ଅନନ୍ୟାଙ୍କ ପ୍ରଶଂସକ ପାଲଟିଲା ମୁମ୍ବାଇ ପୋଲିସ

ମୁମ୍ବାଇ: ନାୟିକା ଅନନ୍ୟା ପାଣ୍ଡେ ନିଜର ଅଭିନୟକୁ ନେଇ ନ୍ୟୁ କମର ଭାବେ ବଲିଉଡରେ ସୃଷ୍ଟି କରିଛନ୍ତି ନିଜର ଏକ ଭିନ୍ନ ପରିଚୟ । ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ଅନନ୍ୟାଙ୍କ ଖୁବ୍ ପ୍ରଶଂସକ ବି ରହିଛନ୍ତି । କେବେ କେବେ ସେ ସୋସିଆଲ ମିଡିଆ ୟୁଜର୍ସଙ୍କ ବାଃ ବାଃ ପାଇ ଥାଆନ୍ତି ତ ପୁଣି କେବେ କେବେ ଟ୍ରୋଲ ବି ହୋଇ ଥାଆନ୍ତି । ହେଲେ ଏବେ ଏହି ଅଭିନେତ୍ରୀଙ୍କ ପ୍ରଶଂସକ ପାଲଟି ଯାଇଛି ମୁମ୍ବଇ ପୋଲିସ । ଅନନ୍ୟା ଏବେ ମୁମ୍ବାଇ ସାଇବର ପୋଲିସ ସହ ମିଶି ସାଇବର କ୍ରାଇମ ଉପରେ ସଚେତନତା ସୃଷ୍ଟି କରିବା ଆରମ୍ଭ କରିଛନ୍ତି । ନିକଟରେ ସେ ମୁମ୍ବାଇ ପୋଲିସର ସାଇବର ଅପରାଧ ଶାଖାର ଏସିପି ସନ୍ଦିପ କାର୍ତ୍ତିକ, ପିଏସ୍‌ଆଇ ଦତ୍ତାତ୍ରେୟ ଜ୍ଞାନେଶ୍ୱର ଭୋଜନେ ତଥା ପିଏସ୍‌ଆଇ ଅଜୟ କାଶୀନାଥ ପାଟିଲଙ୍କ ସହ ଏକ ଭର୍ଚୁଆଲ ମିଟିଂ କରିଥିଲେ । ଏହି ସମୟରେ ସେ ସାଇବର ଅପରାଧ ବିଷୟରେ ଏମାନଙ୍କଠାରୁ କିଛି ଜାଣିବାକୁ ଚାହିଁଥିଲେ । ଏହାସହ ସାଇବର ଅପରାଧକୁ ନେଇ ସେ କେତେଜଣ ବିଶେଷଜ୍ଞଙ୍କ ସହ ମଧ୍ୟ ଆଲୋଚନା କରିଥିଲେ । ତାଙ୍କର ମୂଳ ଉଦ୍ଦେଶ୍ୟ ଥିଲା ସୋସିଆଲ ମିଡିଆରେ କିପରି ନିଜର ସ୍ପେସ ଷ୍ଟ୍ରଙ୍ଗ କରିହେବ । ଏହାସହ ସାଇବର ଅପରାଧରୁ ନିଜକୁ କିପରି ବଞ୍ଚାଇ ହେବ । ଏହାପରେ ସେ ବିଭିନ୍ନ ସୋସିଆଲ ମିଡିଆରେ ୟୁଜର୍ସଙ୍କୁ ଏ ଦିଗରେ ସାହାଯ୍ୟ କରିବା ଆରମ୍ଭ କରିଛନ୍ତି । ତେବେ ସାଇବର ସ୍ପେସକୁ ସ୍ୱଚ୍ଛ ଓ ସୁରକ୍ଷିତ ରଖିବାକୁ ଅନନ୍ୟା ଯେଉଁ କାମ କରୁଛନ୍ତି ତାହା ପ୍ରକୃତରେ ପ୍ରଶଂସାଯୋଗ୍ୟ । ପୂର୍ବରୁ ମଧ୍ୟ ଏହାକୁ ନେଇ ଅଭିନେତ୍ରୀ ସ୍ୱର ଉଠାଇ ସାରିଛନ୍ତି । ଏବେ ମୁମ୍ବାଇ ପୋଲିସ ସହ ମିଶି ଅନନ୍ୟା ଯେଉଁ କାମ କରୁଛନ୍ତି ତାହା ମୁମ୍ବାଇ ପୋଲିସକୁ ଖୁବ୍ ପସନ୍ଦ ଆସିଛି ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri