Posted inଫୁରସତ

ମିରର୍‌ ରାଇଟିଂରେ ପାରଙ୍ଗମ ମୁସ୍କାନ୍‌

ଭଲ ପାଠପଢ଼ିବା, ଚିତ୍ରାଙ୍କନ, ତର୍କ ପ୍ରତିଯୋଗିତା ସବୁଥିରେ ସେ ଆଗୁଆ। ତଥାପି କିଛି ଭିନ୍ନ କରି ନିଜର ପରିଚୟ ଗଢ଼ିବାକୁ ସେ ସର୍ବଦା ଉଦ୍ୟମରତ। ଆଉ ଦୃଢ଼ ମନୋବଳ ଏବଂ ପ୍ରଚେଷ୍ଟା ଦ୍ୱାରା ଆଜି ସେ ନା କେବଳ ନିଜ ଲକ୍ଷ୍ୟ ହାସଲ କରିବାରେ ସଫଳ ହୋଇପାରିଛନ୍ତି ବରଂ ଇଣ୍ଡିଆ ବୁକ୍‌ ଅଫ୍‌ ରେକଡର୍‌ସରେ ସ୍ଥାନ ପାଇ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସେ ହେଉଛନ୍ତି, ଜଟଣୀ ବ୍ଲକ ତରାବୋଇ ଗ୍ରାମର ମା’ ସଞ୍ଜିତା ବାନୋ ଏବଂ ବାପା ଶେଖ୍‌ ସମ୍‌ସେରଙ୍କ ଝିଅ ମୁସ୍କାନ୍‌ ତେହସିନ। ସେ ଜଣେ ମେଧାବୀ ଛାତ୍ରୀ ହେବା ସହ ଦୁଇ ହାତରେ କଲମ ଧରି ଏକ ସମୟରେ ନିର୍ଭୁଲ ଭାବେ ୨ଟି ଭାଷାରେ ସୁନ୍ଦର ଭାବେ ଲେଖିପାରନ୍ତି। ଦର୍ପଣ ଛବି (ମିରର ରାଇଟିଂ)ରେ ଓଲଟା ଅକ୍ଷର ଲେଖିବାରେ ମୁସ୍କାନ ବେଶ୍‌ ପାରଙ୍ଗମ। ଓଡ଼ିଆ, ଇଂଲିଶ୍‌, ହିନ୍ଦୀ, ସଂସ୍କୃତ ଏବଂ ଊର୍ଦ୍ଦୁ ଭାଷାରେ ଲେଖି ନିଜ ପାରଦର୍ଶିତାର ପରିଚୟ ଦେଇଛନ୍ତି। ଜାତୀୟ ସଙ୍ଗୀତକୁ ସେ ୫ଟି ଭାଷାରେ ଉଭୟ ହାତରେ ଏବଂ ମିରର ରାଇଟିଂ (ଦର୍ପଣରେ ଓଲଟା ଲେଖା) ଲେଖି ଏବେ ଇଣ୍ଡିଆ ବୁକ୍‌ ଅଫ ରେକଡର୍‌ସରେ ସ୍ଥାନ ପାଇଛନ୍ତି। ତାଙ୍କର ଏହି ନିଆରା ପ୍ରତିଭା ସମ୍ପର୍କିତ ଖବର ପ୍ରଚାରିତ ହେବା ପରେ ମୁସ୍କାନ୍‌ଙ୍କୁ କଲେଜରେ ଅଧ୍ୟାପିକା, ଅଧ୍ୟାପକ, ସହପାଠୀ, ପରିବାର ଏବଂ ବନ୍ଧୁବର୍ଗଙ୍କ ନିକଟରୁ ପ୍ରଶଂସା ଓ ଶୁଭେଚ୍ଛାର ସୁଅ ଛୁଟୁଛି। ବର୍ତ୍ତମାନ ମୁସ୍କାନ୍‌ ଖୋର୍ଦ୍ଧା ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟରେ ଯୁକ୍ତ ତିନି ପଦାର୍ଥ ବିଜ୍ଞାନ ଶେଷବର୍ଷର ଛାତ୍ରୀ। ସେ କୁହନ୍ତି, ‘ଲକ୍‌ଡାଉନ ସମୟରେ କଲେଜ ବନ୍ଦ ହୋଇଗଲା। ଦୁଇ ହାତରେ କଲମ ଧରି ଲେଖିବା ଆରମ୍ଭ କରିଥିଲି। ଘରେ ପାଠପଢ଼ା ସହ ମୋର ଏହି ଅଭ୍ୟାସ ଜାରି ରଖିଥିଲି। ଏବେ ଏହା ମୋର ଅଭ୍ୟାସରେ ପରିଣତ ହୋଇଯାଇଛି। ଏକା ସମୟରେ ଦୁଇ ହାତରେ କଲମ ଧରି ଦୁଇଟି ଭାଷାରେ ଯେକୌଣସି ବିଷୟକୁ ଲେଖିପାରୁଛି। ମୋର ଏହି କଳା ସମ୍ପର୍କରେ ଜାଣିବା ପରେ ଆଗକୁ ବଢ଼ିବା ଲାଗି ମା’ବାପା ପ୍ରେରଣା ଦେଇଥିଲେ।’ ତରାବୋଇଠାରୁ ଖୋର୍ଦ୍ଧା ପ୍ରାୟ ୧୫ କିମି ସାଇକଲ ଚଢ଼ି କଲେଜ ଯାଉଥିବା ମୁସ୍କାନ୍‌ ଦୃଢ଼ ଇଚ୍ଛା ଶକ୍ତି ବଳରେ ସଫଳତା ହାସଲ କରିବା ସହ ଭବିଷ୍ୟତରେ ଗିନିଜ୍‌ ବୁକ୍‌ ଅଫ୍‌ ରେକଡର୍‌ସରେ ସ୍ଥାନ ପାଇବାକୁ ଲକ୍ଷ୍ୟ ରଖିଛନ୍ତି।
– ପ୍ରଭାତ ପାଣିଗ୍ରାହୀ


Enter your email to get our daily news in your inbox.

All Right Reserved By Dharitri.Com

ଫୋନ୍‌ରେ ପାଣି ପଶିଥିଲେ ଚାଉଳ ଡବାରେ ରଖୁଛନ୍ତି କି? ହୋଇଯାଆନ୍ତୁ ସତର୍କ

ମୂଲ୍ୟବାନ ବସ୍ତୁ ପରି ଆମେ ସମସ୍ତେ ନିଜ ଫୋନକୁ ଅତି ଯତ୍ନର ସହିତ ରଖିଥାଉ। ସ୍କ୍ରାଚ ନ ହେବା ପାଇଁ କଭର୍‌ ପକାଇଥାଉ। ଏଥିସହ ସ୍କ୍ରିନର...

ପରିବା ବିକାଳିରୁ IAS, ଏବେ ଭୁବନେଶ୍ୱରର ନୂଆ କମିଶନର

ଭୁବନେଶ୍ୱର,୨୪।୨: ଭୁବନେଶ୍ୱର ମହାନଗର ନିଗମ(ବିଏମସି)ର ନୂତନ କମିଶନର ଭାବେ ଯୋଗ ଦେଇଛନ୍ତି ରାଜେଶ ପାଟିଲ। ବିଏମସି କମିଶନର ଭାବେ ଯୋଗ ଦେବା ପୂର୍ବରୁ ସେ ବହୁ...

ଫୋନ୍‌ ସାଇଲେଣ୍ଟ ରଖି ଭୁଲି ଯାଇଛନ୍ତି କି, ଏହି ଟ୍ରିକ୍‌ ଦ୍ୱାରା ବାଜି ଉଠିବ ଫୋନ୍‌

ମୋବାଇଲ ଫୋନ ଆମ ଜୀବନରେ ଏପରି ଜରୁରୀ ହୋଇଯାଇଛି ଯାହାର ସ୍ଥାନ ଅନ୍ୟ କୌଣସି ଡିଭାଇସ ନେଇ ପାରିବ ନାହିଁ। ଯେତେବେଳେ ଫୋନ ହଜିଯାଏ ଆପଣ...

ଗୁରୁତର ରୋଗରେ ପୀଡିତ ଥାଇ ଷ୍ଟେରଏଡ ନେବାରୁ ବଢି ଯାଇଥିଲା ଅନନ୍ତ ଅମ୍ବାନୀଙ୍କ ଓଜନ

ମୁମ୍ବାଇ: ଅନନ୍ତ ଅମ୍ବାନୀ ୧୮ ମାସରେ ୧୦୮ କିଲୋଗ୍ରାମ ଓଜନ ହ୍ରାସ କରିଥିଲେ। କିନ୍ତୁ ହଠାତ୍‌ ତାଙ୍କ ଓଜନ ପୁଣି ବଢିଗଲା। ଯେତେବେଳେ ନୀତା ଅମ୍ବାନୀଙ୍କ...

Instagram Reel: ରିଲ୍ସରେ ଆସୁନି କି ଲାଇକ୍‌-ଭ୍ୟୁ, ଏହି ସମୟରେ କରନ୍ତୁ ଅପଲୋଡ୍‌

ସୋସିଆଲ ମିଡିଆର ପ୍ରଭାବ ଏବେ ବଢିବାରେ ଲାଗିଛି। ଲୋକେ ଛୋଟରୁ ଛୋଟ ଭିଡିଓ କରି ସୋସିଆଲ ମିଡିଆ ଫେସବୁକ୍‌, ଇନଷ୍ଟାରେ ଅପଲୋଡ୍‌ କରୁଛନ୍ତି। ଫଟୋ ଓ...

ସେଣ୍ଟ୍ରାଲ ଏକ୍ସାଇଜ ଦ୍ୱାରା ଦେଶରେ ଆର୍ଥିକ ବିକାଶ

୧୯୪୪ ଫେବୃୟାରୀ ୨୪ରେ ଲାଗୁହୋଇଥିବା ସେଣ୍ଟ୍ରାଲ ଏକ୍ସାଇଜ ବା କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ଏବଂ ଲୁଣ ଆଇନକୁ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ଫେବୃୟାରୀ ୨୪କୁ ସେଣ୍ଟ୍ରାଲ...

ପାକିସ୍ତାନୀ ବୁଡାଜାହାଜର ‘ଗାଜି’ ଧ୍ୱସାଂବଶେଷକୁ ବଙ୍ଗୋପସାଗରରେ ଠାବ କଲା ଇଣ୍ଡିଆନ ନେଭି, ୧୯୭୧ ଯୁଦ୍ଧରେ ବୁଡିଥିଲା…

ବିଶାଖାପାଟଣା, ୨୩।୨: ଭାରତ-ପାକିସ୍ତାନ ୧୯୭୧ ଯୁଦ୍ଧରେ ପାକିସ୍ତାନର ଏକ ବୁଡ଼ା ଜାହାଜ ‘ଗାଜି’ ସମୁଦ୍ରରେ ବୁଡି ଯାଇଥିଲା। ଯାହାର ଶୁକ୍ରବାର ସନ୍ଧାନ ମିଳିିଛି। ଭାରତୀୟ ନୌସେନାର...

ରେଲଓ୍ବେ ମହିଳାଙ୍କୁ ଦେଉଛି ଏସବୁ ସ୍ପେଶାଲ ସୁବିଧା, ନ ଜାଣି ଥିଲେ ଆଜି ହିଁ ଜାଣନ୍ତୁ

ନୂଆଦିଲ୍ଲୀ,୨୩।୨: ମହିଳା ରେଳ ଯାତ୍ରୀ, ଦୟାକରି ଆବଶ୍ୟକ ସୂଚନା ସହିତ ନିଜକୁ ଅପଡେଟ କରନ୍ତୁ ଯାହା ଦ୍ୱାରା ଯଦି ଆପଣଙ୍କୁ ଅସମୟରେ ଏକାକୀ ଯାତ୍ରା କରିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri