ଚଳଚଞ୍ଚଳ ଇମାମୀନଗର

ବାଲେଶ୍ୱର, ୧୯।୬(ମାନସ ବିଶ୍ୱାଳ): ବାଲେଶ୍ୱର ବାଲଗୋପାଳପୁରସ୍ଥିତ ଇମାମୀନଗର ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ନେତ୍ରଉତ୍ସବ, ନବଯୌବନ, ଉଭାଯାତ୍ରା ଓ ଘୋଷଯାତ୍ରା ନିମନ୍ତେ ପ୍ରସ୍ତୁତି ସାଙ୍ଗକୁ ଚଳଚଞ୍ଚଳ ହୋଇଉଠିଛି ଇମାମୀ ନଗର।
ସୂଚନା ଅନୁଯାୟୀ, ରୀତିନୀତି ଅନୁଯାୟୀ, ୧୯ତାରିଖ  ଅପରାହ୍ନ ୪ଟା ୨୮ରୁ ଶ୍ରୀଜୀଉଙ୍କ ନେତ୍ର ଉତ୍ସବ, ନବଯୌବନ ଓ ଉଭାଯାତ୍ରାରେ ଭକ୍ତମାନଙ୍କୁ ଦର୍ଶନ ଦେବେ। ୨୦ତାରିଖ ମଙ୍ଗଳବାର ପୂର୍ବାହ୍ନରେ ବିଶାଳ ପଟୁଆରରେ ଆଜ୍ଞାମାଳ ଆସିବା ପରେ ୧୦ଟା ୩୦ମିନିଟ୍‌ରେ ପହଣ୍ଡି ବିଜେ, ଅପରାହ୍ନ ୨ଟା ୪୦ ମିନିଟ୍‌ରେ ଛେରାପହଁରା, ୩ଟା ୪୦ ମିନିଟ୍‌ରେ ରଥଟଣା ଅନୁଷ୍ଠିତ ହେବ। ସନ୍ଧ୍ୟା ୮ଟାରେ ବହୁ ପ୍ରତୀକ୍ଷିତ ଅତ୍ୟାଧୁନିକ ପୁଷ୍ପ ଓ ଆଲୋକମାଳା, ଭକ୍ତିମୟ ପରିବେଶରେ ଶ୍ରୀଜୀଉମାନେ ଗୁଣ୍ଡିଚା ମନ୍ଦିରରେ ପ୍ରବେଶ କରିବେ। ୨୦ରୁ ୨୭ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟହ ଅପରାହ୍ନ ୪ଟା ୩୦ରୁ ୮ଟା ୩୦ ମଧ୍ୟରେ ଇମାମୀନଗର ଗୁଣ୍ଡିଚା ମନ୍ଦିରସ୍ଥିତ ମେଳାପଡ଼ିଆରେ ସୁଦୂର ବୃନ୍ଦାବନରୁ ଆସୁଥିବା ବିଶିଷ୍ଟ ଆଧ୍ୟାମତ୍ିକ ସଂସ୍ଥାନର କଳାକାରଙ୍କ ଦ୍ୱାରା ଶ୍ରୀକୃଷ୍ଣ ଚରିତ ରାସଲୀଳା, ଇମାମୀ କଲୋନୀର ଲେଡ଼ିଜ୍‌ କ୍ଲବ୍‌ ପକ୍ଷରୁ ମହିଳାଙ୍କଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ, ବିଭିନ୍ନ କଳାକାରଙ୍କ ଦ୍ୱାରା ସଂକୀର୍ତ୍ତନ, କୁନି କୁନି ପିଲାଙ୍କ ଦ୍ୱାରା ଚିତ୍ରାଙ୍କନ କାର୍ଯ୍ୟକ୍ରମ, ଦାଣ୍ଡିଆ ନୃତ୍ୟ, ରଙ୍ଗୋଲି, ଦୀପ ପ୍ରଜ୍ଜ୍ୱଳନ ସହିତ ହେରାପଞ୍ଚମୀରେ ମହାଲକ୍ଷ୍ମୀଙ୍କ ଦ୍ୱାରା ରଥଭଙ୍ଗା କାର୍ଯ୍ୟକ୍ରମ ଭଳି ବହୁ ଚିତ୍ତାକର୍ଷକ ଆଧ୍ୟାମତ୍ିକ କାର୍ଯ୍ୟକ୍ରମ ଗୁଣ୍ଡିଚା ମନ୍ଦିର ମେଳା ପଡ଼ିଆରେ ଅନୁଷ୍ଠିତ ହେବ। ଜୁନ୍‌ ୨୮ ତାରିଖ ବୁଧବାର ଶ୍ରୀଗୁଣ୍ଡିଚା ମନ୍ଦିରରେ ଶ୍ରୀଜୀଉଙ୍କ ସମସ୍ତ ରୀତିନୀତି ସମ୍ପନ୍ନ ସାଙ୍ଗକୁ ଅପରାହ୍ନରେ ଧାଡ଼ି ପହଣ୍ଡି, ଛେରାପହଁରା, ବାହୁଡ଼ାଯାତ୍ରା ଓ ରଥଟଣା ଅନୁଷ୍ଠିତ ହେବ। ରାତ୍ର ୮ଟାରେ ରଥମାନଙ୍କର ସିଂହଦ୍ୱାର ବିଜେ ଏବଂ ଅଧରପଣା ନୀତି ସମ୍ପନ୍ନ ହେବ। ରାତ୍ର ୯ଟାରେ ଧାଡ଼ି ପହଣ୍ଡିରେ ଶ୍ରୀଜୀଉମାନଙ୍କର ରତ୍ନସିଂହାସନକୁ ବିଜେ କରିବେ। ସେହିପରି ଜୁନ୍‌ ୨୯ ଗୁରୁବାର ସମସ୍ତ ରୀତିନୀତି ସମ୍ପନ୍ନ ପରେ ସକାଳ ୮ଟା ୩୦ରୁ ସୁନାବେଶରେ ମହାପ୍ରଭୁ ଲକ୍ଷ ଲକ୍ଷ ଭକ୍ତଙ୍କୁ ଦର୍ଶନ ଦେବେ।
  ଓ ରାଜ୍ୟ ବାହାରୁ ଲକ୍ଷାଧିକ ଭକ୍ତଙ୍କର ସମାଗମକୁ ଲକ୍ଷ୍ୟ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରତ୍ୟହ ସୁରକ୍ଷା ବ୍ୟବସ୍ଥା, ଜଳସିଞ୍ଚନ, ସ୍ବାସ୍ଥ୍ୟସେବା, ପ୍ରତ୍ୟହ ଭକ୍ତଙ୍କ ନିମନ୍ତେ ପ୍ରସାଦସେବନ ବ୍ୟବସ୍ଥା, ପାନୀୟଜଳ ବ୍ୟବସ୍ଥା, ସିସି କ୍ୟାମେରାର ବ୍ୟବସ୍ଥା କରାଯିବା ସାଙ୍ଗକୁ ସ୍ଥାନୀୟ ରେମୁଣା ପୋଲିସ୍‌ ପ୍ରଶାସନ ପକ୍ଷରୁ ଟ୍ରାଫିକ୍‌ ନିୟନ୍ତ୍ରଣ ଓ ସୁରକ୍ଷା ଆଦି ବ୍ୟବସ୍ଥା ପାଇଁ ପ୍ରସ୍ତୁତି ଶେଷ ହୋଇଛି।  ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠାତା ତଥା ଇମାମୀ ଗ୍ରୁପ୍‌ର ଯୁଗ୍ମ ନିର୍ଦ୍ଦେଶକ ରାଧେଶ୍ୟାମ ଅଗ୍ରୱାଲ୍‌ ଓ ରାଧେଶ୍ୟାମ ଗୋୟେଙ୍କାଙ୍କ ନିର୍ଦ୍ଦେଶରେ ମନ୍ଦିର ପ୍ରଶାସନର ମୁଖ୍ୟ ପୁରୋଧା ସୁଶୀଲ୍‌ କୁମାର ଗୋୟେଙ୍କା, ଇମାମୀ ଗ୍ରୁପ୍‌ର ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବିବେକ୍‌ ଚାୱଲା ଏବଂ ସ୍ଥାନୀୟ କାଗଜକଳ ସଭାପତି ଆଶିଷ ଅବିନାଶ ଗୁପ୍ତା, ଉପସଭାପତି ରାଜେଶ କୁମାର ମିତ୍ତଲ୍‌, ମୁଖ୍ୟ ସଞ୍ଚାଳକ ଡ. ୟୁସୁଫ୍‌ ଅଲ୍ଲୀ ସୋଲାଙ୍କି ତଥା ଡିଜିଏମ୍‌ ଦେବବ୍ରତ ହୋତା, ଡିଜିଏମ୍‌ ରମେଶ ଚନ୍ଦ୍ର ଖୁଣ୍ଟିଆ, ଏଜିଏମ୍‌ ଓମ୍‌ ପ୍ରକାଶ ଶର୍ମା ତଥା ସ୍ଥାନୀୟ ମନ୍ଦିର ପ୍ରଶାସନିକ ଅଧିକାରୀ ନିଖିଲ ରଞ୍ଜନ ଦାସସାମନ୍ତରାୟ, ମନ୍ଦିରର ମୁଖ୍ୟ ପୂଜକ ପ୍ରଦୀପ୍ତ କୁମାର ମିଶ୍ର, ଇମାମୀ ଲେଡ଼ିସ୍‌ କ୍ଲବ୍‌ର ସଭାପତି ବନ୍ଦନା ଗୁପ୍ତା ଏବଂ ସମସ୍ତ ସଦସ୍ୟା ପ୍ରମୁଖ ବହୁ ବରିଷ୍ଠ ଅଧିକାରୀଙ୍କ ଦ୍ୱାରା ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଥିବା ଜଣାପଡ଼ିଛି। ରଥଯାତ୍ରାରେ ବହୁସଂଖ୍ୟାରେ ଜଗନ୍ନାଥପ୍ରେମୀ ଓ ଶ୍ରଦ୍ଧାଳୁମାନେ ଯୋଗଦେବା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ମନୋଜ କୁମାର ପାଢ଼ୀ ପ୍ରେସ୍‌ ବିବୃତ୍ତିରେ ଜଣାଇଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

ଆଖଣ୍ଡଳମଣି ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

ଧୂଷୁରୀ,୧୫ା୨(ଦୀପ୍ତି ରଞ୍ଜନ ନାୟକ): ପବିତ୍ର ମହାଶିବରାତ୍ରିରେ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ହୋଇ ଉଠିଛି ଚଳଚଞ୍ଚଳ। ଭୋର୍‌ ୪ଟାରେ ମନ୍ଦିର ପହୁଡ଼ ଖୋଲିବା ପରେ ମଙ୍ଗଳ…

ପାଇପ୍‌ ଫାଟି ଭାସୁଛି ପାଣି, ହେଲେ ଲୋକଙ୍କ ନିକଟରେ ପହଞ୍ଚୁନି

କେନ୍ଦୁଝର,୧୫ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଯୋଡ଼ା ବ୍ଲକ ଅନ୍ତର୍ଗତ ବଳଦା ପଞ୍ଚାୟତର ଖଣି ଖାଦାନ ଦ୍ୱାରା ପ୍ରଭାବିତ ବି ପ୍ଲଟ ଗ୍ରାମରେ ଦୀର୍ଘ ଏକ ମାସ ହେବ ବସୁଧା…

ମହମ୍ମଦ ୟୁନୁସ ହେବେ କି ବାଂଲାଦେଶର ରାଷ୍ଟ୍ରପତି? ନୂତନ ଭୂମିକାକୁ ନେଇ ବଢ଼ିଲା ଚର୍ଚ୍ଚା

ଢାକା,୧୫।୨: ବାଂଲାଦେଶରେ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବା ବେଳେ, ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କୁ ନେଇ ଅନେକ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଫେବୃଆରୀ ୧୨ରେ…

ଜାଗରରେ ବଡ଼ ଅଘଟଣ: ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ଖଲ୍ଲିକୋଟ,୧୫।୨(ପ୍ରଶାନ୍ତ କୁମାର ମିଶ୍ର): ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର । ମୃତକ ହେଲେ ଖଲ୍ଲିକୋଟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଦଶମ ଶ୍ରେଣୀ ଛାତ୍ର…

ଶୀତଳ ଭଣ୍ଡାରରେ ଭୟାବହ ଅଗ୍ନିକାଣ୍ଡ: ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ, ନିଆଁ ଲିଭାଉଛି ରୋବର୍ଟ

କୁଚିଣ୍ଡା,୧୫।୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ନିକଟସ୍ଥ ନୁଁନୁନିଆମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ରଵିବାର ସକାଳେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ଏଥିରେ କୋଟି…

ମହାଶିବରାତ୍ରି: ଵାଲୀ ଲୋକନାଥ-ଝାଡ଼େଶ୍ୱର ଓ ବଟେଶ୍ୱର ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଗଞ୍ଜାମ,୧୫ା୨(ବିଦ୍ୟାଧର ସାହୁ ): ସମଗ୍ର ରାଜ୍ୟରେ ମହା ଶିବରାତ୍ରି ଜାଗର ଯାତ୍ରା ପାଳିତ ହେଉଥିବା ବେଳେ ଗଞ୍ଜାମରେ ମଧ୍ୟ ଏହି ଜାଗର ଯାତ୍ରା ମହା ଆଡମ୍ବରରେ ପାଳିତ…

IND vs PAK ମ୍ୟାଚ୍ ସମୟରେ କିପରି ରହିବ ପାଗ? ଶ୍ରୀଲଙ୍କାରେ ବର୍ଷା…

କଲମ୍ୱୋ,୧୫ା୨:  ଭାରତ ବନାମ ପାକିସ୍ତାନ ମ୍ୟାଚ୍ ସମୟରେ ବର୍ଷାର ଆଶଙ୍କା ଅଧିକ ରହିଛି । ଏହି T୨୦ ବିଶ୍ୱକପ୍ ୨୦୨୬ ମୁକାବିଲା କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ସନ୍ଧ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri