Categories: ଖେଳ

ଏଫସି ଗୋଆରେ ମୁର୍ଗାଓକର

ମୁମ୍ବାଇ, ୨।୧୦(ପି.ଟି.):ଗୋଆ ଫରଓ୍ବାର୍ଡ ଦେବେନ୍ଦ୍ର ମୁର୍ଗାଓକର ଇଣ୍ଡିଆନ ସୁପରଲିଗ୍‌(ଆଇଏସ୍‌ଏଲ) ଫ୍ରାଞ୍ଚାଇଜ୍‌ ଏଫସି ଗୋଆ ଦଳରେ ଯୋଗ ଦେଇଛନ୍ତି। ୨୧ ବର୍ଷୀୟ ଦେବେନ୍ଦ୍ର ପୂର୍ବରୁ ସାଲଗାଓକର ଦଳରେ ଖେଳୁଥିଲେ। ପ୍ଲେୟର୍ସ ଟ୍ରାନ୍ସଫର ଭିତ୍ତିରେ ସେ ଏବେ ଗୋଆ ଦଳରେ ଯୋଗଦେଇଥିବା ଫ୍ରାଞ୍ଚାଇଜ୍‌ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଗୋଆ ଦଳ ସହିତ ଦେବେନ୍ଦ୍ର ୩ ବର୍ଷିଆ ଚୁକ୍ତି କରିଛନ୍ତି। ”ମୋ ଦୀର୍ଘ ଦିନର ସ୍ବପ୍ନ ସାର୍ଥକ ହୋଇଛି। ଏପରି ସୁଯୋଗ ମୋ ପାଇଁ ଆଶୀର୍ବାଦ ସଦୃଶ। ଏହାର ସଦ୍‌ବ୍ୟବହାର କରି ମୁଁ ମୋ ଦଳକୁ ସଫଳ କରାଇବାକୁ ଚେଷ୍ଟା କରିବି“ ବୋଲି ସେ କହିଛନ୍ତି। ମୁର୍ଗାଓକର ଗତ ୨ ସିଜନରେ ଗୋଆ ସନ୍ତୋଷଟ୍ରଫି ଦଳର ସଦସ୍ୟ ମଧ୍ୟ ରହି ଆସିଛନ୍ତି।

Share