ଚଳଚଞ୍ଚଳ ଇମାମୀନଗର

ବାଲେଶ୍ୱର, ୧୯।୬(ମାନସ ବିଶ୍ୱାଳ): ବାଲେଶ୍ୱର ବାଲଗୋପାଳପୁରସ୍ଥିତ ଇମାମୀନଗର ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ନେତ୍ରଉତ୍ସବ, ନବଯୌବନ, ଉଭାଯାତ୍ରା ଓ ଘୋଷଯାତ୍ରା ନିମନ୍ତେ ପ୍ରସ୍ତୁତି ସାଙ୍ଗକୁ ଚଳଚଞ୍ଚଳ ହୋଇଉଠିଛି ଇମାମୀ ନଗର।
ସୂଚନା ଅନୁଯାୟୀ, ରୀତିନୀତି ଅନୁଯାୟୀ, ୧୯ତାରିଖ  ଅପରାହ୍ନ ୪ଟା ୨୮ରୁ ଶ୍ରୀଜୀଉଙ୍କ ନେତ୍ର ଉତ୍ସବ, ନବଯୌବନ ଓ ଉଭାଯାତ୍ରାରେ ଭକ୍ତମାନଙ୍କୁ ଦର୍ଶନ ଦେବେ। ୨୦ତାରିଖ ମଙ୍ଗଳବାର ପୂର୍ବାହ୍ନରେ ବିଶାଳ ପଟୁଆରରେ ଆଜ୍ଞାମାଳ ଆସିବା ପରେ ୧୦ଟା ୩୦ମିନିଟ୍‌ରେ ପହଣ୍ଡି ବିଜେ, ଅପରାହ୍ନ ୨ଟା ୪୦ ମିନିଟ୍‌ରେ ଛେରାପହଁରା, ୩ଟା ୪୦ ମିନିଟ୍‌ରେ ରଥଟଣା ଅନୁଷ୍ଠିତ ହେବ। ସନ୍ଧ୍ୟା ୮ଟାରେ ବହୁ ପ୍ରତୀକ୍ଷିତ ଅତ୍ୟାଧୁନିକ ପୁଷ୍ପ ଓ ଆଲୋକମାଳା, ଭକ୍ତିମୟ ପରିବେଶରେ ଶ୍ରୀଜୀଉମାନେ ଗୁଣ୍ଡିଚା ମନ୍ଦିରରେ ପ୍ରବେଶ କରିବେ। ୨୦ରୁ ୨୭ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟହ ଅପରାହ୍ନ ୪ଟା ୩୦ରୁ ୮ଟା ୩୦ ମଧ୍ୟରେ ଇମାମୀନଗର ଗୁଣ୍ଡିଚା ମନ୍ଦିରସ୍ଥିତ ମେଳାପଡ଼ିଆରେ ସୁଦୂର ବୃନ୍ଦାବନରୁ ଆସୁଥିବା ବିଶିଷ୍ଟ ଆଧ୍ୟାମତ୍ିକ ସଂସ୍ଥାନର କଳାକାରଙ୍କ ଦ୍ୱାରା ଶ୍ରୀକୃଷ୍ଣ ଚରିତ ରାସଲୀଳା, ଇମାମୀ କଲୋନୀର ଲେଡ଼ିଜ୍‌ କ୍ଲବ୍‌ ପକ୍ଷରୁ ମହିଳାଙ୍କଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ, ବିଭିନ୍ନ କଳାକାରଙ୍କ ଦ୍ୱାରା ସଂକୀର୍ତ୍ତନ, କୁନି କୁନି ପିଲାଙ୍କ ଦ୍ୱାରା ଚିତ୍ରାଙ୍କନ କାର୍ଯ୍ୟକ୍ରମ, ଦାଣ୍ଡିଆ ନୃତ୍ୟ, ରଙ୍ଗୋଲି, ଦୀପ ପ୍ରଜ୍ଜ୍ୱଳନ ସହିତ ହେରାପଞ୍ଚମୀରେ ମହାଲକ୍ଷ୍ମୀଙ୍କ ଦ୍ୱାରା ରଥଭଙ୍ଗା କାର୍ଯ୍ୟକ୍ରମ ଭଳି ବହୁ ଚିତ୍ତାକର୍ଷକ ଆଧ୍ୟାମତ୍ିକ କାର୍ଯ୍ୟକ୍ରମ ଗୁଣ୍ଡିଚା ମନ୍ଦିର ମେଳା ପଡ଼ିଆରେ ଅନୁଷ୍ଠିତ ହେବ। ଜୁନ୍‌ ୨୮ ତାରିଖ ବୁଧବାର ଶ୍ରୀଗୁଣ୍ଡିଚା ମନ୍ଦିରରେ ଶ୍ରୀଜୀଉଙ୍କ ସମସ୍ତ ରୀତିନୀତି ସମ୍ପନ୍ନ ସାଙ୍ଗକୁ ଅପରାହ୍ନରେ ଧାଡ଼ି ପହଣ୍ଡି, ଛେରାପହଁରା, ବାହୁଡ଼ାଯାତ୍ରା ଓ ରଥଟଣା ଅନୁଷ୍ଠିତ ହେବ। ରାତ୍ର ୮ଟାରେ ରଥମାନଙ୍କର ସିଂହଦ୍ୱାର ବିଜେ ଏବଂ ଅଧରପଣା ନୀତି ସମ୍ପନ୍ନ ହେବ। ରାତ୍ର ୯ଟାରେ ଧାଡ଼ି ପହଣ୍ଡିରେ ଶ୍ରୀଜୀଉମାନଙ୍କର ରତ୍ନସିଂହାସନକୁ ବିଜେ କରିବେ। ସେହିପରି ଜୁନ୍‌ ୨୯ ଗୁରୁବାର ସମସ୍ତ ରୀତିନୀତି ସମ୍ପନ୍ନ ପରେ ସକାଳ ୮ଟା ୩୦ରୁ ସୁନାବେଶରେ ମହାପ୍ରଭୁ ଲକ୍ଷ ଲକ୍ଷ ଭକ୍ତଙ୍କୁ ଦର୍ଶନ ଦେବେ।
  ଓ ରାଜ୍ୟ ବାହାରୁ ଲକ୍ଷାଧିକ ଭକ୍ତଙ୍କର ସମାଗମକୁ ଲକ୍ଷ୍ୟ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରତ୍ୟହ ସୁରକ୍ଷା ବ୍ୟବସ୍ଥା, ଜଳସିଞ୍ଚନ, ସ୍ବାସ୍ଥ୍ୟସେବା, ପ୍ରତ୍ୟହ ଭକ୍ତଙ୍କ ନିମନ୍ତେ ପ୍ରସାଦସେବନ ବ୍ୟବସ୍ଥା, ପାନୀୟଜଳ ବ୍ୟବସ୍ଥା, ସିସି କ୍ୟାମେରାର ବ୍ୟବସ୍ଥା କରାଯିବା ସାଙ୍ଗକୁ ସ୍ଥାନୀୟ ରେମୁଣା ପୋଲିସ୍‌ ପ୍ରଶାସନ ପକ୍ଷରୁ ଟ୍ରାଫିକ୍‌ ନିୟନ୍ତ୍ରଣ ଓ ସୁରକ୍ଷା ଆଦି ବ୍ୟବସ୍ଥା ପାଇଁ ପ୍ରସ୍ତୁତି ଶେଷ ହୋଇଛି।  ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠାତା ତଥା ଇମାମୀ ଗ୍ରୁପ୍‌ର ଯୁଗ୍ମ ନିର୍ଦ୍ଦେଶକ ରାଧେଶ୍ୟାମ ଅଗ୍ରୱାଲ୍‌ ଓ ରାଧେଶ୍ୟାମ ଗୋୟେଙ୍କାଙ୍କ ନିର୍ଦ୍ଦେଶରେ ମନ୍ଦିର ପ୍ରଶାସନର ମୁଖ୍ୟ ପୁରୋଧା ସୁଶୀଲ୍‌ କୁମାର ଗୋୟେଙ୍କା, ଇମାମୀ ଗ୍ରୁପ୍‌ର ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବିବେକ୍‌ ଚାୱଲା ଏବଂ ସ୍ଥାନୀୟ କାଗଜକଳ ସଭାପତି ଆଶିଷ ଅବିନାଶ ଗୁପ୍ତା, ଉପସଭାପତି ରାଜେଶ କୁମାର ମିତ୍ତଲ୍‌, ମୁଖ୍ୟ ସଞ୍ଚାଳକ ଡ. ୟୁସୁଫ୍‌ ଅଲ୍ଲୀ ସୋଲାଙ୍କି ତଥା ଡିଜିଏମ୍‌ ଦେବବ୍ରତ ହୋତା, ଡିଜିଏମ୍‌ ରମେଶ ଚନ୍ଦ୍ର ଖୁଣ୍ଟିଆ, ଏଜିଏମ୍‌ ଓମ୍‌ ପ୍ରକାଶ ଶର୍ମା ତଥା ସ୍ଥାନୀୟ ମନ୍ଦିର ପ୍ରଶାସନିକ ଅଧିକାରୀ ନିଖିଲ ରଞ୍ଜନ ଦାସସାମନ୍ତରାୟ, ମନ୍ଦିରର ମୁଖ୍ୟ ପୂଜକ ପ୍ରଦୀପ୍ତ କୁମାର ମିଶ୍ର, ଇମାମୀ ଲେଡ଼ିସ୍‌ କ୍ଲବ୍‌ର ସଭାପତି ବନ୍ଦନା ଗୁପ୍ତା ଏବଂ ସମସ୍ତ ସଦସ୍ୟା ପ୍ରମୁଖ ବହୁ ବରିଷ୍ଠ ଅଧିକାରୀଙ୍କ ଦ୍ୱାରା ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଥିବା ଜଣାପଡ଼ିଛି। ରଥଯାତ୍ରାରେ ବହୁସଂଖ୍ୟାରେ ଜଗନ୍ନାଥପ୍ରେମୀ ଓ ଶ୍ରଦ୍ଧାଳୁମାନେ ଯୋଗଦେବା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ମନୋଜ କୁମାର ପାଢ଼ୀ ପ୍ରେସ୍‌ ବିବୃତ୍ତିରେ ଜଣାଇଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ମା’ ତାରାତାରିଣୀଙ୍କ ଆଶୀର୍ବାଦ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୩୦।୪(ସୀମାଞ୍ଚଳ ମିଶ୍ର ): ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି। ଏପରିକି ମା’ଙ୍କ ନିକଟରେ...

ନାମାଙ୍କନପତ୍ର ଦାଖଲ କଲେ ପ୍ରଣବ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, କହିଲେ ମୁଁ ନିଶ୍ଚିତ ଯେ…

ଭୁବନେଶ୍ୱର,୩୦।୪: ସମ୍ବଲପୁର ଲୋକ ସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ଦଳୀୟ କର୍ମୀ ଓ ହଜାର...

ପଦ୍ମଶ୍ରୀ ମାଗୁଣି କୁଅଁର ଗୁରୁତର: ହସ୍ପିଟାଲରେ ଭର୍ତ୍ତି

କେନ୍ଦୁଝର,୩୦।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): ବିଶିଷ୍ଠ କାଠି କଣ୍ଢେଇ ନୃତ୍ୟ ଗୁରୁ ତଥା ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ମଙ୍ଗଳବାର ଅସୁସ୍ଥ ହୋଇ କେନ୍ଦୁଝର ଜିଲା...

ଏନ୍‌କାଉଣ୍ଟରେ ୪ ମାଓବାଦୀ ନିପାତ

ରାୟପୁର/ମାଲକାନଗିରି,୩୦।୪: ଏନକାଉଣ୍ଟରେ ମଙ୍ଗଳବାର ୪ ମାଓବାଦୀ ଟଳିପଡିଛନ୍ତି। ଛତିଶଗଡର ନାରାୟଣପୁର ଆବୁଜମାଡ ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ୪ ମାଓବାଦୀ ନିହତ...

ଭାଜପା କର୍ମୀ ସମ୍ମିଳନୀ, ମିଶ୍ରଣ ପର୍ବ

କାମାକ୍ଷାନଗର,୩୦।୪(ସୁଧୀର ପରିଡ଼ା): ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଲକ ଦଶୀପୁର, କଣ୍ଟାପାଳ ଓ ବିରିବୋଲେଇ ପଞ୍ଚାୟତରେ ଭାଜପାର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।...

ବିଜେଡିରେ ମିଶିଲେ ଜିଲା ଯୁବ କଂଗ୍ରେସ ପୂର୍ବତନ ସଭାପତି

ଢେଙ୍କାନାଳ,୩୦ା୪(ରତନ ନାୟାର): ଢେଙ୍କାନାଳ ସହର ଗଣେଶ ମଣ୍ଡପଠାରେ ରବିବାର ବିଜେଡି ପକ୍ଷରୁ ଏକ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲା ଯୁବ କଂଗ୍ରେସର ପୂର୍ବତନ ସଭାପତି...

କଣ୍ଟେନରରେ ଲାଗିଲା ଭୟଙ୍କର ନିଆଁ: ଲକ୍ଷାଧିକ ଟଙ୍କା ସମ୍ପତ୍ତି ନଷ୍ଟ

କଟକ, ୩୦।୦୪ (କାର୍ତ୍ତିକ ସାହୁ): ଜଗତପୁର ଥାନା ଅନ୍ତର୍ଗତ ନଜରପୁରଠାରେ ଥିବା ଶ୍ରମିକ ମାନଙ୍କର ରହିବା ପାଇଁ ଛ’ଟି କଣ୍ଟେନରରେ ସୋମବାର ବିଳମ୍ବିତ ରାତି ପ୍ରାୟ...

ଚିନ୍ତା ବଢ଼ାଇଲାଣି ଜଙ୍ଗଲ ନିଆଁ

ନୟାଗଡ଼,୩୦।୪(ଲୋକନାଥ ମିଶ୍ର): ନୟାଗଡ଼ ବନଖଣ୍ଡ ଓ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡରେ ଜଙ୍ଗଲରେ ଲାଗୁଥିବା ନିଆଁ ଚିନ୍ତା ବଢାଇ ଦେଲାଣି। ଅଗ୍ନିବର୍ଷା ବେଳେ ଜଙ୍ଗଲର ନିଆଁର ତାତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri