Posted inଖେଳ

ବଦଳିଯିବ ମୁମ୍ବାଇ ଇଣ୍ଡିଆନ୍ସ ଦଳର ନାମ! ୭୦୦ କୋଟିର ଡିଲ୍‌ ପରେ ନିଆଯାଇଛି ନିଷ୍ପତ୍ତି?

ମୁମ୍ବାଇ,୨୨।୮: ମୁମ୍ବାଇ ଇଣ୍ଡିଆନ୍ସ ଫ୍ରାଞ୍ଚାଇଜ ବିଦେଶରେ ମଧ୍ୟ ବହୁତ ଟଙ୍କା ନିବେଶ କରୁଛି। କିଛି ସପ୍ତାହ ପୂର୍ବରୁ, MI ଫ୍ରାଞ୍ଚାଇଜ ଦି ହଣ୍ଡ୍ରେଡ ଲିଗର ଓଭାଲ ଇନଭିନ୍ସିବଲ୍ସ ଦଳରେ ୪୯ ପ୍ରତିଶତ ଅଂଶଧନ କିଣିଛି। ଏବେ ଏକ ଗଣମାଧ୍ୟମ ରିପୋର୍ଟ ପ୍ରକାଶ ପାଇଛି ଯେ ଓଭାଲ ଇନଭିନ୍ସିବଲ୍ସ ‘MI ଲଣ୍ଡନ’ ଭାବରେ ଜଣାଯିବ। ଏହି ନୂତନ ନାମ ପରବର୍ତ୍ତୀ ସିଜିନ ପ୍ରଯୁଜ୍ୟ ହେବ। ଆପଣଙ୍କୁ ଜଣାଇ ଦେଉଛୁ ଯେ ଓଭାଲ ଇନଭିନ୍ସିବଲ୍ସ ଷଷ୍ଠ ଦଳ ପାଲଟିଛି ଯାହାର ମାଲିକାନା ମୁମ୍ବାଇ ଇଣ୍ଡିଆନ୍ସ ପାଖରେ ଅଛି।

ଦି ଟେଲିଗ୍ରାଫ ଅନୁଯାୟୀ, ଦି ହଣ୍ଡ୍ରେଡ ସିଜିନ ୨୦୨୬ ପୂର୍ବରୁ ଓଭାଲ ଇନଭିନ୍ସିବଲ୍ସର ନାମ ‘MI ଲଣ୍ଡନ’ ରଖାଯିବ। ୨୦୨୫ ସିଜିନ ଆରମ୍ଭ ହେବା ପୂର୍ବରୁ, ଦି ହଣ୍ଡ୍ରେଡ ଦଳରେ ଅତି କମରେ ୪୯ ପ୍ରତିଶତ ଅଂଶଧନ ପାଇଁ ବିଡିଂ ଆରମ୍ଭ ହୋଇଥିଲା। ଏଥିମଧ୍ୟରୁ, MI ଫ୍ରାଞ୍ଚାଇଜ ଓଭାଲ ଇନଭିନ୍ସିବଲ୍ସ ଦଳ ପାଇଁ ବିଡିଂ କରିଥିଲା, ଯାହାର ମୂଲ୍ୟ ୧୨୩ ନିୟୁତ ପାଉଣ୍ଡ ବୋଲି କୁହାଯାଉଥିଲା। ଯେହେତୁ ମୁମ୍ବାଇ ଇଣ୍ଡିଆନ୍ସ ୪୯ ପ୍ରତିଶତ ଅଂଶଧନ କିଣିଛି, ତେଣୁ ସେମାନଙ୍କୁ ଏଥିପାଇଁ ୬୦ ନିୟୁତ ପାଉଣ୍ଡରୁ ଅଧିକ ଦେବାକୁ ପଡିବ। ଯାହା ଭାରତୀୟ ମୁଦ୍ରାରେ ୭୦୦ କୋଟି ଟଙ୍କାରୁ ଅଧିକ ହେବ।

