ଭାରତ ବୁଲି କ୍ୟାନ୍ସର ସଚେତନତା କରୁଛନ୍ତି ମହମ୍ମଦ କ୍ରିଷ୍ଣା

ପୁରୀ ଅଫିସ,୨୧ା୫: ପେସାରେ ଜଣେ ଡ୍ରାଇଭର ହେଲେ ମଧ୍ୟ ନିଶା ହେଉଛି ସମାଜକୁ ସଚେତନତା ବାର୍ତ୍ତା ବାଣ୍ଟିବା। ଭାରତର ବିଭିନ୍ନ ରାଜ୍ୟ ବୁଲି କ୍ୟାନ୍ସର ରୋଗ ଉପରେ ସଚେତନତା ବାର୍ତ୍ତା ବାଣ୍ଟିବା ସହ ସବୁ ଧର୍ମକୁ ସମ୍ମାନ ଦେବା ଏବଂ ପରସ୍ପର ମଧ୍ୟରେ ଭାଇଚାରା ସୃଷ୍ଟି କରିବା ହେଉଛି ତାଙ୍କର ମୂଳଲକ୍ଷ୍ୟ। ଯାହାଙ୍କ ନାମରେ ରହିଛି ଉଭୟ ହିନ୍ଦୁ ଏବଂ ମୁସିଲିମ ଧର୍ମର ଦେବତାଙ୍କ ନାମକୁ ନେଇ ସୃଷ୍ଟି କରିଛନ୍ତି ନୂଆ ପରିଚୟ। ବାଲେଶ୍ୱର ଜିଲା ସୋର ଅଞ୍ଚଳ ମୋବାରକପୁର ଗ୍ରାମର ମୁସଲିମ ଯୁବକ ମହମ୍ମଦ କ୍ରିଷ୍ଣା ସମାଜକୁ ସଚେତନତାର ବାର୍ତ୍ତା ପ୍ରଦାନ କରିବା ପାଇଁ ଯାତ୍ରା କରୁଛନ୍ତି। ସୂଚନାଯୋଗ୍ୟ, ଗତ ୨୦୧୩ରୁ ମହମ୍ମଦ ଚେନ୍ନାଇରେ ଜଣେ ଡ୍ରାଇଭର ଭାବେ କାର୍ଯ୍ୟ କରି ଆସୁଛନ୍ତି। ତେବେ ଦିନକୁ ଦିନ ଦେଶରେ କ୍ୟାନ୍‌ସର ରୋଗ ବଢ଼ି ଚାଲିଥିବା ବେଳେ ଏହା ଉପରେ କିଭଳି ରୋକ୍‌ ଲଗାଯାଇପାରିବ ସେନେଇ ସେ ଜନସାଧାରଣଙ୍କୁ ସଚେତନ କରାଉଛନ୍ତି। ଏ ନେଇ ସେ ସାରା ଭାରତର ବିଭିନ୍ନ ସ୍ଥାନ ବୁଲି ହାତରେ ପୋଷ୍ଟର ଧରି କ୍ୟାନ୍ସର ସଚେତନାର ବାର୍ତ୍ତା ବାଣ୍ଟୁଛନ୍ତି। ସାରା ଦେଶରେ କ୍ୟାନସର ସଚେତନ କରାଇବା ସହ ଭାଇଚାରା ସୃଷ୍ଟି କରିବା ଲକ୍ଷ୍ୟ ନେଇ ମହମ୍ମଦ କ୍ରିଷ୍ଣା ଗତ ୨୦୨୩ ମାର୍ଚ୍ଚ ୨୮ରୁ ସଚେତନତା ଯାତ୍ରାରେ ବାହାରିଥିଲେ। ମହମ୍ମଦ କନ୍ୟାକୁମାରୀ, ବେଙ୍ଗାଲୁରୁ, ଦିଲ୍ଲୀ, ହାଇଦ୍ରାବାଦ, ଚଣ୍ଡିଗଡ, ଡେରାଡୁନ, କଶ୍ମୀର ଭଳି ବିଭିନ୍ନ ରାଜ୍ୟ ବୁଲି ଏହି ସଚେତନତା ବାର୍ତ୍ତା ବାଣ୍ଟୁଥିବା ବେଳେ ଶନିବାର ପୁରୀରେ ପହଞ୍ଚତ୍ଥିଲେ। ସେହିପରି ରବିବାର ଭୁବନେଶ୍ୱରରେ ତାଙ୍କର ଏହି ସଚେତନା ଏହି ମିଶନ୍‌ ପୂରଣ କରିବେ ବୋଲି କହିଛନ୍ତି। ଅପରପକ୍ଷେ ତାଙ୍କର ନାମ ମହମ୍ମଦ କ୍ରିଷ୍ଣା ରଖାଯିବା ନେଇ ପଚାରିବାରୁ ସେ କହିଛନ୍ତି, ତାଙ୍କ ବାପା ତାଙ୍କୁ ଏହି ନାମ ଦେଇଛନ୍ତି। ଅନେକ ସମୟରେ ସେ ସ୍କୁଲରେ ପଢିବା ବେଳେ ତାଙ୍କ ସ୍କୁଲ ଶିକ୍ଷକ ଓ ସାଥୀମାନେ ତାଙ୍କୁ ପଚାରୁଥିଲେ ଏପରି କାହିକିଁ ନା ରହିଛି। ସେ ଏନେଇ ତାଙ୍କ ବାପାଙ୍କୁ ପଚାରିବାରୁ ତାଙ୍କ ବାପା କହିଥିଲେ ସବୁ ଧର୍ମ ସମାନ। ଉଭୟ ଦେବତା ସମସ୍ତଙ୍କ ପାଇଁ ବା ପ୍ରତ୍ୟେକ ମଣିଷଙ୍କ ପାଇଁ ଅଟନ୍ତି। ଧର୍ମକୁ ନେଇ ସଂଘର୍ଷ କରବା ଠିକ୍‌ ନୁହେଁ ବୋଲି ମହମ୍ମଦ କ୍ରିଷ୍ଣା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲଜ୍‌କୁ ଡାକି ଛାତ୍ରୀଙ୍କୁ ବଳାତ୍କାର କଲେ ଯୁବକ, ଡାକ୍ତରୀମାଇନା ପରେ…

ହାଟଡିହୀ,୩ା୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ସୋସୋ ଥାନା ଅଞ୍ଚଳରେ ଜଣେ ଯୁକ୍ତ-୩ ଛାତ୍ରୀଙ୍କୁ ଲଜ୍‌ରେ ବଳାତ୍କାର କରାଯାଇଥିବା ନେଇ ଶୁକ୍ରବାର ଅଭିଯୋଗ ହୋଇଛି। ଏହି…

ଫାଇନାଲରେ ଧୋକା ଦେଲେ ବୈଭବ ସୂର୍ଯ୍ୟବଂଶୀ: ଭାରତ-ପାକିସ୍ତାନ ମହାମୁକାବିଲାରେ ମାତ୍ର ଏତିକି ରନ୍‌ କରି ଆଉଟ୍‌

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟ ଫାଇନାଲରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହୋଇଛନ୍ତି। ସ୍ବର୍ଣ୍ଣ ପାଇଁ ହେଉଥିବା ଏହି ବଡ଼ ମୁକାବିଲାରେ ଭାରତୀୟ ଦଳର…

କେତୁଙ୍କ ବକ୍ରି ଚଳନ: ଚମକିବ ୪ ରାଶିଙ୍କ ଭାଗ୍ୟ, ପ୍ରବଳ ଧନବର୍ଷାକୁ ବଡ଼ କମ୍ପାନୀରୁ ଅଫର୍‌

କେତୁ ଗ୍ରହ ସର୍ୱଦା ଓଲଟା ଚଳନ (ବକ୍ରୀ) କରନ୍ତି। ଆଜି କେତୁ ମଘା ନକ୍ଷତ୍ରର ଦ୍ୱିତୀୟ ପଦରୁ ପ୍ରଥମ ପଦକୁ ଚଳନ କରିବାକୁ ଯାଉଛନ୍ତି। କେତୁଙ୍କର ଏହି…

ଏସିଆନ ଗେମ୍ସରେ ଇତିହାସ ରଚିଲେ ପ୍ରଣବୀ: ଗଲ୍ଫରେ କଲେ ବଡ଼ କାରନାମା

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ଗଲ୍ଫ ପାଇଁ ଆସିଛି ବଡ଼ ସଫଳତା। ଭାରତୀୟ ଗଲ୍ଫର୍‌ ପ୍ରଣବୀ ଶରଥ ଉର୍ସ ମହିଳା ଗଲ୍ଫରେ ସ୍ବର୍ଣ୍ଣ ପଦକ ଜିତି…

ସ୍ବର୍ଣ୍ଣ ଜିତିଲେ ଆଦିବାସୀ ଝିଅ ଝରଣା: ଶ୍ରମିକ ମା’ବାପାଙ୍କ ଝିଅଙ୍କ ସଫଳତାରେ ଜିଲା ଗର୍ବିତ

ଅମରପାଲି,୩ା୧୦(ପୀତାମ୍ବର ସାହୁ):ଦୃଢ଼ ଇଚ୍ଛାଶକ୍ତି, ଅଧ୍ୟବସାୟ ଓ ନିରନ୍ତର ପରିଶ୍ରମ ଆଗରେ ହାର ମାନିଛି ଆର୍ଥିକ ଅନଟନ। ଏହାର ଉଦାହରଣ ସାଜିଛନ୍ତି ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ସଂଗ୍ରାମପୁର…

ମହିଳା ହକି ଟିମ୍‌ ଉପରେ ଟଙ୍କା ବର୍ଷା କଲେ ମୋହନ ସରକାର: ପ୍ରତ୍ୟେକ ଖେଳାଳିଙ୍କ ମିଳିବ…

ଭୁବନେଶ୍ୱର,୩।୧୦: ମହିଳା ହକି ଦଳ ଫାଇନାଲରେ ଚାଇନାକୁ ୧-୦ ଗୋଲରେ ହରାଇ ଦୀର୍ଘ ୪୪ ବର୍ଷ ପରେ ଏସିଆଡ୍‌ ସ୍ବର୍ଣ୍ଣ ପଦକ ହାସଲ କରିଛି। ଏଥିସହ ଦଳ…

୧୭ ବର୍ଷୀୟା କୁମକୁମଙ୍କ ହ୍ୟାଟ୍ରିକ୍‌: ଏସିଆନ ଗେମ୍ସରେ ପୁଣି ସ୍ବର୍ଣ୍ଣ ଜିତି ରଚିଲେ ଇତିହାସ

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ତୀରନ୍ଦାଜଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି। ମାତ୍ର ୧୭ ବର୍ଷ ବୟସରେ କୁମକୁମ ମୋହଦ ଭାରତକୁ ଦେଇଛନ୍ତି ୧୭ତମ ସ୍ବର୍ଣ୍ଣ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?