୯୧ ବର୍ଷ ବୟସରେ ପ୍ରେମରେ ପଡିଲେ ଡିଏଲଏଫ୍‌ ଚେୟାର୍‌ମ୍ୟାନ୍‌

ନୂଆଦିଲ୍ଲୀ,୨୮।୨:ଦେଶର ପ୍ରମୁଖ ବ୍ୟବସାୟୀ ତଥା ଡିଏଲଏଫ୍‌ ଚେୟାର୍‌ମ୍ୟାନ୍‌ କୁଶଲ ପାଲ ସିଂ ୯୧ ବର୍ଷ ବୟସରେ ପ୍ରେମରେ ପଡିଛନ୍ତି। ୨୦୧୮ରେ ସେ ସ୍ତ୍ରୀଙ୍କୁ କ୍ୟାନସର ରୋଗରେ ହରାଇଥିଲେ। ଏବେ ପୁଣି ଥରେ ସେ ତାଙ୍କ ଜୀବନରେ ଏକ ସାଥୀ ପାଇଛନ୍ତି। ନିକଟରେ ଏକ ସାକ୍ଷାତକାରରେ କେପି ସିଂ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଅନେକ ରହସ୍ୟ ପ୍ରକାଶ କରିଛନ୍ତି। ସେ ତାଙ୍କ ସ୍ତ୍ରୀ ଏବଂ ତାଙ୍କ ନୂତନ ପ୍ରେମ କାହାଣୀ ସହିତ ତାଙ୍କ ବନ୍ଧନ ବିଷୟରେ ଅନେକ କଥା ଶେୟାର କରିଥିଲେ।
କେପି ସିଂ କହିଛନ୍ତି, ସ୍ତ୍ରୀ ମୋର ସବୁଠୁ ଭଲ ସାଙ୍ଗ ଥିଲେ। ସେ କ୍ୟାନସର ରୋଗରେ ମୃତ୍ୟୁବରଣ କରିବା ପରେ ମୁଁ ଏକୁଟିଆ ରହିବାକୁ ପସନ୍ଦ କରିଥିଲି। ୬୫ ବର୍ଷ ଜଣେ ସାଙ୍ଗ ହୋଇ ରହିବା ପରେ, ଯଦି ତୁମେ ସାଥୀ ହରାଇବ ତେବେ ଜଣେ ହତାଶ ହେବା ସ୍ବାଭାବିକ। ନିଜର ବ୍ୟକ୍ତିଙ୍କୁ ହରାଇଲେ ଖୁବ୍‌ ଯନ୍ତ୍ରଣା ହୁଏ। ସ୍ତ୍ରୀ ମୋତେ ଜୀବନରେ ହାର୍‌ ନ ମାନିବାକୁ କହିଥିଲେ। ଆଗକୁ ବଢିବାକୁ ସେ ପରାମର୍ଶ ଦେଇଥିଲେ। ଏହି ଶବ୍ଦଗୁଡ଼ିକ ସର୍ବଦା ମୋ ସହିତ ରହିବ। ମୁଁ ସ୍ତ୍ରୀଙ୍କ ପରାମର୍ଶରେ ମାନି ଆଗକୁ ବଢୁଛି ଏବଂ ପୁଣି ଥରେ ପ୍ରେମ ପାଇଛି।
କେପି ସିଂ କହିଛନ୍ତି, ମୋ ନୂଆ ସାଥୀଙ୍କ ନାମ ଶିନା। ସାରା ବିଶ୍ୱରେ ତାଙ୍କର ଅନେକ ବନ୍ଧୁ ଅଛନ୍ତି। ସେ ସବୁ ପ୍ରକାର ପରିସ୍ଥିତି ପାଇଁ ନିଜକୁ ପ୍ରସ୍ତୁତ ରଖନ୍ତି। ମୁଁ ଶିନାଙ୍କ ସହ ସବୁଆଡେ ବୁଲିବାକୁ ଯାଏ। ଯେତେବେଳେ ବି ଜୀବନରେ କୌଣସି ପ୍ରକାରର ସମସ୍ୟା ଥାଏ, ସେ ସର୍ବଦା ସମର୍ଥନ କରନ୍ତି। ବର୍ତ୍ତମାନ ସେ ମୋ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜେଲ୍‌ ଭିତରେ କେଜରିଓ୍ବାଲଙ୍କୁ ମାରି ଦେବାକୁ ଷଡଯନ୍ତ୍ର!

ନୂଆଦିଲ୍ଲୀ,୧୯।୪: ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବିରୋଧରେ ଚାଲିଛି ସାଂଘାତିକ ଷଡଯନ୍ତ୍ର। ଜେଲ ଭିତରେ କେଜରିୱାଲଙ୍କୁ...

ନିଜକୁ ଭୋଟ୍‌ ଦେଇପାରିବେନି ଏହି ପ୍ରାର୍ଥୀ

ନୂଆଦିଲ୍ଲୀ,୧୯।୪: ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ମତଦାନ ଚାଲିଛି। ଏହି ପରିପ୍ରେକ୍ଷୀରେ ୧୦୨ଟି ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ ହେଉଥିବା ବେଳେ ବିହାରର ୪ଟି ଲୋକସଭା...

ଭୋଟ ଦେଲେ ବିଶ୍ୱର ସବୁଠୁ ଛୋଟ ମହିଳା

ପୁଣେ,୧୯।୪: ମହାରାଷ୍ଟ୍ରର ପାଞ୍ଚଟି ସିଟ ପାଇଁ ଆଜି ଭୋଟଗ୍ରହଣ ଚାଲିଛି। ଲୋକମାନେ ଉତ୍ସାହର ସହ ଭୋଟ ଦେଉଛନ୍ତି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏହି...

ଲୋକ ସଭା ନିର୍ବାଚନ: ଭୋଟ ଗ୍ରହଣ ମଧ୍ୟରେ ବସ୍ତରରେ ଆଇଇଡି ବ୍ଲାଷ୍ଟ, ସିଆରପିଏଫ ଯବାନ ଆହତ, ମଣିପୁରରେ ଫାୟାରିଂ

ନୂଆଦିଲ୍ଲୀ,୧୯।୪: ଲୋକ ସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟର ଭୋଟ ଗ୍ରହଣ ଶୁକ୍ରବାର ଆରମ୍ଭ ହୋଇଛି। ୮ ଜଣ କେନ୍ଦ୍ର ମନ୍ତ୍ରୀ, ୨ ପୂର୍ବତନ ମୁଖ୍ୟମନ୍ତ୍ରୀ...

ଗାନ୍ଧିନଗରରୁ ପ୍ରାର୍ଥିପତ୍ର ଦାଖଲ କଲେ ଅମିତ ଶାହା, କହିଲେ ମୋଦି ଦେଶକୁ ସୁରକ୍ଷିତ ରଖିଛନ୍ତି

ଅହମଦାବାଦ,୧୯।୪: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶୁକ୍ରବାର ଲୋକ ସଭା ନିର୍ବାଚନ ପାଇଁ ଗାନ୍ଧିନଗର ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ଭାବରେ ନିଜର ପ୍ରାର୍ଥିପତ୍ର...

ଫିଲ୍ମ ଶୁଟିଂ ପାଇଁ ବାହାରିଲେ ରିଜେକ୍ଟ ହୋଇଥିବା ୨ ରାଜକୁମାର, ରାହୁଲ-ଅଖିଳେଶଙ୍କୁ ଟାର୍ଗେଟ କଲେ ମୋଦି

ଅମରୋହା,୧୯।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକ ସଭା ନିର୍ବାଚନ ପାଇଁ ଜୋରଦାର ପ୍ରଚାର କରୁଛନ୍ତି। ଶୁକ୍ରବାର (ଏପ୍ରିଲ ୧୯) ଉତ୍ତରପ୍ରଦେଶର ଆମରୋହା ଠାରେ ଏକ ରାଲିରେ...

ଏମ୍‌ପି ଟିକେଟ୍‌ କାଟିଦେଲେ, ତଥାପି ଦୁଃଖ ନାହିଁ: ଶାହାଙ୍କୁ କହିଲେ ଆଧୁନିକ ଭାରତର ଆଇରନ ମ୍ୟାନ୍‌

ଲକ୍ଷ୍ନୌ,୧୯।୪: ଏଥର ଦଳ ଉତ୍ତରପ୍ରଦେଶର ବାଲିଆ ଲୋକ ସଭା ନିର୍ବାଚନମଣ୍ଡଳୀରୁ ଭାରତୀୟ ଜନତା ପାର୍ଟି ଏମ୍‌ପି ବୀରେନ୍ଦ୍ର ସିଂ ମସ୍ତଙ୍କୁ ଟିକେଟ ଦେଇନାହାଁନ୍ତି। ଦଳ ପୂର୍ବତନ...

ଏଭରେଷ୍ଟ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ଫେରାଇଦେଲା ସିଙ୍ଗାପୁର

ଭୁବନେଶ୍ୱର,୧୯।୪: ଏଭରେଷ୍ଟ ଫିସ୍ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’ ମିଳିବା ପରେ ଭାରତରୁ ଆମଦାନୀ କରାଯାଉଥିବା ଏହି ମସାଲାକୁ ଫେରାଇ ଦେଇଛି ସିଙ୍ଗାପୁର। ସିଙ୍ଗାପୁର ଫୁଡ୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri