ରାଜଧାନୀ ଉପକଣ୍ଠରେ ହତ୍ୟା

ବାରଙ୍ଗ/ଯାଁଳା,୨୩।୧୧(ଡି.ଏନ୍‌.ଏ.): ରାଜଧାନୀ ଉପକଣ୍ଠ ଚନ୍ଦକା ଥାନା ଅଧୀନ ପାଇକରାପୁର ପାହାଡ଼ତଳେ ମଙ୍ଗଳବାର ସକାଳୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଏକ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ମୃତକ ହେଲେ ଏୟାରଫିଲ୍ଡ ଥାନା ଅନ୍ତର୍ଗତ ପଞ୍ଚପଲ୍ଲୀ ପଞ୍ଚାୟତ ବ୍ରହ୍ମକୁଣ୍ଡଳ ଗଁାର ବଂଶୀଧର ଜେନା। କିନ୍ତୁ ସେ ଚନ୍ଦକା ଥାନା ଅଧୀନ ପାଇକରାପୁର ସ୍କୁଲରେ ପିଅନ ଭାବେ କାମ କରୁଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି। ଏଥିସହ ଭୁବନେଶ୍ୱରରୁ ସାଇଣ୍ଟିଫିକ ଟିମ୍‌ ପହଞ୍ଚତ୍ ଘଟଣାସ୍ଥଳରୁ ରକ୍ତଲଗା ପଥର, ଚପଲ, ମଦ ବୋତଲ, ସିଗାରେଟ, ମୋବାଇଲ ଫୋନ ଓ ପର୍ସ ଜବତ କରିଛି। ତେବେ ବଂଶୀଧରଙ୍କ ପରିବାର ବଂଶୀଧରଙ୍କୁ କେହି ହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି। ଏ ନେଇ ପୋଲିସ ଏକ ହତ୍ୟା ମାମଲା(ନଂ.୨୭୦/୨୨) ରୁଜୁ କରି ପ୍ରାଥମିକ ତଦନ୍ତରେ ୪ଜଣଙ୍କୁ ଅଟକ ରଖିଛି।
ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ସୋମବାର ବଂଶୀଧର ସ୍କୁଲକୁ ଯାଇଥିଲେ। କାମ ସରିବା ପରେ ସନ୍ଧ୍ୟାରେ ଗଁା ବୁଲି ଫେରୁଥିଲେ। ହେଲେ ରାତି ୧୦ଟା ୧୫ରେ ବଂଶୀଧର ତାଙ୍କ ବୋହୂ ଓ ନାତି ସହ ଫୋନରେ କଥା ହୋଇ ଗାଡ଼ି ଖରାପ ହୋଇଯାଇଥିବା କହିବା ସହ ହଜାରେ ଟଙ୍କା ପଠାଇବାକୁ କହିଥିଲେ। କିନ୍ତୁ ତାଙ୍କ ପାଖରେ ଟଙ୍କା ନ ଥିବା କହି ପୁଅସହ କଥାହେବାକୁ ବୋହୂ କହିବାରେ ବଂଶୀଧର ମନା କରିଦେଇଥିଲେ। ପରେ ସେ ବାରଙ୍ଗରେ ଥିବା ଜ୍ୱାଇଁଙ୍କ ସହ କଥାହୋଇ ହଜାରେ ଟଙ୍କା ମାଗିଥିଲେ। ଫୋନ ପେ’ରେ ପଠାଇବାକୁ କହିବାରୁ ବଂଶୀଧର ଅନ୍ୟ ଏକ ନମ୍ବର ଦେବା ସହ ଗାଡ଼ି ସଜାଡ଼ି ଘରକୁ ଯାଉଛି ବୋଲି କହିଥିଲେ। ଟଙ୍କା ପଠାଇବା ପରେ ଜ୍ୱାଇଁ କଥାହେବାକୁ ଚେଷ୍ଟା କରିବାବେଳେ ବଂଶୀଧରଙ୍କ ମୋବାଇଲ ସୁଇଚ୍‌ ଅଫ୍‌ ଥିଲା। ମଙ୍ଗଳବାର ସକାଳେ ତାଙ୍କର ମୃତ୍ୟୁ ଖବର ପାଇଥିଲୁ। କେହି ଟଙ୍କା ପାଇଁ ତାଙ୍କୁ ହତ୍ୟା କରିଥାଇପାରନ୍ତି ବୋଲି ବଂଶୀଧରଙ୍କ ପୁଅ ଜ୍ୟୋତିରଞ୍ଜନ ଜେନା ଓ ସମୁଦୁଣୀ ଖୋଲଣା ଜେନା କହିଛନ୍ତି। ଅପରପକ୍ଷେ ମଙ୍ଗଳବାର ସକାଳେ ପାଇକରାପୁର ଗ୍ରାମର କେତେଜଣ ଯୁବକ ସ୍କୁଲ ପଡିଆ ପଛପଟ ସନ୍ତୋଷୀ ମା’ ମନ୍ଦିର ପାଖ ପାହାଡ଼ ରାସ୍ତାରେ ଯାଉଥିବା ବେଳେ ବଂଶୀଧରଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପଡିଥିବା ଦେଖିଥିଲେ। ବିଭିନ୍ନ ସାମଗ୍ରୀ ସହ ରକ୍ତଛିଟା ଲାଗିଥିବା ପଥର ପଡ଼ିଥିବା ଦେଖି ପୋଲିସକୁ ଜଣାଇଥିଲେ। ପୋଲିସ ସାଇଣ୍ଟିଫିକ ଟିମ୍‌କୁ ଜଣାଇବା ସହ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲା। ପରେ ପରିବାର ଲୋକଙ୍କ ଅଭିଯୋଗକ୍ରମେ ପୋଲିସ ତଦନ୍ତ ରି ଫୋନ ପେ’ରେ ହଜାରେ ଟଙ୍କା ଛଡ଼ାଯାଇଥିବା ମୋବଇଲ ନମ୍ବର ଆଧାରରେ ୪ଜଣଙ୍କୁ ଧରି ଆଣି ପଚରାଉଚରା କରୁଛି। ଉଲ୍ଲେଖଥାଉ କି, ବଂଶୀଧର ଆଉ ଗୋଟିଏ ବର୍ଷ ପରେ ଚାକିରିରୁ ଅବସର ନେଇଥାନ୍ତେ।


Enter your email to get our daily news in your inbox.

All Right Reserved By Dharitri.Com

ପରୀକ୍ଷା ଦେବାକୁ ଯାଉଥିଲେ ୨ ଛାତ୍ର: ଧକ୍କା ଦେଲା ଅଜଣା ଗାଡ଼ି, ଚାଲିଗଲା ଜୀବନ

ପାପଡ଼ାହାଣ୍ଡି,୧୯।୩(ସ୍ବପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି-ନବରଙ୍ଗପୁର ରାସ୍ତା ମୃଗବିହାର ନିକଟରେ ମଙ୍ଗଳବାର ଏକ ଗାଡ଼ି ଧକ୍କାରେ ଜଣେ କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ...

ଦୋଳ ପୂର୍ଣ୍ଣିମାରେ ଶ୍ରୀଜିଉଙ୍କ ସୁନାବେଶ

ପୁରୀ,୧୯।୩: ଶ୍ରୀମନ୍ଦିରରେ ଦୋଳ ପୂର୍ଣ୍ଣିମା ପାଇଁ ଛତିଶା ନିଯୋଗ ବୈଠକରେ ନୀତିକାନ୍ତି ଚୂଡାନ୍ତ ହୋଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ...

ଝାଟିମାଟି ଘରେ ଜୀବନ

ନାକଟିଦେଉଳ,୧୯ା୩(ବୈକୁଣ୍ଠ ନାଥ ସାହୁ): ଗରିବ ଅସହାୟ ପରିବାରକୁ ପକ୍କା ଘର ଯୋଗାଇଦେବାକୁ ସରକାର ଆବାସ ଯୋଜନା ପ୍ରଣୟନ କରିଛନ୍ତି। ଏଥିପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର...

ବନ କର୍ମଚାରୀଙ୍କୁ ଗୁଳି ମାରିଲେ ଶିକାରୀ

ନୀଳଗିରି,୧୯।୩ (ପ୍ରଶାନ୍ତ କୁମାର ବିଶ୍ବାଳ): ବନ କର୍ମଚାରୀଙ୍କୁ ଶିକାରୀଙ୍କ ଗୁଳିମାଡ଼। ଏପରି ଏକ ଅଘଟଣ ଗତକାଲି ବିଳମ୍ବିତ ରାତିରେ ବାଲେଶ୍ୱର ଜିଲା ନୀଳଗିରି କୁଲଡିହା ଅଭୟାରଣ୍ୟର...

ବିପଦସଙ୍କୁଳ ଅଚଳ ମୋବାଇଲ ଟାୱାର

ଯାଜପୁରରୋଡ୍‌,୧୯ା୩(ପବିତ୍ର ରଞ୍ଜନ ମହାନ୍ତି):ଯାଜପୁର ଜିଲାର ବିଭିନ୍ନ ଅଞ୍ଚଳରେ ଛତୁ ଫୁଟିଲା ପରି ମୋବାଇଲ ଟାୱାର ନିର୍ମାଣ ହୋଇଛି। ମୋବାଇଲ ଟାୱାର କମ୍ପାନୀଗୁଡ଼ିକ ସେମାନଙ୍କ ସୁବିଧା ଅନୁଯାୟୀ...

ନିଯୁକ୍ତି, କ୍ଷତିପୂରଣ ଅପେକ୍ଷାରେ ଜମିହରା

ଯାଜପୁର,୧୯ା୩(ହର୍ଷବର୍ଦ୍ଧନ ବେହେରା) :ରାଜ୍ୟ ସରକାରଙ୍କ ଦ୍ରୁତ ଶିଳ୍ପାୟନ ପ୍ରକ୍ରିୟାରେ ଯାଜପୁର ଜିଲା କଳିଙ୍ଗନଗରରେ ନବେ ଦଶକରୁ ବିପୁଳ ପରିମାଣରେ ସରକାରୀ ଓ ସାଧାରଣ ପ୍ରଜାଙ୍କ ଜମି...

୮ କୋଟି ଟଙ୍କାର ରାସ୍ତା ୮ ଦିନରେ ଫାଟିଲା

ଯାଜପୁର,୧୯ା୩(ହର୍ଷବର୍ଦ୍ଧନ ବେହେରା) :ଯାଜପୁର ଜିଲା ଆର୍‌ ଏଣ୍ଡ ବି ଡିଭିଜନ ତଥା ପୂର୍ତ୍ତ ବିଭାଗ ଅଧୀନରେ ୮ କୋଟି ଟଙ୍କାର ରାମବାଗ-ଛତ୍ରପଡା ରାସ୍ତା କାର୍ଯ୍ୟ ୮...

ବର୍ଷା ପୂର୍ବରୁ ଲୁଣା, କରାଣ୍ଡିଆ ବନ୍ଧ ସୁଦୃଢ଼ ଦାବି

କେନ୍ଦ୍ରାପଡ଼ା,୧୯ା୩ (ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ଜିଲାର ଲୁଣା ଓ କରାଣ୍ଡିଆ ଦ୍ୱୀପାଞ୍ଚଳରେ ଥିବା ୧୩ ରାଜସ୍ବ ଗ୍ରାମ ସ୍ବାଧୀନତାର ୭୬ ବର୍ଷ ପରେ ମଧ୍ୟ ଅବହେଳିତ ଅବସ୍ଥାରେ...

Advertisement
Business Eminence Awards 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri