‘ଆତ୍ମନିର୍ଭର ଭାରତ’ର ଉଜ୍ଜ୍ୱଳ ଉଦାହରଣ ନାଲ୍‌କୋ

ଭୁବନେଶ୍ୱର,୩୦।୧୨:ନ୍ୟାଶନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ୍‌ (ନାଲ୍‌କୋ) ପକ୍ଷରୁ ଗୁରୁବାର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ନାଲ୍‌କୋ ମୁଖ୍ୟାଳୟଠାରେ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ କେନ୍ଦ୍ର କୋଇଲା ଏବଂ ଖଣିମନ୍ତ୍ରୀ ପ୍ରହ୍ଲାଦ ଜୋଷୀ ଯୋଗଦେବା ସହ କର୍ମଚାରୀମାନଙ୍କୁ ସମ୍ବୋଧିତ କରି କହିଥିଲେ, ବିଶ୍ୱବ୍ୟାପୀ ଆହ୍ବାନପୂର୍ଣ୍ଣ ବ୍ୟବସାୟିକ ପରିସ୍ଥିତି ସତ୍ତ୍ୱେ ନାଲ୍‌କୋ ଗତ ଆର୍ଥିକ ବର୍ଷରେ ଉଲ୍ଲେଖନୀୟ ସଫଳତା ହାସଲ କରିପାରିଥିବାରୁ ମନ୍ତ୍ରୀ ଜୋଷୀ କମ୍ପାନୀର ସମସ୍ତ କର୍ମଚାରୀ ଏବଂ ମ୍ୟାନେଜମେଣ୍ଟର ଭୂୟସୀ ପ୍ରଶଂସା କରିଥିଲେ। ସେହିଭଳି ଆଲୁମିନିୟମ୍‌ର ଆତ୍ମନିର୍ଭରଶୀଳତା କ୍ଷେତ୍ରରେ ନାଲ୍‌କୋ ସର୍ବଦା ଆଗରେ ରହିଆସିଛି। ନାଲ୍‌କୋ ଏବଂ ଅନ୍ୟାନ୍ୟ ଖଣି ଏବଂ ଧାତବଶିଳ୍ପ ସଂଗଠନଗୁଡ଼ିକ ପ୍ରକୃତରେ ‘ଆତ୍ମନିର୍ଭର ଭାରତ’ର ଉଜ୍ଜ୍ୱଳ ଉଦାହରଣ ବୋଲି ମନ୍ତ୍ରୀ ଜୋଷୀ ମତବ୍ୟକ୍ତ କରିଛନ୍ତି। ଅପରପକ୍ଷରେ ମନ୍ତ୍ରୀ ଜୋଷୀ ସମସ୍ତ କର୍ମଚାରୀଙ୍କ ପାଇଁ ନିଜର କୃତଜ୍ଞତା ପ୍ରଦାନ ପୂର୍ବକ ବିଗତ ୪୨ ବର୍ଷର ରେକର୍ଡ ଭଙ୍ଗ କରି ସଫଳତା ପ୍ରଦାନ କରିଥିବାରୁ ଟ୍ୟାକ୍ସ ପୂର୍ବ-ଲାଭାଂଶର ୧% ଉପହାର ସ୍ବରୂପ ଘୋଷଣା କରିଛନ୍ତି। ଏପରିକି କମ୍ପାନୀର ସମସ୍ତ ଚୁକ୍ତିଭିତ୍ତିକ ଶ୍ରମିକଙ୍କ ପାଇଁ ମଧ୍ୟ ଜୋଷୀ ସେମାନଙ୍କର ମୂଲ୍ୟବାନ୍‌ ଅବଦାନ ପାଇଁ ଏକ ମାସର ମୂଳ ବେତନ ଉପହାର ଆକାରରେ ଦିଆଯିବ ବୋଲି ଘୋଷଣା କରିଥିଲେ। ଏହି ପରିପ୍ରେକ୍ଷୀରେ ଖଣି ମନ୍ତ୍ରଣାଳୟର ସଚିବ ବିବେକ ଭରଦ୍ୱାଜ ମଧ୍ୟ ନାଲ୍‌କୋ ସମୁଦାୟଙ୍କୁ ସେମାନଙ୍କର ଅତୁଳନୀୟ ସଫଳତା ପାଇଁ ଅଭିନନ୍ଦନ ଜଣାଇଥିଲେ।
ଅପରପକ୍ଷରେ ନାଲ୍‌କୋର ସିଏମ୍‌ଡି ଶ୍ରୀଧର ପାତ୍ର କମ୍ପାନୀ ପକ୍ଷରୁ ଖଣି ମନ୍ତ୍ରଣାଳୟର ନିରବଚ୍ଛିନ୍ନ ସହଯୋଗ ପାଇଁ କୃତଜ୍ଞତା ଜଣାଇବା ସହ କର୍ମଚାରୀଙ୍କ ଉତ୍ସର୍ଗୀକୃତ ମନୋଭାବ ତଥା କଠିନ ପରିଶ୍ରମ ଓ ଅନ୍ୟ ଅଂଶଧାରକମାନଙ୍କ ସହଯୋଗ ଫଳରେ ଏହି ସଫଳତା ହାସଲ ହୋଇପାରିଛି ବୋଲି ପାତ୍ର ମତବ୍ୟକ୍ତ କରିଥିଲେ। ଏପରିକି ନାଲ୍‌କୋର ଆଗାମୀ ୪୩ତମ ସ୍ଥାପନା ଦିବସ ପାଳନର ଠିକ ପୂର୍ବରୁ ମନ୍ତ୍ରୀଙ୍କ ଦ୍ୱାରା ଆମ କର୍ମଚାରୀଙ୍କ ପରିଶ୍ରମ ତଥା ଉଦ୍ୟମକୁ ପ୍ରଶଂସା କରିବା ଆମମାନଙ୍କ ମନୋବଳ ବୃଦ୍ଧି କରାଇ ଭବିଷ୍ୟତରେ ଉନ୍ନତ ପ୍ରଦର୍ଶନ କରିବାକୁ ପ୍ରେରିତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଧାର ପାନ୍ ଲିଙ୍କ ନେଇ ଆସିଲା ବଡ଼ ଖବର, ୩୧ ମେ ପର୍ଯ୍ୟନ୍ତ TDS ର ସ୍ୱଳ୍ପ ରିହାତି ଉପରେ ହେବନି କୌଣସି କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୪ା୪: ଆୟକର ବିଭାଗ ଟିଡିଏସ (ଟିସିଏସ) ରିହାତି ବିଷୟରେ ଟିକସଦାତା ଏବଂ ବ୍ୟବସାୟୀଙ୍କୁ ବଡ଼ ଆରାମ ପ୍ରଦାନ କରିଛି। ଆୟକର ବିଭାଗ କହିଛି ଯେ ଟିକସଦାତା...

ଖୁବଶୀଘ୍ର ମୁକେଶ ଅମ୍ବାନୀଙ୍କ ଦୁନିଆରେ ଜୀବନ ବିତାଇବେ ଆପଣ, ଜାଣନ୍ତୁ କାରଣ

ମୁମ୍ବାଇ,୨୪ା୪: ଭାରତରେ ଏକ ବଡ ସଂଖ୍ୟକ ଲୋକେ ସେମାନଙ୍କର ଦୈନନ୍ଦିନ ଜୀବନ ଖୁବ ଶୀଘ୍ର ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଦ୍ୱାରା ପରିଚାଳିତ...

କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଉପରେ କଟକଣା ଲଗାଇଲା ଆରବିଆଇ: ନୂଆ ଗ୍ରାହକ ଯୋଡ଼ିବା, କ୍ରେଡିଟ୍ କାର୍ଡ ଦେବା ଉପରେ ଲାଗିଲା ରୋକ

ମୁମ୍ବାଇ,୨୨ା୪: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ବୁଧବାର ମହିନ୍ଦ୍ରା ବଡ଼ କଟକଣା ଲଗାଇଛନ୍ତି। କଟକଣା ଲାଗିବା ପରେ ବ୍ୟାଙ୍କ ଏବେ ଅନଲାଇନ୍, ମୋବାଇଲ ବ୍ୟାଙ୍କିଙ୍ଗ ମାଧ୍ୟମରେ ଆଉ...

ଜୋକୋଭିଚ୍‌, ବୋନମାଟିଙ୍କୁ ଲୌରିଅସ ପୁରସ୍କାର

ମାଡ୍ରିଡ୍‌, ୨୪ା୪ (ଏପି): ସମ୍ମାନଜନକ ଲୌରିଅସ୍‌ ଓ୍ବାଲର୍‌ଡ ସ୍ପୋଟର୍‌ସ ଆଓ୍ବାର୍ଡ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗତବର୍ଷ ପ୍ରଥମଥର ମହିଳା ବିଶ୍ୱକପ୍‌ ଜିତିଥିବା ସ୍ପେନ୍‌ ଦୁଇଟି ପୁରସ୍କାର...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୨୪।୪: କ୍ରମାଗତ ୩ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ...

ପ୍ରବୀଣ ଟିପିଡବ୍ଲ୍ୟୁଓଡିଏଲ୍‌ର ନୂତନ ସିଇଓ

ଭୁବନେଶ୍ୱର,୨୪।୪: ଟିପି ଓ୍ବେଷ୍ଟର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିଡବ୍ଲ୍ୟୁଓଡିଏଲ୍‌) ର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ପ୍ରବୀଣ କୁମାର ବର୍ମା ନିକଟରେ ଦାୟିତ୍ୱ ଗ୍ରହଣ...

ଲାଲଚାନ୍ଦ୍‌ ଜୁଏଲର୍ସର ଗୋଲ୍ଡ ଲକ୍‌ ଅଫର

ଭୁବନେଶ୍ୱର,୨୪।୪(ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅକ୍ଷୟ ତୃତୀୟା ଉପଲକ୍ଷେ ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ଆକର୍ଷଣୀୟ ଅଫର ଓ ଅଗ୍ରିମ ବୁକିଂ ସମ୍ପର୍କରେ ଘୋଷଣା...

ଆଇଟି କମ୍ପାନୀରେ କମୁଛି ନିଯୁକ୍ତି

ଭୁବନେଶ୍ୱର,୨୪।୪(ଅନୁରାଧା ମହାରଣା): ଲୋକଙ୍କୁ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଶୀର୍ଷରେ ଥିବା ଆଇଟି ସଂସ୍ଥାଗୁଡ଼ିକର ସ୍ଥିିତି ଭଲ ନାହିଁ। ବିଶ୍ୱର ବଡ଼ ବଡ଼ ବୈଷୟିକ କମ୍ପାନୀଗୁଡ଼ିକରେ ଛଟେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri