ଯୁବକଙ୍କୁ ନିର୍ମମ ହତ୍ୟା, ଜଣେ ଗୁରୁତର

ସିମୁଳିଆ,୧୮ା୬(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ସିମୁଳିଆ ତହସିଲ ରାସ୍ତାରେ ଶନିବାର ଭୋର୍‌ ସମୟରେ ପ୍ରଦୀପ କୁମାର ନାୟକ ଓରଫ ବଳିଆ(୩୫) ନାମକ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଦୁର୍ବୃତ୍ତମାନେ ତାଙ୍କ ବେକ ଓ ମୁଣ୍ଡକୁ କୌଣସି ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିବା ସହିତ ତାଙ୍କ ହାତ ଭାଙ୍ଗି ଯାଇଥିବାର ଜଣାଯାଇଛି। ମୃତ ବଳିଆଙ୍କ ଘର ସ୍ଥାନୀୟ ରିଆ ଗ୍ରାମରେ ଓ ସେ ଜଣେ ଡ୍ରାଇଭର ଅଟନ୍ତି। ଶୁକ୍ରବାର ରାତି ୨ଟାରେ ବଳିଆ ଡ୍ୟୁଟିରୁ ଫେରିବା ପରେ ଏହି ହତ୍ୟାକାଣ୍ଡ ଭୋର୍‌ ୩ଟା ମଧ୍ୟରେ ଘଟିଥିବାର ସ୍ଥାନୀୟ ଲୋକମାନେ ସୂଚନା ଦେଇଛନ୍ତି। ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଅପରାହ୍ନରେ ଘଟଣାସ୍ଥଳରେ ପୋଲିସ, ସନ୍ଧାନୀ କୁକୁର ସହିତ ସାଇଣ୍ଟିଫିକ ଟିମ୍‌ ପହଞ୍ଚି ତଦନ୍ତ କରି ଫେରିଯାଇଥିଲେ ହେଁ କୌଣସି ସୁରାକ ମିଳିପାରିନାହିଁ। ନିଜ ଘରଠାରୁ କିଛି ଦୂର ତହସିଲ-ରିଆ ଗାଁ ରାସ୍ତାର ଏକ ଖୋଲା ସ୍ଥାନରେ ବଳିଆ ପ୍ରତ୍ୟେକ ଦିନ କିଛି ସମୟ ବସି ଘରକୁ ଯାଉଥିବାର ତାଙ୍କ ପରିବାର ଲେକେ କହିଛନ୍ତି। ହତ୍ୟାକାଣ୍ଡ ଘଟିଥିବା ଉକ୍ତ ସ୍ଥାନରେ ବଳିଆଙ୍କ ବାଇକ (ଓଡି ୨୨ବି ୭୬୩୭) ରହିଥିବା ବେଳେ ତାଙ୍କ ଚପଲ ମଧ୍ୟ ପଡ଼ିଛି। ତେବେ କେଉଁ କାରଣକୁ ନେଇ ସେ ହତ୍ୟାକାଣ୍ଡର ଶିକାର ହେଲେ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଅପରପକ୍ଷେ ଦୁର୍ଘଟଣାସ୍ଥଳରୁ ପ୍ରାୟ ୨୦ ଫୁଟ ଦୂର ନୟନଜୋଡ଼ି ମଧ୍ୟରୁ ପ୍ରଭାସ କୁମାର ଜେନା(୨୮) ନାମକ ଅନ୍ୟ ଜଣେ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ତାଙ୍କ ଘର ମଧ୍ୟ ରିଆ ଅଞ୍ଚଳରେ ଓ ସେ ମୃତ ବଳିଆଙ୍କ ପଡ଼ୋଶୀ ଅଟନ୍ତି। ପ୍ରଭାସ ବାଙ୍ଗାଲୋରରେ କାର୍ଯ୍ୟ କରୁଥିବା ବେଳେ ରଜ ଉତ୍ସବ ପାଇଁ ଗାଁକୁ ଆସିଥିଲେ। ତାଙ୍କୁ କଟକର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି। ହତ୍ୟାକାଣ୍ଡ ସ୍ଥଳର କିଛି ଦୂରରେ ପ୍ରଭାସଙ୍କ ବାଇକ(ଓଡି ୨୨ୟୁ ୭୪୪୬) ପଡ଼ିିଥିବାର ଦେଖାଯାଇଛି। କୋମା ଅବସ୍ଥାରେ ଆଇସିୟୁରେ ଭର୍ତ୍ତି ହେବାରୁ ପ୍ରଭାସଙ୍କ ନିକଟରୁ କୌଣସି ସୁରାକ ମିଳିପାରିନାହିଁ। ତେବେ ରାସ୍ତାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ବଳିଆଙ୍କୁ ଦେଖି ପ୍ରଭାସ ଭୟରେ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି କିମ୍ବା ଅନ୍ୟ କିଛି ଘଟଣା ଘଟିଛି ତାହା ଜଣାଯାଇନାହିଁ। ତଦନ୍ତ ପରେ ଯାହାକିଛି ଜଣାପଡ଼ିବ ବୋଲି ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସିଝୁଛି ସାରା ଓଡ଼ିଶା: ସକାଳ ୮ ସୁଦ୍ଧା ତାପମାତ୍ରା ୩୪ ପାର୍‌

ଭୁବନେଶ୍ୱର,୧୬।୪(ଅସମାପିକା ସାହୁ): ଦିନକୁ ଦିନ ବଢ଼ିବାରେ ଲାଗିଛି ତାପମାତ୍ରା। ଗରମ ସହ ଗୁଳୁଗୁଳିରେ ଲୋକେ ଛଟପଟ ହେଉଥିବାବେଳେ ସିଝୁଛି ସାରା ଓଡ଼ିଶା। ସକାଳ ୮ଟା ପରେ...

ଜଙ୍ଗଲ ଜମିରୁ ମୋରମ ଲୁଟ୍‌

କୋରେଇ,୧୬।୪(ଚନ୍ଦ୍ରକାନ୍ତ ପତି):ଯାଜପୁର ଜିଲା ବ୍ୟାସନଗର ତହସିଲ ଅଧୀନ ରଗ ଅଞ୍ଚଳରେ ଦିନକୁ ଦିନ ରାଜସ୍ବ ଲୁଟ୍‌ ବୃଦ୍ଧି ପାଉଛି । ନିକଟସ୍ଥ ଜଙ୍ଗଲ ଜମିରୁ ମୋରମ...

ସ୍କ୍ବାଡ୍‌ ଗଠନ ହୋଇଛି, ପ୍ରଶାସନିକ ଚଢ଼ାଉ ନାହିଁ

କେନ୍ଦ୍ରାପଡ଼ା, ୧୬ା୪ (ଜଗନ୍ନାଥ ଧଳ):କେନ୍ଦ୍ର ସରକାରଙ୍କ ଜାତୀୟ ସ୍ବାସ୍ଥ୍ୟ ପରିବାର ସର୍ବେକ୍ଷଣ ରିପୋର୍ଟକୁ ନେଇ ସାମାଜିକ ଗଣମାଧ୍ୟମରେ ଆଲୋଚନା ଆରମ୍ଭ ହୋଇଛି। ଜାତୀୟ ହାର ତୁଳନାରେ...

ସମସ୍ୟା ଘେରରେ ପଟ୍ଟାମୁଣ୍ଡାଇ ବ୍ଲକ, ମ୍ୟୁନିସିପାଲିଟି

ପଟ୍ଟାମୁଣ୍ଡାଇ, ୧୬ା୪(କଳ୍ପତରୁ ନାୟକ):କେନ୍ଦ୍ରାପଡ଼ା ଜିଲାର ରାଜନଗର ଏକ ଚର୍ଚ୍ଚିତ ନିର୍ବାଚନମଣ୍ଡଳୀ ପଟ୍ଟାମୁଣ୍ଡାଇ-ରାଜନଗର ଅଞ୍ଚଳକୁ ନେଇହୋଇଛି। ହେଲେ ପଟ୍ଟାମୁଣ୍ଡାଇ ବ୍ଲକ ଓ ମ୍ୟୁନିସିପାଲିଟି ଅବହେଳିତ ଅବସ୍ଥାରେ ରହିଛି।...

ଏମ୍‌କେସିଜିରେ ବିରଳ ଅସ୍ତ୍ରୋପଚାର:୯ ବର୍ଷୀୟା ଝିଅଙ୍କ ଆଡ୍ରେନାଲ ଗ୍ରନ୍ଥି ବାହାରିଲା

ବ୍ରହ୍ମପୁର,୧୬ା୪ (ସୁବାସ ଚନ୍ଦ୍ର ପାଢ଼ୀ):ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମ୍‌କେସିଜି) ମେଡିକାଲରେ ପୁଣି ଏକ ବିରଳ ଅସ୍ତ୍ରୋପଚାର କରାଯାଇଛି। ଡାକ୍ତରଖାନାର ଏଣ୍ଡୋକ୍ରନୋଲୋଜି ବିଭାଗରେ ଭର୍ତ୍ତି ହୋଇଥିବା ଜଣେ ୯ବର୍ଷ...

ପ୍ରାର୍ଥୀଙ୍କୁ ଅଡୁଆ ପ୍ରଚଣ୍ଡ ଖରା

ଭୁବନେଶ୍ୱର, ୧୬।୪(ସୁନିତ୍‌ ମିଶ୍ର):ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଆଉ ମାସେରୁ କମ୍‌ ସମୟ ରହିଲା। ୩ ପ୍ରମୁଖ ଦଳ ବିଜେଡି, ଭାଜପା ଏବଂ କଂଗ୍ରେସ ପ୍ରାୟ...

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିଫଳତା ସମସ୍ତେ ଜାଣିଛନ୍ତି: ବିଜେଡି

ଭୁବନେଶ୍ୱର,୧୬ା୪(ଅନିଲ ଦାସ):କେନ୍ଦ୍ରମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ବିଫଳତାକୁ ସମସ୍ତେ ଜାଣିଛନ୍ତି। ଢେଙ୍କାନାଳ, ଅନୁଗୋଳ ଓ ଦେବଗଡ଼ ଜିଲାରେ ସେ ଗୋଟିଏ ଜାତୀୟ ଦକ୍ଷତା ବିକାଶ କେନ୍ଦ୍ର...

ଆଜି ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା

ପୁରୁଣା ଭୁବନେଶ୍ୱର,୧୬ା୪(ସୁବାସ ଚନ୍ଦ୍ର ପ୍ରଧାନ):ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ମଙ୍ଗଳବାର ଅନୁଷ୍ଠିତ ହେବ। ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ସୋମବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri