ପରିଧାନ ସମ୍ପର୍କରେ ଜାଣିନି ପୌରପାଳିକା

ଅନୁଗୋଳ ଅଫିସ, ୪ା୪: ଅନୁଗୋଳ କୋର୍ଟ ସମ୍ମୁଖ ଗୋପବନ୍ଧୁ ଉଦ୍ୟାନରେ ବିଶିଷ୍ଟ ଗାନ୍ଧିବାଦୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଶାର୍ଟ, ପ୍ୟାଣ୍ଟ ଓ ବୁଟ୍‌ ପିନ୍ଧା ନବନିର୍ମିତ ପ୍ରତିମୂର୍ତ୍ତି ତ୍ରୁଟିପୂର୍ଣ୍ଣ ବୋଲି ଅନୁଗୋଳ ପୌର କର୍ତ୍ତୃପକ୍ଷ ସୋମବାର ସ୍ବୀକାର କରିଛନ୍ତି। ଏପରି ଅନିଚ୍ଛାକୃତ ତ୍ରୁଟି ପାଇଁ ଦୁଃଖ ପ୍ରକାଶ କରିବା ସହ ଏକ ସପ୍ତାହ ମଧ୍ୟରେ ତ୍ରୁଟିରେ ସୁଧାର ଅଣାଯିବ ବୋଲି ଅନୁଗୋଳ ପୌରାଧ୍ୟକ୍ଷ ଅକ୍ଷୟ କୁମାର ସାମନ୍ତ ସ୍ପଷ୍ଟୀକରଣରେ ପ୍ରକାଶ କରିଛନ୍ତି। ତେବେ ବରପୁତ୍ରମାନଙ୍କ ସଂଗ୍ରହ କରାଯାଇଥିବା ଆବକ୍ଷ ପ୍ରତିଛବିରେ ସେମାନଙ୍କ ସମ୍ପୂର୍ଣ୍ଣ ପୋଷାକ ସମ୍ପର୍କରେ ସୂଚନା ନ ଥିବା ବିଷୟ ସ୍ପଷ୍ଟୀକରଣରେ ଉଲ୍ଲେଖ କରାଯିବା ଉକ୍ତ ବିବାଦକୁ ଅଧିକ ତେଜାଇଛି। ବରପୁତ୍ରମାନଙ୍କ ପୋଷାକ ସମ୍ପର୍କରେ ପୌରପାଳିକା ଅଜ୍ଞ ବୋଲି କୁହାଯିବାକୁ ନେଇ ଜିଲାର ବୁଦ୍ଧିଜୀବୀ ଚକିତ ହୋଇଥିବା ବେଳେ ଏପରି ସ୍ପଷ୍ଟୀକରଣକୁ ସାଧାରଣରେ ନାପସନ୍ଦ କରାଯାଇଛି।
ପ୍ରକାଶ ଯେ, ଓଡ଼ିଶା ଦିବସ ଓ ଅନୁଗୋଳ ଜିଲା ପ୍ରତିଷ୍ଠାର ୩୦ ବର୍ଷ ପୂର୍ତ୍ତିକୁ ସ୍ମରଣୀୟ କରିବାକୁ ପୌର କର୍ତ୍ତୃପକ୍ଷଙ୍କ ପକ୍ଷରୁ ଅନେକ ଯୋଜନା ହୋଇଥିଲା। ସେଥିମଧ୍ୟରୁ ସହରରେ ଥିବା ଗୋପବନ୍ଧୁ ପାର୍କରେ ୧୧ ଜଣ ବରପୁତ୍ରଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଥିଲା। କିନ୍ତୁ ଧୋତି ଓ କୁର୍ତ୍ତା ପରିବର୍ତ୍ତେ ଶାର୍ଟ, ପ୍ୟାଣ୍ଟ, ବୁଟ୍‌ ପିନ୍ଧା ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଥିବାରୁ ଏହାକୁ ନେଇ ବିବାଦ ଦେଖାଦେଇଥିଲା। ନବକୃଷ୍ଣଙ୍କ ଝିଅ ଗାନ୍ଧିବାଦୀ ତଥା ସର୍ବୋଦୟ ନେତ୍ରୀ କୃଷ୍ଣା ମହାନ୍ତିଙ୍କ ସହ ଜିଲାର ଅନେକ ବୁଦ୍ଧିଜୀବୀ, ସଚେତନ ନାଗରିକ ପୌରପାଳିକାର ଏପରି କାର୍ଯ୍ୟକୁ ତୀବ୍ର ନିନ୍ଦା କରିଥିଲେ। ସାଧାରଣରେ କଡ଼ା ସମାଲୋଚିତ ପୌର କର୍ତ୍ତୃପକ୍ଷ ଏହା ଉପରେ ତୁରନ୍ତ ସ୍ପଷ୍ଟୀକରଣ ରଖିବା ସହ ଏହି ଅନିଚ୍ଛାକୃତ ତ୍ରୁଟି ପାଇଁ ଦୁଃଖ ପ୍ରକାଶ କରିଛନ୍ତି। ପୌରାଧ୍ୟକ୍ଷ ସାମନ୍ତ ଉଲ୍ଲେଖ କରିଛନ୍ତି, ଏକ ମହତ ଉଦ୍ଦେଶ୍ୟ ରଖି ଜିଲାର ବରପୁତ୍ରମାନଙ୍କ ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତି ଗୋପବନ୍ଧୁ ଉଦ୍ୟାନରେ ସ୍ଥାପନା କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏଥିପାଇଁ ବରପୁତ୍ରମାନଙ୍କ ଆବକ୍ଷ ପ୍ରତିଛବି ସଂଗ୍ରହ କରାଯାଇଥିଲା, ଯେଉଁଥିରେ ସେମାନଙ୍କ ସମ୍ପୂର୍ଣ୍ଣ ପରିଧାନର ସୂଚନା ନ ଥିଲା। ଜିଲାର ଅନେକ ବୁଦ୍ଧିଜୀବୀଙ୍କ ପରାମର୍ଶ ନିଆଯାଇଥିଲେ ମଧ୍ୟ ଏ ବିଷୟରେ ସ୍ପଷ୍ଟ ସୂଚନା ମିଳିପାରି ନ ଥିଲା। ଫଳରେ କେତେଜଣ ବରପୁତ୍ରଙ୍କ ପରିଧାନ ଧୋତି, କୁର୍ତ୍ତା ବଦଳରେ ଭୁଲବଶତଃ ପ୍ୟାଣ୍ଟ ଓ କୋଟ୍‌ କରାଯାଇଥିଲା। ପରେ ଏ ବିଷୟରେ ସୂଚନା ମିଳିବାରୁ ପୌର ପରିଷଦ ତରଫରୁ ତ୍ରୁଟି ସଂଶୋଧନ କରାଯିବା କାର୍ଯ୍ୟ ଆରମ୍ଭ ହୋଇଛି। ଏହି ଅନିଚ୍ଛାକୃତ ତ୍ରୁଟି ପାଇଁ ପୌର ପରିଷଦ ଦୁଃଖ ପ୍ରକାଶ କରୁଛି ଏବଂ ଭବିଷ୍ୟତରେ ଏ ପ୍ରକାର ଭୁଲର ପୁନରାବୃତ୍ତି ନ ଘଟାଇବାକୁ ପ୍ରତିଶ୍ରୁତି ଦେଉଛି। ତେବେ ଅନୁଗୋଳ ପୌରାଧ୍ୟକ୍ଷଙ୍କ ଏପରି ସ୍ପଷ୍ଟୀକରଣକୁ ସାଧାରଣରେ ନାପସନ୍ଦ କରାଯାଇଛି। ଅନୁଗୋଳ ଜିଲାର ବରପୁତ୍ରମାନଙ୍କ ପୋଷାକ ସମ୍ପର୍କରେ ପୌର କର୍ତ୍ତୃପକ୍ଷ ଜାଣି ନ ପାରିବା ଅତ୍ୟନ୍ତ ଆଶ୍ଚର୍ଯ୍ୟର ବିଷୟ ବୋଲି ସେମାନେ କହିଛନ୍ତି। ଏଥିସହ ପରିଧାନ ସମ୍ପର୍କରେ ବୁଦ୍ଧିଜୀବୀଙ୍କ ପରାମର୍ଶରୁ ସ୍ପଷ୍ଟ ସୂଚନା ମିଳି ନ ପାରିବା ବୋଲି କୁହାଯିବା ମଧ୍ୟ ଗ୍ରହଣୀୟ ନୁହେଁ। ଏପରି କହି ପୌର କର୍ତ୍ତୃପକ୍ଷ ନିଜ ଉପରୁ ଦୋଷ ଖସାଇ ବୁଦ୍ଧିଜୀବୀଙ୍କ ମୁଣ୍ଡରେ ଲଦିଦେବାକୁ ଚାହଁୁଥିବା ସହରର ସଚେତନ ନାଗରିକମାନେ ମତ ଦେଇଛନ୍ତି।

ଅବମାନନା ଅପେକ୍ଷା ମୂର୍ତ୍ତି ନ କଲେ ଭଲ
ବାପିଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରାଯାଉଛି ବୋଲି କୌଣସି ସୂଚନା ଦେଲେ ନାହିଁ କି ଫଟୋ ମଧ୍ୟ ଆସି ଘରୁ ନେଲେ ନାହିଁ। ଓଡ଼ିଶା ଦିବସ ପୂର୍ବଦିନ ବାପିଙ୍କୁ କୋଟ୍‌ ଓ ବୁଟ୍‌ ପିନ୍ଧାଯାଇଥିବା ଫଟୋ ଦେଖିବା ପରେ ଚକିତ ହୋଇଯାଇଥିଲି। ପୌରପରିଷଦ ବରପୁତ୍ରଙ୍କୁ ଏଭଳି ଅବମାନନା କରିବା ଅପେକ୍ଷା ପ୍ରତିମୂର୍ତ୍ତି ପ୍ରତିଷ୍ଠା ନ କରିଥିଲେ ଭଲ ହୋଇଥାନ୍ତା।
-କୃଷ୍ଣା ମହାନ୍ତି, ସର୍ବୋଦୟ ନେତ୍ରୀ ତଥା ନବକୃଷ୍ଣଙ୍କ ଝିଅ

ଅତ୍ୟନ୍ତ ଦୁର୍ଭାଗ୍ୟର କଥା
ଜନନାୟକ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତିକୁ ପୌର ପ୍ରଶାସନ ବିକୃତ ରୂପ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟର କଥା। ତାଙ୍କ ସହିତ ଅନ୍ୟ ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତି ନାମକରଣରେ ମଧ୍ୟ ତ୍ରୁଟି ଦେଖିବାକୁ ମିଳିଛି। ଦାୟିତ୍ୱରେ ଥିବା ଅଧିକାରୀମାନେ ଅଭିଜ୍ଞ ଲୋକଙ୍କ ମତ ନେଇଥିଲେ ଏପରି ହୋଇ ନ ଥାନ୍ତା।
-ସୂର୍ଯ୍ୟନାରାୟଣ ନାଥ ରାଜ୍ୟ ସଂଯୋଜକ, ରାଷ୍ଟ୍ରୀୟ ଯୁବା ସଙ୍ଗଠନ

ବହୁତ ବଡ଼ ଭୁଲ କରାଯାଇଛି
ଜୀବନବ୍ୟାପୀ ଖଦଡ଼ ପୋଷାକ ପରିହିତ ନବକୃଷ୍ଣ ଚୌଧୁରୀଙ୍କ ସୀମାହୀନ ତ୍ୟାଗ ଏକ ଚିରନ୍ତନ ସତ୍ୟ। ଏହା ମାନବ ସମାଜକୁ ସର୍ବଦା ରୁଦ୍ଧିମନ୍ତ କରୁଥିବ। କିନ୍ତୁ ପୌରପରିଷଦ ପକ୍ଷରୁ ଯେଉଁ କାର୍ଯ୍ୟ କରାଯାଇଛି ତାହା ଏକ ବଡ଼ ଭୁଲ। ତୁରନ୍ତ ତ୍ରୁଟି ସଂଶୋଧନ କରାଯାଉ।
-ପ୍ରାଧ୍ୟାପକ ବିଶ୍ୱ ରଞ୍ଜନ ପ୍ରଧାନ, ଉତ୍କଳ ସମ୍ମିଳନୀ ଅନୁଗୋଳ ଜିଲା ଶାଖା ସଭାପତି

ସପ୍ତାହକ ମଧ୍ୟରେ ସଂଶୋଧନ
ଗୋପବନ୍ଧୁ ଉଦ୍ୟାନରେ ନିର୍ମାଣ ହୋଇଥିବା ୧୧ ବରପୁତ୍ରଙ୍କ ପ୍ରତିମୂର୍ତ୍ତି ଉଦ୍‌ଘାଟନ ହୋଇନାହିଁ। ଓଡ଼ିଶା ଦିବସରେ କେବଳ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ନବକୃଷ୍ଣ ଚୌଧୁରୀଙ୍କ ପୋଷାକକୁ ନେଇ ଥିବା ତ୍ରୁଟି ଧରାପଡ଼ିଥିବାରୁ ସପ୍ତାହକ ମଧ୍ୟରେ ତାହାକୁ ସଂଶୋଧନ କରାଯିବ।
-ଗିରିଜା ଶଙ୍କର ମଲ୍ଲିକ, ନିର୍ବାହୀ ଅଧିକାରୀ, ଅନୁଗୋଳ ପୌର ପରିଷଦ


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

ନାବାଳିକା ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର, ରେଲଓ୍ବେ ଷ୍ଟେଶନରୁ ଉଦ୍ଧାର ପରେ…

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଞ୍ଚଳର ଏକ ପ୍ରତିଷ୍ଠିତ କଲେଜରେ ଯୁକ୍ତ ୩ରେ ପଢୁଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ...

ଧାନମଳା ମେଶିନରେ ପଶିଗଲା ଯୁବକଙ୍କ ହାତ, ଆଉ ତା’ ପରେ…

ମୋହନା,୧୩ା୧୨(ମନ୍ମଥ ମିଶ୍ର): ଧାନମଳା ମେଶିନରେ ହାତକଟି ଯିବାରୁ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଏଭଳି ଘଟଣା ଘଟିଛି ମୋହନା ବ୍ଲକ ଅନ୍ତର୍ଗତ ପିଣ୍ଡିକି ପଞ୍ଚାୟତ ନିଜୁମା...

ସରକାରୀ ଜମି ଛାଡିଲେ ନାହିଁ : ଜିଦ୍‌ରେ ଅଟଳ ଅନକ ଡୁଙ୍ଗୁରୁ ଗ୍ରାମବାସୀ, ଲାଗିଲା ୧୬୩ ଧାରା

ମୋହନା,୧୩।୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଅନକଡୁଙ୍ଗୁରୁ ଗାଁ ନିକଟରେଥିବା ବିବାଦୀୟ ସରକାରୀ ଜମିରେ ଲାଗିଲା ବିଏନ୍‌ଏସ୍‌ ଧାରା ୧୬୩ । କିଛିଦିନ ହେଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri