ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ଶପଥ ନେବେ ଜଷ୍ଟିସ୍‌ ଏସ୍‌. ମୁରଲୀଧର: ୪ରେ ଶପଥ ଗ୍ରହଣ ଉତ୍ସବ

କଟକ ଅଫିସ,୩ା୧: ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍‌ ଏସ୍‌. ମୁରଲୀଧର ଆସନ୍ତା ୪ ତାରିଖ ପୂର୍ବାହ୍ନ ୧୦ଟାରେ ଶପଥ ନେବେ। ହାଇକୋର୍ଟର ପୁରୁଣା କୋଠାରେ ଏହି ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ବୋଲି ଗୃହ ବିଭାଗ ପକ୍ଷରୁ ଜଣାପଡିଛି। କିଛିଦିନ ତଳେ ଦେଶର ବିଭିନ୍ନ ହାଇକୋର୍ଟର ବିଚାରପତିଙ୍କୁ ବଦଳି ନେଇ ସୁପ୍ରିମ୍‌କୋର୍ଟ କଲେଜିୟମ୍‌ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ପରେ ଏହାକୁ ଅନୁମୋଦନ ଲାଗି କେନ୍ଦ୍ର ଆଇନ ମନ୍ତ୍ରଣାଳୟକୁ ପଠାଯାଇଥିଲା। କେନ୍ଦ୍ର ଆଇନ ମନ୍ତ୍ରଣାଳୟ ଏ ନେଇ ସ୍ବୀକୃତି ଦେବାପରେ ଏହା ରାଷ୍ଟ୍ରପତିଙ୍କ ଅନୁମୋଦନ ନିମନ୍ତେ ପଠାଯାଇଥିଲା। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଆଇନ ମନ୍ତ୍ରଣାଳୟ ପକ୍ଷରୁ ଜଷ୍ଟିସ୍‌ ମୁରଲୀଧରଙ୍କ ନିଯୁକ୍ତି ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସୂଚନାଯୋଗ୍ୟ, ମୁରଲୀଧର ପୂର୍ବରୁ ପଞ୍ଜାବ ଓ ହରିୟାଣା ହାଇକୋର୍ଟର ବରିଷ୍ଠ ବିଚାରପତି ଭାବେ ଦାୟିତ୍ୱ ତୁଲାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଛରେ ପିଟିହେଲା ସ୍କୁଲ୍‌ ବସ୍‌

କଟକ ଅଫିସ,୨୨ା୯: ଗୁରୁବାର ସକାଳେ ଏକ ସ୍କୁଲ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କଟକ ସିଡିଏ-୮ ଅଭିମୁଖେ ଯାଉଥିବା ଏହି ବସ୍‌ରେ ପ୍ରାୟ ୩୦ ପିଲା ଥିବା...

୧୬ ପରିବାରଙ୍କୁ ଘରଭଡ଼ା ଛାଡ଼ କଲେ ରଘୁନାଥ

କଟକ ଅଫିସ,୨୦ା୪: ସହରରେ ଅଧାରୁ ଅଧିକ ଭଡ଼ାଟିଆ ବାସିନ୍ଦା। ଭଡ଼ା ରହୁଥିବା ଲୋକେ ବି ଅଧିକାଂଶରେ ବ୍ୟବସାୟ, ଛୋଟ ଦୋକାନ କିମ୍ବା କୌଣସି ଘରୋଇ କମ୍ପାନୀରେ...

ରାଇକିଆ ବସଷ୍ଟାଣ୍ଡ ପାଲଟିଛି ଅସ୍ଥାୟୀ ପରିବା ମାର୍କେଟ

ରାଇକିଆ,୨୦।୪(ଡି.ଏନ୍‌.ଏ.): କରୋନା ପାଇଁ ସମଗ୍ର ରାଜ୍ୟରେ ଲକ୍‌ଡାଉନ ଜାରି ରହିଛି। ଫଳରେ ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ ରାସନ ଓ ପରିବା ଦୋକାନ ଖୋଲା ରହୁଛି...

ଆଖିବୁଜିଲା ବାଘୁଣୀ ଆନିନୀ

ବାରଙ୍ଗ,୬।୧(ଡି.ଏନ୍‌.ଏ.): ଦୀର୍ଘଦିନ ଧରି ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିବା ନନ୍ଦନକାନନର ବାଘୁଣୀ ଆନିନୀ ମଙ୍ଗଳବାର ଆଖିବୁଜିଛି। ପ୍ରାଣୀଉଦ୍ୟାନର ବାଘ ସଫାରିରେ ରହି ଆନିନୀ ପର୍ଯ୍ୟଟକଙ୍କ ଆର୍କଷଣର...

ରାସ୍ତାରେ ଶୋଇ ଶୋଇ ରାଜସ୍ଥାନରୁ ଶ୍ରୀକ୍ଷେତ୍ର ଯାତ୍ରା

ତିଗିରିଆ,୭।୨(ଡି.ଏନ.ଏ.): ଶ୍ରୀକ୍ଷେତ୍ରକୁ ଯାଇ ଚତୁର୍ଦ୍ଧା ଦାରୁବ୍ରହ୍ମଙ୍କୁ ଦର୍ଶନ କରିବାର ଅଭିଳାଷରେ ଜଣେ ଭକ୍ତ ରାସ୍ତାରେ ଶୋଇ ଶୋଇ ଯାତ୍ରା କରୁଥିବା ଦେଖିବାକୁ ମିଳିଛି। ରବିବାର ପୁରୁଣାକଟକ-ସମ୍ବଲପୁର...

ବ୍ଲାକ୍‌ ପଲସର ଆତଙ୍କ: ଫାଙ୍କା ଗୁଳି ଚଳାଇ ୫ଲକ୍ଷ ଲୁଟିନେଲେ

ଖୋର୍ଦ୍ଧା ଅଫିସ,୩ା୨: ଖୋର୍ଦ୍ଧା-ନୟାଗଡ଼ ୫୭ନମ୍ବର ଜାତୀୟ ରାଜପଥରେ ବ୍ଲାକ୍‌ ପଲସର ଆତଙ୍କ। ବୁଧବାର ଅପରାହ୍ନରେ ଖୋର୍ଦ୍ଧା ଜିଲା ବାଘମାରୀ ଥାନା ଅନ୍ତର୍ଗତ ବାମଡିହ ଛକରେ ୪ଜଣ...

୩୧ କେନ୍ଦ୍ର ସମ୍ବେଦନଶୀଳ

ଅନୁଗୋଳ ଅଫିସ, ୮।୨ – ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଆସନ୍ତା ଫେବୃୟାରୀ ୧୯ରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ତାରିଖରେ...

ସାଙ୍ଗ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ

ସୁନ୍ଦରଗଡ଼,୨୪।୯(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ଦୌରାଜଜ ଶୁଭଦର୍ଶୀ ପଟ୍ଟନାୟକ ଶୁକ୍ରବାର ଏକ ହତ୍ୟା ମାମଲାର ବିଚାର କରି ରାୟ ଶୁଣାଇଛନ୍ତି। ଅଭିଯୁକ୍ତ ଅଭି ଛତ୍ରିଆଙ୍କୁ ଆଜୀବନ କାରାଦଣ୍ଡରେ...

Advertisement
Archives

Model This Week