ଯକୃତ୍‌ର କଥା ଓ ଓଡ଼ିଶାରେ ଗବେଷଣା

ଜୀବଜଗତରେ କେବଳ ମେରୁଦଣ୍ଡୀ ପ୍ରାଣୀଙ୍କର ଯକୃତ୍‌ ଥାଏ। ଏହା ଶରୀର ମଧ୍ୟକୁ ପ୍ରବେଶ କରୁଥିବା ବିଭିନ୍ନ ଉପାଦାନ ଯଥା ପ୍ରୋଟିନ୍‌, ବାୟୋକେମ୍‌, ଷ୍ଟେରଏଡ୍‌, ତେଲ, ଚର୍ବି, ଔଷଧ, ହରମୋନ ପ୍ରଭୃତିକୁ ବିଷମୁକ୍ତ କରି ଉପଯୋଗୀ କରେ। ଏହା ଊର୍ଜା ଉପତ୍ାଦନ, ଶାରୀରିକ ପରିବୃଦ୍ଧି, ଝାଳ ଓ ରକ୍ତଚାପ ନିୟନ୍ତ୍ରଣ କରେ ଏବଂ କୁଫର୍‌ ସେଲ୍‌ ଜରିଆରେ ଜୀବାଣୁ-ଭୂତାଣୁକୁ ମାରି ତହିଁରୁ ନିର୍ଗତ ବିଷଗୁଡ଼ିକୁ ନିଷ୍କ୍ରିୟ କରେ। ଦୈନିକ ୨୪ ଘଣ୍ଟା ମଧ୍ୟରେ ୫୦୦ରୁ ଊର୍ଦ୍ଧ୍ୱ ବିଭିନ୍ନ କାର୍ଯ୍ୟ କରେ। ଯକୃତ୍‌ର ଓସାର ୬ ଇଞ୍ଚ ଓ ଲମ୍ବା ୧୦ଇଞ୍ଚ (ନାରୀ ଯକୃତ୍‌ ସାମାନ୍ୟ ବଡ଼)। ଯକୃତ୍‌ର ମୁଖ୍ୟ ୨ ଖଣ୍ଡ, ୪ ଉପଖଣ୍ଡ ଓ କ୍ରିୟାଜନିତ ୮ଟି ଉପଖଣ୍ଡ ଥାଏ। ଗୋଟିଏ ଉପଖଣ୍ଡରେ ୩୦-୫୦ ଲକ୍ଷ ହେପାଟୋସାଇଟ୍‌ ରହିଥାନ୍ତି, ଯାହାକି ଯକୃତ୍‌ର ପ୍ରଧାନ କୋଷ ଏବଂ ଏହାର ୮୦ ପ୍ରତିଶତ ଅଂଶ ଦଖଲ କରିଥାଏ। ହେପାଟୋସାଇଟ୍‌ ଲାଲ- ନୀଳ ମିଶ୍ରିତ ମାଜେଣ୍ଟା ରଙ୍ଗ, ନିଦା, ୨୦-୩୦ ମାଇକ୍ରୋମିଟର ପରିଧି, ୩.୪ ନାନୋମିଟର ଆୟତନ। ଯକୃତ୍‌ର ଆଭ୍ୟନ୍ତରୀଣ ରକ୍ତଚାପ ମାତ୍ର ୫ ହେକ୍ଟା-ପାସ୍କାଲ୍‌ସ (ପରିବେଶଠାରୁ ୧୮ ଗୁଣ କମ୍‌)। ଆଘାତ ଘଟିଲେ ହେପାଟୋସାଇଟ୍‌ ନିଜ ବଂଶ ଦ୍ରୁତ ଗତିରେ (୯୦%) ପୁନଃ ସୃଷ୍ଟି କରିପାରେ! ମାତୃଗର୍ଭରେ ଅଷ୍ଟମ ସପ୍ତାହରେ ଯକୃତ୍‌ର ସୃଷ୍ଟି ହୁଏ। ୫-୧୦ ବର୍ଷ ମଧ୍ୟରେ ପୂର୍ଣ୍ଣ ବିନ୍ୟାସ ଘଟେ। ଏଣୁ ବାଲ୍ୟ ଅବସ୍ଥାରେ ବାତ-ପିତ୍ତ-କଫ ବ୍ୟାଧି ଲିକ୍ୱିଡ କ୍ୟାନ୍‌ସର କିମ୍ବା ପ୍ଳୀହା ବ୍ୟାଧିରେ ପରିଣତ ହୋଇଥାଏ; କ୍ଷଣକରେ ସାଂଘାତିକ ରୂପ ନିଏ। କୈଶୋର-ପ୍ରୌଢ଼ ବୟସରେ କେମୋଥେରାପି ଯକୃତ୍‌କୁ ମାନ୍ଦା କରିଦିଏ। ଫଳତଃ ଅସ୍ଥିମଜ୍ଜା ରକ୍ତ ସୃଷ୍ଟିକୁ ଧିମା କରେ। ତେଣୁ ଚିକିତ୍ସା, ଡ୍ରଗ୍‌-ଡୋଜ୍‌ ରେସ୍ପନ୍ସରେ ଗୋଳଯୋଗ ଏବଂ ପ୍ରୋଗ୍‌ନୋସିସ୍‌ରେ ଲକ୍ଷ୍ୟଭଙ୍ଗ ଘଟେ। ଆଲ୍‌ବୁମିନ୍‌ର ଅଭାବ ହେତୁ ନାହିଁ ନ ଥିବା ଅସୁସ୍ଥତା ଘଟେ। ହେପାଟୋସାଇଟ୍‌ କୋଷର ପ୍ରମୁଖ କାର୍ଯ୍ୟ ଆଲ୍‌ବୁମିନ୍‌ ସୃଷ୍ଟି, ଯାହା ୧୭୦୦ ମାଇକ୍ରୋମିଟର ଲମ୍ବା। ୪୦% ହେପାଟୋସାଇଟ୍‌ କୋଷ ଆଲ୍‌ବୁମିନ୍‌ ସୃଷ୍ଟି କରୁଥିବା ବେଳେ ୬୦% ଆରାମରେ ରହିଥାନ୍ତି। ପୂର୍ଣ୍ଣାଙ୍ଗ ଆଲ୍‌ବୁମିନ୍‌ ହିଟ୍‌ ଷ୍ଟେବଲ୍‌, ୩ ଶୃଙ୍ଖଳବିଶିଷ୍ଟ, ୬୭,୦୦୦ ଡାଲ୍ଟନ, ୧.୨୬ ମାଇକ୍ରୋଗ୍ରାମ୍‌ ଓଜନ, ୫୮୫ ଆମିନୋଏସିଡ୍‌ ଓ ୧୭ଟି ଡାଇସଲଫାଇଡ୍‌ ବ୍ରିଜ୍‌, ମନୋମେରିକ୍‌, ଗୋଲାକାର, ହାଲୁକା କେଶର ରଙ୍ଗ ଓ ବାସ, ତୀବ୍ର-ତିକ୍ତ ସ୍ବାଦଯୁକ୍ତ ପ୍ରୋଟିନ। ଆଲ୍‌ବୁମିନ୍‌ ଅସାଧାରଣ କ୍ଷମତାଶୀଳ। ଏହା ରକ୍ତନାଳୀରେ ସବୁଠି ସବୁକିଛି ବୋହିଥାଏ। ଏହା ଅନୁପମ ମାଲଗାଡ଼ି ପରି।
ରକ୍ତ, ପିତ୍ତ ଓ କଫ ନାଳୀର ଲିକେଜ୍‌କୁ ଏହା ରୋକିଥାଏ ଏବଂ ପ୍ଲାଟିଲେଟକୁ ଲିକେଜ ସ୍ଥାନରେ ପହଞ୍ଚାଇଦିଏ। ଆଲ୍‌ବୁମିନ୍‌ କ୍ଷୟ ପରିସ୍ରାରେ ଫେଣ ରୂପ ନିଏ। ହେପାଟୋସାଇଟ୍‌ର ରୋଗ ବିରଳ। କିନ୍ତୁ ଆମର ଜୀବନଶୈଳୀ ଓ ଯାବତୀୟ ବିଷର ପ୍ରଭାବ ଯୋଗୁ ହେପାଟୋସାଇଟ୍‌ ବା ଯକୃତ୍‌ରେ ରୋଗ ହୋଇଥାଏ। ବୃଦ୍ଧ ଅବସ୍ଥାରେ ଯକୃତ୍‌ ଦୈନିକ ୩୦୦ କ୍ରିୟା ବି କରିପାରେ ନାହିଁ। ତେଣୁ ବିଶ୍ରାମ ଚାହେଁ କାୟା। ବିଧିର ବିଧାନ। ନିରୁପାୟ। ଯକୃତ୍‌ର କଥା କହିଲେ ନ ସରେ। କେବଳ ଆୟୁର୍ବେଦରେ ଯକୃତ୍‌ର ଗୁଣଗାନ ସହିତ ବହୁ କାଳଜୟୀ ନିରୋଧକ ଓ ଚିକିତ୍ସା ସୂତ୍ର ଦିଆଯାଇଛି। ୧୮୦୦ ଖ୍ରୀଷ୍ଟାବ୍ଦରେ ଆୟୁର୍ବେଦ ମହାପଣ୍ଡିତ ପଞ୍ଚୁ ଦାସ ତାଙ୍କର ତାଳପତ୍ର ପାଣ୍ଡୁଲିପି ନେଇ ଖୋର୍ଦ୍ଧା ରାଜାଙ୍କ ଦରବାରରେ ଆର୍ଥିକ ଅନୁଦାନ ପାଇଁ ନିବେଦନ କରିଥିଲେ। ରାଜାଙ୍କ ନକାରାତ୍ମକ ନିଷ୍ପତ୍ତିରେ ଦୁଃଖୀ ହୋଇ ଫେରିଥିଲେ ତତ୍କାଳୀନ କାଲ୍‌କାଟା ପ୍ରେସିଡେନ୍ସି ଅଧୀନ ଆଜିକାର ବାଲେଶ୍ୱର ଜିଲା ନିଜ ପଲ୍ଲୀ ଗାଁକୁ। ମନର ବ୍ୟଥାକୁ ଶେଷପତ୍ରରେ ବ୍ୟକ୍ତକରି ଲେଖିଥିଲେ ‘ହେଟାମୁଣ୍ଡିଆ ରାଜା’। ତାଙ୍କର ବଂଶଜ କଁହରପୁର ଗ୍ରାମ, ଇଞ୍ଚୁଡ଼ି, ବାଲେଶ୍ୱର-ନିବାସୀ ପଣ୍ଡିତ ରମାନାଥ ପଣ୍ଡା ସେହି ପୋଥିଟିକୁ ୧୯୯୧ରେ ଭୁବନେଶ୍ୱର ନିବାସୀ ମେଡିସନାଲ ଟକ୍ସିକୋଲୋଜିଷ୍ଟ ଓ ଡ୍ରଗ୍‌ ଡିସ୍‌କଭର୍‌ର ଡ. ଦୀପକ ଭଟ୍ଟାଚାର୍ଯ୍ୟଙ୍କୁ ଦେଇଥିଲେ। ୩ ଦଶନ୍ଧି ଧରି ବିବିଧ ଭାବେ ଯୁଗ୍ମପାଠ ଚାଲିଲା ପରେ ତହିଁରୁ ବେଶ୍‌ କିଛି ସୂତ୍ର ଆଧୁନିକ ପ୍ରଣାଳୀରେ ଗବେଷଣା କରି ଯକୃତ୍‌ ଫେଲ୍‌ ଓ ଜଳଉଦରି (ଏସାଇଟିସ୍‌) ବ୍ୟାଧିର ଉପଶମ ଲାଗି ଜନସେବାରେ ବ୍ୟବହାର ଚାଲିଛି। ଏହି ଉଦ୍ୟମର ନାମ ‘ଓଡ଼ିଶା ଲିଭର ଆଣ୍ଡ ଅସାଇଟିସ୍‌ ରିସର୍ଚ୍ଚ ଆଟେମ୍ପ୍‌ଟ’ ବା ଓଲିଆରା। ଯାହା କି ଗନ୍ଧମାର୍ଦ୍ଦନରୁ ଅଣାଯାଇଥିବା ୧୨ଟି ଗୁଳ୍ମରେ ପ୍ରସ୍ତୁତ ହୋଇଛି।

  • ସ୍ବପ୍ନା ସିଂହ
    ମୋ: ୯୨୩୭୪୭୪୮୬୨

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?