ବହୁଦର୍ଶୀ ସାମ୍ବାଦିକ

ଜୀବନସାରା ସାମ୍ବାଦିକ ଅନ୍ୟମାନଙ୍କ କଥା କହେ। ଯାହାଙ୍କ ବ୍ୟକ୍ତିତ୍ୱ ବିଷୟରେ ବର୍ଣ୍ଣନା କରିବାକୁ ଥିବ, ସେଥିନେଇ ସେ ତଥ୍ୟ ସଂଗ୍ରହ କରେ। ହେଲେ ନିଜ ଜୀବନର କଥା ବଖାଣିବାକୁ ତା’ ପାଖରେ ତର ନ ଥାଏ। ଏହି ସ୍ତମ୍ଭରେ ସାମ୍ବାଦିକ ଏନି ଭବାନୀ କୋଟେଶ୍ୱର ପ୍ରସାଦ (ଏବିକେ ପ୍ରସାଦ)ଙ୍କୁ ଭେଟି ଦେବାକୁ ଯାଉଛୁ, ଯିଏ ଦୀର୍ଘ ୭୫ ବର୍ଷ ସାମ୍ବାଦିକତା ସହିତ ଜଡ଼ିତ ରହି ବୃତ୍ତି ପାଇଁ ଜଣେ କିମ୍ବଦନ୍ତୀୟ ଉଚ୍ଚତା ସୃଷ୍ଟି କରିପାରିଛନ୍ତି। ଫେବୃୟାରୀ ୨୮ରେ ନୂଆଦିଲ୍ଲୀର କନ୍‌ଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆର ଡେପୁଟି ସ୍ପିକର ହଲ୍‌ରେ ତାଙ୍କୁ ସାମ୍ବାଦିକତା କ୍ଷେତ୍ରରେ ଉଚ୍ଚକୋଟୀର ଅବଦାନ ସକାଶେ ‘ରାଜା ରାମମୋହନ ରାୟ ନ୍ୟାଶନାଲ ଆଓ୍ବାର୍ଡ’ ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। ଉଲ୍ଲେଖଯୋଗ୍ୟ, ପ୍ରେସ୍‌ କାଉନ୍‌ସିଲ ଅଫ୍‌ ଇଣ୍ଡିଆ (ପିସିଆଇ) ଊନବିଂଶ ଶତାବ୍ଦୀର ବିିଶିଷ୍ଟ ସଂସ୍କାରକ ରାଜା ରାମମୋହନ ରାୟଙ୍କ ନାମରେ ପ୍ରତିବର୍ଷ ବର୍ଷୀୟାନ ସାମ୍ବାଦିକଙ୍କୁ ଏହି ପୁରସ୍କାରରେ ଭୂଷିତ କରିଆସୁଛି।
ଏବିକେ ପ୍ରସାଦ ଆନ୍ଧ୍ରପ୍ରଦେଶରେ ଜନ୍ମଗ୍ରହଣ କରିଥିଲେ। ସେଠାକାର ଆଞ୍ଚଳିକ ଭାଷାର ବିଭିନ୍ନ ଖବରକାଗଜର ମୁଖ୍ୟ ସମ୍ପାଦକ ରହି ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତିି। ସହ-ସମ୍ପାଦକ, ଖବରଦାତା, ସମ୍ପାଦକ, ବିଶିଷ୍ଟ ବ୍ୟକ୍ତିଙ୍କ ସାକ୍ଷାତକାର ନେବାରେ ବିଶେଷଜ୍ଞ ଓ ଶେଷରେ ୫ଟି ତେଲୁଗୁ ଦୈନିକରେ ମୁଖ୍ୟ ସମ୍ପାଦକ ରହି ସାମ୍ବାଦିକତା କ୍ଷେତ୍ରରେ ସେ ଏକ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଆଞ୍ଚଳିକ ଭାଷାର ଖବରକାଗଜରେ କାମ କରିଥିବା ଏହି ବର୍ଷୀୟାନ ସାମ୍ବାଦିକଙ୍କ ସାକ୍ଷାତ୍‌କାର ଇଂଲିଶ ଭାଷାର ଜଣେ ସାମ୍ବାଦିକ ନେବା ବେଳେ ନିଜକୁ ନର୍ଭସ ଅନୁଭବ କରିଥିବା ବର୍ଣ୍ଣନା କରିଥିଲେ। କାରଣ ତାଙ୍କୁ ପଚରାଯାଉଥିବା ପ୍ରଶ୍ନ ସରିବା ବେଳକୁ ସେ ପ୍ରଶ୍ନକର୍ତ୍ତା କ’ଣ କହିବାକୁ ଚହିଁଥାଆନ୍ତି, ତାହା ବୁଝି ନେଉଥିଲେ। ଜଣେ ସମ୍ପାଦକ ସ୍ତରକୁ ଉନ୍ନୀତ ହୋଇଥିବା ବ୍ୟକ୍ତିଙ୍କ ଉତ୍ତର ‘ସମ୍ପାଦିତ ଶବ୍ଦ’ ଭାବେ ଆକାର ଧାରଣ କରିଥାଏ। ଏବିକେ ପ୍ରସାଦ ଦୀର୍ଘ ବର୍ଷର ସାମ୍ବାଦିକତା ଭିତରେ ସେ ତାହାକୁ ଚାକିରି ଭାବେ ନେଇ ନ ଥିଲେ। ଏକ ମିଶନ୍‌ ରଖି ସେ ପାଞ୍ଚଟି ନୂଆ ଖବରକାଗଜ ବାହାର କରିବାରେ ଅଗ୍ରଦୂତ ପାଲଟିଥିଲେ। ଗତାନୁଗତିକ ଧାରା ଭାଙ୍ଗି ଚର୍ଚ୍ଚିତ କ୍ରୀଡ଼ା ଖବର ସମ୍ପର୍କିତ ବଡ଼ ଫଟୋ ପ୍ରଥମ ପୃଷ୍ଠାରେ ଦେଇ ଆଞ୍ଚଳିକ ଭାଷାର ପାଠିକାପାଠକଙ୍କୁ ଏକ ନୂଆ ସ୍ବାଦ ଭେଟି ଦେଇଥିଲେ। ବଳଶାଳୀ ସମ୍ପାଦକୀୟ ଲେଖି ସେ ଚହଳ ମଧ୍ୟ ପକାଇଥିଲେ। ଆଞ୍ଚଳିକ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଚର୍ଚ୍ଚିତ ଖବର ଉପରେ ସ୍ବତନ୍ତ୍ର ଲେଖା ପ୍ରକାଶ କରି ତାହାକୁ ପ୍ରାଞ୍ଜଳ ଭାବେ ବର୍ଣ୍ଣନା କରିଥାଆନ୍ତି। ସେ ଏକ ସାକ୍ଷାତ୍‌କାରରେ କହିଥିଲେ ଯେ, ଏଭଳି ଧରଣର ଲେଖା ପ୍ରକାଶ ପାଇବାର ଶ୍ରମ ସାର୍ଥକ ହୋଇଥାଏ ଯେତେବେଳେ ସେ ସେହିଦିନ ୮୦ରୁ ୧୦୦ ଫୋନ୍‌ କଲ୍‌ ପାଇଥାଆନ୍ତି। ତାଙ୍କ ସାମ୍ବାଦିକ ଜୀବନର ଏକ ଆହ୍ବାନପୂର୍ଣ୍ଣ ସମୟ ଦେଶରେ ଜରୁରିକାଳୀନ ପରିସ୍ଥିତି ଥିଲା ବୋଲି କହିଥାଆନ୍ତି। ୨୫ ଜୁନ୍‌ ୧୯୭୫ରେ ଏହା ଦେଶରେ ଲାଗୁ ହେଲା ବେଳେ ଏବିକେ ପ୍ରସାଦ ‘ଇନାଡୁ’ରେ କାର୍ଯ୍ୟ କରୁଥିଲେ। ତତ୍‌କାଳୀନ କେନ୍ଦ୍ର ସରକାରଙ୍କ କାର୍ଯ୍ୟକୁ ବିରୋଧ କରିବାକୁ ଯାଇ ସେ ସମ୍ପାଦକୀୟ ସ୍ଥାନରେ ରବୀନ୍ଦ୍ର ନାଥ ଟଗୋରଙ୍କ କବିତା ‘ହୋୟାର ଦି ମାଇଣ୍ଡ୍‌ ଇଜ୍‌ ଉଇଦାଉଟ୍‌ ଫିଅର..’ର ତେଲୁଗୁ ଅନୁବାଦ ଛପାଇଥିଲେ। ସେଥିପାଇଁ ତାଙ୍କୁ ବିଶାଖାପଟନମ୍‌ ଜିଲାପାଳ କାର୍ଯ୍ୟାଳୟ ଡାକି ତାଗିଦା କରିଥିଲେ ବୋଲି ଏବିକେ ପ୍ରସାଦ କହିଥାଆନ୍ତି। ଜୀବନର ଉତ୍କର୍ଷ ପର୍ଯ୍ୟାୟକୁ ବର୍ଣ୍ଣନା କଲା ବେଳେ ସେ ‘ଉଦୟମ୍‌’ର ଉଦାହରଣ ଦେଇଥାଆନ୍ତି। ଯଦିଓ ଏହି ଖବରକାଗଜ ଅଳ୍ପ ସମୟ ତିଷ୍ଠିଥିଲା, କିନ୍ତୁ ତାହାର ପ୍ରଭାବ ସମଗ୍ର ରାଜ୍ୟରେ ପଡ଼ିଥିଲା। ଦଳିତ ଓ ଅସହାୟଙ୍କ ସ୍ବର ମଧ୍ୟ ଏହା ପାଲଟିଥିଲା। ଉଦୟମ୍‌ର ଜନ୍ମଲଗ୍ନକୁ ମନେପକାଇ ସେ କହିଥିଲେ- ‘ଦେୟାର ଇଜ୍‌ ଓନ୍‌ଲି ଓ୍ବାନ୍‌ ମର୍ନିଂ ‘ସନ୍‌’ ଫର୍‌ ଦି ଏଣ୍ଟାୟାର ଓ୍ବାଲର୍‌ଡ, ବଟ୍‌ ଟୁ ମର୍ନିଂ ସନ୍ସ ଫର୍‌ ଦି ତେଲୁଗୁ ପିପୁଲ। ଏଭଳି କ୍ୟାଚି ଆଦର୍ଶ ଉକ୍ତି ସୃଷ୍ଟି କରିବାର ଦକ୍ଷତା ଏବିକେ ପ୍ରସାଦଙ୍କ ରହିଥିଲା। ୨୦୦୪ରୁ ୨୦୦୯ ଯାଏ ସେ ଆନ୍ଧ୍ରପ୍ରଦେଶର ଅଫିସିଆଲ୍‌ ଲାଙ୍ଗୁଏଜ୍‌ କମିଶନ୍‌ର ଅଧ୍ୟକ୍ଷ ରହିଥିବା ବେଳେ ଅନେକ ସକାରାତ୍ମକ ପରିବର୍ତ୍ତନ ଆଣିଥିଲେ।
ସାମ୍ବାଦିକତାରେ ଯିଏ ଗଭୀର ଭାବେ ପ୍ରବେଶ କରିଥାଆନ୍ତି, ସେହିମାନେ ହିଁ କେବଳ ଦୁନିଆରେ ପରିବର୍ତ୍ତନ ଓ ସଂସ୍କାର ଆଣିଥାଆନ୍ତି ବୋଲି ଏବିକେ କହନ୍ତି। ଜଣେ ସାମ୍ବାଦିକ ସର୍ବଦା ଛାତ୍ର ଭଳି ପଢ଼ିବା ଦରକାର ବୋଲି ନୂତନ ପିଢ଼ିଙ୍କୁ ପରାମର୍ଶ ଦେଇଥାଆନ୍ତି। କାରଣ ସାମ୍ବାଦିକ ସବୁ କ୍ଷେତ୍ରରେ ବିଶେଷଜ୍ଞ ନ ହେଲେ ମଧ୍ୟ ଲୋକଙ୍କ ଆଗ୍ରହର ପ୍ରତିଟି ବିଷୟ ଉପରେ ଯଥାସମ୍ଭବ ଜ୍ଞାନ ଅର୍ଜନ କରିବା ନିତାନ୍ତ ଆବଶ୍ୟକ। ଏବିକେ ପ୍ରସାଦ କହିଥାଆନ୍ତି ଟିଭି ସମେତ ଅନ୍ୟାନ୍ୟ ଇଲେକ୍‌ଟ୍ରୋନିକ୍‌ ଗଣମାଧ୍ୟମରେ ଖବର ପ୍ରକାଶ ପାଇଲେ ମଧ୍ୟ ପାଠକେ ସର୍ବଦା ଛାପା ଗଣମାଧ୍ୟମକୁ ଅନିଶା କରିଥାଆନ୍ତି। କାରଣ ନିର୍ଦ୍ଦିଷ୍ଟ ବିଷୟରେ ଗଭୀର ବିଶ୍ଳେଷଣ କରାଯାଇ ପ୍ରକାଶିତ ଖବରକାଗଜକୁ ସାଇତି ରଖାଯିବାର ଗୁଣ ଛାପା ମାଧ୍ୟମରେ ରହିଥାଏ।
ସାମ୍ବାଦିକ ଅଧିକାଂଶ ସମୟ ନ୍ୟୁଜ୍‌ପେପର ଅଫିସରେ କଟାଇଥାଆନ୍ତି। ଘରକୁ ଅଧିକ ସମୟ ଦେଇପାରୁ ନ ଥିବାରୁ କେହି ସାମ୍ବାଦିକଙ୍କୁ ବିବାହ କର ନାହିଁ ବୋଲି ଧର୍ମପତ୍ନୀ କୌତୁକରେ ଅନ୍ୟମାନଙ୍କୁ ତାଙ୍କ ଆଗରେ କହିଥିବାର ଦେଖିଛନ୍ତି ବୋଲି ଏବିକେ ପ୍ରସାଦ ପ୍ରକାଶ କଲା ବେଳେ ହସି ପକାନ୍ତି। ତଥାପି ସ୍ତ୍ରୀ ତାଙ୍କୁ ବହୁତ ଭଲ ପାଆନ୍ତି। ତାଙ୍କର ୪ ଝିଅ ଓ ସବୁ ବିବାହ କରିସାରିଛନ୍ତି। କିନ୍ତୁ କୌଣସି ଜ୍ୱାଇଁ ତାଙ୍କୁ ଯୌତୁକ ମାଗି ନ ଥିଲେ ବୋଲି କହିଥାଆନ୍ତି।

 

– ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri