୯୧ ବର୍ଷ ବୟସରେ ପ୍ରେମରେ ପଡିଲେ ଡିଏଲଏଫ୍‌ ଚେୟାର୍‌ମ୍ୟାନ୍‌

ନୂଆଦିଲ୍ଲୀ,୨୮।୨:ଦେଶର ପ୍ରମୁଖ ବ୍ୟବସାୟୀ ତଥା ଡିଏଲଏଫ୍‌ ଚେୟାର୍‌ମ୍ୟାନ୍‌ କୁଶଲ ପାଲ ସିଂ ୯୧ ବର୍ଷ ବୟସରେ ପ୍ରେମରେ ପଡିଛନ୍ତି। ୨୦୧୮ରେ ସେ ସ୍ତ୍ରୀଙ୍କୁ କ୍ୟାନସର ରୋଗରେ ହରାଇଥିଲେ। ଏବେ ପୁଣି ଥରେ ସେ ତାଙ୍କ ଜୀବନରେ ଏକ ସାଥୀ ପାଇଛନ୍ତି। ନିକଟରେ ଏକ ସାକ୍ଷାତକାରରେ କେପି ସିଂ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଅନେକ ରହସ୍ୟ ପ୍ରକାଶ କରିଛନ୍ତି। ସେ ତାଙ୍କ ସ୍ତ୍ରୀ ଏବଂ ତାଙ୍କ ନୂତନ ପ୍ରେମ କାହାଣୀ ସହିତ ତାଙ୍କ ବନ୍ଧନ ବିଷୟରେ ଅନେକ କଥା ଶେୟାର କରିଥିଲେ।
କେପି ସିଂ କହିଛନ୍ତି, ସ୍ତ୍ରୀ ମୋର ସବୁଠୁ ଭଲ ସାଙ୍ଗ ଥିଲେ। ସେ କ୍ୟାନସର ରୋଗରେ ମୃତ୍ୟୁବରଣ କରିବା ପରେ ମୁଁ ଏକୁଟିଆ ରହିବାକୁ ପସନ୍ଦ କରିଥିଲି। ୬୫ ବର୍ଷ ଜଣେ ସାଙ୍ଗ ହୋଇ ରହିବା ପରେ, ଯଦି ତୁମେ ସାଥୀ ହରାଇବ ତେବେ ଜଣେ ହତାଶ ହେବା ସ୍ବାଭାବିକ। ନିଜର ବ୍ୟକ୍ତିଙ୍କୁ ହରାଇଲେ ଖୁବ୍‌ ଯନ୍ତ୍ରଣା ହୁଏ। ସ୍ତ୍ରୀ ମୋତେ ଜୀବନରେ ହାର୍‌ ନ ମାନିବାକୁ କହିଥିଲେ। ଆଗକୁ ବଢିବାକୁ ସେ ପରାମର୍ଶ ଦେଇଥିଲେ। ଏହି ଶବ୍ଦଗୁଡ଼ିକ ସର୍ବଦା ମୋ ସହିତ ରହିବ। ମୁଁ ସ୍ତ୍ରୀଙ୍କ ପରାମର୍ଶରେ ମାନି ଆଗକୁ ବଢୁଛି ଏବଂ ପୁଣି ଥରେ ପ୍ରେମ ପାଇଛି।
କେପି ସିଂ କହିଛନ୍ତି, ମୋ ନୂଆ ସାଥୀଙ୍କ ନାମ ଶିନା। ସାରା ବିଶ୍ୱରେ ତାଙ୍କର ଅନେକ ବନ୍ଧୁ ଅଛନ୍ତି। ସେ ସବୁ ପ୍ରକାର ପରିସ୍ଥିତି ପାଇଁ ନିଜକୁ ପ୍ରସ୍ତୁତ ରଖନ୍ତି। ମୁଁ ଶିନାଙ୍କ ସହ ସବୁଆଡେ ବୁଲିବାକୁ ଯାଏ। ଯେତେବେଳେ ବି ଜୀବନରେ କୌଣସି ପ୍ରକାରର ସମସ୍ୟା ଥାଏ, ସେ ସର୍ବଦା ସମର୍ଥନ କରନ୍ତି। ବର୍ତ୍ତମାନ ସେ ମୋ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫ ରାଶି ଉପରେ କୃପା କରିବେ ଶନି; ଟଙ୍କାରେ ପୁରିଯିବ ଘର, କ୍ୟାରିୟରରେ ମିଳିବ ବଡ଼ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମଫଳଦାତା ଏବଂ ନ୍ୟାୟର କାରକ ଗ୍ରହ ବୋଲି ବିବେଚନା କରାଯାଏ। ଶନି ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଶୁଭ ତଥା ଅଶୁଭ…

ଛାଡ଼ିଲା ବନ୍ୟା, ବଢ଼ିଲା ଚାଷୀଙ୍କ ଦୁର୍ଦ୍ଦଶା

ଭବାନୀପାଟଣା,୨୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ସପ୍ତାହରେ ହାତୀ ଓ ତେଲ ନଦୀରେ ବନ୍ୟା ଆସିବାରୁ ନଦୀ କୂଳରେ ଥିବା ଶତାଧିକ ଏକର ଧାନଚାଷ ନଷ୍ଟ…

ମୋହିତ ଶର୍ମାଙ୍କୁ ମିଳିଲା ସିଏସ୍‌କେର ଗୁରୁଦାୟିତ୍ୱ

ଚେନ୍ନାଇ,୨୯ା୯: ପୂର୍ବତନ ଭାରତୀୟ ପେସର ମୋହିତ ଶର୍ମା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)ରେ ନୂଆ ବୋଲିଂ କୋଚ୍‌ ଭାବେ ଯୋଗଦେବେ। ୩୮ ବର୍ଷୀୟ ମୋହିତ ସିଏସ୍‌କେ ପାଇଁ…

ବଦଳିବ ଗ୍ରହଙ୍କ ଚାଲ୍: ବୁଧ-ମଙ୍ଗଳଙ୍କ ଯୋଗରୁ ଖୋଲିଯିବ ୪ଟି ରାଶିର ଭାଗ୍ୟ, ହେବେ ମାଲାମାଲ୍!

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ସ୍ଥିତି ଏବଂ ସେମାନଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ସମ୍ପର୍କକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେକରାଯାଏ। ଦୁଇଟି ଗ୍ରହ ପରସ୍ପରଠାରୁ ଏକ ବିଶେଷ କୋଣରେ ଅବସ୍ଥାନ…

ଟ୍ରାଫିକ ଚାଲାଣ ବାକିଥିଲେ କଟିବ ଘର ଲାଇନ୍‌! ସୁପ୍ରିମକୋର୍ଟ କହିଲେ ବଡ଼କଥା

ନୂଆଦିଲ୍ଲୀ,୨୯।୯: ଗାଡ଼ି ଚଳାଉଛନ୍ତି କି? ତେବେ ଆପଣଙ୍କ ପାଇଁ ଆସିଛି ଗୁରୁତ୍ୱପୂର୍ଣ୍ଣ ଖବର। ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରି ଇ-ଚାଲାଣ କଟିବା ପରେ ଦୀର୍ଘଦିନ ଧରି ଜରିମାନା…

PNB ଘୋଟାଲାରେ ବଡ଼ ସଫଳତା! ନୀରବ ମୋଦିଙ୍କ ସହଯୋଗୀ ସନ୍ଦୀପ ମିସ୍ତ୍ରୀଙ୍କୁ UAEରୁ ଅଣାଗଲା ଭାରତ, ଗିରଫ କଲା CBI

ମୁମ୍ବାଇ,୨୯।୯: ନୀରବ ମୋଦିଙ୍କ ସହ ଜଡ଼ିତ ବହୁଚର୍ଚ୍ଚିତ PNB (ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ) ଘୋଟାଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (CBI)କୁ ମିଳିଛି ବଡ଼ ସଫଳତା। ଏହି ମାମଲାରେ…

ନବରାତ୍ରୀରେ ଚମକିବ ୩ ରାଶିଙ୍କ ଭାଗ୍ୟ, ମା’ଦୁର୍ଗାଙ୍କ କୃପାରୁ ଧନଲାଭ ଯୋଗ; ଚାକିରିରେ ବଡ଼ ପଦୋନ୍ନତି

ଚଳିତ ବର୍ଷ ଶାରଦୀୟ ନବରାତ୍ରୀ ଅକ୍ଟୋବର ୧୧, ୨୦୨୬ରୁ ଆରମ୍ଭ ହେବ। ଏଥର ମା’ ଦୁର୍ଗା ହାତୀ ଉପରେ ସବାର ହୋଇ ଆସୁଛନ୍ତି। ଜ୍ୟୋତିଷୀୟ ବିଶ୍ୱାସ ଅନୁଯାୟୀ,…

ମୁଖ୍ୟମନ୍ତ୍ରୀ ବିଜୟ ‘ମାମା’ଙ୍କ ସୁନା ମୁଦି କିପରି ନବଜାତ ଶିଶୁଙ୍କ ପାଇଁ ହୋଇପାରେ କ୍ଷତିକାରକ: ଅଭିଭାବକମାନେ ମାନନ୍ତୁ…

ଚେନ୍ନାଇ,୨୯।୯: ତାମିଲନାଡୁର ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ସୋମବାର ନିଜର ଏକ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବା ଆରମ୍ଭ କରିଛନ୍ତି। ସେପ୍ଟେମ୍ବର ୨୮ରେ, ସେ ରାଜ୍ୟର ନବଜାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?