Posted inଖେଳ

ଲୋକଙ୍କ ପ୍ରଶ୍ନରୁ ମୋ ରାପ୍‌

ଡୁଲେ ରାପର, ଯାହାଙ୍କ ପ୍ରକୃତ ନାମ ଡୁଲେଶ୍ୱର ତାଣ୍ଡି। ଘଟୁଥିବା ଅନ୍ୟାୟ, ଅତ୍ୟାଚାର ଏବଂ ଗରିବ ଓ ଦଳିତଙ୍କ ପ୍ରତି ସରକାରଙ୍କ ଅଣଦେଖାକୁ ରାପ୍‌ ମାଧ୍ୟମରେ ଲୋକଙ୍କ ନିକଟରେ ପହଞ୍ଚାଇଥାନ୍ତି। ସାମାଜିକ ବାସ୍ତବତାକୁ ନିଖୁଣ ଭାବେ ନିଜ କଳାରେ ଦର୍ଶାଇ ଅଳ୍ପ ଦିନରେ ଘରେ ଘରେ ପରିଚିତ ହୋଇଛନ୍ତି ଡୁଲେ। ବଲିଉଡ୍‌ ମ୍ୟୁଜିକ ଡାଇରେକ୍ଟର ବିଶାଲ ଦଦଲାନି ସୋସିଆଲ ମିଡିଆରେ ଡୁଲେଙ୍କ ରାପ୍‌ ଦେଖି ପ୍ରଶଂସା କରିଥିଲେ ଏବଂ ସହଯୋଗ କରିବେ ବୋଲି ଟୁଇଟ୍‌ କରି କହିଥିଲେ। ଏହାପରେ ଡୁଲେ ରାତାରାତି ଷ୍ଟାର ହୋଇଯାଇଥିଲେ। କଳାହାଣ୍ଡି ଜିଲା ଭବାନୀପାଟଣାର ବୋରଡ଼ା ଗାଁରେ ମାଟି, ଖପର ଘରେ ରହୁଥିବା ଡୁଲେଙ୍କ ସତେ ଯେପରି ଭାଗ୍ୟ ଫିଟିଯାଇଥିଲା। ଯଦିଓ ପୂର୍ବରୁ ସେ ନିଜ ଅଞ୍ଚଳରେ ଲୋକପ୍ରିୟ ଥିଲେ, କିନ୍ତୁ ବିଶାଲଙ୍କ ଟୁଇଟ୍‌ ପରେ ସବୁଆଡ଼ୁ ମିଳିଥିଲା ପ୍ରଶଂସା ଓ ଭଲପାଇବା। ଏଥିସହିତ ବିଭିନ୍ନ ଜାଗାରୁ ମିଳିଥିଲା ଅଫର। ବର୍ତ୍ତମାନ ସୁଦ୍ଧା ଡୁଲେ ୧୦୦୦ରୁ ଅଧିକ ରାପ୍‌ ଲେଖିବା ସହିତ ଅନେକ ବୋଲିଛନ୍ତି। ଡୁଲେଙ୍କ ସଂଘର୍ଷର କାହାଣୀ ସମ୍ପର୍କରେ ତାଙ୍କ ସହ ଧରିତ୍ରୀର ଅସମାପିକା ସାହୁଙ୍କ ଆଳାପ।

ପ୍ରଶ୍ନ – ଡୁଲେଶ୍ୱର ତାଣ୍ଡିରୁ ଡୁଲେ ରାପର। କେମିତି ?
ଉତ୍ତର: ସ୍କୁଲରେ ପାଠ ପଢ଼ିବା ବେଳେ ମୋର କବିତା ଲେଖା ପ୍ରତି ରୁଚି ଥିଲା। କିନ୍ତୁ କଲେଜ ପଢ଼ିବା ବେଳେ ରାପର ହନି ସିଂ ମୋର ପ୍ରିୟ ଥିଲେ। ତାଙ୍କ ଗୀତ ଶୁଣି ମଜା ଲାଗେ। ସେତେବେଳେ ମୁଁ ରାପ୍‌ ଲେଖିବାକୁ ଚେଷ୍ଟା କଲି। ଯୁକ୍ତ୩ରେ ଏହି ଲେଖାଲେଖି ବଢ଼ିଯାଇଥିଲା। ସେତେବେଳେ ଫେସ୍‌ବୁକ୍‌ରେ ସାଙ୍ଗମାନେ ମୋର ଗୋଟେ ଆକାଉଣ୍ଟ ଖୋଲିଲେ। ସେଥିରେ ସେମାନେ ମୋ ନାମ ଡୁଲେ ରାପର ରଖିଥିଲେ। ଆଉ ସେଥିରେ ମୋର ରାପ୍‌ ବି ମୁଁ ପୋଷ୍ଟ କରେ।
ପ୍ରଶ୍ନ – କେମିଷ୍ଟ୍ରି ଅନର୍ସରେ ସ୍ନାତକ କରିଛନ୍ତି। ଚାକିରି କରିବାକୁ ପ୍ରୟାସ କରିନାହାନ୍ତି?
ଉତ୍ତର: ଆମ ଘରର ଆର୍ଥିକବସ୍ଥା ଠିକ୍‌ ନୁହେଁ। ବହୁକଷ୍ଟରେ ଯୁକ୍ତ୩ ପର୍ଯ୍ୟନ୍ତ ପଢ଼ିଲି। ଭଲ ମଧ୍ୟ ପଢ଼ୁଥିଲି। ଡାକ୍ତର ହେବା ସ୍ବପ୍ନ ଥିଲା। କିନ୍ତୁ ଯୁକ୍ତ୩ ସରିବା ବେଳକୁ ମା’, ବାପାଙ୍କ ଦେହ ଖରାପ ହୋଇଯାଇଥିଲା। ସେମାନଙ୍କ ଚିକିତ୍ସା ପାଇଁ ଟଙ୍କା ଦରକାର ଥିଲା। ତେଣୁ ମୋ ରାପ୍‌କୁ ନେଇ ବହୁ ଷ୍ଟୁଡିଓ ଏବଂ ଡାଇରେକ୍ଟରଙ୍କ ପାଖକୁ ଗଲି। କିନ୍ତୁ ସମସ୍ତେ ନିରାଶ କରିଦେଲେ। ତେଣୁ ଚାକିରି ପାଇଁ ଚେଷ୍ଟା କଲି। ଏଥିପାଇଁ ଓଡ଼ିଶାର ବିଭିନ୍ନ ସ୍ଥାନ ସହିତ ବହୁ ରାଜ୍ୟ ବୁଲିଛି। କିନ୍ତୁ କେଉଁଠି ବି ଭଲ ଚାକିରି ମିଳିଲା ନାହିଁ। ଛତିଶଗଡ଼ର ରାୟପୁର ଯାଇଥିଲି। ସେଠାରେ ଏକ ହୋଟେଲରେ ଚାକିରି ପାଇଁ କହିଲି, କିନ୍ତୁ ମୋର ଅଭିଜ୍ଞତା ନ ଥିବାରୁ ସେମାନେ ମନା କରିଦେଲେ। କିନ୍ତୁ ଅନ୍ୟ କାମ ପାଇଁ ଅଫର ଦେଲେ। ସେଠାରେ ମୁଁ ଟେବୁଲ ଓ ପ୍ଲେଟ୍‌ ସଫା କରୁଥିଲି। ହୋଟେଲରେ ରହିବା ଓ ଖାଇବା ଦିଆଯାଉଥିବାରୁ ସେଠାରେ ରହି କାମ କଲି।
ପ୍ରଶ୍ନ – ଆପଣଙ୍କ ଅଧିକାଂଶ ରାପ୍‌ ସରକାରଙ୍କ ବିରୋଧରେ ଥାଏ। କେବେ ଡର ଲାଗିନି?
ଉତ୍ତର: ମୁଁ ପଲିଟିକାଲ ରାପର ନୁହେଁ। ସାଧାରଣ ଲୋକଙ୍କ ମନରେ ଯେଉଁ ପ୍ରଶ୍ନ ଆସେ, ସେଇଟା ମୋ ମନରେ ବି ଆସେ, ଯାହାକୁ ମୁଁ ମୋ ରାପ୍‌ ମାଧ୍ୟମରେ ପ୍ରକାଶ କରିଦିଏ। ଦାରିଦ୍ର୍ୟକୁ ମୁଁ ଆଖିରେ ଦେଖିଛି ଓ ଅଙ୍ଗେ ନିଭେଇଛି। ଚାକିରିଟିଏ ପାଇଁ ବହୁ ଜାଗା ବୁଲିବା ବେଳେ ଅନେକ ଥର ଖାଇବାକୁ ବି ପାଇନି। ବସ୍‌ଷ୍ଟାଣ୍ଡ, ରେଳଷ୍ଟେଶନରେ ମଧ୍ୟ ଶୋଇଛି। ତେଣୁ ଗରିବଙ୍କ ଦୁଃଖକଷ୍ଟକୁ ମୋ ରାପ୍‌ରେ ରଖିଥାଏ। କିନ୍ତୁ ଲୋକେ ତାକୁ ଭିନ୍ନ ଦୃଷ୍ଟିଭଙ୍ଗି ଦିଅନ୍ତି। ଭାବନ୍ତି ସରକାରଙ୍କ ବିରୋଧରେ ମୁଁ ଲେଖୁଛି।
ପ୍ରଶ୍ନ – ଦେଶଦ୍ରୋହ ଆଇନ ବିଷୟରେ ସଚେତନ କି?
ଉତ୍ତର: ନା। ସେ ଉପରେ ମୋର ଧାରଣା ନାହିଁ।
ପ୍ରଶ୍ନ – ଲକ୍‌ଡାଉନ୍‌ ସମୟରେ ଶ୍ରମିକଙ୍କ ଦୁଃଖକୁ ନେଇ ରାପ୍‌ କରିଥିଲେ। ତା’ର କ’ଣ ପ୍ରତିକ୍ରିୟା ମିଳିଥିଲା ?
ଉତ୍ତର: ତୁମ ଶତ୍ରୁକୁ ଯଦି କେହି ଖରାପ କୁହେ, ତେବେ ତୁମକୁ ଭଲ ଲାଗିବ। ସେହି ରାପ୍‌ ପରେ ମୋତେ ସେହିଭଳି ପ୍ରତିକ୍ରିୟା ମିଳିଥିଲା। ଅନେକେ ମୋତେ ବ୍ୟବହାର କରିବାକୁ ଚାହିଁଛନ୍ତି। ବିରୋଧୀ ମୋ ଘରକୁ ଆସି ମୋତେ ରାପ୍‌ ଲେଖିବାକୁ କହିଛନ୍ତି। କିନ୍ତୁ ମୁଁ ତାଙ୍କୁ ରୋକ୍‌ଠୋକ୍‌ ମନା କରିଛି। କିନ୍ତୁ ଅନେକ ଜାଗାରୁ ଏହି ରାପ୍‌ ପାଇଁ ପ୍ରଶଂସା ପାଇଛି।
ପ୍ରଶ୍ନ – ଆପଣଙ୍କ ଆଇଡଲ କିଏ ?
ଉତ୍ତର: ବଲିଉଡ୍‌ରେ ବାଦଶାହ, ହନି ସିଂ, ରଫତାର, ଇକ୍କା ରାପରଙ୍କୁ ଫଲୋ କରେ। ତେବେ ଡ୍ୟାଡି ୟାଙ୍କି(Daddy Yankee), ସ୍ନୁପ୍‌ ଡଗ୍‌(Snoop Dogg), ଡେ. ଡ୍ରେ(Dr. Dre), ଏମିନେମ୍‌(Eminem), ରକି (rocky) ମୋର ଆଇଡଲ।
ପ୍ରଶ୍ନ – ଗୋଟେ ରାପ୍‌ ଲେଖିବା ପାଇଁ କେତେ ସମୟ ଲାଗେ ?
ଉ: ଆଗରୁ ମୋତେ ଦୁଇତିନି ଦିନ ଲାଗୁଥିଲା। କିନ୍ତୁ ଏବେ ମୋର ଅଭ୍ୟାସ ହୋଇଗଲାଣି। ଗୋଟେ ଘଣ୍ଟାରେ ବି ଲେଖିପାରୁଛି।
ପ୍ରଶ୍ନ – ନିକଟରେ ଏକ ରାପ୍‌ ବୋଲିଥିଲେ, ଯେଉଁଥିରେ ମହିଳାଙ୍କୁ ଅସମ୍ମାନ କରାଯାଇଥିବା ଅଭିଯୋଗ ହୋଇଥଲା। କ’ଣ କହିବେ ଏ ସମ୍ପର୍କରେ?
ଉତ୍ତର: ଏହି ରାପ୍‌ ପାଇଁ ମୋର ବହୁ ଶତ୍ରୁ ହୋଇଗଲେ। ଅନେକେ ଏହାର ପ୍ରତିବାଦ କରିଥିଲେ। ସେତେବେଳେ ମୁଁ ଭୁଲ୍‌ ବି ମାଗିଥିଲି। ଆଗକୁ ଏ ଦିଗ ପ୍ରତି ନିଶ୍ଚିତ ଧ୍ୟାନ ଦେବି।
ପ୍ରଶ୍ନ – ଆପଣ ଭାବୁଛନ୍ତି କି ସେ ରାପ୍‌ ଗାଇ ଭୁଲ୍‌ କରିଛନ୍ତି ?
ଉତ୍ତର: ନା। ବହୁ ଇଣ୍ଟରନ୍ୟାଶନାଲ ଆର୍ଟିଷ୍ଟଙ୍କର ରାପ୍‌ ମୁଁ ଶୁଣେ। ତାଙ୍କ ଦ୍ୱାରା ଅନୁପ୍ରାଣୀତ ହୋଇଥାଏ। ସେମାନଙ୍କ ରାପ୍‌ ଷ୍ଟାଇଲ୍‌କୁ ଦେଖିକି ହିଁ ମୁଁ ସେଇଟା ଲେଖିଥିଲି। ତେଣୁ ଭାବୁଛି ମୁଁ ସେମିତି କିଛି ଭୁଲ୍‌ କରିନାହିଁ। କାହାର କେମିତି ମାନସିକତା। କିଏ କେମିତି ଗ୍ରହଣ କରିବ।
ପ୍ରଶ୍ନ – ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ଯେଉଁଦିନ ଫିଲ୍ମରେ ଗୀତ ଗାଇବା ପାଇଁ ଅଫର ଦେଇଥିଲେ, ସେଦିନର ଅନୁଭୂତି କ’ଣ ଥିଲା ?
ଉତ୍ତର: ତାଙ୍କ ସହିତ କାମ କରିବା ପାଇଁ ସ୍ବପ୍ନ ଥିଲା। ଯେତେବେଳେ ଅଫର ମିଳିଲା ବହୁତ ଖୁସି ହୋଇଯାଇଥିଲି। ଆଉ ସେଇଟା ମୋ ଜୀବନର ଗୋଟେ ନୂଆ ଅଧ୍ୟାୟ ଥିଲା ବୋଲି କହିବି।
ପ୍ରଶ୍ନ – ଆଗକୁ କ’ଣ ସ୍ବପ୍ନ ଅଛି ?
ଉତ୍ତର: ଆଗକୁ ଭଲ ଭଲ ଆଲ୍‌ବମ୍‌ ବନେଇବା ପାଇଁ ଯୋଜନା କରିଛି। ଭବିଷ୍ୟତରେ ଜଣେ ପ୍ରତିଷ୍ଠିତ ବା ଲୋକପ୍ରିୟ ରାପର ହେବି।
ପ୍ରଶ୍ନ – ରାପ୍‌ ଛଡ଼ା ଆଉ କ’ଣ କରିବାକୁ ଭଲ ଲାଗେ?
ଉତ୍ତର: ସ୍କୁଲରେ ପଢ଼ିବା ସମୟରେ ମୁଁ ଫୁଟ୍‌ବଲ ଖେଳାଳି ଥିଲି। ତେଣୁ ସମୟ ମିଳିଲେ ଫୁଟ୍‌ବଲ ଖେଳେ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୭ ଯାଏ ୪ ରାଶିଙ୍କୁ ବିଶେଷ କୃପା କରିବେ ଶନି; କ୍ୟାରିୟର-ବିବାହ ଠାରୁ ଧନଲାଭରେ ମିଳିବ ଫାଇଦା…

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ଗୋଚରକୁ ସବୁଠାରୁ ପ୍ରଭାବଶାଳୀ ବୋଲି ମାନାଯାଏ, କାରଣ ସେ ପ୍ରାୟ ଅଢ଼େଇ ବର୍ଷ ପରେ ରାଶି ପରିବର୍ତ୍ତନ କରିଥାନ୍ତି। ଧୀର ଗତିରେ ଚାଲୁଥିବା…

ସେପ୍ଟେମ୍ୱରରେ ଚମକିବ ୫ ରାଶିର ଭାଗ୍ୟ: ୪ ଗ୍ରହଙ୍କ ଚଳନରେ ପ୍ରଚୁର ଧନଲାଭ, ଚାକିରିରେ ମିଳିବ ବଡ଼ ଅଫର୍‌…

ସେପ୍ଟେମ୍ୱର ୨୦୨୬ରେ ସୂର୍ଯ୍ୟ, ମଙ୍ଗଳ, ବୁଧ ଏବଂ ଶୁକ୍ର ଗ୍ରହ ରାଶି ପରିବର୍ତ୍ତନ (ଗୋଚର) କରିବାକୁ ଯାଉଛନ୍ତି। ଏହି ଗ୍ରହମାନଙ୍କ ଗୋଚର ଯୋଗୁଁ ଅନେକ ଶୁଭ ରାଜଯୋଗ…

ସମ୍ପର୍କରେ ସନ୍ଦେହ ହେଲା କାଳ, ବିଷ ମିଶା କୋଲ୍ଡ ଡ୍ରିଙ୍କ ପିଆଇ ପ୍ରେମିକାଙ୍କୁ ହତ୍ୟା

ମୁମ୍ବାଇ,୩୦ା୮: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇର ଚେମ୍ବୁର ଅଞ୍ଚଳରୁ ୨୪ ବର୍ଷୀୟ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । ଏହି ମାମଲାରେ ପୋଲିସ ମହିଳାଙ୍କ…

ପୁଣିଥରେ ସେଲଫି ଭିଡ଼ିଓ ଶେୟାର କରି ଚର୍ଚ୍ଚାରେ ମୋଦି, ଏଥର କିନ୍ତୁ ଦେଶରୁ ନୁହେଁ…

ତାସକେଣ୍ଟ,୩୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଉଜବେକିସ୍ତାନ ଗସ୍ତରେ ଅଛନ୍ତି। ତାସକେଣ୍ଟରେ ପହଞ୍ଚିବା ପରେ, ସେ ଉଜବେକିସ୍ତାନ ଯୋଗ ଫେଡେରେଶନ ଦ୍ୱାରା ଆୟୋଜିତ ଏକ ସ୍ବତନ୍ତ୍ର…

ଯୌତୁକ ନିର୍ଯାତନା: ଥାନାରେ ଏତଲା, ଅଭିଯୋଗକୁ ଶ୍ବଶୁର ଘର ଲୋକଙ୍କ ….

ଦିଗପହଣ୍ଡି,୩୦|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ତେଣ୍ଟୁଆପଡ଼ା ଗ୍ରାମର ନିରଞ୍ଜନ ପାଣିଗ୍ରାହୀଙ୍କ ଝିଅ ଅଂଶିତାଙ୍କୁ ତାଙ୍କ ସ୍ଵାମୀ,ଶାଶୁ,ଶ୍ବଶୁର ଯୌତୁକ ପାଇଁ ଶାରିରୀକ…

ପେନଶନ ବନ୍ଦ ଚର୍ଚ୍ଚା ଭିତରେ ଆସିଲା ଅପଡେଟ୍‌; ରିଟାୟର୍ଡ କର୍ମଚାରୀଙ୍କ ପାଇଁ ବଡ଼ ଖବର

ନୂଆଦିଲ୍‌ୀ,୩୦।୮: ୮ମ ବେତନ ଆୟୋଗ (8th Pay Commission) କୁ ନେଇ ସୋସିଆଲ ମିଡିଆରେ ଚାଲିଥିବା ଏକ ଖବର କେନ୍ଦ୍ରୀୟ କର୍ମଚାରୀ ଏବଂ ପେନ୍ସନ୍ଭୋଗୀଙ୍କ ଚିନ୍ତା ବଢ଼ାଇ…

୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଲହୁଣୀପଡ଼ା ଥାନା ଏଏସ୍‌ଆଇ ଓ ସହଯୋଗୀ

ସୁନ୍ଦରଗଡ଼, ୩୦।୮ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ଥାନାର ଏଏସ୍‌ଆଇ ମଦନ ମୋହନ ପ୍ରଧାନ ଏବଂ ତାଙ୍କ ସହଯୋଗୀ ମନଦୀପ କୁମାର ଦାସମୋଦକ (ଘରୋଇ…

ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ, ସ୍ତ୍ରୀଙ୍କୁ ଭରଣପୋଷଣ ଟଙ୍କା ନଦେଲେ କଟିବ ଦରମା

ଭୁବନେଶ୍ବର,୩୦ା୮: ସ୍ତ୍ରୀ କିମ୍ୱା ସନ୍ତାନସନ୍ତତିଙ୍କୁ ଭରଣପୋଷଣ ସହାୟତା କିମ୍ୱା ଛାଡ଼ପତ୍ର ସମ୍ପର୍କିତ ପୋଷଣ ଖର୍ଚ୍ଚ ଠିକ୍ ଭାବରେ ଦେଉ ନଥିବା ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri