
ପ୍ୟାରିସ,୧୭ା୪: ଆସନ୍ତା ମେ’ ୨୫ ତାରିଖରେ ଫ୍ରେଞ୍ଚ ଓପନ ତଥା ବର୍ଷର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ନାମେଣ୍ଟ ଆରମ୍ଭ ହେବ। ଟୁର୍ନାମେଣ୍ଟର ଉଦ୍ଘାଟନୀ ଦିନ ଅବସରପ୍ରାପ୍ତ ୧୪ ଥରର ଚାମ୍ପିୟନ ରାଫେଲ ନାଡାଲଙ୍କୁ ସମ୍ମାନିତ କରାଯିବ।
ରାଫାଲଙ୍କ ଫ୍ରେଞ୍ଚ ଓପନ ଇତିହାସରେ ଅନେକ କୃତିତ୍ୱ ରହିଛି। ଏଥିଯୋଗୁ ତାଙ୍କ ସମ୍ମାନରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରାଯିବ। ତାଙ୍କୁ ସ୍ବତନ୍ତ୍ର ଓ ଅସାଧାରଣ ଭାବେ ସମ୍ମାନିତ କରିବାକୁ ଚାହୁଁ। ଆମେ ତାଙ୍କୁ ଗତବର୍ଷ ସମ୍ମାନିତ କରିବାକୁ ଚାହୁଁଥିଲୁ। କିନ୍ତୁ ସେ ସେହି ସମୟରେ ମନା କରିଥିଲେ। କାରଣ ତାହା ତାଙ୍କର ଅନ୍ତିମ ରୋଲାଣ୍ଡ ଗାରୋସ ଥିଲା ବୋଲି ସେ ନିଶ୍ଚିତ ନ ଥିଲେ। ବର୍ତ୍ତମାନ ସେ ଅବସର ନେଇସାରିଛନ୍ତି ଏବଂ ସେ ଏବେ ଏହାକୁ ଖୁସିରେ ଗ୍ରହଣ କରିବେ ବୋଲି ଫ୍ରେଞ୍ଚ ଓପନ ଡାଇରେକ୍ଟର ଆମେଲିଏ ମାଉରେସମୋ କହିଛନ୍ତି।
ଗ୍ରାଣ୍ଡସ୍ଲାମ ଚାମ୍ପିୟନ ନାଡାଲ ଗତ ବର୍ଷ ଡିସେମ୍ବରରେ ଅବସର ଘୋଷଣା କରିଥିଲେ। ତାଙ୍କ ନାମରେ ସର୍ବାଧିକ ୧୪ଥର ଫ୍ରେଞ୍ଚ ଓପନ ଜିତିବାର ରେକର୍ଡ ରହିଛି। ସେ ଅନ୍ତିମ ଥର ୨୦୨୪ରେ ଟୁର୍ନାମେଣ୍ଟରେ ଭାଗ ନେଇଥିଲେ। ଏହି ସଂସ୍କରଣରେ ଆଲେକ୍ସଜାଣ୍ଡର ଭେରେଭଙ୍କଠାରୁ ପ୍ରଥମ ରାଉଣ୍ଡରେ ପରାଜିତ ହୋଇଥିଲେ।