ତୃତୀୟ ଲହର ପୂର୍ବରୁ ମୁମ୍ବାଇରୁ ଆସିଲା ଖୁସି ଖବର

ମୁମ୍ବାଇ,୨୮।୬: ଦେଶରେ କରୋନା ଭାଇରସ୍‌ ସଂକ୍ରମଣର ଦ୍ୱିତୀୟ ଲହର ଆତଙ୍କ ଖେଳାଇଥିବା ବେଳେ ବର୍ତ୍ତମାନ ଦୈନିକ ସଂକ୍ରମଣରେ ହ୍ରାସ ଘଟିଛି। କିନ୍ତୁ ଏବେ ବି ସଙ୍କଟ ଜାରି ରହିଛି। କାରଣ ଆଗକୁ ସମ୍ଭାବ୍ୟ ତୃତୀୟ ଲହର ଆସିପାରେ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି। ଆଉ ଏହି ଲହର ପିଲାଙ୍କ ପ୍ରତି ଅତ୍ୟନ୍ତ ବିପଦ ବୋଲି କୁହାଯାଉଛି। ଇତିମଧ୍ୟରେ ମୁମ୍ବାଇରୁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏଠାରେ ୫୦ ପ୍ରତିଶତ ପିଲାଙ୍କ ନିକଟରେ ଆଣ୍ଟିବଡି ମିଳିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ନିକଟରେ ବୃହନମୁମ୍ବାଇ ମହାନଗର ପାଳିକା(ବିଏମ୍‌ସି) ପକ୍ଷରୁ ସେରୋ ସର୍ଭେ କରାଯାଇଥିଲା। ଯେଉଁଥିରେ ୫୦ ପ୍ରତିଶତରୁ ଊର୍ଦ୍ଧ୍ୱ ପିଲାଙ୍କ ନିକଟରେ ଆଣ୍ଟିବଡି ସୃଷ୍ଟି ହୋଇଛି। ପୂର୍ବ ତୁଳନାରେ ପିଲାମାନଙ୍କଠାରେ ଆଣ୍ଟିବଡି ବୃଦ୍ଧି ହୋଇଥିବା ଜଣାପଡ଼ିଥିଲା। ଏହି ସେରୋ ସର୍ଭେ ୨୦୨୧ ଏପ୍ରିଲ ୧ରୁ ଜୁନ ୧୫ଯାଏ ହୋଇଥିଲା। ମୁମ୍ବାଇର ୨୪ଟି ଓ୍ବାର୍ଡରୁ ମୋଟ ୨,୧୭୧୬ ରକ୍ତ ନମୁନା ସଂଗ୍ରହ କରାଯାଇଥିଲା। ଯେଉଁଥିରୁ ଜଣାପଡ଼ିଛି ଯେ, ୫୦ପ୍ରତିଶତରୁ ଊର୍ଦ୍ଧ୍ୱ ପିଲା କରୋନାରେ ଆକ୍ରାନ୍ତ ହୋଇସାରିଛନ୍ତି। ସେରୋ ସର୍ଭେରେ ମୋଟ ପଜିଟିଭ୍‌ ହାର ୫୧.୧୮ପ୍ରତିଶତ ମିଳିଥିଲା। ସେହିପରି ୧୦ରୁ ୧୪ବର୍ଷ ବୟସର ପିଲାମାନଙ୍କଠାରେ ସର୍ବାଧିକ ସିରୋ ପଜିଟିଭ୍‌ ୫୩.୪୩ ରହିଥିଲା। ଅନ୍ୟପଟେ ୧ରୁ ୪ ବର୍ଷର ପିଲାଙ୍କଠାରେ ୫୧.୦୪ ପ୍ରତିଶତ, ୫ରୁ ୯ବର୍ଷର ପିଲାଙ୍କଠାରେ ୪୭.୩୩ ପ୍ରତିଶତ ଓ ୧୫ରୁ ୧୮ବର୍ଷର ପିଲାଙ୍କଠାରେ ୫୧.୩୯ ପ୍ରତିଶତ ସେରୋ ପଜିଟିଭ୍‌ ମିଳିଥିବା ନେଇ ବିଏମ୍‌ସି ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍କରେ ସାରିଦେଲେ

ଭୁବନେଶ୍ୱର, ୧୫।୨(ସୁନିତ୍‌ ମିଶ୍ର): ୨୦୨୪ ନିର୍ୱାଚନ ପରଠାରୁ ଅନେକ ବିଷୟକୁ ନେଇ ନାନା ପ୍ରକାର ରାଜନୈତିକ ଚର୍ଚ୍ଚା ଜାରି ରହିଛି। ବିଜେଡିର ଭବିଷ୍ୟତ କ’ଣ ହେବ, ବିରୋଧୀ…

ଲମ୍ୱା ଯୁଦ୍ଧ ପାଇଁ ଆମେରିକାର ସଜବାଜ

ଓ୍ୱାଶିଂଟନ୍‌,୧୫ା୨: ଇରାନ ଏବଂ ଆମେରିକା ମଧ୍ୟରେ ଆଲୋଚନା ଫେଲ୍‌ ମାରିଛି। ଇରାନର ଆଣବିକ କାର୍ଯ୍ୟକ୍ରମକୁ ନେଇ ଗତ ସପ୍ତାହରେ ଓମାନ ମଧ୍ୟସ୍ଥତାରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା…

୧୨.୮୯ କୋଟି ଟଙ୍କାରେ ହେବ ସ୍ଥାୟୀ ରାଜମହଲ

ବରଗଡ଼,୧୫।୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ମହୋତ୍ସବ ପାଇଁ ସାରାବିଶ୍ୱରେ ବରଗଡ଼ର ସ୍ୱତନ୍ତ୍ର ପରିଚୟ ରହିଛି। ଗତ ଜାନୁୟାରୀ ମାସରେ ୭୮ତମ ଧନୁଯାତ୍ରା ମହୋତ୍ସବ ସରିଯାଇଛି।…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ମହାଶିବରାତ୍ରୀରେ ଉପାସରେ କପିଳାସ ଠାକୁର, ଧାରଣାରେ ସେବାୟତ

ଢେଙ୍କାନାଳ,୧୫।୨(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ମହାଶିବରାତ୍ରୀ ପାଳନବେଳେ ଉପବାସରେ ରହିଛନ୍ତି l…

କୁଶପଲ୍ଲା ଜଙ୍ଗଲରୁ ହାତୀର ଗଳିତ ଶବ ଜବତ, ହାତୀକୁ ମାରି ଦାନ୍ତ ନେଇଗଲେ ଶିକାରି

ଖୋର୍ଦ୍ଧା,୧୫।୨(ପ୍ରଭାତ ପାଣିଗ୍ରାହୀ): ଖେର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଜଂରେ କିଛି ଦିନ ହେଲା ଜଙ୍ଗଲୀ ହାତୀ ଓ ମଣିଷ ଲଢେଇ ଚାଲିଛି। କେତେବେଳେ ମଣିଷ ତ ଆଉ କେତବେଳେ…

ହ୍ୟାଣ୍ଡଶେକ୍‌ ପ୍ରସଙ୍ଗକୁ ଏଡ଼ାଇଲେ ଉଭୟ ଅଧିନାୟକ

କଲମ୍ୱୋ,୧୫ା୨(ପି.ଟି.): ଆମେ ହାତ ମିଳାଇବୁ କି ନାହିଁ, ତାହା ମ୍ୟାଚ୍‌ ପୂର୍ୱରୁ ଜଣାପଡ଼ିବ। କ୍ରିକେଟ ଉଚିତ ଭାବନା ସହ ଖେଳାଯିବା ଦରକାର। ହେଲେ ମୋ ବ୍ୟକ୍ତିଗତ ମତାମତ…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri