୁର୍ବୃତ୍ତମାନେ…

ସୃଷ୍ଟି ହେଲା ଆଉ ଏକ ଘୂର୍ଣ୍ଣିବଳୟ, ୭ ଦିନ ଯାଏ ପ୍ରବଳ ବର୍ଷା; ଜାରି ହେଲା ଓ୍ବାର୍ନିଂ

ଭୁବନେଶ୍ୱର, ୧୦ା୭ (ବନ୍ଦନା ସେଠୀ) – ଗାଙ୍ଗେଟିକ ୱେଷ୍ଟବେଙ୍ଗଲ ଓ ତା’ ପାଖାପାଖି ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ସମୁଦ୍ରପତନଠାରୁ ୪.୫ ରୁ ୫.୮…

ଇନ୍ଦ୍ରାବତୀରୁ ଖରିଫ ପାଇଁ ଜଳ ସେଚନର ଶୁଭାରମ୍ଭ

ଜୟପାଟଣା,୧୦।୭(ଓମ ପ୍ରକାଶ ବୈଠାରୁ): ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ମଙ୍ଗଳପୁର ବ୍ୟାରେଜରୁ ଶୁକ୍ରବାର ସକାଳରୁ ଚଳିତ ପାଇଁ ଖରିଫ ଜଳ ସେଚନ ର ଶୁଭାରମ୍ଭ ହୋଇ ଯାଇଛି।ଏଥିରେ…

ଧରିତ୍ରୀ ପ୍ରଭାବ: ରାସ୍ତାରୁ ହଟିଲା ବିପଜ୍ଜନକ ଚାମ୍ବର

ଥୁଆମୂଳ ରାମପୁର, ୧୦ା୭ (ଦୁର୍ଗା କୀର୍ତ୍ତି): ଧରିତ୍ରୀରେ ଖବର ପ୍ରକାଶ ପରେ ଥୁଆମୂଳ ରାମପୁର ବ୍ଲକ ସଦର ମହକୁମା ମୁଖ୍ୟ ରାସ୍ତାରେ ବିପଦସଙ୍କୁଳ ଅବସ୍ଥାରେ ଥିବା ଦୁଇଟି…

ବିଦେଶୀ ମଦ ଦୋକାନକୁ ନେଇ ତେଜୁଛି ଅସନ୍ତୋଷ

ଲାଞ୍ଜିଗଡ଼, ୧୦ା୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ରୁ ମୁନିଗୁଡ଼ାକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତା କଡ଼ରେ ଲଟେରି ମାଧ୍ୟମରେ ଖୋଲାଯାଇଥିବା ଠିପି ବନ୍ଦ ବିଦେଶୀ ମଦ ଦୋକାନକୁ…

ପାଟପୁରରେ ବୁଲା କୁକୁରଙ୍କ ଆତଙ୍କ: ବ୍ରହ୍ମପୁର ବିଏମସି ପକ୍ଷରୁ କୁକୁର ଧରା ଅଭିଯାନ, ୯ ବୁଲା କୁକୁରଙ୍କୁ ଉଠାଇନେଲେ…

ଦିଗପହଣ୍ଡି,୧୦|୭(ଅଶେଷ ନାଥ ମିଶ୍ର ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର, ମହାନାଳା,  ଜୟନଗର, ରାଧାଦେଇପୁର,ପଳାଶପୁର ପ୍ରଭୃତି ବିଭିନ୍ନ ଗ୍ରାମରେ ଗତ ପ୍ରାୟ ୩ ମାସ ହେଲା…

ଅବସରପ୍ରାପ୍ତ କର୍ମଚାରୀ ସଙ୍ଘର ୩୮ ତମ ବାର୍ଷିକୋତ୍ସବ: ବୃନ୍ଦ ଯୋଗଦେଇ ଥିଲେ …

ଦିଗପହଣ୍ଡି,୧୦।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଙ୍ଘର ୩୮ତମ ବାର୍ଷିକୋତ୍ସବ ଶୁକ୍ରବାର ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡି ରାଜବାଟି ପରିସରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri