ରାଜ୍ୟରେ ଆୟୁଷ୍ମାନ ଭାରତ ଶୁଭାରମ୍ଭ କଲେ ନଡ୍ଡା: ସାଢ଼େ ୩ କୋଟି ଲୋକଙ୍କୁ ମିଳିବ ସୁବିଧା

କଟକ,୧୧।୪: ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ ହୋଇଛି। ଆୟୁଷ୍ମାନ ଭାରତ ସହ ଆୟୁଷ୍ମାନ ବୟୋ ବନ୍ଦନାର ଶୁଭାରମ୍ଭ କଟକରେ କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେ.ପି ନଡ୍ଡା। ପ୍ରାୟ ସାଢ଼େ ୩ କୋଟି ଲୋକଙ୍କଙ୍କୁ ମାଗଣା ଚିକିତ୍ସା ସୁବିଧା ମିଳିବ। ଦେଶର ୨୯ ହଜାରରୁ ଊଦ୍ଧର୍‌ବ ହସ୍ପିଟାଲରେ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ।

କଟକର ଐତିହାସିକ ବାଲିଯାତ୍ରା ପଡ଼ିଆରେ ଏହାର ଶୁଭାରମ୍ଭ କରାଯାଇଛି । କେନ୍ଦ୍ରମନ୍ତ୍ରୀ ଏହି ସୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଏହାର ଲୋକାର୍ପଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ, ଜୁଏଲ ଓରାମ, ଦୁଇ ଉପ ମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ, ପ୍ରଭାତୀ ପରି ଏବଂ ସୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଉପସ୍ଥିତଥିଲେ॥ ୧୨ ଜିଲାରେ ମଧ୍ୟ ଏଥିପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ରାଜ୍ୟ ସରକାରଙ୍କ ୧୨ ଜଣ ମନ୍ତ୍ରୀ ଏଥିରେ ଅତିଥି ଭାବେ ଯୋଗଦେଇ ସ୍ବାସ୍ଥ୍ୟକାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି।

ଓଡ଼ିଶାବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା  ଯୋଗାଇ ଦେବାକୁ ରାଜ୍ୟ ସରକାର ୩ଟି  ଯୋଜନାର ଲୋକାର୍ପଣ କରିଛନ୍ତି ।  ରାଜ୍ୟର ସମସ୍ତ ୧୪୦୫ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ ।  ୩ଟି ଯୋଜନାରେ ରାଜ୍ୟର ୧.୩ କୋଟି  ପରିବାରର ସାଢ଼େ ୩ କୋଟି ଲୋକ ଯୋଡ଼ି  ହେବେ । ୭୦ ବର୍ଷ ବୟସରୁ ଉର୍ଦ୍ଧ୍ବ ଲୋକମାନଙ୍କୁ  ଆୟୁଷ୍ମାନ ବୟୋବନ୍ଦନା ଯୋଜନାରେ ସାମିଲ  କରାଯିବ । ରାଜ୍ୟରେ ଏମାନଙ୍କ ସଂଖ୍ୟା ୨୩  ଲକ୍ଷ ୧୩ ହଜାର । ପ୍ରାୟ ୧୭ ଲକ୍ଷ ଆୟୁଷ୍ମାନ ଏବଂ ଜିଜେଏୱାଇରେ ସାମିଲ ଥିବାରୁ ଆଉ ୬ ଲକ୍ଷ ହିତାଧିକାରୀ ଏହି ଯୋଜନାରେ ଯୋଡ଼ି ହେବେ । ପ୍ରତି ପରିବାର ପିଛା ୫ ଲକ୍ଷ ଟଙ୍କା  ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ମିଳିବ । ତେବେ  ପରିବାରର ମହିଳା ହିତାଧିକାରୀଙ୍କ ପାଇଁ  ଅତିରିକ୍ତ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସେବା ପ୍ରଦାନ କରାଯିବ ।

ପୂର୍ବରୁ ପ୍ରତି ପରିବାରକୁ ଗୋଟିଏ କାର୍ଡ଼ ମିଳୁଥିଲା । ଏବେ ପ୍ରତ୍ୟେକ ହିତାଧିକାରୀଙ୍କୁ ଗୋଟିଏ ଲେଖାଏଁ କାର୍ଡ ମିଳିବ । ଏହାଦ୍ୱାରା ରାଜ୍ୟ ବାହାରେ ରହୁଥିବା ହିତାଧିକାରୀମାନଙ୍କୁ ଆଉ ମାଗଣା ସ୍ୱାସ୍ଥ୍ୟସେବା ପାଇବାରେ କୌଣସି ଅସୁବିଧା ହେବନି । ବୟୋବନ୍ଦନା ହିତାଧିକାରୀମାନେ ଅଲଗା ସ୍ୱତନ୍ତ୍ର କାର୍ଡ ପାଇବେ । ପୂର୍ବରୁ ୯୦୦ଟି ତାଲିକାଭୁକ୍ତ ହସ୍ପିଟାଲରେ ସ୍ୱାସ୍ଥ୍ୟସେବା ମିଳୁଥିଲା । ଏବେ  ଦେଶର ୨୯ ହଜାର ଅଗ୍ରଣୀ ଘରୋଇ ଏବଂ ସରକାରୀ  ହସ୍ପିଟାଲରେ ଦେୟମୁକ୍ତ ଚିକିତ୍ସା ସେବା ମିଳିବ ।

 


Enter your email to get our daily news in your inbox.

All Right Reserved By Dharitri.Com

ଇତିହାସ ରଚିଲା ଭରତ

ଅହମଦାବାଦ,୮।୩: ଅହମଦାବାଦରେ ବିଶ୍ୱର ସବୁଠାରୁ ବଡ଼ କ୍ରିକେଟ ଷ୍ଟାଡିୟମରେ ଲକ୍ଷାଧିକ ଦର୍ଶକଙ୍କ ସମ୍ମୁଖରେ ଇତିହାସ ରଚିଛି ଭାରତ। ଏକାଧିକ ରେକର୍ଡ ସହ ବିଶ୍ୱର ପ୍ରଥମ ଦଳ ଭାବେ…

୩ୟ ଥର ପାଇଁ ବିଶ୍ୱ ଚାମ୍ପିୟନ ହେଲା ‘ଟିମ୍‌ ଇଣ୍ଡିଆ’: ବିଶାଳ ଟାର୍ଗେଟ ଆଗରେ ଚୁରମାର ହୋଇଗଲା କିଓ୍ବି ଦଳର ସ୍ବପ୍ନ 

ଅହମଦାବାଦ, ୮।୩- ଉଡ଼ିଲା ତ୍ରିରଙ୍ଗା। ଟି୨୦ ବିଶ୍ୱକପ୍‌ ଫାଇନାଲ ଜିତି ବିଶ୍ୱ ଚାମ୍ପିଅନ ହେବାର ଗୌରବ ଅର୍ଜନ କରିଛି ଟିମ୍‌ ଇଣ୍ଡିଆ। ରବିବାର ନରେନ୍ଦ୍ର ମୋଦି ଷ୍ଟାଡିୟମରେ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଶିଶୁଙ୍କ ସହ ଚାଲିଗଲା ୪ଜଣଙ୍କ ଜୀବନ

ଭେଡେନ,୮।୩(ହୃଷୀକେଶ ଖମାରୀ): ବରଗଡ଼ ଜିଲା ଗୋଡଭଗାରୁ ସୋନପୁର ରାସ୍ତାର ଭେଡେନ ଥାନା ରୁଷୁଡା ଫାଣ୍ଡି ଅନ୍ତର୍ଗତ ମେହେନା ଛକ ନିକଟରେ ରବିବାର ରାତିରେ ଏକ ମର୍ମନ୍ତୁଦ ସଡ଼କ…

ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ଅତିରିକ୍ତ ସଚିବଙ୍କ ଲାଞ୍ଜିଗଡ ଗସ୍ତ, ଜନମନ ଯୋଜନାରେ….

ଲାଞ୍ଜିଗଡ,୮।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଳକ୍ ଦିନିକିଆ ଗସ୍ତରେ ଆସି ତ୍ରିଲୋଚନପୁର ପଞ୍ଚାୟତର ଦୁର୍ଗମ କୁନ୍ନାକାଡୁ ଗାଁ’କୁ ରବିବାର ଗସ୍ତ କରିଥିଲେ ପଞ୍ଚାୟତରାଜ ଓ…

କୋଲାବ ଜଳଭଣ୍ଡାରରେ ୩ ଜଣ ନବୋଦୟ ଛାତ୍ରଙ୍କ ମୃତ୍ୟୁ ଘଟଣା, ୩ ନିଲମ୍ବିତ

କୋରାପୁଟ, ୮।୩( ଅମିତାଭ ବେହେରା ): କୋରାପୁଟ କୋଲାବ ଜଳଭଣ୍ଡାରରେ ଶନିବାର ନବୋଦୟ ବିଦ୍ୟାଳୟର ତିନି ଛାତ୍ର ବୁଡ଼ି ମୃତ ଘଟଣାରେ ରବିବାର ନବୋଦୟ ସଂସ୍ଥାର ଆଞ୍ଚଳିକ…

India vs New Zealand:ଫାଇନାଲରେ ଭାରତର ବିଶାଳ ସ୍କୋର, ନ୍ୟୁଜିଲାଣ୍ଡକୁ ଟାର୍ଗେଟ ମିଳିଲା…

ଅହମ୍ମଦାବାଦ,୮।୩: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ୍‌ ୨୦୨୬ର ଫାଇନାଲ ମୁକାବିଲା ଖେଳାଯାଉଛି। ଏହି ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଟିମ୍‌ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି…

ଅନ୍ତର୍ଜାତୀୟ ମହିଳା ଦିବସ, ସୁସ୍ଥ ସମାଜ ଗଠନରେ ମହିଳାମାନଙ୍କ ଭୂମିକା ଅନନ୍ୟ

ବରଗଡ଼,୮।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ବିଭିନ୍ନ ସ୍ଥାନରେ ରବିବାର ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ବରଗଡ଼ ନେହେରୁ ଏସୋସିଏସନ ମହିଳା ସମିତି ପକ୍ଷରୁ ଅନୁଷ୍ଠିତ…

ଭାରତୀୟ ବାଇସନ ମହୋତ୍ସବ: ଡେବ୍ରିଗଡ଼ରେ ହେବ ଭାରତର ପ୍ରଥମ ଜାତୀୟ ଗୟଳ ପାର୍କ

ବରଗଡ,୮।୩(ପ୍ରେମାନନ୍ଦ ଖମାରୀ): ଡେବ୍ରିଗଡ଼ ଅଭୟାରଣ୍ୟ ଆସନ୍ତା କିଛିଦିନ ମଧ୍ୟରେ ଭାରତ ବର୍ଷର ପ୍ରଥମ ଜାତୀୟ ଗୟଳ ପାର୍କଭାବେ ଅଭିହିତ ହେବ । ରବିବାର ଭାରତୀୟ ବାଇସନ (ଗୟଳ)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri