Posted inଫୁରସତ

ସ୍ବାଧୀନତାର ସଙ୍ଗୀତ

କୁହାଯାଏ, ସଙ୍ଗୀତର ବିକଳ୍ପ ନାହିଁ। ମଣିଷଠୁ ଆରମ୍ଭକରି ପଶୁପକ୍ଷୀ ଏପରିକି ବୃକ୍ଷଲତାଙ୍କୁ ମଧ୍ୟ ଆକର୍ଷିତ କରିପାରିଥାଏ ସଙ୍ଗୀତ। ସେଥିଲାଗି ଯେବେ ବି ମଣିଷ ସଙ୍କଟରେ ପଡ଼ିଛି ସେଥିରୁ ମୁକ୍ତି ପାଇବା ପାଇଁ ସଙ୍ଗୀତକୁ ହିଁ ଆଶ୍ରା କରିଛି। ସେମିତି ଏକ ମହାସଙ୍କଟର କାଳ ଥିଲା ଭାରତରେ ବ୍ରିଟିଶ୍‌ର ରାଜତ୍ୱ। ସେହି ପରାଧୀନତାରୁ ମୁକୁଳିବା ଲାଗି ସେତେବେଳର ଦେଶପ୍ରେମୀମାନେ ସଙ୍ଗୀତକୁ ଅନ୍ୟତମ ଅସ୍ତ୍ର ଭାବରେ ବ୍ୟବହାର କରିଥିଲେ। ଊନବିଂଶ ଶତାବ୍ଦୀର ଶେଷ ଆଡ଼କୁ ଭାରତରେ ସ୍ବାଧୀନତାର ସ୍ରୋତ ପ୍ରବଳ ତଥା ପ୍ରଖର ହୋଇଉଠିଥିଲା। ପ୍ରତ୍ୟେକ ଭାରତୀୟ ଏକସଙ୍ଗରେ ଏ କଥା ଚିନ୍ତା କରିଥିଲେ ଯେ, ପରାଧୀନ ରହିବା ଆଉ ସମ୍ଭବ ନୁହେଁ। ସେମାନଙ୍କୁ ଏବେ ସ୍ବାଧୀନତା ଦରକାର। ସ୍ବତନ୍ତ୍ରତା ଲୋଡ଼ା। ସମଗ୍ର ଦେଶ ଯେମିତି ଦେଶପ୍ରେମର ଜ୍ୱରରେ ପୀଡ଼ିତ ହେବାକୁ ଲାଗିଲା। ଆଉ ଦେଶପ୍ରେମର ଜ୍ୱରରୁ ଉପଶମ ପାଇବାର ଗୋଟିଏ ମହୌଷଧି ଥିଲା ଦେଶପ୍ରେମର ଗୀତ। କୋଟିକୋଟି ଲୋକଙ୍କୁ ଗୋଟିଏ ମନରେ ବାନ୍ଧି ରଖିବା ପାଇଁ କମରକଷି ଅଣ୍ଟା ଭିଡ଼ିଥିଲେ ସେତେବେଳର କବିଗଣ। ଆଉ ରଚିତ ହୋଇଥିଲା ଦେଶାତ୍ମବୋଧକତାରେ ଭରପୂର ସ୍ବାଧୀନତାର ସଙ୍ଗୀତ।

ବନ୍ଦେ ମାତରମ୍‌ : ଭାରତୀୟ ସ୍ବାଧୀନତା ସଂଗ୍ରାମର ବିପ୍ଳବୀମାନଙ୍କ ମଧ୍ୟରେ ସର୍ବାଧିକ ଦେଶପ୍ରେମ ତରଙ୍ଗ ଛୁଟାଇଥିଲା ଏହି ‘ବନ୍ଦେ ମାତରମ୍‌’ ସଙ୍ଗୀତ। ଏହାକୁ କେବଳ ବୋଲାଯାଉ ନଥିଲା; ଅଧିକନ୍ତୁ ଏହାର ପ୍ରଥମ ଧାଡ଼ିଟି ହିଁ ପାଲଟିଯାଇଥିଲା ଦେଶପ୍ରେମର ସ୍ଲୋଗାନ୍‌। ୧୮୭୦ ମସିହାରେ ପ୍ରସିଦ୍ଧ ବଙ୍ଗଳା ଲେଖକ ବଙ୍କିମ ଚନ୍ଦ୍ର ଚାଟାର୍ଜୀ ଏହାକୁ ସଂସ୍କୃତ ଭାଷାରେ ରଚନା କରିଥିଲେ। ଏହା ତାଙ୍କର ‘ଆନନ୍ଦମଠ’ ଉପନ୍ୟାସରେ ସ୍ଥାନିତ ହୋଇଥିଲା। ଏଥିରେ ଭାରତକୁ ମାତା ବୋଲି ସମ୍ବୋଧନ କରାଯାଇଥିଲା। ପ୍ରଥମ ଗାୟକ ଭାବରେ ୧୮୯୬ ମସିହାରେ ରବୀନ୍ଦ୍ରନାଥ ଟାଗୋର ଇଣ୍ଡିଆନ୍‌ ନ୍ୟାଶନାଲ କଂଗ୍ରେସରେ ଏହାକୁ ଗାନ କରିଥିଲେ। ୧୯୩୭ ମସିହାରେ କଂଗ୍ରେସ ଓ୍ବାର୍କିଂ କମିଟି ପକ୍ଷରୁ ଏହା ଭାରତର ଜାତୀୟ ସଙ୍ଗୀତ(National Song of India) ଭାବରେ ଗ୍ରହଣ କରାଯାଇଥିଲା। ସନ୍ଥ ଶ୍ରୀଅରବିନ୍ଦ ଏହାକୁ National Anthem of Bengal ବୋଲି ଘୋଷଣା କରିଥିଲେ। ଏହି ଗୀତ ଥିବା ଉପନ୍ୟାସ ‘ଆନନ୍ଦମଠ’କୁ ବ୍ରିଟିଶ ସରକାର ନିଷିଦ୍ଧ ଘୋଷଣା କରିଥିଲେ। ମାତ୍ର ସେତେବେଳକୁ ଏହି ଗୀତଟି ଭାରତର ସ୍ବାଧୀନତା ସଂଗ୍ରାମୀଙ୍କ ପାଇଁ ଏକ ମହାମନ୍ତ୍ର ପାଲଟି ସାରିଥିଲା।

ଜନ-ଗଣ-ମନ : ଜନ-ଗଣ-ମନ ଅଧିନାୟକ ଜୟ ହେ, ଭାରତ ଭାଗ୍ୟ ବିଧାତା! ଏହା ହେଉଛି ଭାରତର National Anthem. ରବୀନ୍ଦ୍ରନାଥ ଟାଗୋରଙ୍କ ଦ୍ୱାରା ରଚିତ ଏହି କବିତାଟି ୧୯୦୫ ମସିହାରେ ‘ଭାରତ ଭାଗ୍ୟ ବିଧାତା’ ଶୀର୍ଷକରେ ‘ଆଦି ବ୍ରହ୍ମ ସମାଜ’ର ମୁଖପତ୍ର ‘ତତ୍ତ୍ୱବୋଧିନୀ’ ପତ୍ରିକାରେ ପ୍ରକାଶିତ ହୋଇଥିଲା। ସେତେବେଳେ ‘ତତ୍ତ୍ୱବୋଧିନୀ’ ପତ୍ରିକାର ସମ୍ପାଦକ ଥିଲେ ନିଜେ ଟାଗୋର। ୧୯୧୧ ଡିସେମ୍ବର ୨୭ ତାରିଖରେ କୋଲକାତା (ତତ୍କାଳୀନ କଲିକତା)ରେ ଆୟୋଜିତ ଇଣ୍ଡିଆନ୍‌ ନ୍ୟାଶନାଲ କଂଗ୍ରେସର ବାର୍ଷିକ ଅଧିବେଶନ ଦ୍ୱିତୀୟ ଦିନରେ ଏହା ଗାୟନ କରାଯାଇଥିଲା। ଏହା ଥିଲା ‘ଜନ-ଗଣ-ମନ’ର ପ୍ରଥମ ସର୍ବସାଧାରଣ ଗାୟନ। ‘ତତ୍ତ୍ୱବୋଧିନୀ’ରେ ପ୍ରକାଶିତ କବିତାଟି ସମ୍ପୂର୍ଣ୍ଣ ବଙ୍ଗଳା ଭାଷାରେ ରଚିତ ହୋଇଥିଲା। ପରେ ଟାଗୋର ସେଥିରେ କିଛି ପରିବର୍ତ୍ତନ କରିଥିଲେ। ୧୯୫୦ ଜାନୁୟାରୀ ୨୪ ତାରିଖରେ ଏହାକୁ National Anthem ଭାବରେ ସ୍ବୀକୃତି ଦିଆଯାଇଥିଲା। ଏହା ପୂର୍ବରୁ ୧୯୪୫ ମସିହାରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ହମ୍‌ରାହୀ’ରେ ଏହି ଗୀତଟିକୁ ରଖା ଯାଇଥିଲା। ନିଜେ ଟାଗୋର ମଧ୍ୟ ଏହି ଗୀତଟିର ଇଂଲିଶ ଅନୁବାଦ କରିଥିଲେ।

ସାରେ ଜହଁା ସେ ଆଚ୍ଛା : ସାରେ ଜହଁା ସେ ଆଚ୍ଛା, ହିନ୍ଦୁସିତଁା ହମାରା/ହମ୍‌ ବୁଲବୁଲେଁ ହେଁ ଇସ୍‌କି/ୟେ ଗୁଲସିତଁା ହମାରା! ସ୍ବାଧୀନତା ପ୍ରାପ୍ତି ପୂର୍ବରୁ ଲେଖା ଯାଇଥିବା ଏହି ଗୀତଟି ଆଜି ବି ଶ୍ରୋତାଙ୍କ ତନ୍ତ୍ରୀରେ ସ୍ବତନ୍ତ୍ରତା ତଥା ଦେଶପ୍ରେମର କମ୍ପନ ସୃଷ୍ଟିକରେ। ଏହାକୁ କେହିକେହି ‘ଆନ୍ଥେମ୍‌ ଅଫ୍‌ ଦି ପିପୁଲ ଅଫ୍‌ ହିନ୍ଦୁସ୍ତାନ’ ବୋଲି କହିଥାନ୍ତି। ଏହି କାଳଜୟୀ ଗୀତକୁ ରଚନା କରିଥିଲେ ପ୍ରସିଦ୍ଧ କବି ମହମ୍ମଦ ଇକ୍‌ବାଲ୍‌। ମୁଖ୍ୟତଃ ପିଲାମାନଙ୍କ ପାଇଁ ସେ ଏହି ଗୀତଟିକୁ ରଚନା କରିଥିଲେ। ୧୯୦୪ ଅଗଷ୍ଟ ୧୬ ତାରିଖରେ ଏହା ‘ଇତେହଦ୍‌’ ନାମକ ସାପ୍ତାହିକୀ ପତ୍ରିକାରେ ପ୍ରକାଶିତ ହୋଇଥିଲା। ଏହାର ପରବର୍ଷ ବ୍ରିଟିଶ୍‌ ଇଣ୍ଡିଆର ଲାହୋର (ବର୍ତ୍ତମାନର ପାକିସ୍ତାନ) ସ୍ଥିତ ଏକ ସରକାରୀ ମହାବିଦ୍ୟାଳୟରେ ନିଜେ ଇକବାଲ୍‌ ଏହାକୁ ଗାଇ ଶୁଣାଇଥିଲେ। ଏହି ଗୀତର ଆବେଦନ ଏତେ ତୀବ୍ର ଥିଲା ଯେ, କିଛିଦିନ ଭିତରେ ଏହା ଓଠରୁ ଓଠକୁ ସମ୍ପ୍ରସାରିତ ହୋଇଯାଇଥିଲା। ସେତେବେଳର ପ୍ରବଳପ୍ରତାପୀ ବ୍ରିଟିଶରାଜରେ ପୀଡ଼ିତ ଲୋକମାନଙ୍କ ପାଇଁ ଏହା ମହୌଷଧିଠାରୁ କିଛି କମ୍‌ ନଥିଲା। ଜାତିର ଜନକ ମହାତ୍ମା ଗାନ୍ଧୀଙ୍କର ଏହା ଅତି ପ୍ରିୟ ସଙ୍ଗୀତ ଥିଲା। ୧୯୩୦ରେ ଗାନ୍ଧିଜୀ ଏରଓ୍ବାଡ଼ା ଜେଲରେ ବନ୍ଦୀ ଥିବା ବେଳେ ଏହାକୁ ଶତାଧିକ ବାର ଗାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

୫ ରାଶି ଉପରେ କୃପା କରିବେ ଶନି; ଟଙ୍କାରେ ପୁରିଯିବ ଘର, କ୍ୟାରିୟରରେ ମିଳିବ ବଡ଼ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମଫଳଦାତା ଏବଂ ନ୍ୟାୟର କାରକ ଗ୍ରହ ବୋଲି ବିବେଚନା କରାଯାଏ। ଶନି ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଶୁଭ ତଥା ଅଶୁଭ…

ଛାଡ଼ିଲା ବନ୍ୟା, ବଢ଼ିଲା ଚାଷୀଙ୍କ ଦୁର୍ଦ୍ଦଶା

ଭବାନୀପାଟଣା,୨୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ସପ୍ତାହରେ ହାତୀ ଓ ତେଲ ନଦୀରେ ବନ୍ୟା ଆସିବାରୁ ନଦୀ କୂଳରେ ଥିବା ଶତାଧିକ ଏକର ଧାନଚାଷ ନଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?