ଆଇସିୟୁରେ ରୋଗୀଙ୍କୁ ମିଳିବ ମ୍ୟୁଜିକ୍‌ଥେରାପି

କଟକ,୬ା୧୦ (କାର୍ତ୍ତିକ ସାହୁ):ସଙ୍ଗୀତର ମଧୁର ମୂର୍ଚ୍ଛନା ପ୍ରାଣକୁ ଉଲ୍ଲସିତ କରେ। ମାନସିକ ଅବସାଦ ଦୂର କରି ସୁସ୍ଥତା ଆଣିଦିଏ। ମ୍ୟୁଜିକ୍‌ଥେରାପିର କଥା କିଛି ନୂଆ ନୁହେଁ। ତେବେ କଟକ ଏସ୍‌ସିବି ମେଡିକାଲ ପାଇଁ ଏହା ଏକ ନୂଆ ନିଷ୍ପତ୍ତି। ଏଣିକି ଆଇସିୟୁରେ ଚିକିତ୍ସିତ ହେଉଥିବା ଗୁରୁତର ରୋଗୀଙ୍କୁ ମ୍ୟୁଜିକ୍‌ଥେରାପି ଦିଆଯିବ। ଗୁରୁବାର ଅନୁଷ୍ଠିତ ଏସ୍‌ସିବି ମେଡିକାଲର ସ୍ବାସ୍ଥ୍ୟ ବିକାଶ ସମିତି ବୈଠକରେ ଏନେଇ ନିଷ୍ପତ୍ତି ହୋଇଥିବା କୁଳସଚିବ ଡ. ଅବିନାଶ ରାଉତ ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ, ଏସ୍‌ସିବି ମେଡିକାଲ ବିଭିନ୍ନ ବିଭାଗର ଆଇସିୟୁ ଓ ଆଇସିୟୁ ୱାର୍ଡରେ ଗୁରୁତର ରୋଗୀମାନେ ଚିକିତ୍ସିତ ହେଉଛନ୍ତି। ସେଠାରେ ସେମାନଙ୍କ ମାନସିକ ଅବସାଦ ଦୂର କରିବା ପାଇଁ ୨୪ ଘଣ୍ଟିଆ ମ୍ୟୁଜିକ୍‌ଥେରାପି ବ୍ୟବସ୍ଥା ଆରମ୍ଭ ହେବ। ଏଥିରେ କୌଣସି ନିର୍ଦ୍ଦିଷ୍ଟ ଭଜନ ବାଜିବ ନାହିଁ। ହେଲେ ବିଭିନ୍ନ ଲୋକପ୍ରିୟ ଭଜନଗୁଡ଼ିକର କେବଳ ଯନ୍ତ୍ର ସଙ୍ଗୀତ (ବାଦ୍ୟଯନ୍ତ୍ର ଧ୍ୱନି) ବଜାଯିବ। ସ୍ବାସ୍ଥ୍ୟ ବିକାଶ ସମିତି ବୈଠକରେ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ନେଇ କର୍ତ୍ତୃପକ୍ଷ ଅତ୍ୟନ୍ତ ଆଗ୍ରହୀ ଓ ତତ୍ପର ହୋଇଛନ୍ତି। ଆଗାମୀ ୨ ମାସ ମଧ୍ୟରେ ଏହି ସେବା କାର୍ଯ୍ୟକାରୀ କରିବାକୁ ଯୋଜନା ରଖାଯାଇଛି। ଏସ୍‌ସିବି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ପ୍ରଫେସର ଡା. ସୁଧାଂଶୁ ଶେଖର ମିଶ୍ର, ସ୍ବାସ୍ଥ୍ୟ ବିକାଶ ସମିତିର ଚେୟାରମ୍ୟାନ ତଥା ସିଏମ୍‌ସି କମିଶନର ନିଖିଲ ପଓ୍ବନ କଲ୍ୟାଣ, ଡିନ୍‌ ପ୍ରଫେସର ଡା. ପ୍ରସେନ୍‌ଜିତ୍‌ ମହାନ୍ତିଙ୍କ ସମେତ ପ୍ରଫେସରମାନେ ଯୋଗଦେଇଥିଲେ। ଆଇସିୟୁରେ ଯନ୍ତ୍ର ସଙ୍ଗୀତ ବଜାଇବା ନିମନ୍ତେ କେତେକ ସଭ୍ୟ ପ୍ରସ୍ତାବ ଉପସ୍ଥାପନ କରିଥିଲେ। ଏହା ଉପରେ ଆଲୋଚନା, ପର୍ଯ୍ୟାଲୋଚନା ଓ ତର୍ଜମା କରାଯାଇ ସଙ୍ଗୀତର ଧୂନ ରୋଗୀ ସୁସ୍ଥ ହେବାରେ ସହାୟକ ହୋଇଥାଏ ବୋଲି ମତପ୍ରକାଶ ପାଇଥିଲା। ତେବେ ଆସନ୍ତା ୧ ମାସ ମଧ୍ୟରେ ଏଥିପାଇଁ ଆନୁଷଙ୍ଗିକ କାର୍ଯ୍ୟ ସାରିବାକୁ ସ୍ବାସ୍ଥ୍ୟ ବିକାଶ ସମିତି ଚେୟାରମ୍ୟାନ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତି ଆଇସିୟୁର ୱାର୍ଡରେ ଯନ୍ତ୍ରସଙ୍ଗୀତ ସରଞ୍ଜାମ ଖଞ୍ଜିବା ପାଇଁ ସରକାରୀ ନିୟମ ଅନୁସାରେ ଟେଣ୍ଡର କରାଯିବ। ଏହାକୁ ତଦାରଖ ପାଇଁ ଜଣେ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯିବ। ମ୍ୟୁଜିକ୍‌ଥେରାପିର କୌଣସି ଖରାପ ପ୍ରଭାବ ରୋଗୀଙ୍କ ଉପରେ ପଡ଼ିବ ନାହିଁ। ବରଂ ରୋଗୀ ଆରୋଗ୍ୟ ହେବାରେ ଏହା ସହାୟକ ହେବ ବୋଲି କୁଳସଚିବ ଡ. ରାଉତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri