ସଙ୍ଗୀତ ହିଁ ଅଲରଜାଙ୍କ ଏକମାତ୍ର ବ୍ରତ

ଭଦ୍ରକ ଅଫିସ,୮।୯: ପାଠପଢ଼ା ସହ ସଙ୍ଗୀତ ସାଧନାକୁୁ କରିଛନ୍ତି ଜୀବନର ବ୍ରତ। ଜଣେ ସୁନାମଧନ୍ୟ କଣ୍ଠଶିଳ୍ପୀ ଭାବେ ସାରା ଦେଶରେ ପରିଚୟ ସୃଷ୍ଟି କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି। ତୁଳସୀ ଦୁଇପତ୍ରରୁ ବାସିବା ପରି ପିଲାବେଳୁ କଣ୍ଠର ଯାଦୁ ତାଙ୍କୁ ପରିଚିତ କରାଇଛି। ତାଙ୍କ କଣ୍ଠସ୍ବର ସମସ୍ତଙ୍କ ମନ ଜିଣି ନେଇଛି। ଏମିତି ଜଣେ ସୁମଧୁର କଣ୍ଠଶିଳ୍ପୀ ହେଉଛନ୍ତି ଭଦ୍ରକ ସହର ଗୌସିଆନଗରର ଅଲରଜା ଖାନ୍‌ (୧୮)। କେବଳ ଭଦ୍ରକ ନୁହେଁ ଏବେ ସେ ଜାତୀୟସ୍ତରର କଣ୍ଠଶିଳ୍ପୀ ଭାବେ ପରିଚିତ। ଆଗାମୀ ଦିନରେ ସଙ୍ଗୀତରେ କ୍ୟାରିୟର କରିବାକୁ ସେ ଇଚ୍ଛା ରଖିଛନ୍ତି।

ଗୌସିଆନଗରର ସମସୁଦ୍ଦିନ ଖାନ୍‌ ଏବଂ ସମସାଦ୍‌ ବେଗମଙ୍କ ଝିଅ ଅଲରଜା। ବାପା ଜଣେ ବ୍ୟବସାୟୀ ହୋଇଥିବା ବେଳେ ମା’ ପୁରୁଣାବଜାର ଥାନା ଅଞ୍ଚଳର ଶଙ୍କରପୁର ୟୁଜିଏମ୍‌ଇ ଉର୍ଦ୍ଦୁ ପ୍ରାଇମେରି ସ୍କୁଲରେ ଶିକ୍ଷୟିତ୍ରୀ ଅଛନ୍ତି। ଅଲରଜା ଏବେ ଭଦ୍ରକର ଏନ୍‌ଆର୍‌ଆଇ ସ୍କୁଲରେ +୨ ବିଜ୍ଞାନର ୨ୟ ବର୍ଷ ଛାତ୍ରୀ। ଅଲରଜା କହନ୍ତି, ପିଲାଟି ବେଳୁ ତାଙ୍କର ସଙ୍ଗୀତ ପ୍ରତି ଆଗ୍ରହ ରହିଛି। ୪ ବର୍ଷ ବୟସରୁ ସେ ଗୀତ ଗାଇବା ଆରମ୍ଭ କରିଥିଲେ। ଆଈ ସାକେରା ଖାତୁନ ଜଣେ ଲେଖିକା ଏବଂ ସଙ୍ଗୀତପ୍ରେମୀ। ପିଲାବେଳୁ ସଙ୍ଗୀତ ପ୍ରତି ଆକର୍ଷଣ ଦେଖି ଆଈ ତାଙ୍କୁ ରିଆଜ ଜାରି ରଖିବାକୁ ସବୁବେଳେ ପରାମର୍ଶ ଦେଇଥିଲେ। ଆଈଙ୍କଠାରୁ ପ୍ରେରଣା ପାଇ ଗୀତ ଗାଇବା ଜାରି ରଖିଥିଲେ। ଜଣେ ପ୍ରଶିକ୍ଷକ ତାଙ୍କ ଘରକୁ ଆସି କିଛିଦିନ ଗୀତ ଶିଖାଇଥିଲେ। ତେବେ ୟୁଟ୍ୟୁବ୍‌, ଫେସ୍‌ବୁକ୍‌ରେ କଳାକାରମାନଙ୍କୁ ଅନୁକରଣ କରି ସେ ଗୀତ ଅଭ୍ୟାସ କରୁଥିଲେ। ପ୍ରଥମେ ସ୍କୁଲ ଓ ଜିଲାସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ ହୋଇ ବହୁ ଟ୍ରଫି ଓ ପ୍ରମାଣପତ୍ର ପାଇଥିଲେ। ଅଷ୍ଟମ ଶ୍ରେଣୀରେ ପଢୁଥିବା ବେଳେ ୨୦୧୮ରେ ତରଙ୍ଗ ଟିଭି ଚ୍ୟାନେଲରେ ଏକ ସଙ୍ଗୀତ ପ୍ରତିଯୋଗିତାରେ ପ୍ରଥମ ହୋଇଥିଲେ। କରୋନା ସମୟରେ ଅନ୍‌ଲାଇନରେ ୪/୫ଟି ଜାତୀୟ ସ୍ତରର ପ୍ରତିଯୋଗିତାରେ ଭାଗନେଇ ବିଜେତା ହୋଇଥିଲେ। ଗତ ଜୁନ୍‌ରେ ହରିୟାଣାର ଫରିଦାବାଦଠାରେ ଇଣ୍ଡିଆ ପ୍ରାଉଡ ବୁକ୍‌ ଅଫ୍‌ ରେକର୍ଡସ ଅନୁଷ୍ଠାନ ତରଫରୁ ଆୟୋଜିତ ବେଷ୍ଟ ଆଚିଭର୍ସ ଆୱାର୍ଡ-୨୦୨୨ ଗ୍ରାଣ୍ଡ ଫିନାଲେରେ ଜିତି ସେ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଚାରକ ଭାବେ ଯୋଗଦେଇଥିବା ବଲିଉଡ୍‌ର ଗାୟକ ସଲ୍‌ମାନ ଅଲ୍ଲୀ ସୁନ୍ଦର ଗାଇବା ଶୈଳୀ ପାଇଁ ତାଙ୍କୁ ଭୂୟସୀ ପ୍ରଶଂସା କରିବା ସହ ପୁରସ୍କୃତ କରିଥିଲେ। ଏହାସହ ମୁମ୍ବାଇରେ ଏକ ରିଆଲିଟି ଶୋ’ ପାଇଁ ସଲ୍‌ମାନଙ୍କ ସହ ପ୍ରମୋ ସୁଟିଂ କରାଯାଇଛି, ଯାହାକି ଜାତୀୟ ସ୍ତରର ଟିଭି ଚ୍ୟାନେଲରେ ପ୍ରସାରିତ ହେବାର କାର୍ଯ୍ୟକ୍ରମ ରହିଛି। ତେବେ ମା’ ବାପାଙ୍କ ସହଯୋଗ ଯୋଗୁ ଆଗକୁ ଯାଇପାରିଛି ବୋଲି ଅଲରଜା କହିଛନ୍ତି।

ସନାତନ ରାଉତ


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri