Categories: ଖେଳ

ସିଂହକୁ କ୍ଷୀର ପିଆଉଛନ୍ତି ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କ ସ୍ତ୍ରୀ

ଆଇପିଏଲ୍‌ର ୧୩ ତମ ସିଜନ ଶେଷ ହେବା ପରେ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ତାଙ୍କ ପରିବାର ଏବଂ କିଛି ସାଙ୍ଗମାନଙ୍କ ସହିତ ଛୁଟି କାଟିବା ପାଇଁ ଦୁବାଇ ଆସିଥିଲେ। ସେ ଦୀର୍ଘ ସମୟ ଧରି ଦୁବାଇରେ ରହି ପରିବାର ସହିତ ଛୁଟି ଉପଭୋଗ କରୁଛନ୍ତି। ଧୋନୀଙ୍କ ସ୍ତ୍ରୀ ସାକ୍ଷୀ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଦୁବାଇ ଯାତ୍ରାର ଫଟୋ ଏବଂ ଭିଡିଓ ଶେୟାର କରିଛନ୍ତି। ଦୁବାଇରେ ସାକ୍ଷୀ ନିଜ ଜନ୍ମଦିନ ମଧ୍ୟ ପାଳନ କରିଥିଲେ। ଏବେ ସେ ଦୁବାଇର ଫେମ ପାର୍କର କିଛି ଫଟୋ ଏବଂ ଭିଡିଓ ଶେୟାର କରିଛନ୍ତ। ଏହି ଫଟୋ ଏବଂ ଭିଡିଓଗୁଡିକରେ, ସାକ୍ଷୀ ଜିରାଫ, ଭାଲୁ ପରି ପଶୁମାନଙ୍କୁ ଖାଇବାକୁ ଦେଉଛନ୍ତ। ଏହା ସହିତ ସେ ଏହି ପାର୍କରେ ସିଂହ ଛୁଆଗୁଡିକୁ ବୋତଲରେ କ୍ଷୀର ପିଆଉଥିବାର ମଧ୍ୟ ଦେଖାଯାଇଛି। ଏହି ଭିଡିଓରେ ଝିଅ ଜିଭା ମଧ୍ୟ ସାକ୍ଷୀଙ୍କ ସହ ନଜର ଆସିଛନ୍ତି। ଆଇପିଏଲର ୧୩ତମ ସିଜିନ ମଧ୍ୟ ୟୁଏଇରେ ଖେଳାଯାଇଥିଲା। ତେବେ କରୋନା ଯୋଗୁ ଧୋନୀ ତାଙ୍କ ପରିବାରକୁ ୟୁଏଇକୁ ନେଇ ନ ଥିଲେ, କିନ୍ତୁ ଆଇପିଏଲ ପରେ ସେ ଦୁବାଇକୁ ଛୁଟିଦିନ ଆସିଛନ୍ତି। ତେବେ ଆଇପିଏଲର ଗତ ସିଜିନରେ ଅନେକ ଖେଳାଳି ନିଜ ପରିବାର ସହିତ ୟୁଏଇକୁ ଆସିଥିଲେ। ମ୍ୟାଚ ସମୟରେ ଏହି ଖେଳାଳିଙ୍କ ପରିବାର ମଧ୍ୟ ଷ୍ଟାଡିୟମରେ ନିଜ ଦଳକୁ ଉତ୍ସାହିତ କରୁଥିବା ଦେଖିବାକୁ ମିଳିଥିଲା।

Share