ଏମ୍‌ଏସ୍‌ଏମ୍‌ଇ ପଲିସି-୨୦୨୨କୁ ମଞ୍ଜୁରୀ

ଭୁବନେଶ୍ୱର,୨୮ା୧୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅପରାହ୍ନରେ ଲୋକସେବା ଭବନରେ ବସିଥିବା କ୍ୟାବିନେଟ ବୈଠକରେ ମୋଟ ୧୭ଟି ପ୍ରସ୍ତାବ ଉପରେ ମୋହର ବାଜିଛି। ଏଥିରେ ରାଜ୍ୟରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ଓଡ଼ିଶା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରର ବିକାଶ ନୀତି-୨୦୨୨କୁ ଅନୁମୋଦନ କରିଛନ୍ତି। ଏହି ନୀତିରେ ଏମ୍‌ଏସ୍‌ଏମ୍‌ଇ ଉଦ୍ୟୋଗ ପାଇଁ ଭରପୂର ପ୍ରୋତ୍ସାହନ ରାଶି ବ୍ୟବସ୍ଥା କରାଯାଇଛି। ୨୦୧୬ ନୀତିରେ କେବଳ ଏମ୍‌ଏସ୍‌ଏମ୍‌ଇ ପାଇଁ ପୁଞ୍ଜିନିବେଶ ଅନୁଦାନ ବ୍ୟବସ୍ଥା ଥିଲା। ମାତ୍ର ନୂତନ ନୀତିରେ ନୂଆ ଓ ପୂର୍ବରୁ ଥିବା ଉଦ୍ୟୋଗ ପାଇଁ ପୁଞ୍ଜିନିବେଶ ଅନୁଦାନର ବ୍ୟବସ୍ଥା ରହିଛି। ଏହି ଅନୁଦାନ ରାଶିକୁ ଯନ୍ତ୍ରପାତି ଓ କଳକବ୍‌ଜା ସ୍ଥାପନ ପାଇଁ ହୋଇଥିବା ପୁଞ୍ଜି ବିନିଯୋଗର ଶତକଡ଼ା ୨୫ ପ୍ରତିଶତ ହାରରେ ସର୍ବାଧିକ ୨ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ପୂର୍ବରୁ ଏହା ୧କୋଟି ପର୍ଯ୍ୟନ୍ତ ଥିଲା। ସେହିପରି ଅନୁସୂଚିତ ଜାତି, ଜନଜାତି, ଭିନ୍ନକ୍ଷମ, ମହିଳା, ବୈଷୟିକ ଉଦ୍ୟୋଗୀ ମାଲିକାନାରେ ଥିବା ନୂଆ ଓ ପୂର୍ବରୁ ଥିବା ଉଦ୍ୟୋଗ ପାଇଁ ୩୦ ପ୍ରତିଶତ ହାରରେ ସର୍ବାଧିକ ୧.୨୫ କୋଟି ଟଙ୍କାରୁ ୨.୫ କୋଟି ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଅଟୋମୋବାଇଲ ଓ ଅଟୋକମ୍ପୋନେଣ୍ଟ, ପ୍ଲାଷ୍ଟିକ, ପଲିମର୍ସ, ଷ୍ଟିଲ୍‌, ପ୍ରତିରକ୍ଷା ଉପକରଣ, ଆଲୁମିନିୟମ, ଫାର୍ମାସ୍ୟୁଟିକାଲ୍ସ, ମେଡିକାଲ ଉପକରଣ, ବୟନ ଶିଳ୍ପ ଆଦି ୮ଟି ଫୋକସ କ୍ଷେତ୍ରର ଉଦ୍ୟୋଗ, ଶିଳ୍ପାୟନ କ୍ଷେତ୍ରରେ ପଛୁଆ ଥିବା ଜିଲା କଳାହାଣ୍ଡି, ବଲାଙ୍ଗୀର, ସୁବର୍ଣ୍ଣପୁର, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ମାଲକାନଗିରି, କନ୍ଧମାଳ, ଗଜପତି ଓ ମୟୂରଭଞ୍ଜ ଆଦି ଜିଲା, ବିଜୁ ଏକ୍ସପ୍ରେସ ରାଜପଥ କରିଡର ପାର୍ଶ୍ୱବର୍ତ୍ତୀ ଶିଳ୍ପାଞ୍ଚଳଗୁଡ଼ିକ ପାଇଁ ପଞ୍ଜିବିନିଯୋଗରେ ଅତିରିକ୍ତ ୫% ଅନୁଦାନ ସର୍ବାଧିକ ୨୦ ଲକ୍ଷ ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ। ନୂଆ ଓ ପୂର୍ବରୁ ଥିବା ଆଙ୍କର ଉଦ୍ୟୋଗଗୁଡ଼ିକରେ କଳକବ୍‌ଜା ସ୍ଥାପନ ପାଇଁ ହୋଇଥିବା ପୁଞ୍ଜିନିବେଶ ଉପରେ ୩୦ ପ୍ରତିଶତ ହାରରେ ସର୍ବାଧିକ ୪ କୋଟି ଟଙ୍କା ରିହାତି ଦିଆଯିବ। ଅଣ ପ୍ରଦୂଷଣକାରୀ ପଦକ୍ଷେପ ଗ୍ରହଣ କରୁଥିବା ଉଦ୍ୟୋଗଗୁଡ଼ିକ ପାଇଁ ଅଣପ୍ରଦୂଷିତ ଯନ୍ତ୍ରପାତି ଓ କଳକବ୍‌ଜା ସ୍ଥାପନରେ ହୋଇଥିବା ପୁଞ୍ଜିନିବେଶ ଉପରେ ସର୍ବାଧିକ ୨୫ଲକ୍ଷ ଟଙ୍କା ପ୍ରୋତ୍ସାହନ ରାଶି ମିଳିିବ। ସେହିପରି ପୂର୍ବରୁ ଥିବା ଓ ନୂତନ ଉଦ୍ୟୋଗକୁ ୭୫ରୁ ୧୦୦ ପ୍ରତିଶତ ଷ୍ଟାମ୍ପ ଡ୍ୟୁଟି ଛାଡ଼ କରାଯିବ। ଶିଳ୍ପ ଉଦ୍ଦେଶ୍ୟରେ ଜମି ପରିବର୍ତ୍ତନ ଉପରେ ପ୍ରିମିୟମ ଦେୟ ଛାଡ଼ ସହ ମିଆଦି ଋଣ ସୁଧର ଶତକଡ଼ା ୫୦ ପ୍ରତିଶତର ପରିପୂରଣ ସର୍ବାଧିକ ୧କୋଟି ଟଙ୍କା ୫ ବର୍ଷ ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି ଯୋଗାଇ ଦିଆଯିବ। ଏପରି କି ୫ବର୍ଷ ପାଇଁ ବିଦ୍ୟୁତ୍‌ ଚୁକ୍ତିନାମା ୭୫୦ କେଭିଏ ପର୍ଯ୍ୟନ୍ତ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପାଇଁ ବିଦ୍ୟୁତ୍‌ ଶୁଳ୍କ ଛାଡ଼ କରାଯିବ।
ସେହିପରି ଭାରତ ସରକାରଙ୍କଠାରୁ ତ୍ରୁଟି ଶୂନ୍ୟ ପ୍ରଭାବ(ଜେଇଡି) ପ୍ରମାଣ ପତ୍ର ଉପରେ କାଂସ୍ୟ ପତ୍ର ପାଇଁ ସର୍ବାଧିକ ୨ ଲକ୍ଷ ଟଙ୍କା , ରୌପ୍ୟ ପତ୍ର ପାଇଁ ସର୍ବାଧିକ ୩ଲକ୍ଷ ଟଙ୍କା, ସ୍ବର୍ଣ୍ଣ ପତ୍ର ପାଇଁ ସର୍ବାଧିକ ୫ଲକ୍ଷ ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ। କର୍ମଚାରୀ ଭବିଷ୍ୟନିଧି ଓ କର୍ମଚାରୀ ବୀମା ବାବଦ ପୈଠ ରାଶିର ଶତକଡ଼ା ୭୫ପ୍ରତିଶତରୁ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ। ଜଳ ସଂରକ୍ଷଣ ପାଇଁ ସର୍ବାଧିକ ୧ ଲକ୍ଷ, ଶକ୍ତି ସଂରକ୍ଷଣ ପାଇଁ ୫ ଲକ୍ଷ, ଦେଶ ଓ ବିଦେଶରେ ପେଟେଣ୍ଟ ପଞ୍ଜୀକରଣ ପାଇଁ ୫ ଲକ୍ଷ, ଟ୍ରେଡମାର୍କ ପାଇଁ ୩ ଲକ୍ଷ ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି ପ୍ରଦାନ କରିବାକୁ ଏହି ନୀତିରେ ବ୍ୟବସ୍ଥା ରହିଛି। ଏଥିସହିତ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିକାଶରେ ଅବଦାନକୁ ସ୍ବୀକୃତି ଦେବାକୁ ରାଜ୍ୟ ସରକାର ପୁରସ୍କାର ବ୍ୟବସ୍ଥା କରିଛନ୍ତି। ପ୍ରଥମ ପୁରସ୍କାର ଭାବେ ୧ ଲକ୍ଷ ୫୧ ହଜାର, ଦ୍ୱିତୀୟ ପୁରସ୍କାର ୧ ଲକ୍ଷ ଓ ତୃତୀୟ ପୁରସ୍କାର ଭାବେ ଉଦ୍ୟୋଗୀମାନଙ୍କୁ ୫୧ ହଜାର ଟଙ୍କା ପ୍ରଦାନ କରାଯିବ। ୨୦୨୧ ଡିସେମ୍ବର ୩୧ ସୁଦ୍ଧା ୧୦୦ ପ୍ରତିଶତ ଅନୁଦାନ ପାଉଥିବା ଅଣ ସରକାରୀ ହାଇସ୍କୁଲ, ଉଚ୍ଚ ପ୍ରାଥମିକ ସ୍କୁଲ ଓ ମଦ୍ରାସାର ଯୋଗ୍ୟ କର୍ମଚାରୀଙ୍କୁ ଓଡିଶା ସଂଶୋଧିତ ବେତନ ନିୟମ-୨୦୧୭ ଆଧାରରେ ସପ୍ତମ ବେତନ କମିଶନ ହାରରେ ଦରମା ପ୍ରଦାନ କରାଯିବ। ଏଥିପାଇଁ ବର୍ଷିକ ୨୮୦.୪୮ କୋଟି ଟଙ୍କା ରାଜ୍ୟ ସରକାର ଅତିରିକ୍ତ ଖର୍ଚ୍ଚ ବହନ କରିବେ। ଏଥିରେ ୨୬,୧୬୪ ଶିକ୍ଷକ ଓ କର୍ମଚାରୀ ଉପକୃତ ହେବେ।
କୃଷିରେ ମହିଳା ସଶକ୍ତୀକରଣ ଓ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ଉଦ୍ୟୋଗ ପ୍ରୋତ୍ସାହନ ଓ କୃଷକମାନଙ୍କ ଆୟ ବୃଦ୍ଧି କରିବା ଯୋଜନାରେ ରାଜ୍ୟ ସରକାର ଆସନ୍ତା ୫ ବର୍ଷ ପାଇଁ ୧,୫୦୯ କୋଟି ଟଙ୍କା ପ୍ରୋତ୍ସାହନ ରାଶି ଆକାରରେ ଖର୍ଚ୍ଚ କରିବେ।
କୃଷିରେ ମହିଳା ସଶକ୍ତୀକରଣ ଓ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ(ଏସ୍‌ଏଚ୍‌ଜି) ଉଦ୍ୟୋଗ ପ୍ରୋତ୍ସାହନ ଯୋଜନାରେ ରାଜ୍ୟ ସରକାର ଆସନ୍ତା ୫ ବର୍ଷ (୨୦୨୨-୨୩ରୁ ୨୦୨୬-୨୭) ନିମନ୍ତେ ୩୬୭.୧୯ କୋଟି ଟଙ୍କା ବ୍ୟୟ ଅଟକଳ କରିଛନ୍ତି। ଏହାକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ଏହା ମହିଳା ହିତାଧିକାରୀଙ୍କ ଦ୍ୱାରା ରାଜ୍ୟରେ ହେଉଥିବା ଛତୁ ଚାଷକୁ ଦ୍ୱିଗୁଣିତ କରିବା ସହ ଝୁରାଫୁଲ ଉତ୍ପାଦନରେ ରାଜ୍ୟକୁ ଆତ୍ମ ନିର୍ଭରଶୀଳ କରିବାରେ ସହାୟକ ହୋଇପାରିବ।
ସେହିପରି ଆଳୁ, ପନିପରିବା ଏବଂ ମସଲା ଉନ୍ନୟନ ଯୋଜନା ତଥା ଗ୍ରାମାଞ୍ଚଳର ଚାଷୀଙ୍କ ରୋଜଗାର ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ଆସନ୍ତା ୪ ବର୍ଷ (୨୦୨୨-୨୩ରୁ ୨୦୨୫-୨୭) ନିମନ୍ତେ ୧୧୪୨.୨୪ କୋଟି ଟଙ୍କା ବ୍ୟୟ ଅଟକଳ କରିଛନ୍ତି। ଏହାକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ଏହା ଦ୍ୱାରା ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ/କୃଷକ ଉତ୍ପାଦକ ସଂଗଠନ ତଥା ଚାଷୀମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏହି ଯୋଜନା ପ୍ରଣୟନ କରାଯାଇଛି। ଏହି ଯୋଜନାରେ ଚାଷୀମାନଙ୍କୁ ରିହାତି ପ୍ରଦାନ କରାଯିବ। ରାଜ୍ୟକୁ ଆଳୁ, ପିଆଜ, ପନିପରିବା ଏବଂ ମସଲା ଉତ୍ପାଦନରେ ଆତ୍ମନିର୍ଭରଶୀଳ କରିବା ଏବଂ ଚାଷୀମାନଙ୍କ ରୋଜଗାର ବୃଦ୍ଧି କରିବା ଲକ୍ଷ୍ୟରେ ଉକ୍ତ ଯୋଜନା କାର୍ଯ୍ୟକାରୀ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri