ଲାଇଫ୍‌ ବଦଳେଇଦେବ ନବୀନ ମ୍ୟାଜିକ୍‌ କାର୍ଡ, ଉଚ୍ଚଶିକ୍ଷା ପାଇଁ ହେବନି ଖର୍ଚ୍ଚ; ଜାଣନ୍ତୁ କେମିତି କରିବେ Apply

ଭୁବନେଶ୍ୱର,୫।୩: ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର Nabin Odisha Magic Card ପଞ୍ଜୀକରଣ ପାଇଁ ମାଲକାନଗିରି ଜିଲାରେ ଓ୍ବେବ୍‌ ପୋର୍ଟାଲ ଶୁଭାରମ୍ଭ କରିଛନ୍ତି। ଆଜିଠାରୁ ନବୀନ କାର୍ଡ ଆବେଦନ ଆରମ୍ଭ ହୋଇଛି। ତେବେ ଆସନ୍ତୁ ଜାଣିବା ଏଥିରେ କ’ଣ ସବୁ ସୁବିଧା ରହିଛି ଆଉ ଏହାକୁ କେମିତି ଆବେଦନ କରିବେ।

ବିଏସକେୱାଇ କାର୍ଡ଼ ପରେ ରାଜ୍ୟ ସରକାର Nabin Odisha ନବୀନ ମ୍ୟାଜିକ କାର୍ଡ଼ର ଶୁଭାରମ୍ଭ କରିଛନ୍ତି। ସରକାରଙ୍କ ଦ୍ୱାରା ଲାଗୁ ହେବାକୁ ଥିବା ଏହି କାର୍ଡ଼ର ସୁବିଧା ସମସ୍ତ ଛାତ୍ରୀଛାତ୍ରଙ୍କୁ ମିଳିିବ । ଏଥିପାଇଁ ଆଜି ଠାରୁ ଅନଲାଇନ registration ଆରମ୍ଭ ହୋଇଛି।  ଆସନ୍ତା ଅଗଷ୍ଟ ୧୫ ତାରିଖରେ ଏହି ମ୍ୟାଜିକ କାର୍ଡ ମିଳିବ। କୌଣସି ସ୍ଥାନକୁ ଯାତ୍ରା କରୁଥିଲେ ଏହି କାର୍ଡରେ ଛାତ୍ରୀଛାତ୍ରଙ୍କୁ ରିହାତି ସୁବିଧା ମିଳିବ । ଏହି କାର୍ଡରେ ବିଭିନ୍ନ ୱାଇଫାଇ ପଏଣ୍ଟରେ ଇଣ୍ଟରନେଟ ସୁବିଧା ପାଇପାରିବେ ।

ମ୍ୟାଜିକ କାର୍ଡ ପାଇଁ ଷ୍ଟୁଡେଣ୍ଟ କାର୍ଡ,ଆଧାର କାର୍ଡ,୧୦ମ ଶ୍ରେଣୀ ସାର୍ଟିିଫିକେଟ ଆବଶ୍ୟକ ହେବ। କାର୍ଡ ପାଇଁ ଆବେଦନକାରୀ ଓଡିଶାର ହୋଇଥିବା ଆବଶ୍ୟକ, ଆବେଦନକାରୀ ଜଣେ ଛାତ୍ରୀଛାତ୍ର ହୋଇଥିବା ଆବଶ୍ୟକ। ଆବେଦନ କରିବା ପାଇଁ ସର୍ବପ୍ରଥମେ, କାର୍ଡର ଅଫିସିଆଲ ୱେବସାଇଟ ଭିଜିଟ କରନ୍ତୁ । ପରେ ୱେବସାଇଟର ହୋମପେଜ୍‌ ଖୋଲିବ । ବର୍ତ୍ତମାନ ହୋମପେଜ୍‌ରୁ, click here to apply ଉପରେ କ୍ଲିକ କରନ୍ତୁ ।
ସ୍କ୍ରିନରେ ଗୋଟିଏ ନୂଆ ପେଜ୍‌ ଦେଖାଯିବ । ସେଥିରେ ନିଜର ନାମ, ବୟସ, ଜନ୍ମ ତାରିଖ, ଠିକଣା ଇତ୍ୟାଦି ପୂରଣ କରନ୍ତୁ । ବର୍ତ୍ତମାନ ଆବଶ୍ୟକ ଡକ୍ୟୁମେଣ୍ଟ ଅପଲୋଡ କରନ୍ତୁ । ପ୍ରଦତ୍ତ ସୂଚନା ଯାଞ୍ଚ କରନ୍ତୁ । ଶେଷରେ, ସବମିଟ ବିକଳ୍ପ ଉପରେ କ୍ଲିକ କରନ୍ତୁ । ଏହି ଉପାୟରେ, ଆପଣ ସହଜରେ ନବୀନ ଓଡିଶା ମ୍ୟାଜିକ କାର୍ଡ ପାଇଁ ଆବେଦନ କରିପାରିବେ ।

ତେବେ କହିରଖୁଛୁ କି, ସମସ୍ତ ଛାତ୍ରୀଛାତ୍ର ଏହି କାର୍ଡ଼ର ସୁବିଧା ପାଇବେ ନାହିଁ । କିଛି ବିଶେଷ କ୍ଷେତ୍ରରେ ପ୍ରଶଂସନୀୟ ପ୍ରଦର୍ଶନ କରିଥିବା ଛାତ୍ରୀଛାତ୍ର ଏହି କାର୍ଡ଼ର ସୁଯୋଗ ପାଇବେ । ଏକାଡେମିକ ଆକ୍ଟିଭିଟି, ମନୋରଞ୍ଜନ ଓ କାର୍ଯ୍ୟଦକ୍ଷତା ଆଧାରରେ ସେମାନଙ୍କୁ ଫ୍ୟାସିଲିଟି ପ୍ରଦାନ କରାଯିବ । ସେମାନଙ୍କ ବିଭିନ୍ନ କାର୍ଯ୍ୟକଳାପ ମାଧ୍ୟମରେ ପଏଣ୍ଟ ଅନୁସାରେ ସ୍ବର୍ଣ୍ଣ, ରୌପ୍ୟ ଓ ପ୍ଲାଟିମନରେ ବିଭକ୍ତ କରାଯିବ । ସରକାରୀ ଚାକିରିଆ ଓ ଆୟକର ଦାତାଙ୍କ ପିଲା ଏଥିରୁ ବାଦ ପଡ଼ିବେ । ଏହି ପଏଣ୍ଟ-ସିଷ୍ଟମ ଆଧାରିତ ସ୍ମାର୍ଟ କାର୍ଡର ଉଦ୍ଦେଶ୍ୟ ହେଉଛି ଯୁବବର୍ଗଙ୍କୁ ନିୟୋଜିତ କରିବା ଓ ସଶକ୍ତ କରିବା, ସେମାନଙ୍କ ଶିକ୍ଷାଗତ, ବ୍ୟକ୍ତିତ୍ୱ ଓ ଦକ୍ଷତା ବିକାଶ କରିବା । ଏହି କାର୍ଡ ପିଲାଙ୍କୁ ଚାକିରି କ୍ଷେତ୍ରରେ ମଧ୍ୟ ସୁବିଧା ଯୋଗାଇବ। ଏହି କାର୍ଡ ପିଲାଙ୍କ ବିକାଶର ପ୍ରମାଣ କାର୍ଡ ହେବ, ଯେଉଁଥିରେ ବିଭିନ୍ନ ସୁବିଧା ସୁଯୋଗ ଉପଲବ୍ଧ ହେବ ।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୁଣି ଆନ୍ଦୋଳନ ଡାକରା ଦେଲା CJP! ଆଜି ରାତି ୮ଟାରେ ଦିଲ୍ଲୀରେ ହେବ…

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍, କୃଷକଙ୍କ ଆନ୍ଦୋଳନ ଏବଂ ପୋଲିସର ବଳପ୍ରୟୋଗ ବିରୋଧରେ ଦିଲ୍ଲୀରେ ରାଜନୈତିକ ସରଗରମ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ କକରୋଚ…

ଜୀରାନଦୀ ଜଳ ହେବ ସ୍ବଚ୍ଛ: ୧୭୮.୫୦ କୋଟି ଟଙ୍କାର ଏସଟିପି ପ୍ରକଳ୍ପ ପାଇଁ ମିଳିଲା ରାଜ୍ୟ ସରକାରଙ୍କ ମଞ୍ଜୁରୀ

ବରଗଡ଼,୨୧।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ମଧ୍ୟ ଦେଇ ପ୍ରବାହିତ ଜୀରାନଦୀକୁ ପ୍ରଦୂଷଣମୁକ୍ତ କରିବା ଏବଂ ସହରର ବ୍ୟବହୃତ ଜଳ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ…

ମୋଦିଙ୍କ ଘର ଆଗରେ ଶୋଇଗଲେ ରାହୁଲ; ଉଠାଇ ନେଲା ପୋଲିସ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍ ଏବଂ ଛାତ୍ରଛାତ୍ରୀଙ୍କ ଉପରେ ଦିଲ୍ଲୀ ପୋଲିସର ବଳପ୍ରୟୋଗ ବିରୋଧରେ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ କଂଗ୍ରେସ ପକ୍ଷରୁ ଧାରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri