‘ଆତ୍ମନିର୍ଭର ଭାରତ’ର ଉଜ୍ଜ୍ୱଳ ଉଦାହରଣ ନାଲ୍‌କୋ

ଭୁବନେଶ୍ୱର,୩୦।୧୨:ନ୍ୟାଶନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ୍‌ (ନାଲ୍‌କୋ) ପକ୍ଷରୁ ଗୁରୁବାର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ନାଲ୍‌କୋ ମୁଖ୍ୟାଳୟଠାରେ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ କେନ୍ଦ୍ର କୋଇଲା ଏବଂ ଖଣିମନ୍ତ୍ରୀ ପ୍ରହ୍ଲାଦ ଜୋଷୀ ଯୋଗଦେବା ସହ କର୍ମଚାରୀମାନଙ୍କୁ ସମ୍ବୋଧିତ କରି କହିଥିଲେ, ବିଶ୍ୱବ୍ୟାପୀ ଆହ୍ବାନପୂର୍ଣ୍ଣ ବ୍ୟବସାୟିକ ପରିସ୍ଥିତି ସତ୍ତ୍ୱେ ନାଲ୍‌କୋ ଗତ ଆର୍ଥିକ ବର୍ଷରେ ଉଲ୍ଲେଖନୀୟ ସଫଳତା ହାସଲ କରିପାରିଥିବାରୁ ମନ୍ତ୍ରୀ ଜୋଷୀ କମ୍ପାନୀର ସମସ୍ତ କର୍ମଚାରୀ ଏବଂ ମ୍ୟାନେଜମେଣ୍ଟର ଭୂୟସୀ ପ୍ରଶଂସା କରିଥିଲେ। ସେହିଭଳି ଆଲୁମିନିୟମ୍‌ର ଆତ୍ମନିର୍ଭରଶୀଳତା କ୍ଷେତ୍ରରେ ନାଲ୍‌କୋ ସର୍ବଦା ଆଗରେ ରହିଆସିଛି। ନାଲ୍‌କୋ ଏବଂ ଅନ୍ୟାନ୍ୟ ଖଣି ଏବଂ ଧାତବଶିଳ୍ପ ସଂଗଠନଗୁଡ଼ିକ ପ୍ରକୃତରେ ‘ଆତ୍ମନିର୍ଭର ଭାରତ’ର ଉଜ୍ଜ୍ୱଳ ଉଦାହରଣ ବୋଲି ମନ୍ତ୍ରୀ ଜୋଷୀ ମତବ୍ୟକ୍ତ କରିଛନ୍ତି। ଅପରପକ୍ଷରେ ମନ୍ତ୍ରୀ ଜୋଷୀ ସମସ୍ତ କର୍ମଚାରୀଙ୍କ ପାଇଁ ନିଜର କୃତଜ୍ଞତା ପ୍ରଦାନ ପୂର୍ବକ ବିଗତ ୪୨ ବର୍ଷର ରେକର୍ଡ ଭଙ୍ଗ କରି ସଫଳତା ପ୍ରଦାନ କରିଥିବାରୁ ଟ୍ୟାକ୍ସ ପୂର୍ବ-ଲାଭାଂଶର ୧% ଉପହାର ସ୍ବରୂପ ଘୋଷଣା କରିଛନ୍ତି। ଏପରିକି କମ୍ପାନୀର ସମସ୍ତ ଚୁକ୍ତିଭିତ୍ତିକ ଶ୍ରମିକଙ୍କ ପାଇଁ ମଧ୍ୟ ଜୋଷୀ ସେମାନଙ୍କର ମୂଲ୍ୟବାନ୍‌ ଅବଦାନ ପାଇଁ ଏକ ମାସର ମୂଳ ବେତନ ଉପହାର ଆକାରରେ ଦିଆଯିବ ବୋଲି ଘୋଷଣା କରିଥିଲେ। ଏହି ପରିପ୍ରେକ୍ଷୀରେ ଖଣି ମନ୍ତ୍ରଣାଳୟର ସଚିବ ବିବେକ ଭରଦ୍ୱାଜ ମଧ୍ୟ ନାଲ୍‌କୋ ସମୁଦାୟଙ୍କୁ ସେମାନଙ୍କର ଅତୁଳନୀୟ ସଫଳତା ପାଇଁ ଅଭିନନ୍ଦନ ଜଣାଇଥିଲେ।
ଅପରପକ୍ଷରେ ନାଲ୍‌କୋର ସିଏମ୍‌ଡି ଶ୍ରୀଧର ପାତ୍ର କମ୍ପାନୀ ପକ୍ଷରୁ ଖଣି ମନ୍ତ୍ରଣାଳୟର ନିରବଚ୍ଛିନ୍ନ ସହଯୋଗ ପାଇଁ କୃତଜ୍ଞତା ଜଣାଇବା ସହ କର୍ମଚାରୀଙ୍କ ଉତ୍ସର୍ଗୀକୃତ ମନୋଭାବ ତଥା କଠିନ ପରିଶ୍ରମ ଓ ଅନ୍ୟ ଅଂଶଧାରକମାନଙ୍କ ସହଯୋଗ ଫଳରେ ଏହି ସଫଳତା ହାସଲ ହୋଇପାରିଛି ବୋଲି ପାତ୍ର ମତବ୍ୟକ୍ତ କରିଥିଲେ। ଏପରିକି ନାଲ୍‌କୋର ଆଗାମୀ ୪୩ତମ ସ୍ଥାପନା ଦିବସ ପାଳନର ଠିକ ପୂର୍ବରୁ ମନ୍ତ୍ରୀଙ୍କ ଦ୍ୱାରା ଆମ କର୍ମଚାରୀଙ୍କ ପରିଶ୍ରମ ତଥା ଉଦ୍ୟମକୁ ପ୍ରଶଂସା କରିବା ଆମମାନଙ୍କ ମନୋବଳ ବୃଦ୍ଧି କରାଇ ଭବିଷ୍ୟତରେ ଉନ୍ନତ ପ୍ରଦର୍ଶନ କରିବାକୁ ପ୍ରେରିତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ଭାରତ ଠାରୁ ମିସାଇଲ କିଣିଲା ଆମେରିକା, ବିଶ୍ୱରେ ଚହଳ…

ନୂଆଦିଲ୍ଲୀ,୫।୪: ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନି ସର୍ୱକାଳୀନ ସର୍ୱାଧିକ ସ୍ତରରେ ପହଞ୍ଚିଛି। ଏହା ବିଶ୍ୱ ଅସ୍ତ୍ରଶସ୍ତ୍ର ବଜାରରେ ଭାରତର ବର୍ଦ୍ଧିତ ଉପସ୍ଥିତିକୁ ସ୍ପଷ୍ଟ କରେ।…

ପ୍ରକୃତ ଉଦ୍ୟୋଗୀ କେବଳ ନିଜ ପାଇଁ ସମ୍ପତ୍ତି ସୃଷ୍ଟି କରନ୍ତି ନାହିଁ

ଭାଲଚନ୍ଦ୍ର ମହାନ୍ତି ଜଣେ ପ୍ରଥମ ପିଢିର ଓଡ଼ିଆ ଉଦ୍ୟୋଗୀ ଏବଂ ଓରିକ୍ଲିନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ। ୧୯୯୦ ମସିହାରେ କମ୍ପାନୀ ପ୍ରତିଷ୍ଠା ହେବା ପରଠାରୁ ସେ…

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

ଏକାଗ୍ରତା ଆଣେ ସଫଳତା: ସୁରେଶଙ୍କ ସହ ସ୍ବତନ୍ତ୍ର ସାକ୍ଷାତ୍‌କାର

ହାଇଟେକ୍‌ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁଶନର ମ୍ୟାନେଜିଂ ଟ୍ରଷ୍ଟି ତଥା ସିଇଓ ସୁରେଶ କୁମାର ପାଣିଗ୍ରାହୀ ଜଣେ ଉଦ୍ୟୋଗୀ ଏବଂ ଶିକ୍ଷାବିତ୍‌ ଭାବରେ ଅନୁଷ୍ଠାନ ଆରମ୍ଭରୁ ଏହାର ଭିତ୍ତିଭୂମିକୁ…

ସରକାରଙ୍କ ବଡ଼ ଘୋଷଣା! ବଦଳିବ ସୁନା କିଣିବା ନିୟମ, ଜାଣନ୍ତୁ ଗ୍ରାହକଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ…

ନୂଆଦିଲ୍ଲୀ,୪।୪: ସରକାର ସୁନା କ୍ରୟ ସମ୍ବନ୍ଧୀୟ ନିୟମଗୁଡ଼ିକୁ ଆହୁରି କଠୋର କରିବାକୁ ଯାଉଛନ୍ତି। ଏହି ପଦକ୍ଷେପର ଅଂଶ ସ୍ବରୂପ, ହଲମାର୍କିଂର ଅପବ୍ୟବହାର ବିଷୟରେ ବଢ଼ୁଥିବା ଚିନ୍ତାକୁ ଦୂର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri