Categories: ଖେଳ

ମୁସ୍ତାକ ଅଲୀ ଟ୍ରଫି: ସୌରାଷ୍ଟ୍ରର ନେତୃତ୍ୱ ନେବେ ଉନାଡକଟ୍‌

ରାଜକୋଟ, ୨୬ା୧୨ (ପି.ଟି.)- ଆସନ୍ତା ମାସରେ ସୟଦ ମୁସ୍ତାକ ଅଲୀ ଟ୍ରଫି ଜାତୀୟ ଟି୨୦ ଚାମ୍ପିୟନଶିପ୍‌ ସହ ୨୦୨୦-୨୧ ଘରୋଇ ସିଜନ ଆରମ୍ଭ ହେବ। ଏଥିପାଇଁ ଶୁକ୍ରବାର ୨୦ ଜଣିଆ ସୌରାଷ୍ଟ୍ର କ୍ରିକେଟ ଦଳ ଘୋଷଣା କରାଯାଇଛି। ପୁରୁଖା ସ୍ପିଡ୍‌ଷ୍ଟର ଜୟଦେବ ଉନାଡକଟ୍‌ଙ୍କୁ ଦଳର ଅଧିନାୟକ ମନୋନୀତ କରାଯାଇଛି। ସମସ୍ତ ନିୟମିତ ଖେଳାଳି ଯଥା ପ୍ରେରକ ମଙ୍କଡ଼, ଚିରାଗ ଜାନି, ବାମହାତୀ ବ୍ୟାଟ୍ସମ୍ୟାନ ଅର୍ପିତ ବାସଭଦା, ଉଇକେଟକିପର ବ୍ୟାଟ୍ସମ୍ୟାନ ହାର୍ଭିକ ଦେଶାଇ ପ୍ରମୁଖ ଦଳରେ ସ୍ଥାନ ପାଇଛନ୍ତି। ବାମହାତୀ ପେସର ଚେତନ ସାକାରିୟା ଏବଂ ଧିମା ବାମହାତୀ ରକ୍ଷଣଶୀଳ ବୋଲର ଧର୍ମେନ୍ଦ୍ର ସିଂ ଜାଡେଜାଙ୍କୁ ନେଇ ବୋଲିଂ ବାହିନୀର ନେତୃତ୍ୱ ନେବେ ଉନାଡକଟ୍‌। ଟୁର୍ନାମେଣ୍ଟ ଜାନୁୟାରୀ ୧୦ରୁ ଆରମ୍ଭ ହେବ। ଗତଥରର ରଣଜୀ ଟ୍ରଫି ଚାମ୍ପିୟନ ସୌରାଷ୍ଟ୍ର ଏଲିଟ୍‌ ଗ୍ରୁପ୍‌ ଡି’ରେ ସ୍ଥାନ ପାଇଛି। ଏହି ଗ୍ରୁପ୍‌ରେ ସର୍ଭିସେସ୍‌, ବିଦର୍ଭ, ଗୋଆ, ମଧ୍ୟପ୍ରଦେଶ ଓ ରାଜସ୍ଥାନ ରହିଛନ୍ତି। ଲିଗ୍‌ ମ୍ୟାଚଗୁଡ଼ିକ ଇନ୍ଦୋରରେ ଖେଳାଯିବ।

Share