ଉଲଗ୍ନ ପିଲା

ଭାରତରେ ଶିଶୁଙ୍କୁ ନେଇ ଅନ୍ଧବିଶ୍ୱାସ ବଳବତ୍ତର ରହିଛି। ସେପ୍ଟେମ୍ବର ୫ରେ ମଧ୍ୟପ୍ରଦେଶର ଦମୋହ ଜିଲା ଅନ୍ତର୍ଗତ ବନିୟା ଗ୍ରାମରେ ବର୍ଷା ପାଇଁ ପାଳିତ ପର୍ବ ଏହାର ଏକ ଦୃଷ୍ଟାନ୍ତ । ପ୍ରଥାନୁଯାୟୀ ବର୍ଷା ଦେବତାଙ୍କୁ ସନ୍ତୁଷ୍ଟ କରିବା ଲାଗି ପାଖାପାଖି ୫ ବର୍ଷ ବୟସର ୬ ଜଣ ଝିଅଙ୍କୁ ଉଲଗ୍ନ ଅବସ୍ଥାରେ ଚଲାଯାଇଥିଲା। ଏମାନଙ୍କ କାନ୍ଧରେ ଥିବା ଏକ କାଠ ବାଡିରେ ବେଙ୍ଗ ବନ୍ଧାଯାଇଥିଲା । ଝିଅମାନଙ୍କ ସହ ସେମାନଙ୍କ ମା’ମାନେ ମଧ୍ୟ ଥିଲେ। ଝିଅମାନେ ଚାଲିଚାଲି ଯିବା ସମୟରେ ଗାଁର ମହିଳାମାନେ ଗୀତଗାଉଥିବା ଦେଖିବାକୁ ମିଳିଥିଲା। ସୋସିଆଲ ମିଡ଼ିଆରେ ଏଭଳି ଦୃଶ୍ୟ ପ୍ରସାରିତ ହେବା ପରେ ଉକ୍ତ ଘଟଣାର ତଦନ୍ତ ପାଇଁ ନ୍ୟାଶନାଲ କମିଶନ ଫର୍‌ ପ୍ରୋଟେକ୍‌ଶନ ଅଫ୍‌ ଚାଇଲ୍ଡ ରାଇଟ୍‌ସ (ଏନ୍‌ସିପିସିଆର୍‌) ଜିଲା ପ୍ରଶାସନକୁ ଏ ସଂକ୍ରାନ୍ତରେ ତଦନ୍ତ କରି ୧୦ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି। ଝିଅମାନଙ୍କୁ ଉଲଗ୍ନ ହେବା ପାଇଁ ଯଦି ବାଧ୍ୟ କରାଯାଇଥାଏ ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି। ଏହା ତ ଆଇନଗତ ଦିଗକୁ ସୂଚିତ କରୁଛି, ହେଲେ ଆଧୁନିକ ଭାରତରେ ଏଭଳି ପ୍ରଥା ବନ୍ଦ କରିବା କଷ୍ଟକର। କହିବାକୁ ଆଧୁନିକ, କିନ୍ତୁ ଅଧିକାଂଶ ଭାରତୀୟଙ୍କ ମାନସିକତା ଅତ୍ୟନ୍ତ ପୁରାତନ। ଧର୍ମ ଓ ଅନ୍ଧବିଶ୍ୱାସ ନାମରେ ବିଭିନ୍ନ ବିକୃତ କାର୍ଯ୍ୟ କରାଇବା ପାଇଁ ସାଧାରଣ ଭାରତୀୟ ଆଗଭର ହୋଇଥାଆନ୍ତି। ଏହାର କାରଣ ହେଉଛି ସଚେତନ ମାନସିକତା ସୃଷ୍ଟି କରିବା ପାଇଁ ଆମ ସମାଜରେ କେବେହେଲେ ପ୍ରୟାସ କରାଯାଇନାହିଁ। ଏହା କେବଳ ଗଣିତ, ଭୂଗୋଳ ଭଳି ଶିକ୍ଷା ମାଧ୍ୟମରେ ହାସଲ କରି ହୋଇ ନ ଥାଏ। ସାମାଜିକ ପରିବର୍ତ୍ତନ ହେଉଛି ଏକମାତ୍ର ବାଟ। ଏଭଳି ପରିବର୍ତ୍ତନର ନେତୃତ୍ୱ ସମାଜ ଭିତରୁ ଆରମ୍ଭ ହେବା ଦରକାର; ରାଜନୈତିକ କିମ୍ବା ପ୍ରଶାସନିକ ହସ୍ତକ୍ଷେପରେ ସୁଧାର ଆସିପାରିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଶିକ୍ଷା ଓ ଶିକ୍ଷକ

ଶିକ୍ଷା ହେଉଛି ଗୋଟିଏ ଦେଶର ସବୁଠୁ ମୌଳିକ ଓ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି। ଏହା କେବଳ ପାଠପଢ଼ା, ପରୀକ୍ଷା, ସାର୍ଟିଫିକେଟ କିମ୍ବା ଚାକିରି ପାଇବାର ଉପାୟ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri