ହତ୍ୟାକାଣ୍ଡର ପର୍ଦ୍ଦାଫାଶ: ଗୁଣି ଗାରେଡି ସନ୍ଦେହରେ ହତ୍ୟା କରି ମୃତଦେହକୁ…

ଲାଞ୍ଜିଗଡ, ୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ବନାଥପୁର ଥାନା ଅନ୍ତର୍ଗତ ବେଡାଗାଁ ପଞ୍ଚାୟତ ମନସ୍ତରା ଗାଁର ବୃଦ୍ଧ ଏକୁନା ମାଝୀ(୭୪)ଙ୍କୁ ଗୁଣି ଗାରେଡି ସନ୍ଦେହରେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଥିରେ ପୋଲିସ ତିନି ଅଭିଯୁକ୍ତ ମନସ୍ତରା ଗାଁର ନରେଶ ମାଝୀ (୨୬), ଚକ୍ର ମାଝୀ (୨୨) ଓ ମୁରଲୀ ମାଝୀ(୨୮)ଙ୍କୁ କୋର୍ଟ ଚାଲାଣ କରିଛି । ଜାମିନ ଆବେଦନ ନାମଞ୍ଜୁର ହେବାରୁ ତିନିଜଣଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି । ସୂଚନାନୁସାରେ ବୃଦ୍ଧ ଏକୁନା ମାଝୀ ଗତ ଅଗଷ୍ଟ ୨୮ ତାରିଖରୁ ନିଖୋଜ ହୋଇଥିଲେ । ଏହାକୁ ନେଇ ପୁଅ ମଙ୍ଗଳା ମାଝୀ ୨୮ ତାରିଖରେ ହିଁ ବିଶ୍ୱନାଥପୁର ଥାନାରେ ବାପାର ନିଖୋଜକୁ ନେଇ ଏକ ଲିଖିତ ଅଭିଯୋଗ କରିଥିଲେ। ଏହାକୁ ନେଇ ପୋଲିସ ମନସ୍ତରା ଗାଁକୁ ଯାଇ ତଦନ୍ତ ଚଲାଇଥିଲା । ୪ ଦିନ ପରେ ବୃଦ୍ଧଙ୍କ ମୃତ୍ୟୁ ରହସ୍ୟ ଉନ୍ମଚନ ହୋଇଥିଲା । ଏହାକୁ ନେଇ ୩୧ ତାରିଖ ରବିବାର ପୋଲିସ ଏହି ଘଟଣାରେ ଗୁଣି ଗାରେଡି ସନ୍ଦେହରେ ଏହି ତିନିଜଣ ଯୁବକ ବୃଦ୍ଧଙ୍କୁ ହତ୍ୟା କରି ନିକଟସ୍ଥ ଜଙ୍ଗଲର ଏକ ଗଛରେ ଝୁଲାଇ ଦେଇଥିବା ଖବର ପାଇଥିଲେ। ଖବରପାଇ କେସିଙ୍ଗା ଏସଡ଼ିପିଓ ସନ୍ଦୀପ କୁମାର ମାଝୀ, ଲାଞ୍ଜିଗଡ ଥାନାଧିକାରୀ ଜିତେନ୍ଦ୍ର ବିଶ୍ୱାଳ ଏବଂ ବିଶ୍ୱନାଥପୁର ଥାନା ପୋଲିସ ବଳ ସହିତ ରବିବାର ସନ୍ଧ୍ୟାବେଳେ ଘଟଣାସ୍ଥଳରୁ ବୃଦ୍ଧଙ୍କ ମୃତଦେହ ଜବତ କରିବା ସହ ସେଇ ମନସ୍ତରା ଗାଁର ତିନିଜଣ ଯୁବକଙ୍କୁ ମଧ୍ୟ ଥାନାକୁ ଆଣିଥିଲା। ତିନିଜଣ ଯୁବକଙ୍କୁ ଥାନାରେ ପଚରାଉଚରା ପରେ ଅଭିଯୁକ୍ତ ତିନିଜଣ ହତ୍ୟାକରିଥିବା ପୋଲିସ ଆଗରେ ସ୍ବୀକାର କରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ରବିବାର ସନ୍ଧ୍ୟା ହୋଇଯିବାରୁ ମୃତଦେହ ବ୍ୟବଚ୍ଛେଦ ହୋଇନଥିବା ବେଳେ ସୋମବାର ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଏନେଇ ବିଶ୍ୱନାଥପୁର ଥାନା କେଶ ନଂ ୫୭/୨୫ ରେ ଏକ ମାମଲା ରୁଜୁ କରି ଧାରା ୧୦୩(୧)/୩(୫) ବିଏନଏସ ଅନୁଯାୟୀ ତିନି ଅଭିଯୁକ୍ତ ମନସ୍ତରା ଗାଁର ନରେଶ ମାଝୀ , ଚକ୍ର ମାଝୀ ଓ ମୁରଲୀ ମାଝୀଙ୍କୁ କୋର୍ଟ ଚାଲାଣ କରିଥିବା ବିଶ୍ୱନାଥପୁର ଥାନାଧିକାରୀ ତୁଳସୀରାମ ଶବର ପ୍ରକାଶ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ହତ୍ୟା କରି ନଦୀପଠାରେ ଫିଙ୍ଗି ଦେଇଥିଲେ: ୭ ଦିନ ପରେ ବିହାରରୁ ଗିରଫ ହେଲେ ୩ ମୁଖ୍ୟ ଅଭିଯୁକ୍ତ

ରାୟଗଡ଼ା,୧୭ା୫(ସୁଜାତା ପାଢ଼ୀ): ରାୟଗଡ଼ାର ନିଖିଲ ହାଡ଼ପାଙ୍କୁ ଗୁଳିକରି ହତ୍ୟା ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ହତ୍ୟାକାଣ୍ଡକୁ ନେଇ ରାୟଗଡ଼ା ସହର ଅଶାନ୍ତ…

ବିପଦସଙ୍କୁଳ ଅବସ୍ଥାରେ ଛାତ୍ରୀଛାତ୍ରଙ୍କ ଜୀବନ, ବିଦ୍ୟାଳୟ ଛାତ ଦେଇଯାଇଛି ୧୧ କେଭି ବିଦ୍ୟୁତ ତାର

ରିଆମାଳ, ୧୬।୫( ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ବ୍ଳକ ପରା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଲୋହରାକୋଟ ଗ୍ରାମରେ ୧୯୭୨ରେ ସରକାରୀ ଉନ୍ନିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ଥାପିତ…

ଜମିବାଡ଼ି ବିବାଦରୁ ସାନଭାଇଙ୍କୁ ପିଟି ହତ୍ୟା: ବଡ଼ଭାଇ-ଭାଉଜଙ୍କ ସହ ବନ୍ଧା ହେଲେ ୪

ମହାକାଳପଡ଼ା,୧୬ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ବାରଡ଼ାଙ୍ଗ ନାଉରୀ ସାହିରେ ଗୁରୁବାର ସାରେ ଏକ ପରିବାର ମଧ୍ୟରେ ଜମି ବାଡ଼ି ବିବାଦ ଓ ମାଟି…

୨୦୧୪ରେ କେତେ ଥିଲା ପେଟ୍ରୋଲ-ଡିଜେଲ ଦର? ୧୨ ବର୍ଷରେ କେତେ ବଢିଛି? ଜାଣନ୍ତୁ…

ନୂଆଦିଲ୍ଲୀ, ୧୬।୫: ଅନ୍ତର୍ଜାତୀୟ ବଜାରରେ କ୍ରମାଗତ ଭାବେ କ୍ରୁଡ୍‌ ଅଏଲ ବା ଅଶୋଧିତ ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି । ଭାରତରେ ବି ଏବେ ତୈଳ…

ଖଣି ଅଧିକାରୀଙ୍କୁ ଆକ୍ରମଣ କଲେ ମୋରମ ମାଫିଆ: ଜୀବନରୁ ମାରିଦେବାକୁ ଧମକ

ଖଇରା,୧୬।୫(ଉତ୍କଳ ବନ୍ଧୁ ପଣ୍ଡା):ବାଲେଶ୍ୱର ଜିଲା ଅନ୍ତର୍ଗତ ଖଇରାରେ ଅଧିଷ୍ଠିତ କନିଷ୍ଠ ଖଣି ଅଧିକାରୀଙ୍କୁ ମୋରମ ମାଫିଆମାନେ ଆକ୍ରମଣ କରିଛନ୍ତି। ଗାଡ଼ିକାଚ ଭାଙ୍ଗିବା ନେଇ ଖଣି ଅଧିକାରୀ ଅଭିଷେକ…

ଚଳନ୍ତା ଟ୍ରେନ୍‌ ଆଗକୁ ବାଇକ୍‌ ଧରି ପଶିଆସିଲେ ଅଜଣା ବ୍ୟକ୍ତି: ଆଉ ତା’ପରେ ଘଟିଲା…

ଅତାବିରା, ୧୬/୫(ଯୁଧିଷ୍ଠିର ମହାପାତ୍ର):ବରଗଡ ଜିଲା ଅତାବିରା ଥାନା ଅନ୍ତର୍ଗତ ବରଗଡ ସମ୍ବଲପୁର ରେଲୱେ ଡାଉନ ଲାଇନର ଭୋଇପାଲି ଓଭର ବ୍ରିଜ ପାଖରେ ଜୈନେକ ବ୍ୟକ୍ତି କଟି ଯିବାରୁ…

ମୋ ପୁଅକୁ ବଞ୍ଚାଇଦିଅ….କାଳିଆ ଦୁଆରେ ମା’ବାପା

ପୁରୀ,୧୬ା୫(ଅଜିତ୍‌ କୁମାର ମହାନ୍ତି):ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଏକ ଭାବବିହ୍ବଳ ଦୃଶ୍ୟ ଦେଖିବାକୁ ମିଳିଛି, ଯାହା ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ମା’ବାପା ତାଙ୍କ ପୁଅର…

ଏହି ଦିନ ମାହିକା ଶର୍ମାଙ୍କୁ ବିବାହ କରିବେ ହାର୍ଦ୍ଦିକ ପାଣ୍ଡ୍ୟା! ସାମ୍‌ନାକୁ ଆସିଲା ତାରିଖ, IPL ମଝିରେ କରିବେ ଦ୍ୱିତୀୟ ବିବାହ

ମୁମ୍ବାଇ,୧୬।୫: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗ ମଧ୍ୟରେ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ରିପୋର୍ଟ ଅନୁଯାୟୀ ହାର୍ଦ୍ଦିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri