ମା’ଙ୍କ ପ୍ରିୟ ଜୁଏଲେରି

ମା’ ପାଇଁ ତା’ ପିଲା ହେଉଛି ସବୁଠୁ ମୂଲ୍ୟବାନ ଗହଣା। ତା’ର କୁନି କୁନି ହାତ ଓ ପାଦର କୋମଳ ସ୍ପର୍ଶ ତାକୁ ଅପୂର୍ବ ଆନନ୍ଦ ଦେଇଥାଏ। ଠିକ୍‌ ସେମିତି ସେହି କୁନି କୁନି ହାତ ଓ ପାଦର ଥିମକୁ ନେଇ ତିଆରି ହୋଇଥିବା ଜୁଏଲେରି ବି ତା’ର ଖୁବ୍‌ ମନଲାଖି ଆଉ ପ୍ରିୟ ହୋଇଥାଏ…

କୁହାଯାଏ, ଦୁନିଆର ସବୁ ଖୁସି ଗୋଟେ ପଟେ ଆଉ ମା’ ହେବାର ଖୁସି ଗୋଟେ ପଟେ। ମା’ ଏମିତି ଏକ ଶବ୍ଦ, ଯାହାର ଉଚ୍ଚାରଣରେ ରହିଥାଏ ପିଲାମାନଙ୍କ ପ୍ରତି ଅନାବିଳ ସ୍ନେହ, ଶ୍ରଦ୍ଧା ଆଉ ଅସୁମାରୀ ଭଲପାଇବା। ପିଲା ମୁହଁରୁ ମା’ ଡାକ ଶୁଣିଲେ ତା’ ପେଟ ପୂରିଯାଏ, ଦୁନିଆର ସବୁ ଖୁସି ତାକୁ ମିଳିଗଲା ପରି ଲାଗେ। ଧନ, ଦୌଲତ, ଗହଣା, ଗାଣ୍ଠି କେଉଁଥିରେ ବି ଆଉ ଲୋଭ ରୁହେନି। କୋଳରେ ଧରିଥିବା ଶିଶୁ ହିଁ ତା’ପାଇଁ ସବୁଠୁ ମୂଲ୍ୟବାନ ଧନ ହୋଇଯାଏ। ତା’ର କୁନି କୁନି ହାତ ଓ ପାଦର ସ୍ପର୍ଶ ମା’ର ସବୁ ଦୁଃଖକୁ ଭୁଲାଇଦିଏ। ତେଣୁ ସେହି ମା’ମାନଙ୍କର ଖୁସିକୁ ଆଖି ଆଗରେ ରଖି ଏବେ ଶିଶୁର କୁନି କୁନି ପାଦ ଓ ହାତର ଥିମ୍‌କୁ ନେଇ ସ୍ବତନ୍ତ୍ର ଧରଣର ଜୁଏଲେରି ମାର୍କେଟ୍‌କୁ ଆସିଲାଣି; ଯାହାର ଚାହିଦା ବି ବେଶ୍‌ ଭଲ ରହୁଥିବା ଦେଖିବାକୁ ମିଳୁଛି…

ବେବି ଫୁଟ୍‌ ଲକେଟ୍‌: ବେବି ଫୁଟ୍‌ ବା ଶିଶୁଙ୍କ ପାଦ ଡିଜାଇନ୍‌ର ଏହି ଲକେଟ୍‌ ଦେଖିବାକୁ ବେଶ୍‌ ଆକର୍ଷଣୀୟ ଲାଗିଥାଏ। ଏହା ବିଭିନ୍ନ ଡିଜାଇନ୍‌ରେ ମଧ୍ୟ ଆସିଥାଏ। ଯେମିତି କି: ଗୋଟିଏ ପାଦର ଲକେଟ୍‌, ଦୁଇଟି ପାଦ ଯୋଡ଼ି ହୋଇ ରହିଥିବା ଲକେଟ୍‌, ଏକାଧିକ ପାଦ ତଳକୁ ଧାଡ଼ି ଧାଡ଼ି ହୋଇ ରହିଥିବା ଲକେଟ୍‌, ଶିଶୁର ପାଦ ଓ ସେଥିରେ ତା’ର ନାମ ଲେଖା ହୋଇଥିବାର ଲକେଟ୍‌ ତଥା ମା’ର ପାପୁଲି ଉପରେ ଶିଶୁର ପାପୁଲି ଥିବା ଡିଜାଇନ୍‌ର ଲକେଟ୍‌ ଇତ୍ୟାଦି ଅନ୍ୟତମ। ଏହା ଉଭୟ ସୁନା, ରୁପା ତଥା ଆର୍ଟିଫିସିଆଲ୍‌ ଜୁଏଲେରି ଭାବେ ମଧ୍ୟ ଉପଲବ୍ଧ। ଏହି ଲକେଟ୍‌କୁ ମା’ମାନେ ଚାହିଁଲେ ବେକରେ ଚେନ୍‌ ସାଙ୍ଗରେ ପିନ୍ଧିପାରିବେ ନଚେତ୍‌ ଷ୍ଟାଇଲିଶ୍‌ ଲୁକ୍‌ ପାଇଁ ଏହାକୁ ହାତରେ ବ୍ରେସ୍‌ଲେଟ୍‌ କରିକି ମଧ୍ୟ ପିନ୍ଧିପାରିବେ।

ବେବି ଫୁଟ୍‌ ବ୍ରେସ୍‌ଲେଟ୍‌: ଶିଶୁଙ୍କ ପାଦ ଆକୃତିର ଏକାଧିକ ଲକେଟ୍‌କୁ ନେଇ ଖୁବ୍‌ ସୁନ୍ଦର ସୁନ୍ଦର ବ୍ରେସ୍‌ଲେଟ୍‌ ବି ଏବେ ମାର୍କେଟ୍‌ରେ ମିଳିଲାଣି। ସେହିପରି ଚୁଡ଼ି ଡିଜାଇନ୍‌ର ବ୍ରେସ୍‌ଲେଟ୍‌ ଉପରେ ହୋଇଥିବା ଶିଶୁଙ୍କ ପାଦ ଓ ହାତ ପାପୁଲିର ଆକୃତି ବି ବେଶ୍‌ ଆକର୍ଷଣୀୟ ଲାଗିଥାଏ। ବିଶେଷକରି ଫ୍ୟାଶନପ୍ରିୟ ମା’ମାନଙ୍କର ଏହି ଷ୍ଟାଇଲ୍‌ର ବ୍ରେସ୍‌ଲେଟ୍‌ ଖୁବ୍‌ ପସନ୍ଦ ହୋଇଥାଏ।

ବେବି ଫୁଟ୍‌ ରିଂ: ଶିଶୁଙ୍କ ହାତ ଓ ପାଦ ଡିଜାଇନ୍‌ର ରିଂ ବା ମୁଦିକୁ ହାତରେ ପିନ୍ଧିଲେ ତାହା ବେଶ୍‌ ସୁନ୍ଦର ଦେଖାଯାଇଥାଏ। ଏହା ଉଭୟ ସୁନା, ରୁପା ତଥା ଆର୍ଟିଫିସିଆଲ୍‌ ଜୁଏଲେରି ଭାବେ ମଧ୍ୟ ମାର୍କେଟ୍‌ରେ ଉପଲବ୍ଧ।

ବେବି ଫୁଟ୍‌ ଇୟର ରିଂ: ଖାସ୍‌କରି ମା’ମାନଙ୍କର ଚାହିଦା ତଥା ପସନ୍ଦକୁ ଦେଖି ଆଜିକାଲି ଶିଶୁଙ୍କ ହାତ ତଥା ପାଦର ଡିଜାଇନ୍‌ ହୋଇଥିବା ଇୟର୍‌ ରିଂ ବି ମାର୍କେଟ୍‌କୁ ଆସିଗଲାଣି। ଏହା ଉଭୟ ଷ୍ଟଡ୍‌ ତଥା ଲଙ୍ଗ୍‌ ଡିଜାଇନ୍‌ରେ ଉପଲବ୍ଧ ହେଉଛି। ତା’ଛଡ଼ା ସବୁ ପ୍ରକାରର ଆଉଟ୍‌ଫିଟ୍‌ ସହ ଏହି ଇୟର ରିଂ ବି ବେଶ୍‌ ଭଲ ମାନୁଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୬ରେ ଏହି ୪ ରାଶିରେ ଆସିବ ବଡ଼ ପରିବର୍ତ୍ତନ: ପାଇବେ ଭଲ ଖବର, ବର୍ଷ ସାରା କେମିତି ରହିବ ଜାଣନ୍ତୁ…

ଗ୍ରହମାନଙ୍କର ଗତି ଏବଂ ଗମନରେ ପରିବର୍ତ୍ତନ ଦେଶ ଏବଂ ବିଶ୍ୱ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇଥାଏ। ଗ୍ରହମାନଙ୍କର ରାଶି ଏବଂ ନକ୍ଷତ୍ରରେ ପରିବର୍ତ୍ତନ ରାଶିମାନଙ୍କ...

ଲିଫ୍ଟ ଦେବା କହି ଚଳନ୍ତା କାର୍‌ରେ ମହିଳାଙ୍କୁ କଲେ ବଳାତ୍କାର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୩୧।୧୨: କୋତୱାଲି ଥାନା ଅଞ୍ଚଳରେ ଚଳନ୍ତା କାରରେ ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କୁ ବଳାତ୍କାର କରିବା ପରେ ଅଭିଯୁକ୍ତମାନେ ତାଙ୍କୁ ରାସ୍ତାରେ...

ଶ୍ରୀମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ! ଜଗା ସ୍ଥାନରେ ବଳିଆ

ଭୁବନେଶ୍ୱର,୩୧।୧୨: ଶ୍ରୀଜଗନ୍ନାଥ ମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ଅଭିଯୋଗ ହୋଇଛି। ଜଗା ସ୍ଥାନରେ ବଳିଆ ଓ ବଳିଆ ଜାଗାରେ ଜଗାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ...

ନଳକୂପ ପାଖରେ ଛକି ବସିଥିଲା ଯମ: ପାଣି ଆଣିବାକୁ ଗଲାବେଳେ ଝିଲିଙ୍କ ସହ ଘଟିଲା…

ଅନୁଗୋଳ,୩୧।୧୨(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବନ୍ତଳା ପଞ୍ଚାୟତ ସାହାରାଗୁଡ଼ା ଗାଁ ସୁନାଭୂଇଁ ସାହିରେ ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମିଳିଥିବା...

ମହିଳାଙ୍କ ସହ ଯୌନସମ୍ପର୍କ ରଖି ଫଟୋ ଭାଇରାଲ କରିଦେଲେ ଯୁବକ: ସ୍ବାମୀ ଜାଣିବା ପରେ…

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି):ମହିଳାଙ୍କ ବିନା ସହମତିରେ ତାଙ୍କ ସହ ଯୌନସମ୍ପର୍କ ସ୍ଥାପନ କରିବା ସହ ଅଶ୍ଳୀଳ ଭିଡିଓ ସୋସିିଆଲ ମିଡିଆରେ ଭାଇରାଲ କରିବା ଅଭିଯୋଗରେ ବଳିଆପଣ୍ଡା...

୬ଦିନ ଯାଏ ସବୁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି):ଇଂଲିଶ ନବବର୍ଷର ପ୍ରଥମ ଦିନରେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଦର୍ଶନ କରି ବର୍ଷ ଆରମ୍ଭ କରିବା ନିମନ୍ତେ ଶ୍ରଦ୍ଧାଳୁ ଆଶା କରିଥାନ୍ତି। ତେଣୁ ଏହିଦିନ...

ଭୟରେ ଥରହର ଅର୍ପିତା ଚୌଧୁରୀ: କଲେ ଏମିତି କାମ

କଟକ,୩୧।୧୨(କାର୍ତ୍ତିକ ସାହୁ):ଓଡ଼ିଆ ସଙ୍ଗୀତ ଜଗତର ପ୍ରତିଷ୍ଠିତ ଗାୟକ ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ ଓଲିଉଡ ଗାୟିକା ଅର୍ପିତା ଚୌଧୁରୀ ମଙ୍ଗଳବାର ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ...

ନୂଆବର୍ଷରେ ପ୍ରବଳ ଶୀତ: ୧୨ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨ (ବନ୍ଦନା ସେଠୀ):ରାଜ୍ୟରେ ଏବେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଘନ କୁହୁଡ଼ି ସହିତ ଶୀତ ଲହରି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ଏଥିସହିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri