ଏମ୍‌ଏସ୍‌ଏମ୍‌ଇ ପଲିସି-୨୦୨୨କୁ ମଞ୍ଜୁରୀ

ଭୁବନେଶ୍ୱର,୨୮ା୧୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅପରାହ୍ନରେ ଲୋକସେବା ଭବନରେ ବସିଥିବା କ୍ୟାବିନେଟ ବୈଠକରେ ମୋଟ ୧୭ଟି ପ୍ରସ୍ତାବ ଉପରେ ମୋହର ବାଜିଛି। ଏଥିରେ ରାଜ୍ୟରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ଓଡ଼ିଶା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରର ବିକାଶ ନୀତି-୨୦୨୨କୁ ଅନୁମୋଦନ କରିଛନ୍ତି। ଏହି ନୀତିରେ ଏମ୍‌ଏସ୍‌ଏମ୍‌ଇ ଉଦ୍ୟୋଗ ପାଇଁ ଭରପୂର ପ୍ରୋତ୍ସାହନ ରାଶି ବ୍ୟବସ୍ଥା କରାଯାଇଛି। ୨୦୧୬ ନୀତିରେ କେବଳ ଏମ୍‌ଏସ୍‌ଏମ୍‌ଇ ପାଇଁ ପୁଞ୍ଜିନିବେଶ ଅନୁଦାନ ବ୍ୟବସ୍ଥା ଥିଲା। ମାତ୍ର ନୂତନ ନୀତିରେ ନୂଆ ଓ ପୂର୍ବରୁ ଥିବା ଉଦ୍ୟୋଗ ପାଇଁ ପୁଞ୍ଜିନିବେଶ ଅନୁଦାନର ବ୍ୟବସ୍ଥା ରହିଛି। ଏହି ଅନୁଦାନ ରାଶିକୁ ଯନ୍ତ୍ରପାତି ଓ କଳକବ୍‌ଜା ସ୍ଥାପନ ପାଇଁ ହୋଇଥିବା ପୁଞ୍ଜି ବିନିଯୋଗର ଶତକଡ଼ା ୨୫ ପ୍ରତିଶତ ହାରରେ ସର୍ବାଧିକ ୨ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ପୂର୍ବରୁ ଏହା ୧କୋଟି ପର୍ଯ୍ୟନ୍ତ ଥିଲା। ସେହିପରି ଅନୁସୂଚିତ ଜାତି, ଜନଜାତି, ଭିନ୍ନକ୍ଷମ, ମହିଳା, ବୈଷୟିକ ଉଦ୍ୟୋଗୀ ମାଲିକାନାରେ ଥିବା ନୂଆ ଓ ପୂର୍ବରୁ ଥିବା ଉଦ୍ୟୋଗ ପାଇଁ ୩୦ ପ୍ରତିଶତ ହାରରେ ସର୍ବାଧିକ ୧.୨୫ କୋଟି ଟଙ୍କାରୁ ୨.୫ କୋଟି ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଅଟୋମୋବାଇଲ ଓ ଅଟୋକମ୍ପୋନେଣ୍ଟ, ପ୍ଲାଷ୍ଟିକ, ପଲିମର୍ସ, ଷ୍ଟିଲ୍‌, ପ୍ରତିରକ୍ଷା ଉପକରଣ, ଆଲୁମିନିୟମ, ଫାର୍ମାସ୍ୟୁଟିକାଲ୍ସ, ମେଡିକାଲ ଉପକରଣ, ବୟନ ଶିଳ୍ପ ଆଦି ୮ଟି ଫୋକସ କ୍ଷେତ୍ରର ଉଦ୍ୟୋଗ, ଶିଳ୍ପାୟନ କ୍ଷେତ୍ରରେ ପଛୁଆ ଥିବା ଜିଲା କଳାହାଣ୍ଡି, ବଲାଙ୍ଗୀର, ସୁବର୍ଣ୍ଣପୁର, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ମାଲକାନଗିରି, କନ୍ଧମାଳ, ଗଜପତି ଓ ମୟୂରଭଞ୍ଜ ଆଦି ଜିଲା, ବିଜୁ ଏକ୍ସପ୍ରେସ ରାଜପଥ କରିଡର ପାର୍ଶ୍ୱବର୍ତ୍ତୀ ଶିଳ୍ପାଞ୍ଚଳଗୁଡ଼ିକ ପାଇଁ ପଞ୍ଜିବିନିଯୋଗରେ ଅତିରିକ୍ତ ୫% ଅନୁଦାନ ସର୍ବାଧିକ ୨୦ ଲକ୍ଷ ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ। ନୂଆ ଓ ପୂର୍ବରୁ ଥିବା ଆଙ୍କର ଉଦ୍ୟୋଗଗୁଡ଼ିକରେ କଳକବ୍‌ଜା ସ୍ଥାପନ ପାଇଁ ହୋଇଥିବା ପୁଞ୍ଜିନିବେଶ ଉପରେ ୩୦ ପ୍ରତିଶତ ହାରରେ ସର୍ବାଧିକ ୪ କୋଟି ଟଙ୍କା ରିହାତି ଦିଆଯିବ। ଅଣ ପ୍ରଦୂଷଣକାରୀ ପଦକ୍ଷେପ ଗ୍ରହଣ କରୁଥିବା ଉଦ୍ୟୋଗଗୁଡ଼ିକ ପାଇଁ ଅଣପ୍ରଦୂଷିତ ଯନ୍ତ୍ରପାତି ଓ କଳକବ୍‌ଜା ସ୍ଥାପନରେ ହୋଇଥିବା ପୁଞ୍ଜିନିବେଶ ଉପରେ ସର୍ବାଧିକ ୨୫ଲକ୍ଷ ଟଙ୍କା ପ୍ରୋତ୍ସାହନ ରାଶି ମିଳିିବ। ସେହିପରି ପୂର୍ବରୁ ଥିବା ଓ ନୂତନ ଉଦ୍ୟୋଗକୁ ୭୫ରୁ ୧୦୦ ପ୍ରତିଶତ ଷ୍ଟାମ୍ପ ଡ୍ୟୁଟି ଛାଡ଼ କରାଯିବ। ଶିଳ୍ପ ଉଦ୍ଦେଶ୍ୟରେ ଜମି ପରିବର୍ତ୍ତନ ଉପରେ ପ୍ରିମିୟମ ଦେୟ ଛାଡ଼ ସହ ମିଆଦି ଋଣ ସୁଧର ଶତକଡ଼ା ୫୦ ପ୍ରତିଶତର ପରିପୂରଣ ସର୍ବାଧିକ ୧କୋଟି ଟଙ୍କା ୫ ବର୍ଷ ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି ଯୋଗାଇ ଦିଆଯିବ। ଏପରି କି ୫ବର୍ଷ ପାଇଁ ବିଦ୍ୟୁତ୍‌ ଚୁକ୍ତିନାମା ୭୫୦ କେଭିଏ ପର୍ଯ୍ୟନ୍ତ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପାଇଁ ବିଦ୍ୟୁତ୍‌ ଶୁଳ୍କ ଛାଡ଼ କରାଯିବ।
ସେହିପରି ଭାରତ ସରକାରଙ୍କଠାରୁ ତ୍ରୁଟି ଶୂନ୍ୟ ପ୍ରଭାବ(ଜେଇଡି) ପ୍ରମାଣ ପତ୍ର ଉପରେ କାଂସ୍ୟ ପତ୍ର ପାଇଁ ସର୍ବାଧିକ ୨ ଲକ୍ଷ ଟଙ୍କା , ରୌପ୍ୟ ପତ୍ର ପାଇଁ ସର୍ବାଧିକ ୩ଲକ୍ଷ ଟଙ୍କା, ସ୍ବର୍ଣ୍ଣ ପତ୍ର ପାଇଁ ସର୍ବାଧିକ ୫ଲକ୍ଷ ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ। କର୍ମଚାରୀ ଭବିଷ୍ୟନିଧି ଓ କର୍ମଚାରୀ ବୀମା ବାବଦ ପୈଠ ରାଶିର ଶତକଡ଼ା ୭୫ପ୍ରତିଶତରୁ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ। ଜଳ ସଂରକ୍ଷଣ ପାଇଁ ସର୍ବାଧିକ ୧ ଲକ୍ଷ, ଶକ୍ତି ସଂରକ୍ଷଣ ପାଇଁ ୫ ଲକ୍ଷ, ଦେଶ ଓ ବିଦେଶରେ ପେଟେଣ୍ଟ ପଞ୍ଜୀକରଣ ପାଇଁ ୫ ଲକ୍ଷ, ଟ୍ରେଡମାର୍କ ପାଇଁ ୩ ଲକ୍ଷ ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି ପ୍ରଦାନ କରିବାକୁ ଏହି ନୀତିରେ ବ୍ୟବସ୍ଥା ରହିଛି। ଏଥିସହିତ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିକାଶରେ ଅବଦାନକୁ ସ୍ବୀକୃତି ଦେବାକୁ ରାଜ୍ୟ ସରକାର ପୁରସ୍କାର ବ୍ୟବସ୍ଥା କରିଛନ୍ତି। ପ୍ରଥମ ପୁରସ୍କାର ଭାବେ ୧ ଲକ୍ଷ ୫୧ ହଜାର, ଦ୍ୱିତୀୟ ପୁରସ୍କାର ୧ ଲକ୍ଷ ଓ ତୃତୀୟ ପୁରସ୍କାର ଭାବେ ଉଦ୍ୟୋଗୀମାନଙ୍କୁ ୫୧ ହଜାର ଟଙ୍କା ପ୍ରଦାନ କରାଯିବ। ୨୦୨୧ ଡିସେମ୍ବର ୩୧ ସୁଦ୍ଧା ୧୦୦ ପ୍ରତିଶତ ଅନୁଦାନ ପାଉଥିବା ଅଣ ସରକାରୀ ହାଇସ୍କୁଲ, ଉଚ୍ଚ ପ୍ରାଥମିକ ସ୍କୁଲ ଓ ମଦ୍ରାସାର ଯୋଗ୍ୟ କର୍ମଚାରୀଙ୍କୁ ଓଡିଶା ସଂଶୋଧିତ ବେତନ ନିୟମ-୨୦୧୭ ଆଧାରରେ ସପ୍ତମ ବେତନ କମିଶନ ହାରରେ ଦରମା ପ୍ରଦାନ କରାଯିବ। ଏଥିପାଇଁ ବର୍ଷିକ ୨୮୦.୪୮ କୋଟି ଟଙ୍କା ରାଜ୍ୟ ସରକାର ଅତିରିକ୍ତ ଖର୍ଚ୍ଚ ବହନ କରିବେ। ଏଥିରେ ୨୬,୧୬୪ ଶିକ୍ଷକ ଓ କର୍ମଚାରୀ ଉପକୃତ ହେବେ।
କୃଷିରେ ମହିଳା ସଶକ୍ତୀକରଣ ଓ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ଉଦ୍ୟୋଗ ପ୍ରୋତ୍ସାହନ ଓ କୃଷକମାନଙ୍କ ଆୟ ବୃଦ୍ଧି କରିବା ଯୋଜନାରେ ରାଜ୍ୟ ସରକାର ଆସନ୍ତା ୫ ବର୍ଷ ପାଇଁ ୧,୫୦୯ କୋଟି ଟଙ୍କା ପ୍ରୋତ୍ସାହନ ରାଶି ଆକାରରେ ଖର୍ଚ୍ଚ କରିବେ।
କୃଷିରେ ମହିଳା ସଶକ୍ତୀକରଣ ଓ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ(ଏସ୍‌ଏଚ୍‌ଜି) ଉଦ୍ୟୋଗ ପ୍ରୋତ୍ସାହନ ଯୋଜନାରେ ରାଜ୍ୟ ସରକାର ଆସନ୍ତା ୫ ବର୍ଷ (୨୦୨୨-୨୩ରୁ ୨୦୨୬-୨୭) ନିମନ୍ତେ ୩୬୭.୧୯ କୋଟି ଟଙ୍କା ବ୍ୟୟ ଅଟକଳ କରିଛନ୍ତି। ଏହାକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ଏହା ମହିଳା ହିତାଧିକାରୀଙ୍କ ଦ୍ୱାରା ରାଜ୍ୟରେ ହେଉଥିବା ଛତୁ ଚାଷକୁ ଦ୍ୱିଗୁଣିତ କରିବା ସହ ଝୁରାଫୁଲ ଉତ୍ପାଦନରେ ରାଜ୍ୟକୁ ଆତ୍ମ ନିର୍ଭରଶୀଳ କରିବାରେ ସହାୟକ ହୋଇପାରିବ।
ସେହିପରି ଆଳୁ, ପନିପରିବା ଏବଂ ମସଲା ଉନ୍ନୟନ ଯୋଜନା ତଥା ଗ୍ରାମାଞ୍ଚଳର ଚାଷୀଙ୍କ ରୋଜଗାର ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ଆସନ୍ତା ୪ ବର୍ଷ (୨୦୨୨-୨୩ରୁ ୨୦୨୫-୨୭) ନିମନ୍ତେ ୧୧୪୨.୨୪ କୋଟି ଟଙ୍କା ବ୍ୟୟ ଅଟକଳ କରିଛନ୍ତି। ଏହାକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ଏହା ଦ୍ୱାରା ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ/କୃଷକ ଉତ୍ପାଦକ ସଂଗଠନ ତଥା ଚାଷୀମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏହି ଯୋଜନା ପ୍ରଣୟନ କରାଯାଇଛି। ଏହି ଯୋଜନାରେ ଚାଷୀମାନଙ୍କୁ ରିହାତି ପ୍ରଦାନ କରାଯିବ। ରାଜ୍ୟକୁ ଆଳୁ, ପିଆଜ, ପନିପରିବା ଏବଂ ମସଲା ଉତ୍ପାଦନରେ ଆତ୍ମନିର୍ଭରଶୀଳ କରିବା ଏବଂ ଚାଷୀମାନଙ୍କ ରୋଜଗାର ବୃଦ୍ଧି କରିବା ଲକ୍ଷ୍ୟରେ ଉକ୍ତ ଯୋଜନା କାର୍ଯ୍ୟକାରୀ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତା ରୋକ

ବୀରମହାରାଜପୁର,୨୬।୧୨, (ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ହିଲୁଙ୍ଗ ପଞ୍ଚାୟତ ଲୁଚାବନ୍ଦ ପାଖରେ ଗୁରୁବାର ସା ପ୍ରାୟ ୭ଟା୩୦ରେ ଏକ ଅଜଣା ଗାଡ଼ି...

ଧାନମଣ୍ଡି ଖୋଲିବା ଦାବିରେ ବ୍ଳକ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

ପୁରୁଷୋତ୍ତମପୁର,୨୬।୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଧାନମଣ୍ଡି ଖୋଲାଯାଇ ନ ଥିବାରୁ ଚାଷୀମାନେ ଶୋଷଣର ଶିକାର ହେଉଥିବା ଅଭିଯୋଗ ହୋଇଛି। ଏନେଇ ତୁରନ୍ତ ମଣ୍ଡି...

ବାପଘରକୁ ଯାଇଥିଲେ ଫୁଲମତି, ଘର ଭାଙ୍ଗି ଆକ୍ରମଣ କଲା ହାତୀ: ଆଉ ତା’ପରେ…

ବଲାଙ୍ଗୀର ୨୬/୧୨ (ସୁନୀଲ କୁମାର ମହାନ୍ତି):ଖପ୍ରାଖୋଲ ବ୍ଲକ ଲାଠୋର ରେଞ୍ଜ ଅନ୍ତର୍ଗତ ବେନ୍ଦେର ପଞ୍ଚାୟତର ଚହକପଡ଼ା ଗ୍ରାମରେ ଗୁରୁବାର ରାତି ପ୍ରାୟ ୩ଟା ସମୟରେ ୩୨...

‘୧୦୦ ବର୍ଷ ପର୍ଯ୍ୟନ୍ତ ରହିବ ବିଜେଡି’: ନବୀନ ପଟ୍ଟନାୟକ

ଭୁବନେଶ୍ୱର,୨୬।୧୨: ଶହେ ବର୍ଷ ପର୍ଯ୍ୟନ୍ତ ରହିବ ବିଜୁ ଜନତା ଦଳ(ବିଜେଡି)। ଶୁକ୍ରବାର ଦଳ ଭିତରେ ବିଭାଜନ ନେଇ ଚାଲିଥିବା କଳ୍ପନାଜଳ୍ପନାକୁ ଦୃଢ଼ ଭାବେ ଖଣ୍ଡନ କରିଛନ୍ତି।...

ନ୍ୟୁଜିଲାଣ୍ଡ ସିରିଜ୍‌ ଖେଳିବା ଆଶାରେ ଶ୍ରେୟସ

ବେଙ୍ଗାଲୁରୁ,୨୬।୧୨:ଭାରତର ଦିନିକିଆ ଉପ ଅଧିନାୟକ ଶ୍ରେୟସ ଆୟାର ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଆହତ ହେବା ପରେ ପ୍ରଥମ ଥର ପାଇଁ ବ୍ୟାଟିଂ ଅଭ୍ୟାସ କରିଛନ୍ତି।...

ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ: ୨କୋଠା ୭ପ୍ଲଟ୍‌, କେଜିଏ ସୁନା

ଭୁବନେଶ୍ୱର,୨୬।୧୨: ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ କଲା ଭିଜିଲାନ୍ସ। ଫରେଷ୍ଟରଙ୍କର ଭୁବନେଶ୍ବର ଝାରପଡ଼ାରେ ଅଛି ୨ଟି ବହୁତଳ କୋଠା। ଭୁବନେଶ୍ବର ସମେତ ଜଗତସିଂହପୁର...

ସାବଧାନ! ଖାଲିପେଟରେ ଖାଆନ୍ତୁନି ଏହି ୭ ଜିନିଷ, ନଚେତ୍ ହୋଇପାରେ…

ଯଦି ଆପଣ ଭୁଲ ଖାଦ୍ୟ ଅଭ୍ୟାସ ସହିତ ଆପଣଙ୍କ ଦିନ ଆରମ୍ଭ କରନ୍ତି, ତେବେ ଏହା କେବଳ ଆପଣଙ୍କ ପେଟକୁ କ୍ଷତି ପହଞ୍ଚାଇପାରେ ନାହିଁ ବରଂ...

ସ୍ବାମୀଙ୍କ ପ୍ରେମସମ୍ପର୍କକୁ ନେଇ ମୁହଁ ଖୋଲିଲେ ସୁନିତା: ସେ ଝିଅ କେବଳ…

ଅଭିନେତା ଗୋବିନ୍ଦା ଏବଂ ସୁନୀତା ଆହୁଜା ସମ୍ପର୍କ ପ୍ରାୟତଃ ଚର୍ଚ୍ଚାରେ ରହିଥାଏ। ଚଳିତ ବର୍ଷ ଆରମ୍ଭରେ ସେମାନଙ୍କ ଛାଡପତ୍ରର ଗୁଜବ ସୃଷ୍ଟି ହୋଇଥିଲା। ସୁନୀତା ପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri