ଉଲଗ୍ନ ପିଲା

ଭାରତରେ ଶିଶୁଙ୍କୁ ନେଇ ଅନ୍ଧବିଶ୍ୱାସ ବଳବତ୍ତର ରହିଛି। ସେପ୍ଟେମ୍ବର ୫ରେ ମଧ୍ୟପ୍ରଦେଶର ଦମୋହ ଜିଲା ଅନ୍ତର୍ଗତ ବନିୟା ଗ୍ରାମରେ ବର୍ଷା ପାଇଁ ପାଳିତ ପର୍ବ ଏହାର ଏକ ଦୃଷ୍ଟାନ୍ତ । ପ୍ରଥାନୁଯାୟୀ ବର୍ଷା ଦେବତାଙ୍କୁ ସନ୍ତୁଷ୍ଟ କରିବା ଲାଗି ପାଖାପାଖି ୫ ବର୍ଷ ବୟସର ୬ ଜଣ ଝିଅଙ୍କୁ ଉଲଗ୍ନ ଅବସ୍ଥାରେ ଚଲାଯାଇଥିଲା। ଏମାନଙ୍କ କାନ୍ଧରେ ଥିବା ଏକ କାଠ ବାଡିରେ ବେଙ୍ଗ ବନ୍ଧାଯାଇଥିଲା । ଝିଅମାନଙ୍କ ସହ ସେମାନଙ୍କ ମା’ମାନେ ମଧ୍ୟ ଥିଲେ। ଝିଅମାନେ ଚାଲିଚାଲି ଯିବା ସମୟରେ ଗାଁର ମହିଳାମାନେ ଗୀତଗାଉଥିବା ଦେଖିବାକୁ ମିଳିଥିଲା। ସୋସିଆଲ ମିଡ଼ିଆରେ ଏଭଳି ଦୃଶ୍ୟ ପ୍ରସାରିତ ହେବା ପରେ ଉକ୍ତ ଘଟଣାର ତଦନ୍ତ ପାଇଁ ନ୍ୟାଶନାଲ କମିଶନ ଫର୍‌ ପ୍ରୋଟେକ୍‌ଶନ ଅଫ୍‌ ଚାଇଲ୍ଡ ରାଇଟ୍‌ସ (ଏନ୍‌ସିପିସିଆର୍‌) ଜିଲା ପ୍ରଶାସନକୁ ଏ ସଂକ୍ରାନ୍ତରେ ତଦନ୍ତ କରି ୧୦ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି। ଝିଅମାନଙ୍କୁ ଉଲଗ୍ନ ହେବା ପାଇଁ ଯଦି ବାଧ୍ୟ କରାଯାଇଥାଏ ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି। ଏହା ତ ଆଇନଗତ ଦିଗକୁ ସୂଚିତ କରୁଛି, ହେଲେ ଆଧୁନିକ ଭାରତରେ ଏଭଳି ପ୍ରଥା ବନ୍ଦ କରିବା କଷ୍ଟକର। କହିବାକୁ ଆଧୁନିକ, କିନ୍ତୁ ଅଧିକାଂଶ ଭାରତୀୟଙ୍କ ମାନସିକତା ଅତ୍ୟନ୍ତ ପୁରାତନ। ଧର୍ମ ଓ ଅନ୍ଧବିଶ୍ୱାସ ନାମରେ ବିଭିନ୍ନ ବିକୃତ କାର୍ଯ୍ୟ କରାଇବା ପାଇଁ ସାଧାରଣ ଭାରତୀୟ ଆଗଭର ହୋଇଥାଆନ୍ତି। ଏହାର କାରଣ ହେଉଛି ସଚେତନ ମାନସିକତା ସୃଷ୍ଟି କରିବା ପାଇଁ ଆମ ସମାଜରେ କେବେହେଲେ ପ୍ରୟାସ କରାଯାଇନାହିଁ। ଏହା କେବଳ ଗଣିତ, ଭୂଗୋଳ ଭଳି ଶିକ୍ଷା ମାଧ୍ୟମରେ ହାସଲ କରି ହୋଇ ନ ଥାଏ। ସାମାଜିକ ପରିବର୍ତ୍ତନ ହେଉଛି ଏକମାତ୍ର ବାଟ। ଏଭଳି ପରିବର୍ତ୍ତନର ନେତୃତ୍ୱ ସମାଜ ଭିତରୁ ଆରମ୍ଭ ହେବା ଦରକାର; ରାଜନୈତିକ କିମ୍ବା ପ୍ରଶାସନିକ ହସ୍ତକ୍ଷେପରେ ସୁଧାର ଆସିପାରିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri