Posted inଖେଳ

କ୍ୟାପଟେନ ରୋହିତଙ୍କ ଯାଦୁ : ୧୦ ରନ୍‌ରେ ଜିତିଲା ମୁମ୍ବାଇ

ଚେନ୍ନାଇ, ୧୩ା୪- ସୋମବାର ଭଳି ମଙ୍ଗଳବାର ମଧ୍ୟ ଆଇପିଏଲରେ ଦେଖିବାକୁ ମିଳିଥିଲା ରୋମାଞ୍ଚଭରା ମ୍ୟାଚ୍‌। ତେବେ ଏଥିରେ ଛକା ବର୍ଷା ନୁହେଁ ଉଇକେଟ ଝଡ଼ ଦେଖିବାକୁ ମିଳିଥିଲା। ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୧୫୨ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। କେକେଆର ପାଇଁ ଆନ୍ଧ୍ରେ ରସେଲ ହାତେଇଥିଲେ ୫ ଉଇକେଟ ସଫଳତା। ଜବାବରେ ୧୨.୫ ଓଭର ସୁଦ୍ଧା କୋଲକାତା ୩ ଉଇକେଟ ହରାଇ ୧୦୪ ରନ୍‌ କରିଥିଲା। ବିଜୟ ନିଶ୍ଚିତ ଥିଲା। କିନ୍ତୁ ଏହାପରେ ଦେଖିବାକୁ ମିଳିଥିଲା କ୍ୟାପଟେନ ରୋହିତ ଶର୍ମାଙ୍କ ଯାଦୁ। ସ୍ପିନରଙ୍କ ୮ ଓଭର ଶେଷକୁ ରଖିଥିଲେ। ଏପରି କି ଦୀର୍ଘ ଦିନ ପରେ ବୋଲିଂ କରିଥିଲେ ରୋହିତ। ରାହୁଲ ଚହର (୪) ଓ କ୍ରୁନାଲ ପାଣ୍ଡ୍ୟାଙ୍କ ଯୋଡ଼ି ହାତେଇଥିଲେ ୫ ଉଇକେଟ। ତା’ଠୁ ବଡ଼ କଥା ହେଲା ସେମାନେ ୮ ଓଭରରେ ମାତ୍ର ୪୦ ରନ୍‌ ଖର୍ଚ୍ଚ କରିଥିଲେ।

ତାଙ୍କ ପରେ ଗୁରୁତ୍ୱପୂର୍ଣ୍ଣ ୧୭ତମ ଓଭରରେ ନୋ ବଲ ପକାଇଥିଲେ ଯଶପ୍ରୀତ ବୁମରା। ଫ୍ରି ହିଟ୍‌ରେ ଚୌକା ମାରିଲେ ରସେଲ। ଅନ୍ୟ ପଟେ ଅଭିଜ୍ଞ ଦୀନେଶ କାର୍ତ୍ତିକ ଥିଲେ। ୧୯ ତମ ଓଭରରେ ବୁମରାଙ୍କ ଘାତକ ବୋଲିଂ। ସେତେବେଳେ କେକେଆରକୁ ଆବଶ୍ୟକ ଥିଲା ୧୨ ବଲରେ ୧୯ ରନ୍‌। କିନ୍ତୁ ୪ ରନ୍‌ ଦେଇଥିଲେ ବୁମରା। ଆଉ ଟ୍ରେଣ୍ଟ ବୋଲ୍ଟ ଅନ୍ତିମ ଓଭରରେ ରସେଲଙ୍କୁ ଆଉଟ୍‌ କରି କେକେଆର ସବୁ ସମ୍ଭାବନାର ଶେଷ କରିଦେଇଥିଲେ। ଫଳରେ ୧୪୨/୭ ସ୍କୋରରେ ଅଟକି ଯାଇଥିଲା କୋଲକାତାର ଇନିଂସ।


Enter your email to get our daily news in your inbox.

All Right Reserved By Dharitri.Com

ଏହି କ୍ରିକେଟରଙ୍କ ନାମରେ ଯୌନ ନିର୍ଯାତନା ମାମଲା, ଜାଣନ୍ତୁ…

ଢାକା,୧୧ା୧୨: ବାଂଲାଦେଶର ପେସ ବୋଲିଂ ଅଲରାଉଣ୍ଡର ତୋଫେଲ ଅହମଦ ରେହାନ ବିବାହ ପ୍ରଲୋଭନ ଦେଖାଇ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହି...

ମ୍ୟାଁମାର ସେନାର ଏୟାର ଷ୍ଟ୍ରାଇକ୍‌ରେ ହସ୍ପିଟାଲ ଧ୍ୱଂସ: ୩୪ ରୋଗୀ, ମେଡିକାଲ କର୍ମଚାରୀଙ୍କ ମୃତ୍ୟୁ

ୟାଙ୍ଗୋନ୍,୧୧ା୧୨: ମ୍ୟାଁମାରରେ ଚାଲିଥିବା ଗୃହଯୁଦ୍ଧ ମଧ୍ୟରେ ସେନା ପକ୍ଷରୁ କରାଯାଇଥିବା ଏକ ଏୟାର ଷ୍ଟ୍ରାଇକ୍‌ରେ ଏକ ହସ୍ପିଟାଲ୍ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ ହୋଇଯାଇଛି। ଆରାକାନ୍ ଆର୍ମି...

ମ୍ୟାଚ ପୂର୍ବରୁ ଗୁରୁଜ୍ଞାନ ଦେଲେ ଯୁବରାଜ, ହାରିଗଲା ଟିମ୍ ଇଣ୍ଡିଆ

ମୁଲାନପୁର,୧୧ା୧୨: ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାଠାରୁ ୫୧ ରନ୍‌ରେ ପରାସ୍ତ...

ବୋଲର, ବ୍ୟାଟରଙ୍କ ଖରାପ ପ୍ରଦର୍ଶନ: ଦ୍ୱିତୀୟ T20ରେ ଭାରତର ଶୋଚନୀୟ ପରାଜୟ

ମୁଲାନପୁର,୧୧ା୧୨: ମୁଲାନପୁରରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଦକ୍ଷିଣ ଆଫ୍ରିକାଠାରୁ ଭାରତ ୫୧ ରନରେ ଶୋଚନୀୟ ଭାବେ ପରାସ୍ତ ହୋଇଛି। ପ୍ରଥମେ ବୋଲର ଏବଂ...

ଆମେରିକାରେ ରହଣି ସମୟରେ ସନ୍ତାନ ଜନ୍ମ କଲେ ଭିସା ବାତିଲ, ପ୍ରଭାବିତ ହେବେ ଅନେକ ଭାରତୀୟ

ନୂଆଦିଲ୍ଲୀ,୧୧ା୧୨: ଆମେରିକାରେ ନାଗରିକତ୍ୱ ହାସଲ କରିବା ପାଇଁ ‘ଜନ୍ମ ପର୍ଯ୍ୟଟନ’କୁ ବନ୍ଦ କରିବା ଲକ୍ଷ୍ୟରେ ଆମେରିକା ଭିସା ନିୟମକୁ କଡ଼ାକଡ଼ି କରିଛି। ଭାରତରେ ଥିବା ଆମେରିକା...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ T20I: ଡି’ କକ୍‌ଙ୍କ ବିସ୍ଫୋରକ ଇନିଂସ୍; ଭାରତ ଆଗରେ ବିଶାଳ ଲକ୍ଷ୍ୟ

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଇଥିବା ଦ୍ୱିତୀୟ T20Iରେ ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ୍ କ୍ୱିଣ୍ଟନ୍ ଡି’ କକ୍‌ଙ୍କ ବିସ୍ଫୋରକ ବ୍ୟାଟିଂ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri