ମୁନିରଙ୍କ ହାତରେ ନ୍ୟୁକ୍ଲିଅର ବଟନ୍‌

ଇସ୍‌ଲାମାବାଦ,୬ା୧୨: ପାକିସ୍ତାନ ରାଷ୍ଟ୍ରପତି ଆସିଫ୍‌ ଅଲୀ ଜର୍ଦ୍ଦାରୀଙ୍କ ଅଫିସିଆଲ୍‌ ‘X’ ହ୍ୟାଣ୍ଡେଲରୁ ଶୁକ୍ରବାର ଏକ ପୋଷ୍ଟ କରାଯାଇଛି। ବର୍ତ୍ତମାନ ସିଓଏଏସ୍‌ ଥିବା ଫିଲ୍ଡ ମାର୍ଶଲ ଆସିମ୍‌ ସୟେଦ ମୁନିରଙ୍କୁ ଦେଶର ପ୍ରଥମ ସିଡିଏଫ୍‌ ରୂପେ ଆଗାମୀ ୫ ବର୍ଷ ପାଇଁ ନିଯୁକ୍ତି ଦିଆଯାଇଥିବା ଏଥିରେ ଉଲ୍ଲେଖ କରାଯାଇଛି। ମୁନିର ସିଡିଏଫ୍‌ ପଦବୀରେ ରହିବା ଫଳରେ ତାଙ୍କ ହାତରେ କେବଳ ୩ ସେନା ରହିବ ତାହା ନୁହେଁ, ପାକିସ୍ତାନର ଆଣବିକ ଅସ୍ତ୍ର ଓ କ୍ଷେପଣାସ୍ତ୍ର ବ୍ୟବସ୍ଥାକୁ ନିୟନ୍ତ୍ରଣ କରୁଥିବା ଜାତୀୟ ରଣନୈତିକ କମାଣ୍ଡ୍‌ ମଧ୍ୟ ସେ ସମ୍ଭାଳିବେ। ନୂଆ ନିଯୁକ୍ତି ପରେ ମୁନିର ରାଷ୍ଟ୍ରପତିଙ୍କ ଭଳି ଆଇନଗତ ସୁରକ୍ଷା ପାଇବେ। ଫଳରେ ତାଙ୍କ ବିରୋଧରେ ଆଜୀବନ କୌଣସି ମାମଲା ରୁଜୁ କରାଯାଇପାରିବ ନାହିଁ। ଆଜୀବନ ଦଣ୍ଡମୁକ୍ତି ସୁବିଧା ବାୟୁସେନା ଓ ନୌସେନା ମୁଖ୍ୟଙ୍କ ପାଇଁ ମଧ୍ୟ ଲାଗୁହେବ ବୋଲି ଉକ୍ତ ବିବୃତିରୁ ଜଣାପଡ଼ିଛି।
ବର୍ଷ ପରେ ମୁନିର ସିଡିଏଫ୍‌ ପଦବୀରେ ରହିବାକୁ ଚାହୁଁଥିବା ନେଇ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ନିକଟରେ ଆଗ୍ରହ ପ୍ରକାଶ କଲେ ସେମାନେ ମନା କରିପାରିବେ ନାହିଁ। ୨୭ତମ ସମ୍ବିଧାନ ସଂଶୋଧନ ବଳରେ ସିଡିଏଫ୍‌ଙ୍କୁ ଏହି କ୍ଷମତା ଦିଆଯାଇଛି। ଏଥିସହ ଉକ୍ତ ସଂଶୋଧନ ସେନା ଉପରେ ନିର୍ବାଚିତ ସରକାରଙ୍କ କର୍ତ୍ତୃତ୍ୱକୁ ମଧ୍ୟ ହ୍ରାସ କରିଦେଇଛି। ପାକିସ୍ତାନୀ ମିଡିଆ ରିପୋର୍ଟ ଅନୁସାରେ ସିଡିଏଫ୍‌ ଭାଇସ୍‌ ଚିଫ୍‌ ଅଫ୍‌ ଆର୍ମି ଷ୍ଟାଫ୍‌ (ଭିସିଓଏଏସ୍‌) ନିଯୁକ୍ତି ପାଇଁ ସଂଘୀୟ ସରକାରଙ୍କୁ ନାମ ସୁପାରିସ କରିପାରିବେ। ଏହା ପୂର୍ବରୁ ଏଭଳି ନିଯୁକ୍ତି କ୍ଷମତା ସରକାରଙ୍କ ନିକଟରେ ରହିଥିଲା।
ଉଲ୍ଲେଖଯୋଗ୍ୟ, ପାକିସ୍ତାନ ଇତିହାସରେ ଉଭୟ ୫-ଷ୍ଟାର ର଼୍ୟାଙ୍କ୍‌ ଧାରଣ ସହ ସିଓଏଏସ୍‌ ଏବଂ ସିଡିଏଫ୍‌ ପଦବୀ ଅଳଙ୍କୃତ କରିବାରେ ମୁନିର ପ୍ରଥମ ସାମରିକ ଅଧିକାରୀ। ୧୯୬୫ରେ ଭାରତ-ପାକିସ୍ତାନ ଯୁଦ୍ଧ ବେଳେ ତତ୍କାଳୀନ ସେନାମୁଖ୍ୟ ଜେନେରାଲ ଆୟୁବ ଖାନ୍‌ଙ୍କୁ ଫିଲ୍ଡ ମାର୍ଶଲ ଟାଇଟଲ ଦିଆଯାଇଥିଲା। ଆୟୁବଙ୍କ ପରେ ମୁନିର ଦ୍ୱିତୀୟ ସେନା ଅଧିକାରୀ ରୂପେ ଫିଲ୍ଡ ମାର୍ଶଲ ହୋଇଛନ୍ତି। ଗତ ଏପ୍ରିଲରେ ପହଲଗାମ୍‌ ଆକ୍ରମଣରେ ୨୬ ହିନ୍ଦୁ ପର୍ଯ୍ୟଟକଙ୍କୁ ହତ୍ୟା କରାଯିବା ପରେ ମେ’ରେ ଭାରତୀୟ ସଶସ୍ତ୍ର ବଳ ପାକିସ୍ତାନୀ ଆତଙ୍କବାଦୀଙ୍କ ଭିତ୍ତିଭୂମି ଧ୍ୱଂସ କରିବାକୁ ଯାଇ ‘ଅପରେଶନ୍‌ ସିନ୍ଦୂର’ ଚଳାଇଥିଲା। ଭାରତର ଏହି ସାମରିକ ଅଭିଯାନ ବନ୍ଦ ହୋଇଯିବା ପରେ ପାକିସ୍ତାନ ମୁନିରଙ୍କୁ ଫିଲ୍ଡ ମାର୍ଶଲ ଉପାଧି ପ୍ରଦାନ କରିଥିଲା।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?