ନାହିଁ ନାହିଁରେ ଚାଲିଛି ନବରଙ୍ଗପୁର ଜିଏନ୍‌ଏମ୍‌ କଲେଜ

ନବରଙ୍ଗପୁର,୨୪।୧(ବି.ପ୍ର.):ସ୍ବାସ୍ଥ୍ୟ ମଣିଷ ଜୀବନର ଅମୂଲ୍ୟ ସମ୍ପଦ। ଦେହ ଖରାପ ହୋଇଗଲେ ଆମେ ଦୌଡ଼ିଥାଉ ମେଡିକାଲକୁ। ଡାକ୍ତର, ଫାର୍ମାସିଷ୍ଟ, ଏଏନ୍‌ଏମ୍‌ ଓ ଜିଏନ୍‌ଏମ୍‌ମାନେ ଯାହା ଉପଚାର କରିଥାନ୍ତି, ତାହାକୁ ଗ୍ରହଣ କରିଥାଉ। ତେବେ ସେମାନେ ନେଇଥିବା ଟ୍ରେନିଂ ଯଦି ଠିକ୍‌ଭାବେ ହୋଇ ନ ଥିବ ତା’ହେଲେ ରୋଗୀ କିଭଳି ଉପଯୁକ୍ତ ସେବା ପାଇବେ ତାହା ଏକ ପ୍ରଶ୍ନବାଚୀ। ରାଜ୍ୟ ସରକାର ବ୍ୟାପକ ଅର୍ଥ ଖର୍ଚ୍ଚକରି ବିଭିନ୍ନ ସ୍ଥାନରେ ଏଏନ୍‌ଏମ୍‌ ଓ ଜିଏନ୍‌ଏମ୍‌ ଟ୍ରେନିଂ ସେଣ୍ଟର ଖୋଲି ତାଲିମ ବ୍ୟବସ୍ଥା କରିଛନ୍ତି। ତୃଣମୂଳସ୍ତରରେ ଦେଖିଲାବେଳେ କେଉଁଠି ପ୍ରଶିକ୍ଷକ ତ କେଉଁଠି ଲାଇବ୍ରେରିରେ ବହି ଅଭାବ ତ କେଉଁଠି ଲାବ୍‌ରେ ସରଞ୍ଜାମ ନାହିଁ। ଯାହାକୁ ନେଇ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଅନ୍ଧକାର। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲାରେ l ନାହିଁ ନାହିଁରେ ନବରଙ୍ଗପୁର ଜିଏନ୍‌ଏମ୍‌ ଚାଲିଥିବା କହିଲେ ଅତ୍ୟୁକ୍ତି ହେବ ନାହିଁ। ସରକାରଙ୍କ ସହ କଲେଜ କର୍ତ୍ତୃପକ୍ଷ ବାରମ୍ବାର ଆଲୋଚନାକଲେ ବି ସୁଫଳ ମିଳୁ ନ ଥିବା ଅଭିଯୋଗ କରିଛନ୍ତି ଛାତ୍ରୀଛାତ୍ର।
ନବରଙ୍ଗପୁର ଜିଲାରେ ୨୦୧୨ରେ ଜିଏନ୍‌ଏମ୍‌ କଲେଜ ଆରମ୍ଭ କରାଯାଇଥିଲା। ପ୍ରଥମେ ଗୃହ ଅଭାବରୁ ନବରଙ୍ଗପୁର ମହିଳା ମହାବିଦ୍ୟାଳୟରେ ଏହି କଲେଜ କରାଯାଇ ପିଲାଙ୍କୁ ଟ୍ରେନିଂ ଦିଆଯାଉଥିଲା। ୨୦୧୫ରେ ନବରଙ୍ଗପୁର ସଦରସ୍ଥିତ ରଙ୍ଗମାଟିଗୁଡ଼ାରେ ନୂତନ ଗୃହ ନିର୍ମାଣ କରାଯାଇ ପିଲାଙ୍କୁ ଟ୍ରେନିଂ ଦିଆଯିବା ବ୍ୟବସ୍ଥା କରାଯାଉଛି। ୨୦୨୧-୨୨ଶିକ୍ଷାବଷଠାରୁ ଏଠାରେ ବିଏସ୍‌ସି ନର୍ସିଂ ପାଠ୍ୟକ୍ରମ ମଧ୍ୟ ଖୋଲାଯାଇଛି। ଏଠାରେ ଶିକ୍ଷକ ଅଭାବରୁ ପିଲାଙ୍କୁ ଉତ୍ତମ ଓ ଗୁଣାତ୍ମକ ଶିକ୍ଷା ଦିଆଯାଉ ନ ଥିବା ଅଭିଯୋଗ ହୋଇଛି। ପିଲାଙ୍କ ଶିକ୍ଷା ପାଇଁ ମୋଟ ୨୦ଜଣଙ୍କ ଆବଶ୍ୟକତା ଥିବାବେଳେ ଏଠାରେ ଅଛନ୍ତି ମାତ୍ର ୪ ଜଣ ଶିକ୍ଷୟିତ୍ରୀ l ସେଥିରୁ ଜଣେ ଶିକ୍ଷୟିତ୍ରୀ ୨୦୧୬ରୁ ପ୍ରିନ୍ସିପାଲ ଚାର୍ଜ ତୁଲାଇ ଆସୁଛନ୍ତି। ପିଅନ, ଆଟେଣ୍ଡାଣ୍ଟ, ୱାର୍ଡେନ ମଧ୍ୟ ନାହାନ୍ତି l ଏଠାରେ ଜିଏନ୍‌ଏମ୍‌ ପାଠ୍ୟକ୍ରମରେ ୧୫୦ ଏବଂ ନର୍ସିଂର ୫୬ ଜଣ ଅଛନ୍ତି l ମାତ୍ର ୩ ଜଣ ଶିକ୍ଷୟିତ୍ରୀ ଏତେ ପିଲାଙ୍କୁ ପାଠ ପଢ଼ାଇବାରେ ଅସୁବିଧା ହେଉଥିବା ବେଳେ ଅନେକ ସମୟରେ କ୍ଳାସ୍‌ ବନ୍ଦ ହୋଇଯାଉଛି। ସେହିଭଳି ଲାବ୍‌ରେ ଯଥେଷ୍ଟ ପରିମାଣର ସାମଗ୍ରୀ ନ ଥିବାରୁ ପ୍ରାକ୍ଟିକାଲ କରିବାରେ ଅସୁବିଧା ହେଉଛି। ପିଲାମାନେ ଠିକ୍‌ରେ ପ୍ରାକ୍ଟିକାଲ କରି ନ ଥିବା ବେଳେ ପୁଣି କ୍ଲିନିକାଲ କରିବାକୁ ନବରଙ୍ଗପୁର ଡାକ୍ତରଖାନାକୁ ଯାଇ ରୋଗୀ ସେବା କରୁଥିବା ଦେଖିବାକୁ ମିଳୁଛି। ସେମାନେ କିଭଳି ରୋଗୀ ସେବା କରୁଥିବେ ତାହା ଅନୁମେୟ। କ୍ଲିନିକାଲ ଡ୍ୟୁଟି ସାରି ହଷ୍ଟେଲ ଫେରିବା ବେଳେ ରାତି ହୋଇଯାଉଛି। ରାସ୍ତା ନିଛାଟିଆ ଓ ଅନ୍ଧାର ଥିବାରୁ ଭୟ ରହୁଛି ବୋଲି ଅଭିଯୋଗ ହୋଇଛି। ଅନ୍ୟପଟେ ଛାତ୍ରୀମାନେ ରହୁଥିବା ହଷ୍ଟେଲରେ ଫ୍ୟାନ୍‌, ବିଜୁଳି, ପାଣି ଠିକ୍‌ରେ ମିଳିପାରୁ ନ ଥିବାବେଳେ ଛାତ୍ରମାନଙ୍କ ପାଇଁ ହଷ୍ଟେଲ ନାହିଁ। ସେମାନେ ଅସୁବିଧା ଭୋଗୁଛନ୍ତି ବୋଲି ଛାତ୍ରମାନେ କହିଛନ୍ତି। ସରକାର ଏ ଦିଗରେ ଦୃଷ୍ଟିଦେଇ ସମସ୍ତ ଅସୁବିଧା ଦୂର କରନ୍ତୁ। ଏପରି ନ ହେଲେ ବାଧ୍ୟହୋଇ ଆନ୍ଦୋଳନ କରିବେ ବୋଲି ଛାତ୍ରୀ ଶୁଭଦର୍ଶିନୀ ପାଣି, ଗୀତାଞ୍ଜଳି ମହାଲିକ, ଛାତ୍ର ଅନିମେଷ ଓଝା କହିଛନ୍ତି। ଅଭିଯୋଗ ନେଇ ଭାରପ୍ରାପ୍ତ ପ୍ରିନ୍ସିପାଲ ଯତୀନ ମଞ୍ଜୁ ବାରୁଆଙ୍କୁ ପଚାରିବାରୁ ପିଲାମାନେ ଯାହା ଯାହା ଅଭିଯୋଗ କରିଛନ୍ତି ତାହା ସତ। ରାଜ୍ୟ ସରକାରଙ୍କୁ କଲେଜ ସମସ୍ୟା ସମ୍ପର୍କରେ ବହୁବାର ଲିଖିତ ଭାବେ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ ବୋଲି ସେ କହିଛନ୍ତି। ଶିକ୍ଷକ ଅଭାବ ଯୋଗୁ ଛାତ୍ରୀଛାତ୍ରମାନେ ମଧ୍ୟ ବହୁ ଅସୁବିଧା ଭୋଗୁଛନ୍ତି ବୋଲି ପ୍ରିନ୍ସିପାଲ ବାରୁଆ ପ୍ରତିକ୍ରିୟା ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଲଟିଲା ମାଛ ବୋଝେଇ ମିନି ଟ୍ରକ: ଆଉ ତା’ପରେ ଘଟିଲା…

ଗଞ୍ଜାମ,୧।୪(ଅନାଥ ତରାଇ): ଗଞ୍ଜାମ ଥାନା ଅନ୍ତର୍ଗତ ବିଞ୍ଚଣାପଲି ଛକ ୧୬ ନମ୍ବର ଜାତୀୟ ରାଜପଥଠାରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ ମିନିଟ ସମୟରେ ଏକ…

ଗଞ୍ଜାମ ଜିଲାକୁ ୩ ଜାତୀୟ ପୁରସ୍କାର: ଚାରିଆଡ଼ୁ ଛୁଟିଲା ଶୁଭେଚ୍ଛାର ସୁଅ

ଛତ୍ରପୁର, ୧/୪(ଦିଲ୍ଲୀପ ସାମଲ): ପୁଣି ରାଜ୍ୟରେ ଗଞ୍ଜାମ ଜିଲା ସୁନାମ ଆଣିଛି । ଜିଲାକୁ ୩ଟି ଜାତୀୟ ପୁରସ୍କାର ମିଳିଛି । ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ…

ବଦଳିଛି ମାନଚିତ୍ର, ବାଟବଣା ବିକାଶ ପଥ: ଜିଲା ଗଠନକୁ ପୂରିଲା ୩୩ବର୍ଷ

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଗଠନକୁ ୩୩ବର୍ଷ ପୂରିଛି। ନୂତନ ଜିଲା ମନ୍ୟତା ପାଇବା ପରେ ୧୯୯୩ ଅପ୍ରେଲ ୧ ତାରିଖ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ସ୍ବର୍ଗତ…

ଆଜି ସମଲେଶ୍ବରୀଙ୍କ ମହାସ୍ନାନ: ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସମାଗମ

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ)- ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଶ୍ବରୀଙ୍କ ବୁଧବାର ମହାସ୍ନାନ ହୋଇଛି। ଏହି କ୍ରମରେ ଶୀତଳଧାରା ଅର୍ପଣ ପୂର୍ବକ ପ୍ରାତଃ ୪ଟା ୫୧ମିନିଟରୁ ଭକ୍ତମାନଙ୍କ ଦ୍ୱାରା…

ଜନଗଣନା ପାଇଁ ପ୍ରସ୍ତୁତି ଜୋରଦାର: ଗଣନାକାରୀ, ପର୍ଯ୍ୟବେକ୍ଷକଙ୍କୁ ତାଲିମ

ଦାରିଙ୍ଗବାଡି, ୧ା୪ (ଅରୁଣ ସାହୁ)କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ୩ ଦିନିଆ ଜନ ଗଣନା-୨୦୨୭ ପାଇଁ ଗଣନାକାରୀ ଓ ପର୍ଯ୍ୟବେକ୍ଷକଙ୍କୁ ନେଇ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri