ଖାଲି ପଦ ପୂରଣ ପାଇଁ ପ୍ରକାଶ ପାଇବ ଏକାଧିକ ବିଜ୍ଞପ୍ତି: କ୍ୟାବିନେଟର ଅନୁମୋଦନ 

ଭୁବନେଶ୍ୱର,୨୫।୧୧(ରବିନାରାୟଣ ଜେନା):ରାଜ୍ୟରେ ବିଭିନ୍ନ ନିଯୁକ୍ତି ପରୀକ୍ଷାରେ ସ୍ବଚ୍ଛତା ଆଣିବା ଲାଗି ରାଜ୍ୟ ସରକାର ନୂତନ ଆୟୋଗ ଗଠନ କରିବାକୁ ନିକଟରେ ନିଷ୍ପତ୍ତି ନେଇଥିବାବେଳେ ସୋମବାର ରାଜ୍ୟ କ୍ୟାବିନେଟ୍‌ ପୁଣି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି।
ଲୋକସେବାଭବନରେ ସୋମବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‌ ବୈଠକରେ  ଖାଲି ପଦକୁ ତ୍ୱରିତ୍‌ ଭିତ୍ତିରେ ପୂରଣ କରିବା ଲାଗି ବର୍ଷକରେ ଏକାଧିକ ଥର ବିଜ୍ଞପ୍ତି ପ୍ରକାଶ ପାଇବାକୁ ନିଷ୍ପତ୍ତି ହୋଇଛି। କ୍ୟାବିନେଟ ବୈଠକ ପରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ  ସୁରେନ୍ଦ୍ର କୁମାର   ସାଧାରଣ ପ୍ରଶାସନ ବିଭାଗର ତିନୋଟି ଅନୁମୋଦନପ୍ରାପ୍ତ ପ୍ରସ୍ତାବ ଉପରେ ଗଣମାଧ୍ୟମକୁ କହିଛନ୍ତି,  ରାଜ୍ୟ ସରକାରଙ୍କ ଅଧୀନ ‘ଖ’ ଓ ‘ଗ’ ବର୍ଗର ସ୍ବତନ୍ତ୍ର ସେବା ଓ ପଦବୀରେ ନିଯୁକ୍ତ ଲାଗି ମିଳିତ ସ୍ନାତକସ୍ତର ନିଯୁକ୍ତି ପ୍ରକ୍ରିୟା ନିୟମାବଳୀ-୨୦୨୨ରେ ସଂଶୋଧନ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ ଦେଇଛନ୍ତି। କ୍ୟାବିନେଟର ନିଷ୍ପତ୍ତିକ୍ରମେ ନିୟମାବଳୀ-୨୦୨୨ର ସିଡ୍ୟୁଲ-୮ରେ ୧୪ଗୋଟି ନୂତନ ପଦବୀକୁ
ଅନ୍ତର୍ଭୁକ୍ତ କରାଯିବା ସହିତ ପୂର୍ବରୁ ଅନ୍ତର୍ଭୁକ୍ତ ହୋଇଥିବା ୪ଟି
ପଦବୀକୁ (କ୍ରମିକ ସଂଖ୍ୟା ୧୦, ୧୪, ୧୫ ଓ ୧୭) ବାଦ୍‌ ଦିଆଯିବ। ଏହାଦ୍ବାରା ଓଡ଼ିଶା କର୍ମଚାରୀ ପ୍ରବରଣ ଆୟୋଗ ସମସ୍ତ ୩୯ ଗୋଟି
ସ୍ବତନ୍ତ୍ର ପଦବୀଗୁଡ଼ିକୁ ମିଳିତ ସ୍ନାତକସ୍ତର ନିଯୁକ୍ତି ପରୀକ୍ଷାରେ
ପରିଚାଳିତ କରିପାରିବେ।
କୁମାର ଆହୁରି କହିଛନ୍ତି,   ପୂର୍ବରୁ  ‘ଖ’ବର୍ଗ ଏବଂ ‘ଗ’ ବର୍ଗ ଅନ୍ତର୍ଗତ ବିଭିନ୍ନ ସେବା ଓ ପଦବୀରେ ନିଯୁକ୍ତି ନିମନ୍ତେ ମିଳିତ ସ୍ନାତକସ୍ତର ନିଯୁକ୍ତି ପ୍ରକ୍ରିୟା ନିୟମାବଳୀ-୨୦୨୨ର ସିଡ୍ୟୁଲ-୧ ଭିତରେ ୨୦ ଗୋଟି ବିଭିନ୍ନ ପଦବୀ ଅନ୍ତର୍ଭୁକ୍ତ କରାଯାଇଥିଲା। ବର୍ତ୍ତମାନ, ଉପରୋକ୍ତ ନିୟମାବଳୀ-୨୦୨୨ର ନିୟମ-୩ରେ ଧାର୍ଯ୍ୟ କରାଯାଇଥିବା ବ୍ୟବସ୍ଥା ଅନୁଯାୟୀ, ଏହି ଉଭୟ ବର୍ଗର ବିଭିନ୍ନ ସେବା ଓ ପଦବୀରେ ନିଯୁକ୍ତି ନିମନ୍ତେ ମିଳିତ ସ୍ନାତକସ୍ତର ନିଯୁକ୍ତି ପ୍ରକ୍ରିୟା ନିୟମାବଳୀ-୨୦୨୨ର ସିଡୁଲ-୧୪ ଗୋଟି ନୂତନ ପଦବୀକୁ ଅନ୍ତର୍ଭୁକ୍ତ କରାଯିବ; ଯାହାଫଳରେ ଓଡ଼ିଶା କର୍ମଚାରୀ ପ୍ରବରଣ ଆୟୋଗ ସର୍ବମୋଟ ୨୪ ଗୋଟି ଭିନ୍ନ ପଦବୀଗୁଡ଼ିକୁ ମିଳିତ ସ୍ନାତକସ୍ତର ନିଯୁକ୍ତି ପରୀକ୍ଷାରେ ପରିଚାଳିତ କରିପାରିବେ।
ସେହିପରି   ନିୟମାବଳୀ-୨୦୨୨ର ନିୟମ-୫(ବି)ର ବ୍ୟବସ୍ଥା ଅନୁଯାୟୀ, ବିଭିନ୍ନ ବିଭାଗ ତଥା ମୁଖ୍ୟ ବିଭାଗୀୟ ଦପ୍ତରଙ୍କଠାରୁ ଅଧିକରଣପତ୍ର ଆଧାରରେ ଆୟୋଗ ପ୍ରତିବର୍ଷ ଖାଲିଥିବା ପଦବୀ ପୂରଣ ପାଇଁ ସେହିବର୍ଷ ଥରେ ମାତ୍ର ବିଜ୍ଞପ୍ତି ପ୍ରକାଶ କରି ମିଳିତ ନିଯୁକ୍ତି ପରୀକ୍ଷା ପରିଚାଳନା କରିଆସୁଛି। ବର୍ତ୍ତମାନ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ପ୍ରଥମ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପରମୁହୂତ୍ତର୍ର୍ରେ ଆୟୋଗ ପାଖରେ ଅଧିକ ବିଭିନ୍ନ ପଦବୀ ନିଯୁକ୍ତି ପାଇଁ ଅଧିକରଣପତ୍ର ଆସିଲେ, ସେହି କ୍ୟାଲେଣ୍ଡର ବର୍ଷରେ ଅନ୍ୟ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇପାରିବ।
ସୁରେନ୍ଦ୍ର କୁମାର କହିଥିଲେ, ଉଚ୍ଚ ମାଧ୍ୟମିକ (୧୦+୨)ସ୍ତର କିମ୍ବା ସମାନସ୍ତର ଅଧୀନସ୍ଥ ସ୍ବତନ୍ତ୍ର ସେବା ଓ ପଦବୀ ପାଇଁ ମିଳିତ ନିଯୁକ୍ତିି ପରୀକ୍ଷା ନିୟମାବଳୀ-୨୦୨୨ର ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ଦେଇଛି। ପୂର୍ବରୁ ଉଚ୍ଚ ମାଧ୍ୟମିକ(୧୦+୨) ସ୍ତର କିମ୍ବା ସମାନସ୍ତର ଅଧୀନସ୍ଥ ସ୍ବତନ୍ତ୍ର ସେବା ଓ ପଦବୀ ପାଇଁ ମିଳିତ ନିଯୁକ୍ତି ପରୀକ୍ଷା ନିୟମାବଳୀ-୨୦୨୨ର ସିଡୁଲ-୧ରେ ୧୧ ଗୋଟି ଭିନ୍ନ ପଦବୀ ଅନ୍ତର୍ଭୁକ୍ତ କରାଯାଇଥିଲା। ବର୍ତ୍ତମାନର ସଂଶୋଧନକ୍ରମେ ୨୦୨୨ର ନିୟମ-୩ରେ ଧାର୍ଯ୍ୟ କରାଯାଇଥିବା ବ୍ୟବସ୍ଥା ଅନୁଯାୟୀ, ଉଚ୍ଚ ମାଧ୍ୟମିକ (୧୦+୨)ସ୍ତର କିମ୍ବା ସମାନସ୍ତର ଅଧୀନସ୍ଥ ସ୍ବତନ୍ତ୍ର ସେବା ଓ ପଦବୀ ପାଇଁ ମିଳିତ ନିଯୁକ୍ତି ପରୀକ୍ଷା ନିୟମାବଳୀ-୨୦୨୨ର ସିଡ୍ୟୁଲ-୧ରେ ୧ ଗୋଟି ନୂତନ ପଦବୀ ତଥା ସ୍ବରାଷ୍ଟ୍ର ବିଭାଗର ରାଜ୍ୟ ଅପରାଧବିଧି ବିଜ୍ଞାନାଗାର ଅଧୀନରେ ଥିବା କନିଷ୍ଠ ଅପରାଧବିଧି ସହାୟକ ପଦବୀକୁ ଅନ୍ତର୍ଭୁକ୍ତ କରାଯିବ; ଯାହାଫଳରେ ଓଡ଼ିଶା କର୍ମଚାରୀ ପ୍ରବରଣ ଆୟୋଗ ସର୍ବମୋଟ ୧୨ ଗୋଟି ଭିନ୍ନ ପଦବୀ ଗୁଡ଼ିକୁ ମିଳିତ ନିଯୁକ୍ତି ପରୀକ୍ଷାରେ ପରିଚାଳିତ କରିପାରିବେ ବୋଲି ସେ କହିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ଧାନ ଫସଲରେ ବ୍ୟାପୁଛି ନଳିପୋକ, ଚକଡ଼ା ରୋଗ, ଚିନ୍ତାରେ ଚାଷୀ

ବରଗଡ଼,୨୧।୯(ପ୍ରେମାନନ୍ଦ ଖମାରୀ): ବର୍ଷା କମିଛି। ଗୁଳୁଗୁଳି ଆରମ୍ଭ ହୋଇଛି। ଏଭଳି ସ୍ଥିତିରେ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଧାନ ଫସଲରେ ନଲିପୋକ (ପତ୍ରପୋଡ଼ା), ଚକଡ଼ା…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

ଆଜି ଅବପାତ ରୂପ ନେବ ଲଘୁଚାପ, ପାଣିପାଗ ବିଭାଗ କହିଲା ବୁଧବାର ସକାଳ ସୁଦ୍ଧା…

ଭୁବନେଶ୍ୱର,୨୧ା୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ରବିବାର ସକାଳେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରକୁ…

ଟେନସନ ବଢାଇଲେଣି ଅଭିଜିତ ଦୀପକେ, ଜାଣନ୍ତୁ ଏଥର କାହାର ଇସ୍ତଫା ଦାବି କରୁଛନ୍ତି

ନୂଆଦିଲ୍ଲୀ,୨୧।୯: ‘କକରୋଚ ଜନତା ପାର୍ଟି’(CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ, ଛାତ୍ରୀଛାତ୍ରଙ୍କ ବିକ୍ଷୋଭ ପରେ ମହାରାଷ୍ଟ୍ର ପବ୍ଲିକ ସର୍ଭିସ କମିଶନ (MPSC) ଅଧିକାରୀଙ୍କ ଇସ୍ତଫା ଦାବି କରିଛନ୍ତି। ଯଦି…

ସକାଳୁ ସକାଳୁ ଦୁର୍ଘଟଣା: ରାସ୍ତାରେ ଚାଲିଚାଲି ଯାଉଥିବାବେଳେ ଧକ୍କାଦେଲା ଅଜଣା ଗାଡ଼ି, ଚାଲିଗଲା ଅକ୍ଷୟଙ୍କ ଜୀବନ

ପରଜଙ୍ଗ,୨୧ା୯(ନିଗମାନନ୍ଦ ଦଳବେହେରା): ସକାଳୁ ସକାଳୁ ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅନ୍ତର୍ଗତ ୫୩ ନଂ ଜାତୀୟ ରାଜପଥରେ ଘଟିଛି ଦୁର୍ଘଟଣା। ଆଦର୍ଶ ବିଦ୍ୟାଳୟଠାରୁ ଅଳ୍ପ ଦୂରରେ ସୋମବାର…

ଇତିହାସ ପାଲଟିବ ବକିଂହାମ୍‌ ପ୍ରାସାଦର ଭାଲୁଛାଲ ଟୋପି

ବକିଂହାମ୍‌, ୨୧।୯: ଲଣ୍ଡନ ବକିଂହାମ୍‌ ପ୍ରାସାଦ ବାହାରେ ଉଜ୍ଜ୍ୱଳ ନାଲି ପୋଷାକ ଏବଂ ଉଚ୍ଚ, କଳା ଲୋମଶ ଟୋପି ପିନ୍ଧିଥିବା ସୈନିକଙ୍କ ଏକ ସ୍ବତନ୍ତ୍ର ପରିଚୟ ରହିଛି।…

ବିଦ୍ୟାଳୟରେ ବୁର୍ଖା ଉପରେ ଲାଗୁ ହେବ କଟକଣା! ସୀମିତ ହେବ ବିଦେଶୀ ଛାତ୍ରଙ୍କ ସଂଖ୍ୟା

ରୋମ୍‌,୨୦।୯: ଇଟାଲୀର ସ୍କୁଲଗୁଡ଼ିକରେ ବୁର୍ଖା ଭଳି ମୁହଁ ସମ୍ପୂର୍ଣ୍ଣ ଢାଙ୍କୁଥିବା ପୋଷାକ ଉପରେ ପ୍ରତିବନ୍ଧ ଲଗାଇବା ସହ ପ୍ରତି କ୍ଲାସରେ ବିଦେଶୀ ଛାତ୍ରଙ୍କ ସଂଖ୍ୟା ସୀମିତ କରିବାକୁ…

ବଲାଙ୍ଗୀରରୁ ଫରେଷ୍ଟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଅଫିସ ଷ୍ଟାଫ୍ କ୍ବାର୍ଟରରେ…

ବଲାଙ୍ଗୀର,୨୦।୯( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଫରେଷ୍ଟ ରେଞ୍ଜ ଅଫିସ ପଛପଟେ ଥିବା ଷ୍ଟାଫ କ୍ବାଟରୁ ଫରେଷ୍ଟରଙ୍କ ମୃତଦେହ ଉଦ୍ଧାର ହୋଇଛି । ଝୁଲନ୍ତା ଅବସ୍ଥାରେ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?