ସଂକ୍ରମଣ ଯୋଗୁ ନଖର ରଙ୍ଗ ହୁଏ ଏଭଳି…

କେତେକ କାରଣ ଯୋଗୁ କିଛି ଲୋକଙ୍କ ହାତ ଏବଂ ଗୋଡ଼ ନଖ ସଂକ୍ରମିତ ହୋଇଥାଏ। ଏହା ଯୋଗୁ ନଖ ରଙ୍ଗ ବଦଳି ହଳଦିଆ ବା ଧଳା ହୋଇଯାଏ ଅବା ମୋଟା ହୋଇ ସ୍ଥାନଚ୍ୟୁତ ହୋଇଥାଏ। ଏହି ସମସ୍ୟାକୁ ଡାକ୍ତରୀ ଭାଷାରେ ଓନିକୋମାଇକୋସିସ କୁହାଯାଇଥାଏ। ଏହାର ଅନ୍ୟ ନାମ ଟିନିଆ ଅଙ୍ଗୁଇଅମ। ଏହା ଏକ ପ୍ରକାର କବକ ସଂକ୍ରମଣ ଯାହା ନଖକୁ ସଂକ୍ରମିତ କରିଥାଏ । ଉଭୟ ପାଦ ଓ ହାତ ନଖ ସଂକ୍ରମିତ ହୁଏ। କିନ୍ତୁ ପାଦ ନଖ ଅଧିକ ସଂକ୍ରମିତ ହୋଇଥାଏ । ସମସ୍ୟା ଅଧିକ ଜଟିଳ ହେଲେ ଗୋଡ଼ ତଳ ଭାଗରେ ସେଲ୍ୟୁଲାଇଟିସ ହୁଏ । ଫଳରେ ଯନ୍ତ୍ରଣା ମଧ୍ୟ ହୋଇଥାଏ।
ଓନିକୋମାଇକୋସିସ, ଡର୍ମାଟୋଫାଇଟ ଓ ଫୁସାରିଅମ ଆଦି କବକ ସଂକ୍ରମଣ ଯୋଗୁ ଏହି ସମସ୍ୟା ସୃଷ୍ଟି ହୋଇଥାଏ। ଆଥଲେଟ ଫୁଟ, ଅନ୍ୟାନ୍ୟ ନଖ ରୋଗ, ପେରିଫେରାଲ ଭାସ୍କୁଲାର ଡିଜିଜ, ଇମ୍ମ୍ୟୁନୋସପ୍ରେସନ ଆଦି ସମସ୍ୟା ଥିଲେ ଥିଲେ ଏହି ସଂକ୍ରମଣ ଅଧିକ ସଙ୍କଟ ସୃଷ୍ଟି କରିଥାଏ। ନଖର ଅବସ୍ଥା ଦେଖି ଓ ଲାବୋରେଟରୀ ପରୀକ୍ଷା କରି ଏହି ସମସ୍ୟାକୁ ଚିହ୍ନଟ କରାଯାଇଥାଏ।
ଓନିକୋମାଇକୋସିସ ସମସ୍ୟାର ବେଳେ ବେଳେ ଆପେ ଆପେ ଠିକ ହୋଇଯାଇଥାଏ। ଆଣ୍ଟିଫଙ୍ଗାଲ ଔଷଧ ମଧ୍ୟରେ ଟରବିନାଫାଇନ ବ୍ୟବହାର କଲେ ଏହି ସମସ୍ୟା ଦୂର ହୋଇଥାଏ। ତେବେ ଏହାଦ୍ୱାରା କେତେକଙ୍କଠାରେ ଯକୃତ ସମସ୍ୟା ସୃଷ୍ଟି ହୋଇପାରେ ବୋଲି ଡାକ୍ତର କହିଥାନ୍ତି। ସଂକ୍ରମିତ ନଖ କାଟିଦେଲେ ନୂଆ ନଖ ଉଠି ସମସ୍ୟା ମଧ୍ୟ ହୋଇଥାଏ । ସାଇକ୍ଲୋପାଇରକ୍ସ ଥିବା ନେଲପଲିସ ବ୍ୟବହାର ଦ୍ୱାରା ସାମୟିକ ସୁରକ୍ଷା ମିଳିଥାଏ। କେତେକଙ୍କଠାରେ କିଛି ଦିନ ପରେ ପୁଣି ସମସ୍ୟା ଲେଉଟିଆସେ । ପୃଥିବୀର ମୋଟ ଜନସଂଖ୍ୟାର ୧୦ ପ୍ରତିଶତ ଲୋକଙ୍କରଠାରରେ ଏହି ସମସ୍ୟା ଦେଖାଦେଇଥାଏ। ଏହି ରୋଗ ହୁଏ । ବୟସାଧିକ ଲୋକଙ୍କଠାରେ ଏହି ସମସ୍ୟା ଅଧିକ ଦେଖିବାକୁ ମିଳେ । ମହିଳାଙ୍କ ଅପେକ୍ଷା ପୁରୁଷମାନେ ଏଥିରେ ଅଧିକ ଆକ୍ରାନ୍ତ ହୁଅନ୍ତି । କବକ ଯୋଗୁ ଏହି ସମସ୍ୟା ସୃଷ୍ଟି ହେଉଥିବା ସମ୍ପର୍କରେ ୧୮୫୩ରେ ଜର୍ଜ ମେଇସନର ପ୍ରଥମେ ସୂଚନା ଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri