ସଙ୍ଗୀତ ହିଁ ଅଲରଜାଙ୍କ ଏକମାତ୍ର ବ୍ରତ

ଭଦ୍ରକ ଅଫିସ,୮।୯: ପାଠପଢ଼ା ସହ ସଙ୍ଗୀତ ସାଧନାକୁୁ କରିଛନ୍ତି ଜୀବନର ବ୍ରତ। ଜଣେ ସୁନାମଧନ୍ୟ କଣ୍ଠଶିଳ୍ପୀ ଭାବେ ସାରା ଦେଶରେ ପରିଚୟ ସୃଷ୍ଟି କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି। ତୁଳସୀ ଦୁଇପତ୍ରରୁ ବାସିବା ପରି ପିଲାବେଳୁ କଣ୍ଠର ଯାଦୁ ତାଙ୍କୁ ପରିଚିତ କରାଇଛି। ତାଙ୍କ କଣ୍ଠସ୍ବର ସମସ୍ତଙ୍କ ମନ ଜିଣି ନେଇଛି। ଏମିତି ଜଣେ ସୁମଧୁର କଣ୍ଠଶିଳ୍ପୀ ହେଉଛନ୍ତି ଭଦ୍ରକ ସହର ଗୌସିଆନଗରର ଅଲରଜା ଖାନ୍‌ (୧୮)। କେବଳ ଭଦ୍ରକ ନୁହେଁ ଏବେ ସେ ଜାତୀୟସ୍ତରର କଣ୍ଠଶିଳ୍ପୀ ଭାବେ ପରିଚିତ। ଆଗାମୀ ଦିନରେ ସଙ୍ଗୀତରେ କ୍ୟାରିୟର କରିବାକୁ ସେ ଇଚ୍ଛା ରଖିଛନ୍ତି।

ଗୌସିଆନଗରର ସମସୁଦ୍ଦିନ ଖାନ୍‌ ଏବଂ ସମସାଦ୍‌ ବେଗମଙ୍କ ଝିଅ ଅଲରଜା। ବାପା ଜଣେ ବ୍ୟବସାୟୀ ହୋଇଥିବା ବେଳେ ମା’ ପୁରୁଣାବଜାର ଥାନା ଅଞ୍ଚଳର ଶଙ୍କରପୁର ୟୁଜିଏମ୍‌ଇ ଉର୍ଦ୍ଦୁ ପ୍ରାଇମେରି ସ୍କୁଲରେ ଶିକ୍ଷୟିତ୍ରୀ ଅଛନ୍ତି। ଅଲରଜା ଏବେ ଭଦ୍ରକର ଏନ୍‌ଆର୍‌ଆଇ ସ୍କୁଲରେ +୨ ବିଜ୍ଞାନର ୨ୟ ବର୍ଷ ଛାତ୍ରୀ। ଅଲରଜା କହନ୍ତି, ପିଲାଟି ବେଳୁ ତାଙ୍କର ସଙ୍ଗୀତ ପ୍ରତି ଆଗ୍ରହ ରହିଛି। ୪ ବର୍ଷ ବୟସରୁ ସେ ଗୀତ ଗାଇବା ଆରମ୍ଭ କରିଥିଲେ। ଆଈ ସାକେରା ଖାତୁନ ଜଣେ ଲେଖିକା ଏବଂ ସଙ୍ଗୀତପ୍ରେମୀ। ପିଲାବେଳୁ ସଙ୍ଗୀତ ପ୍ରତି ଆକର୍ଷଣ ଦେଖି ଆଈ ତାଙ୍କୁ ରିଆଜ ଜାରି ରଖିବାକୁ ସବୁବେଳେ ପରାମର୍ଶ ଦେଇଥିଲେ। ଆଈଙ୍କଠାରୁ ପ୍ରେରଣା ପାଇ ଗୀତ ଗାଇବା ଜାରି ରଖିଥିଲେ। ଜଣେ ପ୍ରଶିକ୍ଷକ ତାଙ୍କ ଘରକୁ ଆସି କିଛିଦିନ ଗୀତ ଶିଖାଇଥିଲେ। ତେବେ ୟୁଟ୍ୟୁବ୍‌, ଫେସ୍‌ବୁକ୍‌ରେ କଳାକାରମାନଙ୍କୁ ଅନୁକରଣ କରି ସେ ଗୀତ ଅଭ୍ୟାସ କରୁଥିଲେ। ପ୍ରଥମେ ସ୍କୁଲ ଓ ଜିଲାସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ ହୋଇ ବହୁ ଟ୍ରଫି ଓ ପ୍ରମାଣପତ୍ର ପାଇଥିଲେ। ଅଷ୍ଟମ ଶ୍ରେଣୀରେ ପଢୁଥିବା ବେଳେ ୨୦୧୮ରେ ତରଙ୍ଗ ଟିଭି ଚ୍ୟାନେଲରେ ଏକ ସଙ୍ଗୀତ ପ୍ରତିଯୋଗିତାରେ ପ୍ରଥମ ହୋଇଥିଲେ। କରୋନା ସମୟରେ ଅନ୍‌ଲାଇନରେ ୪/୫ଟି ଜାତୀୟ ସ୍ତରର ପ୍ରତିଯୋଗିତାରେ ଭାଗନେଇ ବିଜେତା ହୋଇଥିଲେ। ଗତ ଜୁନ୍‌ରେ ହରିୟାଣାର ଫରିଦାବାଦଠାରେ ଇଣ୍ଡିଆ ପ୍ରାଉଡ ବୁକ୍‌ ଅଫ୍‌ ରେକର୍ଡସ ଅନୁଷ୍ଠାନ ତରଫରୁ ଆୟୋଜିତ ବେଷ୍ଟ ଆଚିଭର୍ସ ଆୱାର୍ଡ-୨୦୨୨ ଗ୍ରାଣ୍ଡ ଫିନାଲେରେ ଜିତି ସେ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଚାରକ ଭାବେ ଯୋଗଦେଇଥିବା ବଲିଉଡ୍‌ର ଗାୟକ ସଲ୍‌ମାନ ଅଲ୍ଲୀ ସୁନ୍ଦର ଗାଇବା ଶୈଳୀ ପାଇଁ ତାଙ୍କୁ ଭୂୟସୀ ପ୍ରଶଂସା କରିବା ସହ ପୁରସ୍କୃତ କରିଥିଲେ। ଏହାସହ ମୁମ୍ବାଇରେ ଏକ ରିଆଲିଟି ଶୋ’ ପାଇଁ ସଲ୍‌ମାନଙ୍କ ସହ ପ୍ରମୋ ସୁଟିଂ କରାଯାଇଛି, ଯାହାକି ଜାତୀୟ ସ୍ତରର ଟିଭି ଚ୍ୟାନେଲରେ ପ୍ରସାରିତ ହେବାର କାର୍ଯ୍ୟକ୍ରମ ରହିଛି। ତେବେ ମା’ ବାପାଙ୍କ ସହଯୋଗ ଯୋଗୁ ଆଗକୁ ଯାଇପାରିଛି ବୋଲି ଅଲରଜା କହିଛନ୍ତି।

ସନାତନ ରାଉତ


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମ ହେଲା ୮ ଗୋଡ଼ ଥିବା ମଇଁଷି: ଦେଖିବାକୁ ଲୋକଙ୍କ ଭିଡ଼

ଭୋପାଳ,୧୨।୧୦: ମଧ୍ୟପ୍ରଦେଶର ଡିଣ୍ଡୋରୀ ଜିଲାରୁ ଏକ ବିରଳ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ମଇଁଷି ଆଠଟି ଗୋଡ଼ ଥିବା ଛୁଆକୁ ଜନ୍ମ ଦେଇଛି। ଏହି ଖବର…

ସମସ୍ୟା ଘେରରେ ଡୁମେରମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ଗେଟ ଆଗରେ ବସିଲେ ଛାତ୍ରୀଛାତ୍ର

ଲାଞ୍ଜିଗଡ଼, ୧୨।୧୦ (ରମେଶ ଚନ୍ଦ୍ର ନାୟକ): ବିଦ୍ୟାଳୟରେ ନାହିଁ ପିଇବା ପାଣିର ସୁବିଧା, ବିଜୁଳି ସଂଯୋଗ ଓ ସୁରକ୍ଷା ପାଚେରୀ। ଶୌଚାଳୟ ଓ ଜଳର ସୁବ୍ୟବସ୍ଥା ନଥିବାରୁ…

ଦକ୍ଷିଣ ଓଡ଼ିଶା ଜୋନ-ଏ କ୍ରିକେଟ ଟୁର୍ନାମେଣ୍ଟ: ପୋଡ଼ାମାରିକୁ ହରାଇ ପାଟପୁର ଚାମ୍ପିୟନ

ଦିଗପହଣ୍ଡି,୧୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁରସ୍ଥିତ ବିଶ୍ୱାସରାୟ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଚାଲିଥିବା ଦକ୍ଷିଣ ଓଡ଼ିଶା ଜୋନ-ଏ ଆନ୍ତଃ…

ବଦଳିଲେ ଓଡ଼ିଶାର ରାଜ୍ୟପାଳ: ହରିବାବୁ କମ୍ଭମପାଟିଙ୍କ ସ୍ଥାନ ନେଲେ…

ଭୁବନେଶ୍ୱର,୧୨।୧୦: ରାଜ୍ୟପାଳ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶା ସମେତ ୬ଟି ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ଅଦଳବଦଳରେ ବର୍ତ୍ତମାନର…

ଜଙ୍ଗଲକୁ କାଠ ପାଇଁ ଯାଉଥିଲେ ସୁଲୋଚନା, ନଦୀ ପାର୍‌ ହେବା ସମୟରେ ଘଟିଲା…

ମୋହନା.,୧୨।୧୦(ମନ୍ମଥ ମିଶ୍ର): ନଦୀ ପାର ହେବା ସମୟରେ ଭାସି ଯାଇ ମହିଳାଙ୍କ ମୃତ୍ୟୁ ଘଟିଛି l ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲା ରା…

ମାଣିକେଶ୍ୱରୀ ଛକ ନିକଟରୁ ମିଳିଲା ଅଜଣା ବୃଦ୍ଧାଙ୍କ ମୃତଦେହ: ବଢୁଛି ସନ୍ଦେହ

ଭବାନୀପାଟଣା,୧୨।୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସହର ମାଣିକେଶ୍ୱରୀ ଛକ ଯାତ୍ରୀ ପ୍ରେକ୍ଷାଳୟରୁ ସୋମବାର ଅପରାହ୍ନରେ ଜଣେ ଅଜଣା ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ…

ଥୁଆମୂଳ ରାମପୁରରେ ୧୭ ଦିନ ହେଲା ପାନୀୟ ଜଳ ସଙ୍କଟ: ‘ପାଣ୍ଠି ଅଭାବ’ ସଫେଇକୁ ନେଇ ଅସନ୍ତୋଷ

ଥୁଆମୂଳ ରାମପୁର, ୧୨।୧୦ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସଙ୍କଟ ଗୁରୁତର ରୂପ ନେଇଛି। ‘ବସୁଧା’ ଯୋଜନାରେ ଜଳ…

୩୬ ଦିନ ଜେଲରୁ ରହିବା ପରେ ଦମ୍‌ଦାର ପ୍ରତ୍ୟାବର୍ତ୍ତନ କଲେ ଏହି ଖେଳାଳି, ପ୍ରଥମ ମ୍ୟାଚରେ ଶତକ ମାରି କାନ୍ଦି ପକାଇଲେ…

ନୂଆଦିଲ୍ଲୀ,୧୨।୧୦: ରଣଜୀ ଟ୍ରଫିର ନୂଆ ସିଜନ ଅକ୍ଟୋବର ୧୧ରୁ ଆରମ୍ଭ ହୋଇଛି। ବଙ୍ଗଳା ଓ ଦିଲ୍ଲୀ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ବଙ୍ଗଳା ଦଳ ଦିଲ୍ଲୀ ଉପରେ ଚାପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?