Posted inଫୁରସତ

ରହସ୍ୟମୟୀ ପାକିସ୍ତାନୀ

ନୂଆଦିଲ୍ଲୀ: ପାକିସ୍ତାନରୁ ଆସିଥିବା ସୀମା ହାଇଦର ବର୍ତ୍ତମାନ ସମୟରେ ସମସ୍ତଙ୍କ ଘରେ ଆଲୋଚନାର ବିଷୟ। ପବ୍‌ଜି ଖେଳୁ ଖେଳୁ ଉତ୍ତରପ୍ରଦେଶର ଗ୍ରେଟର ନଏଡାର ସଚିନ ମୀନାଙ୍କ ପ୍ରେମରେ ପଡ଼ି ଭାରତକୁ ଚାଲି ଆସିଛନ୍ତି। ସେ ଆଇଏସ୍‌ଆଇ ଏଜେଣ୍ଟ ନା ସତରେ ସେ ପ୍ରେମରେ ପଡ଼ି ଦେଶ ଛାଡ଼ି ଆସିଛନ୍ତି, ତାହା ଏବେ ସମସ୍ତଙ୍କ ପାଇଁ ଉତ୍କଣ୍ଠାର ବିଷୟ ପାଲଟିଛି।
ପୂର୍ବରୁ ସ୍ବାମୀ ଗୁଲାମ ହାଇଦରଙ୍କୁ ମଧ୍ୟ ସେ ଭଲ ପାଇ ବିବାହ କରିଥିଲେ। କିନ୍ତୁ ଏବେ ସଚିନଙ୍କ ପାଇଁ ପାକିସ୍ତାନ ଛାଡ଼ି ଭାରତ ଆସିବା ତାଙ୍କୁ ବହୁ ମହଙ୍ଗା ପଡ଼ିଛି। ସବୁ ମିଡିଆ ହାଉସ୍‌ରେ ଏବେ ଦୁହିଁଙ୍କ କାହାଣୀକୁ ନେଇ ଚର୍ଚ୍ଚା ଲାଗିରହିଛି। ଏହା ମଧ୍ୟରେ ସୀମାଙ୍କୁ ବିଭିନ୍ନ ମିଡିଆ ଏବଂ ଏଟିଏଫ୍‌ର ପ୍ରଶ୍ନକୁ ସାମ୍‌ନା କରିବାକୁ ପଡ଼ିଛି। ସୀମା ୪ ପିଲାଙ୍କୁ ଧରି ବିନା ଭିସାରେ ଭାରତରେ ପ୍ରବେଶ କରିବାକୁ ନେଇ ତାଙ୍କ ଉପରେ ଚାପ ବଢ଼ିଯାଇଛି। ସୀମାଙ୍କ କହିବା ମୁତାବକ, ପବ୍‌ଜି ଖେଳିବାର ୧୦ ଦିନ ପରେ ଫୋନ୍‌ ଜରିଆରେ ଦୁହିଁଙ୍କର କଥାବାର୍ତ୍ତା ଆରମ୍ଭ ହୋଇଥିଲା। ଏହା ପରେ ଦୁହିଁଙ୍କ ପ୍ରେମ ଆଗକୁ ବଢ଼ିଥିଲା। ସେ ୨୦୨୧ରୁ ସଚିନଙ୍କ ସମ୍ପର୍କରେ ଆସିଲେଣି। ସେବେଠାରୁ ସେ ସଚିନଙ୍କୁ ଭଲ ପାଉଛନ୍ତି। ସେ ଇସ୍‌ଲାମ ଧର୍ମ ଛାଡ଼ି ହିନ୍ଦୁଧର୍ମରେ ରହିଆସୁଥିଲେ। ସେ କରାଚୀର ହୋଇ ମଧ୍ୟ ସଚିନଙ୍କ ସମ୍ପର୍କରେ ଆସି ହିନ୍ଦୀ ଶିଖିପାରିଛନ୍ତି ଏବଂ ହିନ୍ଦୁ ରୀତିନୀତିକୁ ଆପଣେଇ ନେଇଛନ୍ତି। ସୀମାଙ୍କର ପ୍ରଥମେ ମାର୍ଚ୍ଚ ୧୦ରେ ନେପାଳରେ ସଚିନଙ୍କ ସହ ଦେଖା ହୋଇଥିଲା ଏବଂ ତାଙ୍କ ସହ ୧୭ ମାର୍ଚ୍ଚ ପର୍ଯ୍ୟନ୍ତ ଏକ ହୋଟେଲରେ ରହିଥିଲେ। ଏହା ପରେ ସୀମା ଦ୍ୱିତୀୟ ଥର ପାଇଁ ୧୧ ମେ’ରେ ପାକିସ୍ତାନରୁ ୪ ପିଲାଙ୍କ ସହ ଭାରତକୁ ଆସିଥିଲେ। ସେ ଜଣେ ଟ୍ରାଭେଲ ଏଜେଣ୍ଟଙ୍କ ଜରିଆରେ ନେପାଳ ପର୍ଯ୍ୟନ୍ତ ବିମାନ ପାଇଁ ଟିକେଟ୍‌ କାଟିଥିଲେ। ସେ ନେପାଳର ଏକ ମନ୍ଦିରରେ ସଚିନଙ୍କୁ ହିନ୍ଦୁ ରୀତିନୀତିରେ ବିବାହ କରିଥିଲେ। ପରେ ସେମାନେ ସୋନାଉଲି ବୋର୍ଡର ଜରିଆରେ ଭାରତକୁ ଆସିଥିଲେ। କିନ୍ତୁ ଏଟିଏଫ୍‌ଙ୍କ ପଚରାଉଚରାରେ ସେ ସିଦ୍ଧାର୍ଥ ବୋର୍ଡର ଦେଇ ଆସିଥିବା କହିଥିଲେ। ତାଙ୍କ ପାଖରୁ ଏଟିଏଫ୍‌ ୨ଟା କ୍ୟାସେଟ୍‌, ୪ ମୋବାଇଲ ଫୋନ୍‌, ୫ ପାକିସ୍ତାନୀ ପାସ୍‌ପୋର୍ଟ, ଅଧା ନାମ ଥିବା ଅବ୍ୟବହୃତ ପାସ୍‌ପୋର୍ଟ ମଧ୍ୟ ଜବତ କରିଛି। ସୀମା ଆଇଏସ୍‌ଆଇ ଏଜେଣ୍ଟ ବୋଲି ଅନେକ ମିଡିଆ ହାଉସ୍‌ ଦାବି କରିଥିଲେ। ସୀମାଙ୍କ ସ୍ବାମୀ ସାଉଦି ଆରବରେ ରହୁଥିବାବେଳେ ତାଙ୍କ ପାଖକୁ ମାସିକ ପାଖାପାଖି ୭୦-୮୦ ହଜାର ଟଙ୍କା ପଠାଉଥିଲେ। ସେଥିରେ ସୀମା ପିଲାଙ୍କ ସହ ଆରାମରେ ରହିଯାଉଥିଲେ। ସେ ୨୦୨୧ରେ ଏକ ଘର କିଣିଥିଲେ ଏବଂ ୨୦୨୨ରେ ସେହି ଘରକୁ ପାଖାପାଖି ୫ ଲକ୍ଷ ଟଙ୍କାରେ ବିକିଦେଇଥିଲେ। ସୀମା ଏବଂ ସଚିନ୍‌ ଯେତେବେଳେ କୋର୍ଟ ବିବାହ ଏବଂ ଜାଲ୍‌ ବିବାହ ସାର୍ଟିଫିକେଟ୍‌ ପାଇଁ ଆବେଦନ କରୁଥିଲେ, ସେତେବେଳେ ଏହି ଘଟଣା ସାମ୍‌ନାକୁ ଆସିିଥିଲା। ଏହାପରେ ନଏଡ଼ା ପୋଲିସ ସୀମା, ସଚିନ ଏବଂ ତାଙ୍କ ବାପାଙ୍କୁ ଧରି ଜେଲ ପଠାଇଥିଲା। କିନ୍ତୁ ୩ ଦିନର ପଚରାଉଚରା ପରେ ସେମାନଙ୍କୁ ଜାମିନରେ ଛଡ଼ାଯାଇଥିଲା। ସୀମାଙ୍କ କେସ୍‌ ନେଇଥିବା ନିର୍ଭୟା ହତ୍ୟାକାଣ୍ଡର ଆଇନଜୀବୀ ଏ.ପି. ସିଂ ନିକଟରେ ରାଷ୍ଟ୍ରପତିଙ୍କୁ ସୀମାଙ୍କ ଭାରତୀୟ ନାଗରିକତା ଏବଂ ଦେଶରେ ରହିବାକୁ ଏକ ପତ୍ର ପ୍ରଦାନ କରିଛନ୍ତି। ଅନ୍ୟପଟେ କରାଚୀରେ ରହୁଥିବା ସୀମାଙ୍କ ପଡ଼ୋଶୀ ତାଙ୍କୁ ଭାରତୀୟ ଏଜେଣ୍ଟ ବୋଲି କହୁଛନ୍ତି। ତାଙ୍କ କାମ ସରିଲା ଏବେ ସେ ଭାରତ ଫେରିଯାଇଛନ୍ତି। ୨୦୧୯ ପୂର୍ବରୁ ସେମାନେ ସୀମାଙ୍କୁ ମଧ୍ୟ ଦେଖି ନ ଥିବା ମଧ୍ୟ କହୁଛନ୍ତି। ପଚରାଉଚରା ସମୟରେ ସୀମା କିଛି ଟେଷ୍ଟ ପାଇଁ ରାଜି ହୋଇଛନ୍ତି। ସେଥିମଧ୍ୟରୁ ଆଟିଚ୍ୟୁଡ୍‌ ଟେଷ୍ଟ, ଆଇକ୍ୟୁ ଟେଷ୍ଟ, ସାଇକୋଲୋଜିକାଲ ଟେଷ୍ଟ ଏବଂ ସେକ୍ସୁଆଲ ଟେଷ୍ଟ କରାଯିବ ବୋଲି ଜଣାପଡ଼ିଛି। ସୀମା କହିଥିବା ସମସ୍ତ ତଥ୍ୟ ଅନୁସାରେ ତାହା ଏପର୍ଯ୍ୟନ୍ତ ମିଛ ବୋଲି ପ୍ରମାଣିତ ହୋଇପାରିନାହିଁ। ତେବେ ସୀମା ସଚିନଙ୍କ ସହ ରହିବା ସାଙ୍ଗକୁ ଭାରତୀୟ ନାଗରିକ ପାଇଁ ଆବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩ ସନ୍ତାନର ମା’ଙ୍କୁ ୨୫ ବର୍ଷୀୟା ଯୁବତୀଙ୍କ ସହ ହେଲା ପ୍ରେମ! ସ୍ବାମୀ-ବାପଘର ଛାଡ଼ି କହିଲେ- ଏବେ ତାଙ୍କ ସହ…

କାନପୁର,୧୮।୯: କାନପୁରର ମହାରାଜପୁର ଅଞ୍ଚଳରୁ ଏକ ଘଟଣା ଏବେ ଚର୍ଚ୍ଚାରେ। ତିନି ସନ୍ତାନର ଜଣେ ମା’ ସୱାମୀ ଓ ବାପଘରକୁ ଫେରିବା ପରିବର୍ତ୍ତେ ପ୍ରାୟ ଏକ ବର୍ଷ…

Gen Zକୁ ମୋହନ ଭାଗବତଙ୍କ ବଡ଼ ବାର୍ତ୍ତା, ଧର୍ମ ବୃଦ୍ଧାବସ୍ଥା….

ନୂଆଦିଲ୍ଲୀ,୧୮।୯: Gen Z ଓ ଯୁବପିଢ଼ିକୁ ଧର୍ମ ନେଇ ବଡ଼ ବାର୍ତ୍ତା ଦେଇଛନ୍ତି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS) ପ୍ରମୁଖ ମୋହନ ଭାଗବତ । ଶୁକ୍ରବାର ଉଜ୍ଜୟିନୀରେ…

ଏସୀୟ କ୍ରୀଡ଼ା: ଜାପାନକୁ ହରାଇ ସେମିରେ ପହଞ୍ଚିଲା ଭାରତ

କୋରୋଗି,୧୮।୯: ଜାପାନର ନିଶିନ ସ୍ଥିତ କୋରୋଗି ସ୍ପୋର୍ଟସ ପାର୍କରେ ଖେଳାଯାଇଥିବା କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ଶେଫାଲି ଏବଂ ରିଚାଙ୍କ ଦମଦାର ପ୍ରଦର୍ଶନ ବଳରେ ଭାରତୀୟ ଦଳ ଜାପାନକୁ…

ବହୁ ଚର୍ଚ୍ଚିତ ନିଠାରି ମାମଲାର ମୁଖ୍ୟ ଅଭିଯୁକ୍ତ ସୁରେନ୍ଦ୍ର କୋଲିଙ୍କ ଆତ୍ମହତ୍ୟା, ଝୁଲନ୍ତା ଅବସ୍ଥାରେ ମିଳିଲା ମୃତଦେହ

ହରିଦ୍ୱାର,୧୮।୯: ନିଠାରି ମାମଲାର ଅଭିଯୁକ୍ତ ସୁରେନ୍ଦ୍ର କୋଲି (ମୂଳତଃ ଉତ୍ତର ପ୍ରଦେଶର ଗୌତମ ବୁଦ୍ଧ ନଗର/ନୋଏଡା ନିବାସୀ) ହରିଦ୍ୱାରରେ ଝୁଲନ୍ତା ଅବସ୍ଥାରେ ମିଳିଛନ୍ତି। ଖବର ଅନୁଯାୟୀ, ଏହି…

ଭାରତକୁ ନାଲି ଆଖି ଦେଖାଇଲାଣି ବାଂଲାଦେଶ, ବର୍ତ୍ତମାନ ରଖିଲାଣି ବଡ଼ ସର୍ତ୍ତ

ଢାକା,୧୮।୯: ବାଂଲାଦେଶରେ ତାରିକ ରହମାନଙ୍କ ନେତୃତ୍ୱାଧୀନ ପ୍ରଶାସନ ଶେଖ ହସିନାଙ୍କ ପ୍ରତ୍ୟର୍ପଣ ଦାବିକୁ ନେଇ ଧମକପୂର୍ଣ୍ଣ ଆଭିମୁଖ୍ୟ ଗ୍ରହଣ କରିଛି। ଭାରତ ପ୍ରତି ଏକ ଆକ୍ରମଣାତ୍ମକ ମନୋଭାବ…

ବାଇକ୍‌ରେ ଯାଉଥିବାବେଳେ ଯୁବକଙ୍କ ଉପରେ ଭାଙ୍ଗିପଡ଼ିଲା ଗଛ ଡାଳ, ପେଟରେ ଗଳିଯିବାରୁ…

କେନ୍ଦ୍ରାପଡ଼ା,୧୮ା୯(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ବ୍ଲକ ସଦର ଥାନା ଅନ୍ତର୍ଗତ ଗଣ୍ଡାକିଆ ରାସ୍ତାରେ ଶୁକ୍ରବାର ଏକ ଅଘଟଣ ଘଟିଛି।ଏହି ରାସ୍ତାର କଂସାରଠାରେ ଗଛଡାଳ ବାଇକ୍‌ ଉପରେ ପଡ଼ିବା ସହ…

ଆସୁଛି UPIର ‘ବାପା’, ‘ଡିଜିଟାଲ ରୁପି’ (Digital Rupee), ଏହା କ’ଣ? ବ୍ୟାଙ୍କ କିମ୍ବା ଇଣ୍ଟରନେଟ ସଂଯୋଗ ବିନା କିପରି ଟଙ୍କା ସ୍ଥାନାନ୍ତର ହେବ ଜାଣନ୍ତୁ…

ନୂଆଦିଲ୍ଲୀ,୧୮।୯: ମୂଳ କଥା ହେଉଛି UPI ଠାରୁ ମଧ୍ୟ ଏକ ବଡ଼ ଜିନିଷ ଆସିବାକୁ ଯାଉଛି। UPI ଶୁଳ୍କ (charges) କୁ ନେଇ ଚାଲିଥିବା ହଟଚମଟ ମଧ୍ୟରେ,…

କୃଷକଙ୍କ ପାଇଁ ଖୁସି ଖବର: ମାସକୁ ପାଇବେ ୩,୦୦୦ ଟଙ୍କା ପେନସନ! PM Kisan ରେ…

ନୂଆଦିଲ୍ଲୀ,୧୮।୯: ବାର୍ଦ୍ଧକ୍ୟରେ ନିୟମିତ ଆୟକୁ ନେଇ ସମସ୍ତଙ୍କ ମନରେ ଚିନ୍ତା ଥାଏ, ବିଶେଷକରି କ୍ଷୁଦ୍ର ଏବଂ ନାମମାତ୍ର ଚାଷୀମାନଙ୍କ ପାଇଁ ଏହି ଚିନ୍ତା ଆହୁରି ବଢ଼ିଯାଏ। ଏହାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?