ବିପଦସଙ୍କୁଳ ଅବସ୍ଥାରେ ନାଇପେଟା, ନାଗାବଳୀ ପୋଲ

ରାୟଗଡା,୧୧।୯ (ଭାଗ୍ୟଶ୍ରୀ ମିଶ୍ର ): ରାଜପଥ ବିଭାଗର ଖାମଖିଆଲି ମନୋଭାବ ଯୋଗୁ ବର୍ଷ ବର୍ଷ ଧରି ରାଜପଥଗୁଡ଼ିକର ନିର୍ମାଣ କି ମରାମତି ହେଉନି। ରାୟଗଡ଼ା ଜିଲା ଦେଇ ଯାଇଥିବା ୩୨୬ ନମ୍ବର ଜାତୀୟ ରାଜପଥ ଦୀର୍ଘଦିନ ହେଲା ମରାମତି ଅଭାବରୁ ମରଣଯନ୍ତା ପାଲଟିଛି। ରାୟଗଡା ସହରର ରିଲାଏନ୍ସ ପେଟ୍ରୋଲ ପମ୍ପଠାରୁ ଆରମ୍ଭକରି ଅମ୍ଲାଭଟା ଛକ ପର୍ଯ୍ୟନ୍ତ ଜାତୀୟ ରାଜପଥ ଶୋଚନୀୟ ହୋଇପଡ଼ିଛି। ଏଥିସହ ନାଗାବଳୀ ବ୍ରିଜ୍‌ ଏବଂ ନାଇପେଟା ବ୍ରିଜ ବହୁତ ପୁରୁଣା ହୋଇଥିବାବେଳେ ମରାମତି କରାଯାଉ ନ ଥିବାରୁ ଏହା ବିପଦସଙ୍କୁଳ ହୋଇପଡ଼ିଛି। ବ୍ରିଜ୍‌ ଦେଇ କୌଣସି ଭାରିଯାନ ଗଲେ ଏହା ଜୋରରେ ହଲୁଥିବାରୁ କୌଣସି ମୁହୂର୍ତ୍ତରେ ଅଘଟଣ ଘଟିବା ଆଶଙ୍କା ଥିବା ବୁଦ୍ଧିଜୀବୀ କହିଛନ୍ତି। ବ୍ରିଜଗୁଡିକ ବହୁ ପୁରୁଣା ହୋଇଥିବାରୁ ସେଥିରୁ କାଡପା ପ୍ଲେଟ, ସିମେଣ୍ଟ ଛାଡି ଲୁହା ଛଡ଼ ବାହାରି ପଡ଼ିଲାଣି। ତେବେ ବ୍ରିଜର ଅବସ୍ଥା ଶୋଚନୀୟ ଥିଲେ ମଧ୍ୟ ପ୍ରତିଦିନ ଶତାଧିକ ଭାରିଯାନ ଏହି ବ୍ରିଜ୍‌ ଦେଇ ବିପଦପୂର୍ଣ୍ଣ ଭାବେ ଯାତାୟାତ କରୁଛନ୍ତି। ବର୍ଷା ହେଲେ ରାସ୍ତାରେ ଥିବା ଖାଲରେ ପାଣି ଜମି ରହୁଥିବାରୁ ଲୋକେ ଜାଣି ନ ପାରି ଅନେକ ସମୟରେ ଦୁର୍ଘଟଣାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି। ରାଜପଥ ପଡୋଶୀ ଆନ୍ଧ୍ରପ୍ରଦେଶ, ଛତିଶଗଡ, ବ୍ରହ୍ମପୁର ଓ କୋରାପୁଟକୁ ସଂଯୋଗ କରୁଥିବାରୁ ଉକ୍ତ ରାସ୍ତାରେ ପ୍ରତିଦିନ ନେତା, ମନ୍ତ୍ରୀମାନେ ଯିବା ଆସିବା କରୁଥିଲେ ମଧ୍ୟ ରାସ୍ତାର ଅବସ୍ଥା ଉପରେ କାହାର ନଜର ପଡୁ ନ ଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷେ ବ୍ରିଜ୍‌ ମରାମତି ପାଇଁ ଅଞ୍ଚଳବାସୀ ଅଭିଯୋଗ କଲେ, ବିଭାଗୀୟ କର୍ତ୍ତୃପକ୍ଷ କାମଚଳା ନୀତିରେ ଖାଲଖମାରେ ମାଟି, ସିମେଣ୍ଟ ଭରି ଦେଇ ଚୁପ ବସୁଛନ୍ତି। ତୁରନ୍ତ ରାସ୍ତା ମରାମତି ସହ ବ୍ରିଜର ସ୍ଥାୟୀ ସମାଧାନ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।
ସୂଚନାଯୋଗ୍ୟ,ଗତ କିଛି ଦିନ ତଳେ ରାୟଗଡା ଜିଲା କଲ୍ୟାଣସିଂପୁରର ଉପରସାଜା ଗ୍ରାମରେ ନିର୍ମାଣାଧୀନ ବ୍ରିଜ ଭୁଶୁଡି ୪ ଶିଶୁଙ୍କ ସମେତ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ଜିଲା ତଥା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିଲା l ତେଣୁ ଏହି ୨ଟି ପୁରୁଣା ବ୍ରିଜ୍‌ରେ କିଛି ଦୁର୍ଘଟଣା ଘଟିବା ପୂର୍ବରୁ ରାଜପଥ ବିଭାଗ ତୁରନ୍ତ ମରାମତି କରିବାକୁ ଦାବି ହୋଇଛି। ଏ ନେଇ ରାୟଗଡାର ଜଣେ ଆଇନଜୀବୀ ଲାବଣ୍ୟ ମୋହନ ପଟ୍ଟନାୟକ କହିଛନ୍ତି, ଏଭଳି ବିପଦପୂର୍ଣ୍ଣ ରାସ୍ତା ଦେଇ ଯିବା ଆସିବା କରିବାକୁ ଭୟ ଲାଗୁଛି। ତେଣୁ ତୁରନ୍ତ ରାସ୍ତା ମରାମତି କରିବାକୁ ସେ ଦାବି କରିଛନ୍ତି l ରାୟଗଡ଼ା ଜାତୀୟ ରାଜପଥ କାର୍ଯ୍ୟାଳୟରେ ଅବସ୍ଥାପିତ ଏସ୍‌ଡିଓ ବିକ୍ରମ ପାଣିଗ୍ରାହୀ ସୁନାବେଡାରେ ଥିବା ମୁଖ୍ୟ ଡିଭିଜନ କାମ ଥିବା ଦର୍ଶାଇ ରାୟଗଡାରେ ଅନୁପସ୍ଥିତ ରହୁଛନ୍ତି। ଫଳରେ ଲକ୍ଷ୍ମୀପୁର ଜେଇଙ୍କୁ ରାୟଗଡା ଅତିରିକ୍ତ ଦାୟିତ୍ୱ ଦିଆଯାଇଥିବାବେଳେ ସେ ମଧ୍ୟ ଅଧିକାଂଶ ସମୟରେ ଅନୁପସ୍ଥିତ ରହୁଥିବାରୁ ୪ ଜଣ ପିଅନଙ୍କୁ ନେଇ ଚାଲିଛି ଜାତୀୟ ରାଜପଥ ବିଭାଗ l ତେଣୁ ଜାତୀୟ ରାଜପଥରେ ଏକ ସ୍ଥାୟୀ ଜେଇଙ୍କୁ ନିଯୁକ୍ତି କରିବାକୁ ମଧ୍ୟ ସାଧାରଣରେ ଦାବି ହୋଇଛି। ରାଜପଥ ସମସ୍ୟା ସମ୍ପର୍କରେ ପାଣିଗ୍ରାହୀଙ୍କୁ ଫୋନ୍‌ ଯୋଗେ ଯୋଗାଯୋଗ କରିବାରୁ ଉପରିସ୍ଥ ଅଧିକାରୀଙ୍କୁ ନୂତନ ବ୍ରିଜ ପାଇଁ ପ୍ରସ୍ତାବ ଦିଆଯାଇଛି। ତେବେ ବ୍ରିଜ୍‌ ମରାମତି କାମ ଅତିଶୀଘ୍ର ଆରମ୍ଭ କରାଯିବ ବୋଲି ସେ କହିଛନ୍ତି l


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri