ଆଇସିୟୁରେ ରୋଗୀଙ୍କୁ ମିଳିବ ମ୍ୟୁଜିକ୍‌ଥେରାପି

କଟକ,୬ା୧୦ (କାର୍ତ୍ତିକ ସାହୁ):ସଙ୍ଗୀତର ମଧୁର ମୂର୍ଚ୍ଛନା ପ୍ରାଣକୁ ଉଲ୍ଲସିତ କରେ। ମାନସିକ ଅବସାଦ ଦୂର କରି ସୁସ୍ଥତା ଆଣିଦିଏ। ମ୍ୟୁଜିକ୍‌ଥେରାପିର କଥା କିଛି ନୂଆ ନୁହେଁ। ତେବେ କଟକ ଏସ୍‌ସିବି ମେଡିକାଲ ପାଇଁ ଏହା ଏକ ନୂଆ ନିଷ୍ପତ୍ତି। ଏଣିକି ଆଇସିୟୁରେ ଚିକିତ୍ସିତ ହେଉଥିବା ଗୁରୁତର ରୋଗୀଙ୍କୁ ମ୍ୟୁଜିକ୍‌ଥେରାପି ଦିଆଯିବ। ଗୁରୁବାର ଅନୁଷ୍ଠିତ ଏସ୍‌ସିବି ମେଡିକାଲର ସ୍ବାସ୍ଥ୍ୟ ବିକାଶ ସମିତି ବୈଠକରେ ଏନେଇ ନିଷ୍ପତ୍ତି ହୋଇଥିବା କୁଳସଚିବ ଡ. ଅବିନାଶ ରାଉତ ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ, ଏସ୍‌ସିବି ମେଡିକାଲ ବିଭିନ୍ନ ବିଭାଗର ଆଇସିୟୁ ଓ ଆଇସିୟୁ ୱାର୍ଡରେ ଗୁରୁତର ରୋଗୀମାନେ ଚିକିତ୍ସିତ ହେଉଛନ୍ତି। ସେଠାରେ ସେମାନଙ୍କ ମାନସିକ ଅବସାଦ ଦୂର କରିବା ପାଇଁ ୨୪ ଘଣ୍ଟିଆ ମ୍ୟୁଜିକ୍‌ଥେରାପି ବ୍ୟବସ୍ଥା ଆରମ୍ଭ ହେବ। ଏଥିରେ କୌଣସି ନିର୍ଦ୍ଦିଷ୍ଟ ଭଜନ ବାଜିବ ନାହିଁ। ହେଲେ ବିଭିନ୍ନ ଲୋକପ୍ରିୟ ଭଜନଗୁଡ଼ିକର କେବଳ ଯନ୍ତ୍ର ସଙ୍ଗୀତ (ବାଦ୍ୟଯନ୍ତ୍ର ଧ୍ୱନି) ବଜାଯିବ। ସ୍ବାସ୍ଥ୍ୟ ବିକାଶ ସମିତି ବୈଠକରେ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ନେଇ କର୍ତ୍ତୃପକ୍ଷ ଅତ୍ୟନ୍ତ ଆଗ୍ରହୀ ଓ ତତ୍ପର ହୋଇଛନ୍ତି। ଆଗାମୀ ୨ ମାସ ମଧ୍ୟରେ ଏହି ସେବା କାର୍ଯ୍ୟକାରୀ କରିବାକୁ ଯୋଜନା ରଖାଯାଇଛି। ଏସ୍‌ସିବି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ପ୍ରଫେସର ଡା. ସୁଧାଂଶୁ ଶେଖର ମିଶ୍ର, ସ୍ବାସ୍ଥ୍ୟ ବିକାଶ ସମିତିର ଚେୟାରମ୍ୟାନ ତଥା ସିଏମ୍‌ସି କମିଶନର ନିଖିଲ ପଓ୍ବନ କଲ୍ୟାଣ, ଡିନ୍‌ ପ୍ରଫେସର ଡା. ପ୍ରସେନ୍‌ଜିତ୍‌ ମହାନ୍ତିଙ୍କ ସମେତ ପ୍ରଫେସରମାନେ ଯୋଗଦେଇଥିଲେ। ଆଇସିୟୁରେ ଯନ୍ତ୍ର ସଙ୍ଗୀତ ବଜାଇବା ନିମନ୍ତେ କେତେକ ସଭ୍ୟ ପ୍ରସ୍ତାବ ଉପସ୍ଥାପନ କରିଥିଲେ। ଏହା ଉପରେ ଆଲୋଚନା, ପର୍ଯ୍ୟାଲୋଚନା ଓ ତର୍ଜମା କରାଯାଇ ସଙ୍ଗୀତର ଧୂନ ରୋଗୀ ସୁସ୍ଥ ହେବାରେ ସହାୟକ ହୋଇଥାଏ ବୋଲି ମତପ୍ରକାଶ ପାଇଥିଲା। ତେବେ ଆସନ୍ତା ୧ ମାସ ମଧ୍ୟରେ ଏଥିପାଇଁ ଆନୁଷଙ୍ଗିକ କାର୍ଯ୍ୟ ସାରିବାକୁ ସ୍ବାସ୍ଥ୍ୟ ବିକାଶ ସମିତି ଚେୟାରମ୍ୟାନ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତି ଆଇସିୟୁର ୱାର୍ଡରେ ଯନ୍ତ୍ରସଙ୍ଗୀତ ସରଞ୍ଜାମ ଖଞ୍ଜିବା ପାଇଁ ସରକାରୀ ନିୟମ ଅନୁସାରେ ଟେଣ୍ଡର କରାଯିବ। ଏହାକୁ ତଦାରଖ ପାଇଁ ଜଣେ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯିବ। ମ୍ୟୁଜିକ୍‌ଥେରାପିର କୌଣସି ଖରାପ ପ୍ରଭାବ ରୋଗୀଙ୍କ ଉପରେ ପଡ଼ିବ ନାହିଁ। ବରଂ ରୋଗୀ ଆରୋଗ୍ୟ ହେବାରେ ଏହା ସହାୟକ ହେବ ବୋଲି କୁଳସଚିବ ଡ. ରାଉତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri