Posted inଖେଳ

ସ୍ବାମୀଙ୍କ ନାମରେ ଟାଟୁ କରିଛନ୍ତି ଏହି କ୍ରିକେଟର୍‌ଙ୍କ ସ୍ତ୍ରୀ

ମୁମ୍ବାଇ ଇଣ୍ଡିଆନ୍ସର ବିସ୍ଫୋରକ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ଆଇପିଏଲର ଚଳିତ ସିଜନରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ସେ ଏପର୍ଯ୍ୟନ୍ତ ୧୩ଟି ମ୍ୟାଚରେ ୩୭୪ ରନ ସଂଗ୍ରହ କରିଛନ୍ତି। ସୂର୍ଯ୍ୟକୁମାରଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ ଗଲେ ତାଙ୍କ ସ୍ତ୍ରୀ ଦେଭିଶା ଜଣେ ନୃତ୍ୟ ଶିକ୍ଷକ। ସେ ମୁମ୍ବାଇରେ ନୃତ୍ୟ ଶିକ୍ଷକ ଭାବରେ କ୍ୟାରିଅର୍‌ ଆରମ୍ଭ କରିଥିଲେ। ୨୦୧୩ରୁ ୨୦୧୫ ପର୍ଯ୍ୟନ୍ତ ଦେଭିଶା ଏନଜିଓ ଦି ଲାଇଟହାଉସ ପ୍ରୋଜେକ୍ଟ ପାଇଁ ସ୍ବେଚ୍ଛାସେବୀ ଭାବରେ କାର୍ଯ୍ୟ କରିଥିଲେ। ସେ ଭ୍ରମଣ ଏବଂ ପହଁରିବାକୁ ମଧ୍ୟ ଭଲ ପାଆନ୍ତି। ଦେଭିଶା ମୁମ୍ବାଇର ଏକ କଲେଜରେ ଅଧ୍ୟୟନ କରିଥିଲେ। ସେ ଏମବିଏ ଡିଗ୍ରୀ ହାସଲ କରିଛନ୍ତି। ସ୍ବାମୀ ସୂର୍ଯ୍ୟଙ୍କ ନାମରେ ଦେଭିଶା ତାଙ୍କ ବେକରେ ଏକ ଟାଟୁ କରିଛନ୍ତି। ଦୁହେଁ ୨୦୧୬, ଜୁଲାଇ ୭ରେ ବିବାହ କରିଥିଲେ। ତାଙ୍କ ବାପା ହୋଟେଲ ବ୍ୟବସାୟ ସହିତ ଜଡିତ। ଏହି ସିଜିନରେ ସୂର୍ଯ୍ୟକୁମାର ମୁମ୍ବାଇ ପାଇଁ ତୃତୀୟ ସ୍ଥାନରେ ବ୍ୟାଟିଂ କରୁଛନ୍ତି। ଚଳିତ ଆଇପିଏଲରେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଅଷ୍ଟ୍ରେଲିଆ ଗସ୍ତ ପାଇଁ ସେ ଟିମ ଇଣ୍ଡିଆରେ ସ୍ଥାନ ପାଇନାହାଁନ୍ତି। ଏହାକୁ ନେଇ ଅନେକ ପୂର୍ବତନ କ୍ରିକେଟର୍‌ ପ୍ରଶ୍ନ ଉଠାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି-୨୦ ବିଶ୍ୱକପ୍‌ ପାଇଁ ଏବେଠୁ ଅଣ୍ଟା ଭିଡିଲାଣି ନ୍ୟୁଜିଲାଣ୍ଡ: ଦଳର ଏହି ପ୍ରମୁଖ ବୋଲର୍‌ଙ୍କୁ କଲା କୋଚ୍‌

ନୂଆଦିଲ୍ଲୀ,୧୭।୮: ୟୁଏଇରେ ଅକ୍ଟୋବରରୁ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ୱକପ୍‌। ଏହାପୂର୍ବରୁ ନ୍ୟୁଜିଲାଣ୍ଡ ଦଳ ନିଜର ପ୍ରସ୍ତୁତି ଆରମ୍ଭ କରିଛି। ଏକ ବଡ଼ ନିଷ୍ପତ୍ତି ସ୍ବରୂପ...

ଖେଳାଳିଙ୍କ ଧର୍ମଘଟ ପଛରେ ଷଡ଼ଯନ୍ତ୍ର ରହିଛି: ବିସିବି

ଢାକା, ୨୩ା୧୦ (ପି.ଟି.)-ଜାତୀୟ ଖେଳାଳିଙ୍କ ଅଦ୍ଭୁତପୂର୍ବ ଧର୍ମଘଟ ପଛରେ ଷଡ଼ଯନ୍ତ୍ର ରହିଥିବା ବାଂଲାଦେଶ କ୍ରିକେଟ ବୋର୍ଡ(ବିସିବି) ସଭାପତି ନାଜିବୁଲ ହସନ ମଙ୍ଗଳବାର କହିିଛନ୍ତି। ଅନ୍ୟପକ୍ଷରେ ପୂର୍ବ...

ଟସ୍‌ ଜିତି ବୋଲିଂ କରିବ ହାଇଦ୍ରାବାଦ

ମୁମ୍ବାଇ,୧୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ସୋମବାର ୨୧ତମ ମ୍ୟାଚରେ ସନ୍‌ରାଇଜର୍ସ ହାଇଦ୍ରାବାଦ ଅଧିନାୟକ କେନ୍‌ ଓ୍ବିଲିୟମ୍‌ସନ୍‌ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ...

କମ୍‌ ରନ୍‌ ଦେଇ ଅଧିକ ଉଇକେଟ ନେବାର ରେକର୍ଡ

ନର୍ଥ ସାଉଣ୍ଡ,୨୬।୮: ଏଠାରେ ଖେଳାଯାଇଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟକୁ ଭାରତୀୟ ଦଳ ବୃହତ୍‌ ବ୍ୟବଧାନରେ ଜିତିନେଇଛି। ବିଜୟରେ ୟର୍କର ସ୍ପେଶାଲିଷ୍ଟ ଯଶ୍‌ପ୍ରୀତ ବୁମ୍‌ରା ପ୍ରମୁଖ...

ଓଡ଼ିଶାର ଦୃଢ଼ ଜବାବ

ଭୁବନେଶ୍ୱର, ୨୯।୧୨ (କ୍ରୀଡ଼ା ପ୍ରତିନିଧି): କଟକର ଡ୍ରିମ୍ସ ଗ୍ରାଉଣ୍ଡରେ ଚାଲିଥିବା ରଣଜୀ ଟ୍ରଫି କ୍ରିକେଟ ମ୍ୟାଚରେ ହରିୟାଣାକୁ ଦୃଢ଼ ଜବାବ ଦେଇଛି ଘରୋଇ ଓଡ଼ିଶା। ହରିୟାଣାର...

ଗମ୍ଭୀରଙ୍କ ସହ ବିଶେଷ ମୁହୂର୍ତ୍ତ ଅପାସୋରା

ରାଜ୍ୟ କ୍ରିକେଟ୍‌ରେ କ୍ରିଷ୍ଣା ପଲାଇ ଜଣେ ନବାଗତ ଚେହେରା। ରାଉରକେଲାରେ ତାଙ୍କର ଜନ୍ମ୍ମ। ସ୍ପିନ୍‌ ବୋଲର ଭାବେ ସେ ଓଡ଼ିଶା ପକ୍ଷରୁ ପ୍ରତିନିିଧିତ୍ୱ କରନ୍ତି। ପିତା...

୨୭ଥର ଅଶ୍ୱିନ ପାଇଁ ଏହି କାମ କରିଛନ୍ତି ଅଜିଙ୍କେ ରାହାନେ

ମେଲବୋର୍ନ,୨୮।୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ (ଏମସିଜି) ଖେଳାଯାଉଥିବା ବକ୍ସିଂ ଡେ’ ଟେଷ୍ଟରେ ରବିଚନ୍ଦ୍ରନ ଅଶ୍ୱିନ ଏବଂ ଅଜିଙ୍କେ ରାହାନେ ମିଶି...

ହାଇ ମାରି ଚର୍ଚ୍ଚାରେ ଅଛନ୍ତି ଏହି କ୍ରିକେଟର୍‌, ସ୍ବାମୀଙ୍କ ଏହି ଅଭ୍ୟାସକୁ ନେଇ ସ୍ତ୍ରୀ କହିଲେ ଏମିତି

ପାକିସ୍ତାନର ପୂର୍ବତନ ଅଧିନାୟକ ସରଫରାଜ ଅହମ୍ମଦ ଅନେକ ସମୟରେ ସୋସିଆଲ ମିଡିଆରେ ଟ୍ରୋଲ ହୋଇଥାନ୍ତି। ଏବେ ସେ ମ୍ୟାଚ୍‌ବେଳେ ହାଇ ମାରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି।...

Advertisement
Archives

Model This Week