ନିଟ୍‌ ପାଇଁ ହତ୍ୟା

ଭାରତରେ ପାଠପଢ଼ା ଚାପ ଯୋଗୁ ପିଲାଙ୍କ ଆତ୍ମହତ୍ୟା ଘଟଣା ବାରମ୍ବାର ଘଟିଚାଲିଛି। ବିଶେଷକରି ମେଡିକାଲ ଶିକ୍ଷା ଲାଗି ନିଜକୁ ପ୍ରସ୍ତୁତ କରୁଥିବା ଆଶାୟୀଙ୍କ କ୍ଷେତ୍ରରେ ଆତ୍ମହତ୍ୟା ପ୍ରବଣତା ବଢ଼ୁଥିବା ଲକ୍ଷ୍ୟ କରାଯାଉଛି। ଦେଶରେ କୋଚିଂ ସେଣ୍ଟରର ହବ୍‌ ପାଲଟିଥିବା ରାଜସ୍ଥାନର କୋଟା ଏବେ ଛାତ୍ର ଆତ୍ମହତ୍ୟାର ସହର ଭାବେ ପରିଗଣିତ ହେଲାଣି। ପରିସଂଖ୍ୟାନ ଦେଖିଲେ ୨୦୨୩ରେ ମେଡିକାଲ ସିଟ୍‌ ଆଶାୟୀ ୨୯ ଜଣ ବିଦ୍ୟାର୍ଥୀ ଆତ୍ମହତ୍ୟା କରିଥିବା ବେଳେ ୨୦୨୪ରେ ୧୯ ଜଣ ଏବଂ ୨୦୨୫ ଏବେସୁଦ୍ଧା ୧୬ ଜଣ ପ୍ରାଣ ହରାଇସାରିଲେଣି। ଏସବୁ ଆତ୍ମହତ୍ୟା ପଛର କାହାଣୀ ବୁଝିଲା ବେଳକୁ ଜଣାପଡ଼ିଛି ଯେ, ପିଲାମାନେ ପଢ଼ା ଚାପରେ ଡିପ୍ରେସନ ବା ଅବସାଦ ସ୍ତରକୁ ଯାଇ ଚରମ ନିଷ୍ପତ୍ତି ନେଇଯାଉଛନ୍ତି। କେତେକ କ୍ଷେତ୍ରରେ ପୋଲିସ ପାଇଥିବା ସୁଇସାଇଡ୍‌ ନୋଟ୍‌ରୁ ଜଣାପଡ଼ୁଛି ମେଡିକାଲ ପାଇବାରେ ବିଫଳ ହେବା କିମ୍ବା ନ ପାଇବାର ଭୟ ସେମାନଙ୍କୁ ବଡ଼ ଆକାରରେ ଘାରୁଛି। ପର୍ଯ୍ୟାପ୍ତ ଅର୍ଥ ଖଟାଉଥିବା ମାତାପିତା ପିଲାଙ୍କୁ ନେଇ ଅତ୍ୟଧିକ ସ୍ବପ୍ନ ଦେଖିଦେଉଥିବା ବେଳେ ନିଜେ ଚାପଗ୍ରସ୍ତରେ ରହିଯାଉଛନ୍ତି। ଏହି ସ୍ବପ୍ନକୁ ପୂରଣ କରିବା ସକାଶେ ମାତାପିତା ଭୁଲ୍‌ ବାଟ ଅପଣାଇବାକୁ ମଧ୍ୟ ପଛାଉନାହାନ୍ତି। ଉଦାହରଣ ସ୍ବରୂପ, ନିଜ ପିଲାଙ୍କ ପାଇଁ ଡମି ବା ନକଲି ପ୍ରାର୍ଥୀଙ୍କ ଦ୍ୱାରା ପରୀକ୍ଷା କରାଇବାର ଅନେକ ଉଦାହରଣ ଦେଖିବାକୁ ମିଳୁଛି। ଯେଉଁ ମାତାପିତା ଜୀବନରେ ଡାକ୍ତର କିମ୍ବା ଅନ୍ୟ ବଡ଼ ଚାକିରି କରିବାରେ ଅସଫଳ ହୋଇଥାଆନ୍ତି, ସେମାନଙ୍କ ଭିତରେ ଗୋଟେ ତୀବ୍ର ଅଭାବବୋଧ ରହିଯାଇଥାଏ। ପରବର୍ତ୍ତୀ ସମୟରେ ସେମାନଙ୍କ ଇପ୍ସିତ ଲକ୍ଷ୍ୟକୁ ପିଲାଙ୍କ ମୁଣ୍ଡ ଉପରେ ଥୋପେଇ ଦେଇଥାଆନ୍ତି। ଯେଉଁ ପିଲା ମେଧା ଅନୁସାରେ ବୋଝ ବୋହି ପାରୁଛି ସିଏ ତିଷ୍ଠୁଛି, ନ ହେଲେ ଅନ୍ୟମାନଙ୍କଠାରେ ଚାପର ପ୍ରତିଫଳନ ହେଉଥିବା ଦେଖାଯାଉଛି। ଏଥିସହିତ ଭାରତରେ ଡାକ୍ତର ବା ଇଞ୍ଜିନିୟରଙ୍କୁ ସଫଳତାର ଶୀର୍ଷ ମାନିବା ସାମାଜିକ ସ୍ତରରେ ବୁଡ଼ି ରହିଛି। ନିଜ ବନ୍ଧୁବାନ୍ଧବ, ସାହିପଡ଼ିଶାକୁ ପିଲା ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା (ନିଟ୍‌) କିମ୍ବା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଜେଇ)ରେ ଭଲ ନମ୍ବର ରଖି ସିଟ୍‌ ଖଣ୍ଡେ ପାଇଲା ବୋଲି ଡିଣ୍ଡିମ ପିଟିବା ସଫଳତାର ଏକ ବଡ଼ ପାହାଚ ଭାବେ ଧରାଗଲାଣି। ଏଥିରେ ପିଲା ବାଟିପେଷି ହୋଇଗଲେ କାହାରିକୁ ବେଶି ଫରକ ପଡ଼ୁନାହିଁ।
ସଦ୍ୟ ଘଟଣାକୁ ଦେଖିଲେ ମହାରାଷ୍ଟ୍ରର ସାଙ୍ଗଲି ଜିଲାରେ ଏକ ଘରୋଇ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ନିଟ୍‌ ପାଇଁ ତାଙ୍କ ଝିଅକୁ ପ୍ରସ୍ତୁତ କରାଉଥିଲେ। କିନ୍ତୁ ମକ୍‌ ଟେଷ୍ଟରେ ସେ କମ୍‌ ନମ୍ବର ଆଣିବାରୁ ପିତା କ୍ରୋଧରେ ତାଙ୍କୁ ପିଟି ମାରି ଦେଇଛନ୍ତି। ଚୂଡ଼ାନ୍ତ ପରୀକ୍ଷା ଦେବା ପୂର୍ବରୁ ଅନେକ ମକ୍‌ ଟେଷ୍ଟ କରାଯାଇଥାଏ। ବହୁ ସମୟରେ ମକ୍‌ ଟେଷ୍ଟରେ କମ୍‌ ନମ୍ବର ରଖିଲେ ମଧ୍ୟ ଜଣେ ବିଦ୍ୟାର୍ଥୀ ଚୂଡ଼ାନ୍ତ ପରୀକ୍ଷାରେ ସଫଳତାର ସହ କୃତକାର୍ଯ୍ୟ ହୋଇଥାଆନ୍ତି। ସୂଚନା ଦିଆଯାଇପାରେ ଯେ, ସମ୍ପୃକ୍ତ ଛାତ୍ରୀ ଦଶମ ପରୀକ୍ଷାରେ ୯୫ ପ୍ରତିଶତ ନମ୍ବର ରଖିଥିଲେ। ହୁଏତ ସେ ପରବର୍ତ୍ତୀ ସମୟରେ ସେହି ନିଟ୍‌ରେ ଊତ୍ତୀର୍ଣ୍ଣ ହୋଇ ଭଲ ଡାକ୍ତର ବା ଅନ୍ୟ କୌଣସି କ୍ଷେତ୍ରରେ ବଡ଼ ସଫଳତା ପାଇପାରିଥାଆନ୍ତେ। କିନ୍ତୁ ଝିଅଠାରୁ ପିତାଙ୍କ ଆଶା ଢେର ବଢ଼ିଯାଇଥିବାରୁ ଆଗାମୀ ଫଳାଫଳକୁ ଅପେକ୍ଷା କରିବାର ଧୈର୍ଯ୍ୟ ଓ ହିତାହିତ ଜ୍ଞାନ ହରାଇବସିଲେ। ଏଭଳି ପଦକ୍ଷେପ ନେବା ପରେ ପିତା ଏବେ ଜେଲରେ। ଝିଅ ପାଇଁ ଯେଉଁ ଗର୍ବ କରିବାର ଆଶା ରଖିଥିଲେ ତାହାକୁ ସେ ନିଜେ ଧ୍ୱଂସ କରି ସମାଜରେ ନିନ୍ଦିତ ହୋଇଛନ୍ତି।
କୁହାଯାଇପାରେ ଯେ, ଏଭଳି ମାନସିକତା ଏଇ ଜଣେ ପିତାଙ୍କ କ୍ଷେତ୍ରରେ ସୀମିତ ନାହିଁ। ସାଙ୍ଗଲି ଘଟଣାରେ ପିତାଙ୍କ ନଜସ୍ବ ଚାପ ପ୍ରତ୍ୟକ୍ଷ ଭାବେ ପ୍ରତିଫଳିତ ହୋଇଛି। ଏମିତି ଅନେକ ମାତାପିତା ଅଛନ୍ତି, ସେମାନେ ସିଧାସଳଖ ନ ହେଲେ ମଧ୍ୟ ପରୋକ୍ଷ ଭାବେ ପିଲାଙ୍କ ଉପରେ କ୍ରମାଗତ ଚାପ ପକାଇ ଚାଲିଛନ୍ତି। ଏହାର ପରିଣତି ହତ୍ୟା ବା ଆତ୍ମହତ୍ୟା ଆଡ଼କୁ ଗତିକରୁଛି। କୌଣସି ବ୍ୟବସ୍ଥା ଏପରି ମାନସିକତାକୁ ରୋକିପାରିବ ନାହିଁ। ସାମାଜିକ ଓ ପାରିବାରିକ ସଂସ୍କାର ସହ ଚିନ୍ତନର ଅଭାବ ରହୁଥିବାରୁ ଡାକ୍ତରୀ କିମ୍ବା ଇଞ୍ଜିନିୟରିଂ ଭଳି ପଢ଼ାକୁ ପିଲାଙ୍କ ଜୀବନର ଶେଷ ଲକ୍ଷ୍ୟ ବୋଲି ଧରି ନେଉଛନ୍ତି। ଭାରତରେ ବିଶେଷକରି ଓଡ଼ିଶା ଭଳି ରାଜ୍ୟରେ ଔଦ୍ୟୋଗିକ ଚିନ୍ତାଧାରା ବଢ଼ୁନାହିଁ ବୋଲି କେବଳ ଗୋଟିଏ ଦୁଇଟି ବୃତ୍ତିକୁ ନେଇ ଆମେ ଅଟକି ଯାଉଛୁ। ଏବେ ଇଣ୍ଟରନେଟ ଯୁଗରେ ସୃଜନଶୀଳ ବୃତ୍ତିର ପରିସର ବ୍ୟାପକ ହେବା ସହ ବିପୁଳ ଅର୍ଥ ଅର୍ଜନର ସୁଯୋଗ ଖୋଲିଯାଇଛି। ଏଥିସହିତ ସଫଳ ଉଦ୍ୟୋଗୀ ହସ୍‌ପିଟାଲ ଖୋଲି ଅନେକ ଡାକ୍ତରଙ୍କୁ ଚାକିରି ଦେବା ସହ କମ୍ପାନୀ ଖୋଲି ବଡ଼ ଇଞ୍ଜିନିୟରଙ୍କୁ ମଧ୍ୟ ନିଯୁକ୍ତି ଦେଇପାରୁଛନ୍ତି। ଏସବୁକୁ ସମ୍ପୂର୍ଣ୍ଣ ଅଣଦେଖା କରି କିଛି ପ୍ରାନ୍ତରେ ମାତାପିତା ଓ ସମାଜ ସେହି ପୁରୁଣା ମାନସିକତାରେ ରହିଛନ୍ତି। ଦେଶରେ ଅଧିକ କ୍ରୀଡ଼ାବିତ୍‌, ସଫଳ ଉଦ୍ୟୋଗୀ, କଳାକାର କାହିଁକି ବାହାରୁ ନାହାନ୍ତି ତାହା ଉପରଠାଉରିଆ ଭାବେ ପ୍ରଶ୍ନ କଲା ବେଳକୁ ଭିତରେ କାରଣ ଖୋଜିଲେ ଆମେ ଜାଣିଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଟିମ୍ ଇଣ୍ଡିଆକୁ ବଡ଼ ଝଟ୍‌କା: ନ୍ୟୁଜିଲ୍ୟାଣ୍ଡ ସିରିଜ୍ ପୂର୍ବରୁ ଆହତ ହେଲେ ଷ୍ଟାର୍ ବୋଲର, CoEରେ ଚାଲିଛି…

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପରେ ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବ, ଯେଉଁଠାରେ ତିନୋଟିଯାକ ଫର୍ମାଟ୍‌ରେ ସିରିଜ୍ ଖେଳାଯିବ। ତେବେ ଏହି ଗୁରୁତ୍ୱପୂର୍ଣ୍ଣ…

IPL 2027: ଦିଲ୍ଲୀ କ୍ୟାପିଟାଲ୍ସର ନୂଆ ହେଡ୍ କୋଚ୍ ହେଲେ ସୌରଭ ଗାଙ୍ଗୁଲି, ହେମାଙ୍ଗ ବଦାନୀଙ୍କ ସ୍ଥାନ ନେଲେ ଦାଦା

ନୂଆଦିଲ୍ଲୀ,୬।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସିଜନ୍ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ (DC) ସୌରଭ ଗାଙ୍ଗୁଲିଙ୍କୁ ଟିମ୍‌ର ନୂଆ ହେଡ୍ କୋଚ୍ ଭାବେ ନିଯୁକ୍ତ କରିଛି।…

ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର

ଷ୍ଟକହୋମ,୬।୧୦: ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି; ମଙ୍ଗଳବାର ଏହି ଘୋଷଣା କରାଯାଇଥିଲା। ରୟାଲ ସ୍ବିଡିସ ଏକାଡେମୀ ଅଫ ସାଇନ୍ସେସ ଫ୍ରାନ୍ସିସ ହାଲଜେନ୍‌…

Gyanesh Kumar Net Worth: ମୁଖ୍ୟ ନିର୍ବାଚନ କମିଶନରଙ୍କ ମାସକୁ ଦରମା କେତେ? ଜାଣନ୍ତୁ ବଙ୍ଗଳା, ଗାଡ଼ିଠାରୁ ପେନସନ ଯାଏ ମିଳୁଥିବା ସବୁ ସୁବିଧା…

ନୂଆଦିଲ୍ଲୀ,୬।୧୦: ଦେଶରେ ଯେତେବେଳେ ବି ନିର୍ୱାଚନ ମାହୋଲ ସୃଷ୍ଟି ହୁଏ କିମ୍ୱା ଭୋଟର ତାଲିକାକୁ ନେଇ ବିବାଦ ଉପୁଜେ, ସେତେବେଳେ ଭାରତୀୟ ନିର୍ୱାଚନ ଆୟୋଗ (ECI) ଏବଂ…

ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମ ପରିଦର୍ଶନ କରିବା ପାଇଁ ବିରାଟ କୋହଲି ୫ କୋଟି ଟଙ୍କା ପାଇଥିଲେ? ଜାଣନ୍ତୁ ଏହା ପଛର ସତ୍ୟତା

ନୂଆଦିଲ୍ଲୀ,୬।୧୦: ଭାରତୀୟ କ୍ରିକେଟ ତାରକା ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ବୃନ୍ଦାବନରେ ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବା ଓ ତାଙ୍କ ସହ ଆଲୋଚନା କରିବାର…

ଶୀର୍ଷରେ ହରମନପ୍ରୀତ; ଧୋନି, ବିରାଟ, ରୋହିତ ଏହାର ପାଖାପାଖି ମଧ୍ୟ ନାହାନ୍ତି, ଲିଷ୍ଟ ଦେଖିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ,୬।୧୦: ହରମନପ୍ରୀତ କୌର ଭାରତୀୟ ଦଳର ଅଧିନାୟକ ପଦରୁ ଓହରି ଯାଇଛନ୍ତି। T20 କ୍ରିକେଟ ଇତିହାସରେ ସବୁଠାରୁ ସଫଳ ଅଧିନାୟକ ହେବା ପରେ ସେ ଏହି ନିଷ୍ପତ୍ତି…

IT ରେଡ୍‌କୁ ନେଇ ମୁହଁ ଖୋଲିଲେ ରକୁଲପ୍ରୀତ: କହିଲେ, ମୁଁ ୨୦ ବର୍ଷ ବୟସରୁ…

ମୁମ୍ବାଇ: ହିନ୍ଦୀ, ତେଲୁଗୁ ଓ ତାମିଲ ସିନେମାରେ ଅଭିନୟ କରିଥିବା ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଏବେ ଆୟକର ବିଭାଗର ନଜରରେ ଅଛନ୍ତି। ନିକଟରେ ରକୁଲ ଏବଂ…

ଆଉ କେବେ କ’ଣ ଟିମ ଇଣ୍ଡିଆ ପାଇଁ ଖେଳିବେ ନାହିଁ ହରମନପ୍ରୀତ? ଅଧିନାୟକ ପଦରୁ ଓହରିବା ସମୟରେ କହିଲେ…

ନୂଆଦିଲ୍ଲୀ,୬।୧୦: ଭାରତୀୟ ମହିଳା କ୍ରିକେଟ ଦଳ ଏକ ନୂତନ ଯୁଗରେ ପ୍ରବେଶ କରିବାକୁ ଯାଉଛି। ହରମନପ୍ରୀତ କୌର ସମସ୍ତ ଫର୍ମାଟରେ ଟିମ ଇଣ୍ଡିଆର ଅଧିନାୟକ ପଦରୁ ଓହରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?