ହତ୍ୟା ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ

ବୌଦ୍ଧ, ୨୮।୨(ସ୍ବ.ପ୍ର.): ବୌଦ୍ଧ ଜିଲା ଦୌରାଜଜ୍‌ ବିକ୍ରମ କୁମାର ପ୍ରଧାନ ସୋମବାର ଏକ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଆଦେଶ ପ୍ରଦାନ କରିଛନ୍ତି। ମାମଲାରୁ ପ୍ରକାଶ ଯେ, ବୌଦ୍ଧ ଥାନା ଅନ୍ତର୍ଗତ କିରାସିରା ଗ୍ରାମରେ ଜମିବାଡ଼ି ବିବାଦକୁ ନେଇ ଗତ ୭।୧।୨୧ରେ ନିରଞ୍ଜନ ନାଏକଙ୍କୁ ହତ୍ୟା କରାଯାଇଥିଲା। କିରାସିରା ଗ୍ରାମର ବିଦ୍ୟାଧର ନାଏକ ଓ ନିରଞ୍ଜନ ନାଏକଙ୍କ ମଧ୍ୟରେ ଜାଗାକୁ ନେଇ ଝଗଡ଼ା ଲାଗିରହିଥିଲା। ଉଭୟ ପରିବାର ପଡ଼ୋଶୀ ହୋଇଥିବାବେଳେ ଘର ଲାଗି କରି ରହିଛି। ମଝିରେ ପ୍ରାୟ ଦେଢଫୁଟ ହେବ ଏକ ଗଳି ଅଛି। ଉକ୍ତ ଜାଗାକୁ ନେଇ ବିଦ୍ୟାଧର ନିରଞ୍ଜନ ସହିତ ଝଗଡା କରୁଥିଲେ। ଫଳରେ ନିରଞ୍ଜନର ଘର କାନ୍ଥକୁ ପଲସ୍ତରା କରାଇ ଦେଉ ନ ଥିଲା। ତାଙ୍କର ସ୍ତ୍ରୀକୁ ଖରାପ ବ୍ୟବହାର ଦେଖାଉଥିଲା। ଖରାପ ବ୍ୟବହାର ପାଇଁ ନିରଞ୍ଜନ ଘଟଣାର ଚାରି ମାସେ ତଳେ ବଘିଆପଡ଼ା ଫାଣ୍ଡିରେ ଲିଖିତ ଭାବରେ ଜଣାଇଥିଲେ। ସେମାନଙ୍କ ମଧ୍ୟରେ ଆପୋସ ମିଳାମିଶା ହୋଇଥିଲା। ଗତ ୭।୧।୨୦୨୧ ତାରିଖ ଦିନ ପ୍ରାୟ ୧୧ ଟା ସମୟରେ ନିରଞ୍ଜନ, ତାର ସ୍ତ୍ରୀ ଓ ପୁଅକୁ ଧରି ନଦୀକୁ ଗାଧୋଇବାକୁ ଯାଇଥିଲେ। ନିରଞ୍ଜନ ପ୍ରଥମେ ଗାଧେଇ ସାରି ଆସି ତାର ଘର ସମ୍ମୁଖରେ ଥିବା ବାରଣ୍ଡାରେ ବସିଥିଲେ। ସେତିକିବେଳେ ଅଭିଯୁକ୍ତ ବିଦ୍ୟାଧର ନାଏକ ଏକ ଟାଙ୍ଗିଆ ଧରି ଆସି ପଛପଟୁ ନିରଞ୍ଜନର ବେକରେ ଚୋଟ ଉପରେ ଚୋଟ ମାରିଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ବିଦ୍ୟାଧର ଏକ ସାଇକେଲରେ ଟାଙ୍ଗିଆକୁ ଧରି କମିରା ଗ୍ରାମ ଆଡକୁ ଚାଲିଯାଇଥିଲେ। ଏନେଇ ନିରଞ୍ଜନଙ୍କ ଭାଇ ବୌଦ୍ଧ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା ରୁଜୁକରି ବିଦ୍ୟାଧରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପରବର୍ତ୍ତୀ ସମୟରେ ଏହି ମାମଲାଟି ଜିଲା ଦୌରାଜଜଙ୍କ ଅଦାଲତରେ (ଏସଟି ୩୩/୨୧)ରେ ବିଚାର ହୋଇଥିଲା। ସରକାରଙ୍କ ପକ୍ଷରୁ ୧୫ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ପ୍ରମାଣ ଥିବା ନେଇ ଅଦାଲତ ଅଭିଯୁକ୍ତ ବିଦ୍ୟାଧରଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧୦ ହଜାର ଟଙ୍କା ଜରିମାନା ଆଦେଶ ପ୍ରଦାନ କରିଛନ୍ତି। ଜରିମାନା ଅନାଦେୟ ହେଲେ ଅଧିକ ଛଅ ମାସ କାରାଦଣ୍ଡ ପ୍ରଦାନ କରାଯାଇଛି। ସରକାରଙ୍କ ପକ୍ଷରୁ ଏହି ମାମଲାକୁ ସରକାରୀ ଓକିଲ ସବିତା କୁମାରୀ ପଣ୍ଡା ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

ଆଖଣ୍ଡଳମଣି ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

ଧୂଷୁରୀ,୧୫ା୨(ଦୀପ୍ତି ରଞ୍ଜନ ନାୟକ): ପବିତ୍ର ମହାଶିବରାତ୍ରିରେ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ହୋଇ ଉଠିଛି ଚଳଚଞ୍ଚଳ। ଭୋର୍‌ ୪ଟାରେ ମନ୍ଦିର ପହୁଡ଼ ଖୋଲିବା ପରେ ମଙ୍ଗଳ…

ପାଇପ୍‌ ଫାଟି ଭାସୁଛି ପାଣି, ହେଲେ ଲୋକଙ୍କ ନିକଟରେ ପହଞ୍ଚୁନି

କେନ୍ଦୁଝର,୧୫ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଯୋଡ଼ା ବ୍ଲକ ଅନ୍ତର୍ଗତ ବଳଦା ପଞ୍ଚାୟତର ଖଣି ଖାଦାନ ଦ୍ୱାରା ପ୍ରଭାବିତ ବି ପ୍ଲଟ ଗ୍ରାମରେ ଦୀର୍ଘ ଏକ ମାସ ହେବ ବସୁଧା…

ଜାଗରରେ ବଡ଼ ଅଘଟଣ: ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ଖଲ୍ଲିକୋଟ,୧୫।୨(ପ୍ରଶାନ୍ତ କୁମାର ମିଶ୍ର): ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର । ମୃତକ ହେଲେ ଖଲ୍ଲିକୋଟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଦଶମ ଶ୍ରେଣୀ ଛାତ୍ର…

ଶୀତଳ ଭଣ୍ଡାରରେ ଭୟାବହ ଅଗ୍ନିକାଣ୍ଡ: ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ, ନିଆଁ ଲିଭାଉଛି ରୋବର୍ଟ

କୁଚିଣ୍ଡା,୧୫।୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ନିକଟସ୍ଥ ନୁଁନୁନିଆମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ରଵିବାର ସକାଳେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ଏଥିରେ କୋଟି…

ମହାଶିବରାତ୍ରି: ଵାଲୀ ଲୋକନାଥ-ଝାଡ଼େଶ୍ୱର ଓ ବଟେଶ୍ୱର ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଗଞ୍ଜାମ,୧୫ା୨(ବିଦ୍ୟାଧର ସାହୁ ): ସମଗ୍ର ରାଜ୍ୟରେ ମହା ଶିବରାତ୍ରି ଜାଗର ଯାତ୍ରା ପାଳିତ ହେଉଥିବା ବେଳେ ଗଞ୍ଜାମରେ ମଧ୍ୟ ଏହି ଜାଗର ଯାତ୍ରା ମହା ଆଡମ୍ବରରେ ପାଳିତ…

ଜୀବିତ ସାବିତ୍ରୀଙ୍କୁ ମୃତ ଦର୍ଶାଇଲା ପ୍ରଶାସନ, ଧରିତ୍ରୀରେ ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର,୧୫ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଓଡରୀ ପଞ୍ଚାୟତ ଦୋଳଗୁଡ଼ା ଗ୍ରାମର ଜଣେ ଅସହାୟା ମହିଳାଙ୍କୁ ନେଇ ପ୍ରଶାସନର ଚରମ ଅବହେଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri