ମୋ ପରିବାର ଏବେ ବିପଦରେ: କାହିଁକି ଏମିତି କହିଲେ ସଲମାନ

ବଲିଉଡର ସୁପରଷ୍ଟାର ସଲମାନ ଖାନ ନିଜ ଘର ଉପରେ ହୋଇଥିବା ଗୁଳିକାଣ୍ଡକୁ ନେଇ ମୁହଁ ଖୋଲିଛନ୍ତି। ପୋଲିସକୁ ଦେଇଥିବା ବିବୃତ୍ତିରେ କହିଛନ୍ତି, ମୁଁ ବୃତ୍ତି ଅନୁଯାୟୀ ଜଣେ ଚଳଚ୍ଚିତ୍ର ଅଭିନେତା ଏବଂ ଗତ ୩୫ ବର୍ଷ ଧରି ଫିଲ୍ମ ଇଣ୍ଡଷ୍ଟ୍ରିରେ କାର୍ଯ୍ୟ କରିଆସୁଛି। ଅନେକ ଥର ଗାଲାକ୍ସି ଆପାର୍ଟମେଣ୍ଟ ନିକଟରେ ମୋର ଶୁଭେଚ୍ଛୁ ଏବଂ ପ୍ରଶଂସକଙ୍କ ଭିଡ଼ ଜମିଥାଏ। ଆହୁରି ମଧ୍ୟ, ମୋ ଘରେ ଭୋଜି ହେଲେ ବନ୍ଧୁ ଏବଂ ପରିବାର, ମୋ ବାପା ଆସନ୍ତି, ମୁଁ ମଧ୍ୟ ତାଙ୍କ ସହିତ ବାଲକୋନୀରେ ସମୟ ବିତାଇଥାଏ। କାମ ସରିବା ପରେ କିମ୍ବା ସକାଳେ ଉଠିବା ପରେ ମଧ୍ୟ ମୁଁ ବାଲକୋନୀକୁ ଯାଇ କିଛି ତାଜା ପବନ ନେଇଥାଏ। ମୁଁ ନିଜ ପାଇଁ ବ୍ୟକ୍ତିଗତ ସୁରକ୍ଷା ମଧ୍ୟ ନିଯୁକ୍ତ କରିଛି।
ସଲମାନ ଖାନ ଆହୁରି କହିଛନ୍ତି, ମୋ ବାପା ଏକ ଚିଠି ପାଇଥିଲେ, ଏଥିରେ ମୁଁ ଏବଂ ମୋ ପରିବାରକୁ ଧମକ ଦିଆଯାଇଥିଲା। ଏହି ଚିଠିକୁ ମୋର ଆପାର୍ଟମେଣ୍ଟ ବିଲଡିଂର ଅପର ପାର୍ଶ୍ୱରେ ଥିବା ବେଞ୍ଚରେ ରଖାଯାଇଥିଲା। ୨୦୨୨ରେ ମୋ ବାପା ବାନ୍ଦ୍ରା ପୋଲିସ ଷ୍ଟେଶନରେ ଅଭିଯୋଗ କରିଥିଲେ। ଏହା ବ୍ୟତୀତ ସଲମାନ ପୋଲିସକୁ ଦେଇଥିବା ବିବୃତ୍ତିରେ କହିଛନ୍ତି,ମାର୍ଚ୍ଚ ୨୦୨୩ରେ ମୁଁ ମୋର ଦଳର ଜଣେ କର୍ମଚାରୀଙ୍କଠାରୁ ମୋର ଅଫିସିଆଲ ଇ-ମେଲ ଆଇଡିରେ ଏକ ମେଲ ପାଇଥିଲି, ଯେଉଁଥିରେ ଲରେନ୍ସ ବିଷ୍ଣୋଇ ମୋତେ ଏବଂ ମୋ ପରିବାରକୁ ଧମକ ଦେଇଥିଲେ। ମୋ ଟିମ୍‌ ମଧ୍ୟ ଏ ସମ୍ପର୍କରେ ବାନ୍ଦ୍ରା ପୋଲିସ ଷ୍ଟେଶସନରେ ଅଭିଯୋଗ କରିଥିଲେ।
ସଲମାନ ଆହୁରି ମଧ୍ୟ କହିଥିଲେ ଯେ ଥରେ ଦୁଇ ଜଣ ଅଜ୍ଞାତ ବ୍ୟକ୍ତି ତାଙ୍କ ଫାର୍ମହାଉସରେ ପ୍ରବେଶ କରିବାକୁ ଚେଷ୍ଟା କଲେ। ସଲମାନ କହିଛନ୍ତି, ଚଳିତ ବର୍ଷ ଜାନୁଆରୀରେ ଦୁଇଜଣ ଲୋକ ନକଲି ନାମ ଏବଂ ପରିଚୟ ପତ୍ର ସହିତ ପାନଭେଲରେ ଥିବା ମୋର ଫାର୍ମହାଉସରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ। ଏହା ପରେ ପାନଭେଲ ପୋଲିସ ଉଭୟଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ମୁଁ ପୋଲିସଠାରୁ ଜାଣିବାକୁ ପାଇଲି ଯେ ଦୁହେଁ ଅପରାଧୀ ଯିଏ ମୋ ଫାର୍ମହାଉସରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ ସେମାନେ ରାଜସ୍ଥାନର ଫାଜିଲ୍କା ଗାଁର ଥିଲେ, ଯାହା ମଧ୍ୟ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌ର ଅଟନ୍ତି। ଲରେନ୍ସ ବିଷ୍ଣୋଇ ମୋ ପରିବାର ଏବେ ବିପଦରେ ଅଛନ୍ତି।
ବଲିଉଡର ସୁପରଷ୍ଟାର ସଲମାନ ଖାନଙ୍କ ଘର ଉପରେ ଏପ୍ରିଲ ୧୪ରେ ଗୁଳିମାଡ ହୋଇଥିଲେ। ସକାଳ ପ୍ରାୟ୫ଟା ସମୟରେ ଭାଇଜାନଙ୍କ ଘର ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ ଗୁଳି ବିନିମୟ ହୋଇଥିଲା। ୨ ଆକ୍ରମଣକାରୀ ବାଇକ୍ରେ ଚଢି ଫାଙ୍କା ଗୁଳି ଚଳାଇ ପଳାଇ ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?