ମୁମ୍ବାଇ ଇଣ୍ଡିଆନ୍ସ ଏବେ ଓଭାଲ ଇନଭିନ୍ସିବଲ୍ସରେ ୪୯ ପ୍ରତିଶତ ଅଂଶଧନ ରଖିଛି, ବାକି ୫୧ ପ୍ରତିଶତ ଏବେ ବି ସରେ କାଉଣ୍ଟି କ୍ଲବର ମାଲିକାନା। ଦି ଟେଲିଗ୍ରାଫ ରିପୋର୍ଟ ଅନୁଯାୟୀ, ସରେ ଚାହୁଁଥିଲା ଯେ ଓଭାଲ ଇନଭିନ୍ସିବଲ୍ସର ନିଜସ୍ବ ନାମ ରହୁ, ଏହା ସତ୍ତ୍ୱେ, ପରବର୍ତ୍ତୀ ସିଜନରୁ ଦଳଟି MI ଲଣ୍ଡନ ନାମରେ ନାମିତ ହେବ।

ମୁମ୍ବାଇ ଇଣ୍ଡିଆନ୍ସ ଫ୍ରାଞ୍ଚାଇଜ୍ର ବର୍ତ୍ତମାନ ସାରା ବିଶ୍ୱରେ ମୋଟ ୬ଟି ଦଳ ଅଛି। ମୁମ୍ବାଇ ଇଣ୍ଡିଆନ୍ସ ଦଳ BCCI ଦ୍ୱାରା ପରିଚାଳିତ ଇଣ୍ଡିଆନ ପ୍ରିମିୟର ଲିଗ (IPL) ଏବଂ ମହିଳା ପ୍ରିମିୟର ଲିଗ (WPL) ରେ ଖେଳେ। ମୁମ୍ବାଇ ଇଣ୍ଡିଆନ୍ସ ଆମେରିକାର ମେଜର୍‌ ଲିଗ କ୍ରିକେଟ (MLC) ରେ MI ନ୍ୟୁୟର୍କର ମାଲିକ। ଏହା ବ୍ୟତୀତ ଦକ୍ଷିଣ ଆଫ୍ରିକାର SA20 ରେ MI କେପ ଟାଉନ, ଇଣ୍ଟରନ୍ୟାସନାଲ ଲିଗ T20 (ILT20) ରେ MI ଏମିରେଟ୍ସ ଏବଂ ଇଂଲଣ୍ଡର The Hundred ଲିଗ ରେ Oval Invincibles, ଏସବୁ MI ଫ୍ରାଞ୍ଚାଇଜର ମାଲିକାନା।


Enter your email to get our daily news in your inbox.

All Right Reserved By Dharitri.Com

ଗାଡ଼ି ଉପରେ ଏୟାର ଷ୍ଟ୍ରାଇକ୍‌, ଲେବାନନ୍‌ ସେନା ଅଫିସରଙ୍କ ସମେତ ଚାଲିଗଲା ୯ ଜୀବନ

ବେରୁଟ୍‌ ,୬ା୬: ଇସ୍ରାଏଲ ଏବଂ ଲେବାନନ୍‌ ମଧ୍ୟରେ ନୂଆ ଅସ୍ତ୍ରବିରତି ଚୁକ୍ତିନାମା ସତ୍ତ୍ୱେ ଇସ୍ରାଏଲୀ ସେନା ଆକ୍ରମଣ ଜାରି ରଖିଛି। ଇସ୍ରାଏଲୀ ସେନା ଶନିବାର ଦକ୍ଷିଣ ଲେବାନନ୍‌ରେ…

ସାଇବର ଜାଲିଆତି ସିଣ୍ଡିକେଟ୍‌ର ବଡ଼ ପର୍ଦ୍ଦାଫାଶ

ନୂଆଦିଲ୍ଲୀ,୬ା୬: କେନ୍ଦ୍ରୀୟ ଦିଲ୍ଲୀ ପୋଲିସ ମାସେବ୍ୟାପୀ ଚଢ଼ାଉ କରି ୭ଟି ଆନ୍ତଃରାଜ୍ୟ ସାଇବର ଜାଲିଆତି ସିଣଣ୍ଡିକେଟ୍‌ର ପର୍ଦ୍ଦାଫାଶ କରିବା ସହ ୧୪ ଜଣଙ୍କୁ ଗିରଫ କରିଛି। ଜଣେ…

ଆମେରିକା ପ୍ରବେଶ ପାଇଁ ଇରାନ ଫୁଟବଲ ଦଳକୁ ମିଳିଲା ଭିଜା

ଓ୍ବାଶିଂଟନ,୫।୬: ଯୁକ୍ତରାଷ୍ଟ୍ର ଆମେରିକା(ୟୁଏସ୍‌) ଇରାନ ବିଶ୍ୱକପ୍‌ ପୁଟ୍‌ବଲ ଦଳର ସଦସ୍ୟମାନଙ୍କୁ ଭିଜା ପ୍ରଦାନ କରିଛି। ଫଳରେ ଇରାନ ଦଳ ଆମେରିକାରେ ପ୍ରବେଶ କରିପାରିବ। ମେକ୍ସିକୋର ଟିଜୁଆନାରେ ଦଳ…

ପେଟ୍ରୋଲ ପମ୍ପ ଛାଡ଼ନ୍ତୁ, ଘର ଆଗରେ ଲଗାନ୍ତୁ EV ଚାର୍ଜିଂ ଷ୍ଟେଶନ; କେଇଦିନରେ ବଦଳିଯିବ ଆପଣଙ୍କ ଭାଗ୍ୟ!

ନୂଆଦିଲ୍ଲୀ,୬।୫: ଦିନ ଥିଲା ଯେତେବେଳେ ପେଟ୍ରୋଲ ପମ୍ପର ମାଲିକ ହେବା ପ୍ରତ୍ୟେକ ବ୍ୟବସାୟୀଙ୍କ ପାଇଁ ଏକ ବଡ଼ ସ୍ବପ୍ନ ଥିଲା। କିନ୍ତୁ ବଦଳୁଥିବା ସମୟ ସହିତ ଏହି…

ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୩୬୮/୩

ନୂଆ ଚଣ୍ଡିଗଡ଼,୬ା୬ ଭାରତ-ଆଫଗାନିସ୍ତାନ ମଧ୍ୟରେ ଏକମାତ୍ର ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ମ୍ୟାଚ୍‌ର ପ୍ରଥମ ଦିନ ସମ୍ପୂର୍ଣ୍ଣ ରୂପେ ଭାରତୀୟ ବ୍ୟାଟରଙ୍କ ନିୟନ୍ତ୍ରଣରେ ରହିଛି। ଅଧିନାୟକ…

ମା ଙ୍କୁ ଆକ୍ରମଣ ପରେ ଝିଅଙ୍କୁ ବଳାତ୍କାର ଉଦ୍ୟମ: ଅଭିଯୁକ୍ତ ଗଲେ ଜେଲ   

ଦିଗପହଣ୍ଡି,୬|୬(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଳକ ଚୁଡୁଙ୍ଗପୁର ଗ୍ରାମର ଜଣେ ବିବାହିତା ଯୁବତୀ ତାଙ୍କ ଘର ବାରଣ୍ଡାରେ ବସିଥିବା ବେଳେ  ଗ୍ରାମର ଏ.ଶଙ୍କର ପାତ୍ର ତାଙ୍କୁ…

ରକ୍ତ ଦାନ ମହତ ଦାନ: ଆୟୋଜନ ପାଇଁ ପ୍ରସ୍ତୁତି

ଦିଗପହଣ୍ଡି, ୬|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡିର ଜଣାଶୁଣା ଫଟୋ ଏବଂ ଭିଡିଓଗ୍ରାଫର ସ୍ବର୍ଗତ ଓଡ଼ି ପ୍ରଦୀପ କୁମାରଙ୍କ ଦ୍ଵାଦଶାହ ସ୍ମୃତି ସଭା ଅବସରରେ  ଏକ…

ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ଏମ୍‌ଭି-୯୭କୁ ହରାଇ ବେଣ୍ଡାଗୁଡ଼ା ବିଜୟୀ

କୋରୁକୋଣ୍ଡା,୬ା୬(ଅଶୋକ କୁମାର ପରିଡ଼ା): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ତୁମୁସାପାଲ୍ଲୀ ପଞ୍ଚାୟତ ଏମ୍‌ଭି-୨୨ ଗ୍ରାମ ପଡ଼ିଆରେ ଜୟ ମା’ କାଳୀ କ୍ରିକେଟ ଟୁର୍ନାମେଣ୍ଟ ଶନିବାର ଶୁଭାରମ୍ଭ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri