ପଥ ଉତ୍ସବରେ ମିଳିବନି ‘ମୋ ସାଇକେଲ’

ଭୁବନେଶ୍ୱର, ୨୨।୧୨ (ବନ୍ଦନା ସେଠୀ): ଆସନ୍ତା ୨୪ ତାରିଖ ରବିବାରଠାରୁ ସ୍ମାର୍ଟସିଟି ଭୁବନେଶ୍ୱରରେ ପୁଣି ଆରମ୍ଭ ହେବ ‘ପଥ ଉତ୍ସବ’। ଶୀତୁଆ ସକାଳରେ ସହରବାସୀ ନାଚଗୀତଠାରୁ ଆରମ୍ଭ କରି ସ୍କେଟିଂ, ମ୍ୟାଜିକ୍‌ ଶୋ’ ଭଳି ବିଭିନ୍ନ କାର୍ଯ୍ୟକ୍ରମର ମଜା ଉଠାଇବେ। ମାତ୍ର ଯଦି ଆପଣ ପଥଉତ୍ସବରେ ସାଇକ୍ଲିଂର ମଜା ନେବାକୁ ଚାହୁଁଥାନ୍ତି, ତେବେ ନିଜ ଘରୁ ସାଇକେଲ ନେଇକି ଆସିବାକୁ ପଡିବ। ଆଉ ଯଦି ‘ମୋ ସାଇକେଲ’ ଭରସାରେ ଅଛନ୍ତି ତେବେ ଆପଣଙ୍କୁ ନିରାଶ ହେବାକୁ ପଡିବ। କାରଣ କୋଟିକୋଟି ଟଙ୍କାରେ କିଣାଯାଇଥିବା ମୋ ସାଇକେଲ୍‌ଗୁଡିକ ମଧ୍ୟରୁ ଅଧିକାଂଶ ଅଚଳ ଅବସ୍ଥାରେ ପଡିଛି। କାହାର ସିଟ୍‌ ନାହିଁ ତ ଆଉ କାହାର ବ୍ରେକ୍‌ ତାର ଛିଡି ତଳେ ପଡିଛି। ଏଭଳି ଅଚଳ ସାଇକେଲକୁ ନେଇ ବିଏମ୍‌ସି କିମ୍ବା ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍‌ (ବିଏସ୍‌ସିଏଲ୍‌) ଲୋକଙ୍କ ପାଖରେ ନିଜର ଛବି ମଳିନ କରିବାକୁ ଚାହୁଁନାହିଁ। ତେଣୁ ମୂଳୁ ମାରିଲେ ଯିବ ସରି ପନ୍ଥା ଆପଣାଇ ସାଇକ୍ଲିଂ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରୁ ନ ଥିବା ଜଣାପଡିଛି।
ସ୍ମାର୍ଟସିଟି ରାଜଧାନୀକୁ ପ୍ରଦୂଷଣମୁକ୍ତ କରିବା ସହିତ ସାଇକେଲ ପ୍ରତି ଲୋକଙ୍କ ଆଗ୍ରହ ସୃଷ୍ଟି ଉଦ୍ଦେଶ୍ୟରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ୨୦୧୮ରେ ଆରମ୍ଭ ହୋଇଥିଲା ‘ମୋ ସାଇକେଲ’ ଯୋଜନା। ବିଭିନ୍ନ ନାମୀଦାମୀ କମ୍ପାନୀର ରଙ୍ଗବେରଙ୍ଗର ସାଇକେଲ ସହରର ଛକ ଓ ବଜାର ଅଞ୍ଚଳରେ ଶୋଭାପାଉଥିଲା। ମାତ୍ର କିଛିଦିନ ଭିତରେ ହିଁ ରାଜଧାନୀବାସୀ ମୋ ସାଇକେଲ୍‌ରୁ ମୁହଁ ଫେରାଇ ନେଇଥିଲେ। ପରେ ମୋ ସାଇକେଲ୍‌ର ଲୋକପ୍ରିୟତା ବଢାଇବାକୁ ରାହାଗିରି ବା ପଥ ଉତ୍ସବରେ ସାଇକ୍ଲିଂ ବ୍ୟବସ୍ଥା କରାଯାଇଥିଲା। ଏହା ସେତେବେଳେ ପଥୋତ୍ସବର ମୁଖ୍ୟ ଆକର୍ଷଣ ହେବା ସହ ବିଏମ୍‌ସି ଓ ବିଏସ୍‌ସିଏଲ୍‌ ସାଇକେଲ ଚାଳନାକୁ ସର୍ବାଧିକ ଗୁରୁତ୍ୱ ଦେଇଥିଲେ। କରୋନା ମହାମାରୀ ପାଇଁ ୩ବର୍ଷ ଧରି ପଥଉ ତ୍ସବ ବନ୍ଦ ରହିବା ପରେ ୨୦୨୨ରେ ସେହି ଉତ୍ସାହ ନେଇ ପୁଣିଥରେ ଫେରିଥିଲା। ମାତ୍ର ସେତେବେଳକୁ ଆଉ ‘ମୋ ସାଇକେଲ’ ଚାଲିବା ଅବସ୍ଥାରେ ନ ଥିଲା। ତେଣୁ ସାଇକେଲ ଚଳାଇବାକୁ ମନ ବଳାଇଥିବା ଲୋକେ ଏହାର ଲାଭ ଉଠାଇ ନ ପାରି ମୋ ସାଇକେଲ୍‌କୁ ଝୁରିଥିଲେ। ଆଶା ଥିଲା ଯେ ଚଳିତ ବର୍ଷ ସହରବାସୀଙ୍କୁ ‘ମୋ ସାଇକେଲ’ ଚଳାଇବାକୁ ସୁଯୋଗ ମିଳିବ। ମାତ୍ର ଏଥର ମଧ୍ୟ ସମାନ ଅବସ୍ଥା ହେବ। କାରଣ ପଥଉତ୍ସବରେ ମୋ ସାଇକେଲର କୌଣସି ବ୍ୟବସ୍ଥା ନ ଥିବା ବିଏମ୍‌ସି କମିଶନର ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି। ସହରରେ ଅଧିକାଂଶ ଲୋକଙ୍କର ନିଜର ସାଇକେଲ ଅଛି, ତେଣୁ ସେମାନେ ନିଜ ନିଜ ସାଇଲେ ଆଣି ଚଲାଇ ପାରିବେ। ଏଥିପାଇଁ ରେଜିଷ୍ଟ୍ରେଶନ ଆରମ୍ଭ ହୋଇଛି। ତେଣୁ ମୋ ସାଇକେଲ୍‌ର କୌଣସି ଆବଶ୍ୟକତା ନାହିଁ ବୋଲି କମିଶନର ଅଜବ ଯୁକ୍ତି ବାଢିଛନ୍ତି। ସହରରେ ଏବେ କେତେ ମୋ ସାଇକେଲ ତାହା ମନେ ନ ଥିବାବେଳେ ସବୁ ସାଇକେଲ ପ୍ରାୟ ଭଲ ଅବସ୍ଥାରେ ଥିବା କହିଛନ୍ତି। ତେବେ ପୂର୍ବାପେକ୍ଷା ଏବେ ଖୁବ୍‌କମ୍‌ ଲୋକ ମୋ ସାଇକେଲ ବ୍ୟବହାର କରୁଥିବାରୁ ଏଭଳି ଅବସ୍ଥା ହେଉଥିବା କମିଶନର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?