ମୁନିରଙ୍କ ହାତରେ ନ୍ୟୁକ୍ଲିଅର ବଟନ୍‌

ଇସ୍‌ଲାମାବାଦ,୬ା୧୨: ପାକିସ୍ତାନ ରାଷ୍ଟ୍ରପତି ଆସିଫ୍‌ ଅଲୀ ଜର୍ଦ୍ଦାରୀଙ୍କ ଅଫିସିଆଲ୍‌ ‘X’ ହ୍ୟାଣ୍ଡେଲରୁ ଶୁକ୍ରବାର ଏକ ପୋଷ୍ଟ କରାଯାଇଛି। ବର୍ତ୍ତମାନ ସିଓଏଏସ୍‌ ଥିବା ଫିଲ୍ଡ ମାର୍ଶଲ ଆସିମ୍‌ ସୟେଦ ମୁନିରଙ୍କୁ ଦେଶର ପ୍ରଥମ ସିଡିଏଫ୍‌ ରୂପେ ଆଗାମୀ ୫ ବର୍ଷ ପାଇଁ ନିଯୁକ୍ତି ଦିଆଯାଇଥିବା ଏଥିରେ ଉଲ୍ଲେଖ କରାଯାଇଛି। ମୁନିର ସିଡିଏଫ୍‌ ପଦବୀରେ ରହିବା ଫଳରେ ତାଙ୍କ ହାତରେ କେବଳ ୩ ସେନା ରହିବ ତାହା ନୁହେଁ, ପାକିସ୍ତାନର ଆଣବିକ ଅସ୍ତ୍ର ଓ କ୍ଷେପଣାସ୍ତ୍ର ବ୍ୟବସ୍ଥାକୁ ନିୟନ୍ତ୍ରଣ କରୁଥିବା ଜାତୀୟ ରଣନୈତିକ କମାଣ୍ଡ୍‌ ମଧ୍ୟ ସେ ସମ୍ଭାଳିବେ। ନୂଆ ନିଯୁକ୍ତି ପରେ ମୁନିର ରାଷ୍ଟ୍ରପତିଙ୍କ ଭଳି ଆଇନଗତ ସୁରକ୍ଷା ପାଇବେ। ଫଳରେ ତାଙ୍କ ବିରୋଧରେ ଆଜୀବନ କୌଣସି ମାମଲା ରୁଜୁ କରାଯାଇପାରିବ ନାହିଁ। ଆଜୀବନ ଦଣ୍ଡମୁକ୍ତି ସୁବିଧା ବାୟୁସେନା ଓ ନୌସେନା ମୁଖ୍ୟଙ୍କ ପାଇଁ ମଧ୍ୟ ଲାଗୁହେବ ବୋଲି ଉକ୍ତ ବିବୃତିରୁ ଜଣାପଡ଼ିଛି।
ବର୍ଷ ପରେ ମୁନିର ସିଡିଏଫ୍‌ ପଦବୀରେ ରହିବାକୁ ଚାହୁଁଥିବା ନେଇ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ନିକଟରେ ଆଗ୍ରହ ପ୍ରକାଶ କଲେ ସେମାନେ ମନା କରିପାରିବେ ନାହିଁ। ୨୭ତମ ସମ୍ବିଧାନ ସଂଶୋଧନ ବଳରେ ସିଡିଏଫ୍‌ଙ୍କୁ ଏହି କ୍ଷମତା ଦିଆଯାଇଛି। ଏଥିସହ ଉକ୍ତ ସଂଶୋଧନ ସେନା ଉପରେ ନିର୍ବାଚିତ ସରକାରଙ୍କ କର୍ତ୍ତୃତ୍ୱକୁ ମଧ୍ୟ ହ୍ରାସ କରିଦେଇଛି। ପାକିସ୍ତାନୀ ମିଡିଆ ରିପୋର୍ଟ ଅନୁସାରେ ସିଡିଏଫ୍‌ ଭାଇସ୍‌ ଚିଫ୍‌ ଅଫ୍‌ ଆର୍ମି ଷ୍ଟାଫ୍‌ (ଭିସିଓଏଏସ୍‌) ନିଯୁକ୍ତି ପାଇଁ ସଂଘୀୟ ସରକାରଙ୍କୁ ନାମ ସୁପାରିସ କରିପାରିବେ। ଏହା ପୂର୍ବରୁ ଏଭଳି ନିଯୁକ୍ତି କ୍ଷମତା ସରକାରଙ୍କ ନିକଟରେ ରହିଥିଲା।
ଉଲ୍ଲେଖଯୋଗ୍ୟ, ପାକିସ୍ତାନ ଇତିହାସରେ ଉଭୟ ୫-ଷ୍ଟାର ର଼୍ୟାଙ୍କ୍‌ ଧାରଣ ସହ ସିଓଏଏସ୍‌ ଏବଂ ସିଡିଏଫ୍‌ ପଦବୀ ଅଳଙ୍କୃତ କରିବାରେ ମୁନିର ପ୍ରଥମ ସାମରିକ ଅଧିକାରୀ। ୧୯୬୫ରେ ଭାରତ-ପାକିସ୍ତାନ ଯୁଦ୍ଧ ବେଳେ ତତ୍କାଳୀନ ସେନାମୁଖ୍ୟ ଜେନେରାଲ ଆୟୁବ ଖାନ୍‌ଙ୍କୁ ଫିଲ୍ଡ ମାର୍ଶଲ ଟାଇଟଲ ଦିଆଯାଇଥିଲା। ଆୟୁବଙ୍କ ପରେ ମୁନିର ଦ୍ୱିତୀୟ ସେନା ଅଧିକାରୀ ରୂପେ ଫିଲ୍ଡ ମାର୍ଶଲ ହୋଇଛନ୍ତି। ଗତ ଏପ୍ରିଲରେ ପହଲଗାମ୍‌ ଆକ୍ରମଣରେ ୨୬ ହିନ୍ଦୁ ପର୍ଯ୍ୟଟକଙ୍କୁ ହତ୍ୟା କରାଯିବା ପରେ ମେ’ରେ ଭାରତୀୟ ସଶସ୍ତ୍ର ବଳ ପାକିସ୍ତାନୀ ଆତଙ୍କବାଦୀଙ୍କ ଭିତ୍ତିଭୂମି ଧ୍ୱଂସ କରିବାକୁ ଯାଇ ‘ଅପରେଶନ୍‌ ସିନ୍ଦୂର’ ଚଳାଇଥିଲା। ଭାରତର ଏହି ସାମରିକ ଅଭିଯାନ ବନ୍ଦ ହୋଇଯିବା ପରେ ପାକିସ୍ତାନ ମୁନିରଙ୍କୁ ଫିଲ୍ଡ ମାର୍ଶଲ ଉପାଧି ପ୍ରଦାନ କରିଥିଲା।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri