Odisha Elections 2024

ଭାରତୀୟ ସୀମା ନିକଟରେ ମ୍ୟାନମାର ସେନା କଲା ବୋମା ମାଡ, ବିମାନ ଆକ୍ରମଣରେ ୯ଶିଶୁଙ୍କ ସମେତ ୧୭ ମୃତ

ବ୍ୟୋଙ୍ଗକକ,୮।୧: ମ୍ୟାନମାରର ଉତ୍ତର-ପଶ୍ଚିମ ଦିଗରେ ଥିବା ଏକ ଗ୍ରାମରେ ସାମରିକ ବିମାନ ଆକ୍ରମଣରେ ୯ଜଣ ଶିଶୁଙ୍କ ସମେତ ଅତି କମରେ ୧୭ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ଅନ୍ୟ ପ୍ରାୟ ୨୦ ଜଣ ମଧ୍ୟ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକ ତଥା ମାନବାଧିକାର କର୍ମୀ ଦାବି କରିଛନ୍ତି ଯେ ସକାଳେ ଭାରତୀୟ ସୀମାର ଦକ୍ଷିଣରେ ଥିବା ସାଗିଙ୍ଗ ଅଞ୍ଚଳର ଖମ୍ପତ ସହରର କାନନ ଗ୍ରାମରେ ଏହି ଏୟାର ଷ୍ଟ୍ରାଇକ ହୋଇଛି।
ତେବେ ସାମରିକ ସରକାର ଏହି ଆକ୍ରମଣର ଦାୟିତ୍ୱ ଗ୍ରହଣ କରିବାକୁ ମନା କରିଦେଇଥିଲେ ଏବଂ ଏହି ଖବରରେ କୌଣସି ସତ୍ୟତା ନାହିଁ ବୋଲି କହିଥିଲେ।
ଫେବୃଆରୀ ୨୦୨୧ରେ ଅଙ୍ଗ ସାନ ସୁ-କିର ନିର୍ବାଚିତ ସରକାରକୁ ସେନା ବହିଷ୍କାର କରିବା ପରେ ଅନେକ ସଂଗଠନ ଅସ୍ତ୍ର ଉଠାଇଛନ୍ତି। ସେବେଠାରୁ ଦେଶର ବଡ଼ ଭାଗରେ ସେନା ଏବଂ ସେମାନଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ବିଗତ ଦୁଇ ବର୍ଷ ମଧ୍ୟରେ ସାମରିକ ସରକାର ବିଦ୍ରୋହୀମାନଙ୍କ ବିରୋଧରେ ଏୟାର ଷ୍ଟ୍ରାଇକ ତ୍ୱରାନ୍ବିତ କରିଛନ୍ତି।
ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରିଥିବା ଜଣେ ସ୍ଥାନୀୟ ବାସିନ୍ଦା ରବିବାର ଏପିଙ୍କୁ କହିଛନ୍ତି ଯେ ଖମ୍ପତ ଉପକଣ୍ଠରେ ଥିବା କାନନ ଗ୍ରାମରେ ଏକ ଜେଟ ଯୁଦ୍ଧ ବିମାନ ତିନିଟି ବୋମା ଫିଙ୍ଗିଛି। ଏହି କାରଣରୁ ଗାଁ ବିଦ୍ୟାଳୟ ଏବଂ ଏହାର ଆଖପାଖ ଅଟ୍ଟାଳିକାରେ ରହୁଥିବା ୧୭ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଥିଲା। ନାମ ଗୋପନ ରଖିବା ସର୍ତ୍ତରେ ଜଣେ ବାସିନ୍ଦା କହିଛନ୍ତି ଯେ ସ୍କୁଲ ନିକଟରେ ଥିବା ପ୍ରାୟ ୧୦ ଟି ଘର ବୋମା ଦ୍ୱାରା ନଷ୍ଟ ହୋଇଯାଇଛି। ଖମ୍ପତ ସହରର ଅଧିକାଂଶ ବାସିନ୍ଦା ସଂଖ୍ୟାଲଘୁ ଖ୍ରୀଷ୍ଟିଆନ ଅଟନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ରାଷ୍ଟ୍ରପତିଙ୍କୁ ନେଇ ଯାଉଥିବା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ତେହେରାନ,୧୯।୫: ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କୁ ନେଇ ଯାଉଥିବା ହେଲିକପ୍ଟର ରବିବାର ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି, ଏହା ପରେ ଜରୁରୀକାଳୀନ ପରିସ୍ଥିତିରେ ଅବତରଣ କରାଯାଇଥିଲା।...

ମହିଳା ସଂସଦୀୟ ପ୍ରତିନିଧିତ୍ୱ କ୍ଷେତ୍ରରେ ପାକିସ୍ତାନ-ବାଂଲାଦେଶଠାରୁ ବି ପଛରେ ଭାରତ

ନୂଆଦିଲ୍ଲୀ,୧୯ା୫: ଲୋକ ସଭା ନିର୍ବାଚନ ପ୍ରାୟ ଶେଷ ପର୍ଯ୍ୟାୟରେ। ଫଳାଫଳ ପାଇଁ ଆଉ ୧୫ ଦିନ ବାକି ଅଛି। ସମସ୍ତ ଦଳ ସେମାନଙ୍କର ବିଜୟ ଦାବି...

ଆଜି ମହାକାଶ ଯିବେ ପ୍ରଥମ ଭାରତୀୟ ସ୍ପେସ୍‌ ଟୁରିଷ୍ଟ ଗୋପୀଚାନ୍ଦ

ଓ୍ବାଶିଂଟନ,୧୯ା୫: ଜେଫ୍‌ ବେଜୋସ୍‌ଙ୍କ ବ୍ଲ୍ୟୁ ଅରିଜିନ ମିଶନରେ ପ୍ରଥମ ଭାରତୀୟ ସ୍ପେସ୍‌ ଟୁରିଷ୍ଟ ଭାବେ ଗୋପୀଚାନ୍ଦ ଥୋକାତୁରା ରବିବାର ମହାକାଶକୁ ଯାତ୍ରା କରିବେ। ପାଇଲଟ ଗୋପୀଚାନ୍ଦ...

କିର୍‌ଗିଜସ୍ତାନରେ ଭାରତୀୟ ଛାତ୍ରଙ୍କୁ ଆକ୍ରମଣ, ଘରେ ରହିବାକୁ ଦୂତାବାସର ପରାମର୍ଶ

ନୂଆଦିଲ୍ଲୀ,୧୮ା୫: କିର୍‌ଗିଜସ୍ତାନ ରାଜଧାନୀ ବିଶ୍‌କେକ୍‌ରେ କେତେଜଣ ଭାରତୀୟଙ୍କ ସମେତ ବିଦେଶୀ ଛାତ୍ର ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣର ଶିକାର ହୋଇଛନ୍ତି। ସେଠାରେ ଉତ୍ତେଜନା ଲାଗିରହିଥିବାରୁ ଭାରତୀୟମାନେ ଘରେ...

ସିଙ୍ଗାପୁରରେ କରୋନାର ନୂଆ ଓ୍ବେଭ୍‌, ୬ ଦିନରେ ୨୫,୯୦୦ ମାମଲା

ସିଙ୍ଗାପୁର, ୧୮।୫: ଦକ୍ଷିଣ-ପୂର୍ବ ଏସୀୟ ଦେଶ ସିଙ୍ଗାପୁରରେ କରୋନା ଭାଇରସ ପୁଣି ଥରେ ବ୍ୟାପିବାରେ ଲାଗିଛି। ଦେଶରେ ଗତ ୬ ଦିନ ମଧ୍ୟରେ ୨୫,୯୦୦ ନୂଆ...

ଡରିଗଲା ପାକିସ୍ତାନ, ଭାରତକୁ କଲା ଏମିତି ଅନୁରୋଧ

ଇସଲାମାବାଦ୍‌,୧୮।୩: ପାକିସ୍ତାନ ସରକାର ଭାରତ ସହ ସମ୍ପର୍କକୁ ନେଇ ନ୍ୟାଶନାଲ୍‌ ଆସେମ୍ଭଲିରେ ଏକ ଲିଖିତ ଉତ୍ତର ଦେଇଛନ୍ତି। ଭାରତ ସହ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ପାଇଁ ପାକିସ୍ତାନର...

୩ ପାକିସ୍ତାନୀ ଛାତ୍ରଙ୍କୁ ହତ୍ୟା, ଭାରତୀୟଙ୍କୁ ଘରୁ ନ ବାହାରିବାକୁ ଦିଆଗଲା ପରାମର୍ଶ

ବିଶେକ,୧୮।୫: ମଧ୍ୟ ଏସୀୟ ଦେଶ କିର୍ଗିସ୍ଥାନରେ ମେଡିକାଲ ପଢିବାକୁ ଯାଇଥିବା ଭାରତୀୟ ଏବଂ ପାକିସ୍ତାନୀ ଛାତ୍ରଙ୍କ ଜୀବନ ବିପଦରେ। କିର୍ଗଜସ୍ଥାନରୁ ଖବର ଆସିଛି ଯେ ସେଠାରେ...

ବ୍ରିଟେନରେ କମୁଛି ଅରବପତିଙ୍କ ସଂଖ୍ୟା, ଏହାପରେ ବି ବଢୁଛି ସୁନକଙ୍କ ସମ୍ପତ୍ତି

ଲଣ୍ଡନ,୧୮।୫: ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ଏବଂ ତାଙ୍କ ପତ୍ନୀ ଅକ୍ଷତା ମୁର୍ତ୍ତୀଙ୍କ ସମ୍ପତ୍ତି ବୃଦ୍ଧି ପାଉଛି। ଦୁଇ ବର୍ଷ ପୂର୍ବେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri