ଯକୃତ୍‌ର କଥା ଓ ଓଡ଼ିଶାରେ ଗବେଷଣା

ଜୀବଜଗତରେ କେବଳ ମେରୁଦଣ୍ଡୀ ପ୍ରାଣୀଙ୍କର ଯକୃତ୍‌ ଥାଏ। ଏହା ଶରୀର ମଧ୍ୟକୁ ପ୍ରବେଶ କରୁଥିବା ବିଭିନ୍ନ ଉପାଦାନ ଯଥା ପ୍ରୋଟିନ୍‌, ବାୟୋକେମ୍‌, ଷ୍ଟେରଏଡ୍‌, ତେଲ, ଚର୍ବି, ଔଷଧ, ହରମୋନ ପ୍ରଭୃତିକୁ ବିଷମୁକ୍ତ କରି ଉପଯୋଗୀ କରେ। ଏହା ଊର୍ଜା ଉପତ୍ାଦନ, ଶାରୀରିକ ପରିବୃଦ୍ଧି, ଝାଳ ଓ ରକ୍ତଚାପ ନିୟନ୍ତ୍ରଣ କରେ ଏବଂ କୁଫର୍‌ ସେଲ୍‌ ଜରିଆରେ ଜୀବାଣୁ-ଭୂତାଣୁକୁ ମାରି ତହିଁରୁ ନିର୍ଗତ ବିଷଗୁଡ଼ିକୁ ନିଷ୍କ୍ରିୟ କରେ। ଦୈନିକ ୨୪ ଘଣ୍ଟା ମଧ୍ୟରେ ୫୦୦ରୁ ଊର୍ଦ୍ଧ୍ୱ ବିଭିନ୍ନ କାର୍ଯ୍ୟ କରେ। ଯକୃତ୍‌ର ଓସାର ୬ ଇଞ୍ଚ ଓ ଲମ୍ବା ୧୦ଇଞ୍ଚ (ନାରୀ ଯକୃତ୍‌ ସାମାନ୍ୟ ବଡ଼)। ଯକୃତ୍‌ର ମୁଖ୍ୟ ୨ ଖଣ୍ଡ, ୪ ଉପଖଣ୍ଡ ଓ କ୍ରିୟାଜନିତ ୮ଟି ଉପଖଣ୍ଡ ଥାଏ। ଗୋଟିଏ ଉପଖଣ୍ଡରେ ୩୦-୫୦ ଲକ୍ଷ ହେପାଟୋସାଇଟ୍‌ ରହିଥାନ୍ତି, ଯାହାକି ଯକୃତ୍‌ର ପ୍ରଧାନ କୋଷ ଏବଂ ଏହାର ୮୦ ପ୍ରତିଶତ ଅଂଶ ଦଖଲ କରିଥାଏ। ହେପାଟୋସାଇଟ୍‌ ଲାଲ- ନୀଳ ମିଶ୍ରିତ ମାଜେଣ୍ଟା ରଙ୍ଗ, ନିଦା, ୨୦-୩୦ ମାଇକ୍ରୋମିଟର ପରିଧି, ୩.୪ ନାନୋମିଟର ଆୟତନ। ଯକୃତ୍‌ର ଆଭ୍ୟନ୍ତରୀଣ ରକ୍ତଚାପ ମାତ୍ର ୫ ହେକ୍ଟା-ପାସ୍କାଲ୍‌ସ (ପରିବେଶଠାରୁ ୧୮ ଗୁଣ କମ୍‌)। ଆଘାତ ଘଟିଲେ ହେପାଟୋସାଇଟ୍‌ ନିଜ ବଂଶ ଦ୍ରୁତ ଗତିରେ (୯୦%) ପୁନଃ ସୃଷ୍ଟି କରିପାରେ! ମାତୃଗର୍ଭରେ ଅଷ୍ଟମ ସପ୍ତାହରେ ଯକୃତ୍‌ର ସୃଷ୍ଟି ହୁଏ। ୫-୧୦ ବର୍ଷ ମଧ୍ୟରେ ପୂର୍ଣ୍ଣ ବିନ୍ୟାସ ଘଟେ। ଏଣୁ ବାଲ୍ୟ ଅବସ୍ଥାରେ ବାତ-ପିତ୍ତ-କଫ ବ୍ୟାଧି ଲିକ୍ୱିଡ କ୍ୟାନ୍‌ସର କିମ୍ବା ପ୍ଳୀହା ବ୍ୟାଧିରେ ପରିଣତ ହୋଇଥାଏ; କ୍ଷଣକରେ ସାଂଘାତିକ ରୂପ ନିଏ। କୈଶୋର-ପ୍ରୌଢ଼ ବୟସରେ କେମୋଥେରାପି ଯକୃତ୍‌କୁ ମାନ୍ଦା କରିଦିଏ। ଫଳତଃ ଅସ୍ଥିମଜ୍ଜା ରକ୍ତ ସୃଷ୍ଟିକୁ ଧିମା କରେ। ତେଣୁ ଚିକିତ୍ସା, ଡ୍ରଗ୍‌-ଡୋଜ୍‌ ରେସ୍ପନ୍ସରେ ଗୋଳଯୋଗ ଏବଂ ପ୍ରୋଗ୍‌ନୋସିସ୍‌ରେ ଲକ୍ଷ୍ୟଭଙ୍ଗ ଘଟେ। ଆଲ୍‌ବୁମିନ୍‌ର ଅଭାବ ହେତୁ ନାହିଁ ନ ଥିବା ଅସୁସ୍ଥତା ଘଟେ। ହେପାଟୋସାଇଟ୍‌ କୋଷର ପ୍ରମୁଖ କାର୍ଯ୍ୟ ଆଲ୍‌ବୁମିନ୍‌ ସୃଷ୍ଟି, ଯାହା ୧୭୦୦ ମାଇକ୍ରୋମିଟର ଲମ୍ବା। ୪୦% ହେପାଟୋସାଇଟ୍‌ କୋଷ ଆଲ୍‌ବୁମିନ୍‌ ସୃଷ୍ଟି କରୁଥିବା ବେଳେ ୬୦% ଆରାମରେ ରହିଥାନ୍ତି। ପୂର୍ଣ୍ଣାଙ୍ଗ ଆଲ୍‌ବୁମିନ୍‌ ହିଟ୍‌ ଷ୍ଟେବଲ୍‌, ୩ ଶୃଙ୍ଖଳବିଶିଷ୍ଟ, ୬୭,୦୦୦ ଡାଲ୍ଟନ, ୧.୨୬ ମାଇକ୍ରୋଗ୍ରାମ୍‌ ଓଜନ, ୫୮୫ ଆମିନୋଏସିଡ୍‌ ଓ ୧୭ଟି ଡାଇସଲଫାଇଡ୍‌ ବ୍ରିଜ୍‌, ମନୋମେରିକ୍‌, ଗୋଲାକାର, ହାଲୁକା କେଶର ରଙ୍ଗ ଓ ବାସ, ତୀବ୍ର-ତିକ୍ତ ସ୍ବାଦଯୁକ୍ତ ପ୍ରୋଟିନ। ଆଲ୍‌ବୁମିନ୍‌ ଅସାଧାରଣ କ୍ଷମତାଶୀଳ। ଏହା ରକ୍ତନାଳୀରେ ସବୁଠି ସବୁକିଛି ବୋହିଥାଏ। ଏହା ଅନୁପମ ମାଲଗାଡ଼ି ପରି।
ରକ୍ତ, ପିତ୍ତ ଓ କଫ ନାଳୀର ଲିକେଜ୍‌କୁ ଏହା ରୋକିଥାଏ ଏବଂ ପ୍ଲାଟିଲେଟକୁ ଲିକେଜ ସ୍ଥାନରେ ପହଞ୍ଚାଇଦିଏ। ଆଲ୍‌ବୁମିନ୍‌ କ୍ଷୟ ପରିସ୍ରାରେ ଫେଣ ରୂପ ନିଏ। ହେପାଟୋସାଇଟ୍‌ର ରୋଗ ବିରଳ। କିନ୍ତୁ ଆମର ଜୀବନଶୈଳୀ ଓ ଯାବତୀୟ ବିଷର ପ୍ରଭାବ ଯୋଗୁ ହେପାଟୋସାଇଟ୍‌ ବା ଯକୃତ୍‌ରେ ରୋଗ ହୋଇଥାଏ। ବୃଦ୍ଧ ଅବସ୍ଥାରେ ଯକୃତ୍‌ ଦୈନିକ ୩୦୦ କ୍ରିୟା ବି କରିପାରେ ନାହିଁ। ତେଣୁ ବିଶ୍ରାମ ଚାହେଁ କାୟା। ବିଧିର ବିଧାନ। ନିରୁପାୟ। ଯକୃତ୍‌ର କଥା କହିଲେ ନ ସରେ। କେବଳ ଆୟୁର୍ବେଦରେ ଯକୃତ୍‌ର ଗୁଣଗାନ ସହିତ ବହୁ କାଳଜୟୀ ନିରୋଧକ ଓ ଚିକିତ୍ସା ସୂତ୍ର ଦିଆଯାଇଛି। ୧୮୦୦ ଖ୍ରୀଷ୍ଟାବ୍ଦରେ ଆୟୁର୍ବେଦ ମହାପଣ୍ଡିତ ପଞ୍ଚୁ ଦାସ ତାଙ୍କର ତାଳପତ୍ର ପାଣ୍ଡୁଲିପି ନେଇ ଖୋର୍ଦ୍ଧା ରାଜାଙ୍କ ଦରବାରରେ ଆର୍ଥିକ ଅନୁଦାନ ପାଇଁ ନିବେଦନ କରିଥିଲେ। ରାଜାଙ୍କ ନକାରାତ୍ମକ ନିଷ୍ପତ୍ତିରେ ଦୁଃଖୀ ହୋଇ ଫେରିଥିଲେ ତତ୍କାଳୀନ କାଲ୍‌କାଟା ପ୍ରେସିଡେନ୍ସି ଅଧୀନ ଆଜିକାର ବାଲେଶ୍ୱର ଜିଲା ନିଜ ପଲ୍ଲୀ ଗାଁକୁ। ମନର ବ୍ୟଥାକୁ ଶେଷପତ୍ରରେ ବ୍ୟକ୍ତକରି ଲେଖିଥିଲେ ‘ହେଟାମୁଣ୍ଡିଆ ରାଜା’। ତାଙ୍କର ବଂଶଜ କଁହରପୁର ଗ୍ରାମ, ଇଞ୍ଚୁଡ଼ି, ବାଲେଶ୍ୱର-ନିବାସୀ ପଣ୍ଡିତ ରମାନାଥ ପଣ୍ଡା ସେହି ପୋଥିଟିକୁ ୧୯୯୧ରେ ଭୁବନେଶ୍ୱର ନିବାସୀ ମେଡିସନାଲ ଟକ୍ସିକୋଲୋଜିଷ୍ଟ ଓ ଡ୍ରଗ୍‌ ଡିସ୍‌କଭର୍‌ର ଡ. ଦୀପକ ଭଟ୍ଟାଚାର୍ଯ୍ୟଙ୍କୁ ଦେଇଥିଲେ। ୩ ଦଶନ୍ଧି ଧରି ବିବିଧ ଭାବେ ଯୁଗ୍ମପାଠ ଚାଲିଲା ପରେ ତହିଁରୁ ବେଶ୍‌ କିଛି ସୂତ୍ର ଆଧୁନିକ ପ୍ରଣାଳୀରେ ଗବେଷଣା କରି ଯକୃତ୍‌ ଫେଲ୍‌ ଓ ଜଳଉଦରି (ଏସାଇଟିସ୍‌) ବ୍ୟାଧିର ଉପଶମ ଲାଗି ଜନସେବାରେ ବ୍ୟବହାର ଚାଲିଛି। ଏହି ଉଦ୍ୟମର ନାମ ‘ଓଡ଼ିଶା ଲିଭର ଆଣ୍ଡ ଅସାଇଟିସ୍‌ ରିସର୍ଚ୍ଚ ଆଟେମ୍ପ୍‌ଟ’ ବା ଓଲିଆରା। ଯାହା କି ଗନ୍ଧମାର୍ଦ୍ଦନରୁ ଅଣାଯାଇଥିବା ୧୨ଟି ଗୁଳ୍ମରେ ପ୍ରସ୍ତୁତ ହୋଇଛି।

  • ସ୍ବପ୍ନା ସିଂହ
    ମୋ: ୯୨୩୭୪୭୪୮୬୨

Enter your email to get our daily news in your inbox.

All Right Reserved By Dharitri.Com

କଠିନ ପଥ

ଏବେ ଦେଶ ସମ୍ମୁଖରେ କ’ଣ ସମସ୍ୟା ଅଛି, ସ୍ୱାଧୀନତାର ମୌଳିକ ଲକ୍ଷ୍ୟ ପୂରଣ ହୋଇଛି କି ନା ତାହା ଆଲୋଚନା ହେବା ଉଚିତ। ରାଜନୈତିକ ସ୍ୱାଧୀନତା ସତରେ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

ଏଇ ଭାରତରେ

ଜମ୍ମୁକଶ୍ମୀରରେ ଆର୍ଦ୍ରଭୂମି ଓ ବହିରାଗତ ପକ୍ଷୀଙ୍କ ସୁରକ୍ଷାରେ ଲାଗିପଡ଼ିଛନ୍ତି ଏକ ମହିଳା ଟିମ୍‌। ଏହି ଟିମ୍‌ରେ ୧୫ ଜଣ ମହିଳା ଓ ବାଳିକା ରହିଛନ୍ତି। ସେମାନେ ସଲିମ…

ସମାଜର ବିଫଳତା ନା ସମୟର ଆବଶ୍ୟକତା

ଗଛର ମୂଳ ଯେତେ ଦୃଢ଼, ଗଛ ସେତେ ସୁଦୃଢ଼। ସେହିପରି ବୟୋଜ୍ୟେଷ୍ଠମାନେ ହେଉଛନ୍ତି ପରିବାର ଓ ସମାଜର ମୂଳଦୁଆ। ସେମାନଙ୍କ ଅନୁଭବ, ତ୍ୟାଗ ଓ ଜୀବନବୋଧ ସମାଜକୁ…

ଚାଇନା ପାଇଁ ଆହ୍ବାନ

ନିକଟରେ ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀ ଝୁ ରୋଙ୍ଗ୍‌ଜିଙ୍କର ୯୭ ବର୍ଷ ବୟସରେ ମୃତ୍ୟୁହେବା ପରେ ତାଙ୍କ ପାଇଁ ଚତୁର୍ଦ୍ଦିଗରୁ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିଥିଲା। ସେ ଥିଲେ ଆର୍ଥିକ…

ଡିଜିଟାଲ ସାର୍ବଭୌମତ୍ୱ

ଆଜିକାଲି ଭୌଗୋଳିକ ସୀମା ସରହଦକୁ ଅତିକ୍ରମକରି ମଣିଷ ଆଭାସିକ ଡିଜିଟାଲ ପୃଥିବୀରେ ଦୈନିକ ଜୀବନଯାପନ କଲାଣି। ଇଣ୍ଟରନେଟ୍‌ ଆସିବା ପରେ ଭୌଗୋଳିକ ସୀମା ପ୍ରତିରକ୍ଷା ପାଇଁ ରହିଲା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri