୫୦ଲକ୍ଷ ଟଙ୍କା ପାଇଁ ନାବାଳକଙ୍କୁ ହତ୍ୟା: ୨ ଅଭିଯୁକ୍ତ ଗିରଫ

ବ୍ରଜରାଜନଗର,୨୯ା୩ (ଡି.ଏନ୍‌.ଏ.): ଝାରସୁଗୁଡ଼ା ଟାଉନ ଥାନା ଅନ୍ତର୍ଗତ ସରବହାଲ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ବାସ କରୁଥିବା ସୁମିତ ଅଗ୍ରଓ୍ବାଲଙ୍କ ପୁଅ ସମର୍ଥ ଅଗ୍ରଓ୍ବାଲ (୧୫)ଙ୍କୁ ୫୦ଲକ୍ଷ ଟଙ୍କା ପାଇଁ ହତ୍ୟା କରାଯାଇଛି। ଘଟଣାରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଝାରସୁଗୁଡ଼ା ସଦର ଥାନା ଅଧୀନ ବିଜୁ ନଗରର ଅମିତ କୁମାର ଶର୍ମା ଓ ବ୍ରଜରାଜନଗର ଥାନା ଅଧୀନ ଗାନ୍ଧୀ ଛକ ଅଞ୍ଚଳର ଦିନେଶ ଅଗ୍ରୱାଲ। ଏ ସମ୍ପର୍କରେ ବୁଧବାର ଏକ ଖବରଦାତା ସମ୍ମିଳନୀ କରି ଝାରସୁଗୁଡ଼ା ଏସ୍‌ପି ପରମର ସ୍ମିଥ ପୁରୁଷୋତ୍ତମ ଦାସ ସୂଚନା ଦେଇଛନ୍ତି।
ଏସ୍‌ପି ଦାସଙ୍କ ସୂଚନା ଅନୁଯାୟୀ, ସରବାହଲରେ ରହୁଥିବା ସମର୍ଥ ସବୁଦିନ ଭଳି ସୋମବାର ଅପରାହ୍ନରେ ନିଜ ସ୍କୁଟି ଧରି ଖେଳିବାକୁ ଯାଇଥିଲେ। ବାଟରେ ତାଙ୍କ ପରିବାରର ସମ୍ପର୍କୀୟ ଅମିତ ତାଙ୍କ ସ୍କୁଟିରେ ବସି ଯାଇଥିଲେ। କିଛିବାଟ ଯିବା ପରେ ଅମିତଙ୍କ ସହଯୋଗୀ ଦିନେଶଙ୍କ ସହିତ ମିଶି ସମର୍ଥଙ୍କୁ ଅପହରଣ କରିଥିଲେ। ଏଣେ ସନ୍ଧ୍ୟା ପରେ ପୁଅ ଘରକୁ ନ ଫେରିବାରୁ ପରିବାର ଲୋକେ ଚିନ୍ତାରେ ରହିଥିଲେ। ଫୋନ କରିଥିଲେ ମଧ୍ୟ ସମର୍ଥଙ୍କ ମୋବାଇଲ ସୁଇଚ୍‌ ଅଫ୍‌ ରହିଥିବାରୁ ପରିବାରର ଚିନ୍ତା ବଢ଼ିଯାଇଥିଲା। ରାତି ୯ଟା ସମୟରେ ସମର୍ଥଙ୍କ ମୋବାଇଲରୁ ଫୋନ ଆସିଥିଲା। ୫୦ଲକ୍ଷ ଟଙ୍କା ଦେଇ ପୁଅକୁ ନେଇଯାଅ ବୋଲି ଅଭିଯୁକ୍ତମାନେ ଫୋନ୍‌ରେ କହିଥିଲେ। ଫୋନ କଲ୍‌ ପାଇବା ପରେ ପରିବାର ସଦସ୍ୟ ତୁରନ୍ତ ଝାରସୁଗୁଡ଼ା ଟାଉନ ଥାନାରେ ଅଭଯୋଗ କରିଥିଲେ। ପୋଲିସ ଅଭିଯୁକ୍ତଙ୍କୁ ଧରିବା ପାଇଁ ୩ଗୋଟି ଟିମ୍‌ କରି ପ୍ରଥମେ ପଡୋଶୀ ଜିଲାରେ ତଦନ୍ତ କରିଥିଲା। ଅଭିଯୁକ୍ତମାନେ ପୋଲିସର ଗତିବିଧି ଉପରେ ନଜର ରଖି ସମର୍ଥଙ୍କୁ ହତ୍ୟା କରି ବରଗଡ଼ ଜିଲାର ଭେଡେନ ଥାନା ଅଞ୍ଚଳରେ ପୋଡ଼ିଦେଇଥିଲେ। ତେବେ ପୋଲିସ କୌଣସି ସୂତ୍ରରୁ ଜାଣିପାରି ଅଭିଯୁକ୍ତ ଦ୍ୱୟଙ୍କୁ ଧରିବାରେ ସଫଳ ହୋଇଥିଲା। ତେବେ ହତ୍ୟାର କାରଣ ଟଙ୍କା ନା ପାରିବାରିକ ଶତ୍ରୁତା ତାହା ପୋଲିସ ସ୍ପଷ୍ଟ ହୋଇନାହିଁ। ଏମାନଙ୍କ ସହିତ ଆଉକେହି ସମ୍ପୃକ୍ତ ଥାଇପାରନ୍ତି ବୋଲି ପୋଲିସ ସନ୍ଦେହ କରୁଛି। ତେବେ ତଦନ୍ତ ପରେ ସବିଶେଷ ତଥ୍ୟ ଜଣାପଡିବ ବୋଲି ଏସ୍‌ପି ଦାସ ପ୍ରକାଶ କରିଛନ୍ତି। ଅଭିଯୁକ୍ତ ଦ୍ବୟ ଦୋଷ ସ୍ବୀକାର କରିବା ପରେ ଜେଲ ହାଜତକୁ ପଠାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ତାଣ୍ଡବ ରଚିଲା କାଳବୈଶାଖୀ: ଭାଙ୍ଗିଲା ଗଛ, ଦୋକାନରୁ ଉଡ଼ିଗଲା ଆଜବେଷ୍ଟ୍‌ସ

ନିରାକାରପୁର,୨୪ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ସମେତ ଏହାର ଆଖପାଖ ଅଞ୍ଚଳରେ ୪୦ ଡିଗ୍ରୀ ତାପମାତ୍ରା ଲାଗିରହିଥିବା ବେଳେ ବୁଧବାର ଅପରାହ୍ନରେ ହଠାତ୍‌ ପାଗର...

ଏହି ୯ ଷ୍ଟେସନରେ ସୁଲଭ ମୂଲ୍ୟରେ ଖାଦ୍ୟ ପ୍ରଦାନ କରିବ ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର,୨୪ା୪: କମ୍ ଖର୍ଚ୍ଚରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖବର। ଭାରତୀୟ ରେଳବାଇ ସହିତ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍...

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri