କେନ୍ଦ୍ରାପଡ଼ା: ଭୋଟରେ ପ୍ରତିଫଳିତ ହେବ ଆଞ୍ଚଳିକ ସମସ୍ୟା

କେନ୍ଦ୍ରାପଡ଼ା ଅଫିସ,୨୩ା୧: ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ କେନ୍ଦ୍ରାପଡ଼ା ଜିଲାରେ ମୋଟ ୧୦,୫୮୭ ପ୍ରାର୍ଥତ୍ପତ୍ର ଦାଖଲ ହୋଇଛି । ଜିଲାର ବିଭିନ୍ନ ପ୍ରଶାସନିକ କାର୍ଯ୍ୟାଳୟରେ ଏହି ପ୍ରାର୍ଥତ୍ପତ୍ରର ଯାଞ୍ଚ ଶନିବାର ଚାଲିଛି। ଆସନ୍ତା ୨୫ ତାରିଖ ସୁଦ୍ଧା ପ୍ରତ୍ୟାହାର ପାଇଁ ସୁଯୋଗ ଥିବା ବେଳେ ସେହିଦିନ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା ହେବ। ଅପରପକ୍ଷେ ଚଳିତ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ପାଇଁ ଶେଷ ଦିନରେ ରାଜ୍ୟର ପ୍ରମୁଖ ୩ ରାଜନୈତିକ ଦଳ ପ୍ରାର୍ଥୀ ଚୟନ ଦଳୀୟ ଅସନ୍ତୋଷର ସୂଚନା ଦେଇଛି। ଜିଲା ପରିଷଦ ସଭ୍ୟ ପାଇଁ ୩୧ ଜଣ ସ୍ବାଧୀନ ପ୍ରାର୍ଥୀ ନିଜର ମନୋନୟନ ପତ୍ର ଦାଖଲ କରିଛନ୍ତି । ଦଳୀୟ ଅସନ୍ତୋଷ ସହ ପ୍ରଚାର ପ୍ରସାର କ୍ଷେତ୍ରରେ ଚଳିତ ଥର କୋଭିଡ୍‌ କଟକଣା ବାଧକ ହେବ । ଆଞ୍ଚଳିକ ସମସ୍ୟା ଭୋଟଦାନରେ ପ୍ରତିଫଳିତ ହେବ ବୋଲି ରାଜନୈତିକ ବିଶ୍ଲେଷକ ଓ ଭୋଟରମାନେ ମତ ଦେଇଛନ୍ତି ।

ମହାକାଳପଡ଼ାର ହରେକୃଷ୍ଣ ମଣ୍ଡଳ କୁହନ୍ତି, ମହାକାଳପଡ଼ା ଓ ରାଜନଗର ବ୍ଲକର ତଟବର୍ତ୍ତୀ ଅଞ୍ଚଳରେ ୭ ମାସ ଧରି ସାମୁଦ୍ରିକ କଟକଣା ମତ୍ସ୍ୟଜୀବୀ ଏବଂ ସ୍ଥାନୀୟ ଲୋକଙ୍କ ଜୀବିକା ଉପରେ ବାଧକ ସାଜିଛି। ନଭେମ୍ବର ୧ରୁ ମେ’ ୩୧ ତାରିଖ ଯାଏ ଅଲିଭ ରିଡ୍‌ଲେ କଇଁଛଙ୍କ ସୁରକ୍ଷା ଆଳ ଦେଖାଇ ସମୁଦ୍ର ମଧ୍ୟକୁ ମତ୍ସ୍ୟଜୀବୀମାନଙ୍କୁ ଛଡ଼ାଯାଉନାହିଁ। କଟକଣା ସମୟରେ ମିଳୁଥିବା କ୍ଷତିପୂରଣ ଟଙ୍କାରେ ମତ୍ସ୍ୟଜୀବୀଙ୍କ ପରିବାର ଚଳାଇବା କଷ୍ଟକର ବ୍ୟାପାର ହୋଇଛି। ଏନେଇ ସ୍ବର ଉଠାଇ ସମସ୍ୟାର ସମାଧାନ କରିବାକୁ ଉପଯୁକ୍ତ ପ୍ରାର୍ଥୀଙ୍କୁ ନେତୃତ୍ୱ ପାଇଁ ଚୟନ କରାଯିବ । ଛପାଲି ଗ୍ରାମର ହରେକୃଷ୍ଣ ପାତ୍ର କହିଛନ୍ତି, କେନ୍ଦ୍ରାପଡ଼ା ଜିଲାରେ ପାନୀୟ ଜଳ ସଙ୍କଟ ମୁଖ୍ୟ ସମସ୍ୟା । ଗ୍ରାମରେ ହାତଗଣତି ଟ୍ୟାପ୍‌ ଯୋଗେ ଜଳ ଯୋଗାଣ ହେଉଥିବା ବେଳେ ପ୍ରାୟ ୮୦ପ୍ରତିଶତ ଲୋକ ଶୁଦ୍ଧ ଜଳରୁ ବଞ୍ଚତ୍ତ ହେଉଛନ୍ତି । କେନ୍ଦ୍ରାପଡ଼ା, ଡେରାବିଶ ବ୍ଲକକୁ ଛାଡ଼ିଦେଲେ ସବୁଠି ଜଳକଷ୍ଟ ଲାଗି ରହିଛି । ଏହାର ପ୍ରଭାବ ଆସନ୍ତା ନିର୍ବାଚନରେ ଦେଖିବାକୁ ମିଳିବ । ରାଜନୈତିକ ବିଶ୍ଳେଷକ ପ୍ରତାପ କୁମାର ପାଢ଼ୀ, ସରୋଜରାଜ ସିଂହ, ସୁନୀଲ କୁମାର ଗନ୍ତାୟତ ପ୍ରମୁଖ କହିଛନ୍ତି, ରାସ୍ତା, ସେତୁ, ପାନୀୟ ଜଳ, ଶିକ୍ଷା, ସ୍ବାସ୍ଥ୍ୟସେବା ଆଦି ଆଞ୍ଚଳିକ ମୌଳିକ ସମସ୍ୟା ଚଳିତ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ଆୟୁଧ ହେବ । ତେବେ ପ୍ରାର୍ଥତ୍ତ୍ୱ ସମ୍ପର୍କରେ ବୁଝାଇବା ପାଇଁ ସଭା, ମେଳି, ଭୋଜିଭାତ ଆଦି କୋଭିଡ୍‌ କଟକଣା ପାଇଁ ବନ୍ଦ ରହିଛି । ଯାହା ପ୍ରଚାର ପ୍ରସାର କ୍ଷେତ୍ରରେ ସମସ୍ୟା ହେବ । ନିର୍ବାଚନ ଆରମ୍ଭରୁ ପୋଷ୍ଟର ବ୍ୟାନର ସହ ସାମାଜିକ ଗଣମାଧ୍ୟମରେ ପ୍ରଚାର ପ୍ରସାର ଆରମ୍ଭ ହୋଇଛି । ଏହି ଧାରା ଶେଷ ପର୍ଯ୍ୟନ୍ତ ବଜାୟ ରହିବ । ଚଳିତ ଥର ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳର ନେତାମାନେ ଦଳୀୟ ଅସନ୍ତୋଷକୁ ରୋକି ପାରିନାହାନ୍ତି। ରାଜନୈତିକ ହିଂସା ପ୍ରତି ଜିଲା ପ୍ରଶାସନ ସତର୍କ ରହିବା ଆବଶ୍ୟକ। ୧୯୯୨ ନିର୍ବାଚନରେ ରାଜନୈତିକ ହିଂସା ପରବର୍ତ୍ତୀ ସମୟରେ ଧାର୍ମିକ ହିଂସାକାଣ୍ଡରେ ପରିଣତ ହୋଇ ଜିଲାର ଭାଇଚାରାକୁ ନଷ୍ଟ କରିଥିଲା ବୋଲି ବିଶ୍ଳେଷକମାନେ କହିଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ ଦୁର୍ଗାଚରଣ ମହାରଣା କହିଛନ୍ତି, ନିର୍ବାଚନ ପାଇଁ ସମସ୍ତ ପ୍ରଶାସନିକ ପ୍ରସ୍ତୁତି ସରିଛି। ଚଳିତ ନିର୍ବାଚନରେ କୋଭିଡ୍‌ କଟକଣା ଓ ରାଜନୈତିକ ହିଂସା ପ୍ରତିହତ ପାଇଁ ଗୁରୁତ୍ୱ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?