Posted inଖେଳ

ଆମେ ବେଶି କଥା କହୁନାହିଁ, ଶାନ୍ତ ଥାଉ: ଧୋନୀ

ଦୁବାଇ,୧୬।୧୦: ଏଠାରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୧ର ଫାଇନାଲ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସକୁ ହରାଇ ଚତୁର୍ଥ ଥର ପାଇଁ ଚାମ୍ପିୟନ ହୋଇଛି ଚେନ୍ନାଇ ସୁପରକିଙ୍ଗ୍ସ। ଗତ ବର୍ଷ ପ୍ଲେଅଫ୍‌ରେ ସ୍ଥାନ ପାଇବାରେ ବିଫଳ ହୋଇଥିବା ଚେନ୍ନାଇ ଚଳିତ ଥର ଭଲ ପ୍ରଦର୍ଶନ କରିଥିଲା। ଫାଇନାଲ୍‌ ଜିତିବା ପରେ ସିଏସ୍‌କେ ଅଧିନାୟକ ବେଶ୍‌ ଖୁସି ନଜର ଆସିଥିଲେ। ସେ ପ୍ରତିକ୍ରିୟା ରଖି କହିଥିଲେ, କେକେଆର୍‌ ବିଷୟରେ ପ୍ରଥମେ କଥା ହେବାକୁ ଚାହିଁବି। ଯେଉଁଭଳି ଆରମ୍ଭ ସେମାନେ କରିଥିଲେ, ସେଭଳି ସ୍ଥିତିରୁ ବାହାରି ଖେଳିବା ସହଜ ନୁହେଁ। ହେଲେ ସେମାନେ ଭଲ ଖେଳିଥିଲେ। ସିଏସ୍‌କେ କଥା କହିଲେ ଆମେ ଭିନ୍ନ ଭିନ୍ନ ଭାବେ ଖେଳାଳିଙ୍କ ଉପଯୋଗ କରିଥିଲୁ। ଖେଳାଳିଙ୍କଠାରୁ ରନ୍‌ ହାସଲ କରିଥିଲୁ। ସବୁ ମ୍ୟାଚ୍‌ରେ ସେମାନେ ଭଲ ଖେଳିଥିଲେ। ସବୁ ଫାଇନାଲ ସ୍ବତନ୍ତ୍ର ଥାଏ। କିଛି ଫାଇନାଲ ଏଭଳି ଥିଲା ଯେତେବେଳେ ମାତ୍ର ୧୫ ମିନିଟ୍‌ରେ କିଛି ଏଭଳି ହୋଇଥିଲା, ଆମେ ହାରି ଯାଇଥିଲୁ। ଆଶା କରୁଛି ଆସନ୍ତା ସିଜନରେ ଚେନ୍ନାଇ ପୂର୍ବଭଳି ଖେଳୁ। ଆମେ ବେଶି କହୁନାହିଁ। ଅଭ୍ୟାସ ହେଉ ଅବା ମିଟିଂ, ଆମେ ଶାନ୍ତ ରହୁ। ଆମର ଅଭ୍ୟାସ ଭଲ ଥିଲା, ସେଠାରୁ ହିଁ ଆମେ ମଜଭୂତ ହୋଇଥିଲୁ। ଏହାଛଡ଼ା ଧୋନୀ ପ୍ରଶଂସକଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ଆମେ ଯେଉଁଠି ବି ଖେଳୁ, ସବୁଠାରେ ସିଏସ୍‌କେର ପ୍ରଶଂସକ ମିଳିଛନ୍ତି। ଲୋକମାନେ ଏଭଳି ଆସନ୍ତୁ, ଆମକୁ ପ୍ରୋତ୍ସାହିତ କରନ୍ତୁ। ଆଶା କରୁଛୁ ଆସନ୍ତା ବର୍ଷ ଚେନ୍ନାଇକୁ ପୁଣି ଫେରିବୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୋହଲିଙ୍କ ସହିତ ଖେଳିଥିବାରୁ ଭାଗ୍ୟବାନ ମନେ କରୁଛି: ଓ୍ବିଲିୟମସନ

ମୁମ୍ବାଇ,୭।୬(ପି.ଟି.): ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ଓ୍ବିଲିୟମସନ। କୋହଲିଙ୍କ ସହିତ ଖେଳିଥିବାରୁ ନିଜକୁ ଭାଗ୍ୟବାନ ମନେ କରୁଛି...

ସିନ୍‌ଙ୍କ ଚମତ୍କାର କାରନାମା: ମାତ୍ର ୩୬ ରନ୍‌ରେ ନେଲେ ୧୦ ଉଇକେଟ

କେପ୍‌ଟାଉନ୍‌,୨୧।୧୧: ଭାରତର ମହାନ ସ୍ପିନର୍‌ ଅନିଲ କୁମ୍ବଲେ ଟେଷ୍ଟ ମ୍ୟାଚ୍‌ର ଗୋଟିଏ ଇନିଂସରେ ୧୦ ଉଇକେଟ ନେଇଥିବା ସ୍ମୃତି ଆଜିବି ସମସ୍ତଙ୍କ ହୃଦୟରେ ସତେଜ ରହିଛି।...

ପ୍ରଶଂସକଙ୍କ ମନୋରଞ୍ଜନ ଜାରି ରଖିବି: ସେହ୍ବାଗ୍‌

ଭୁବନେଶ୍ୱର, ୨୦।୯ (ସ୍ପୋଟର୍‌ସ ବ୍ୟୁରୋ): ଆଦାନି ସ୍ପୋଟର୍‌ସ ଲାଇନ୍‌ ମାଲିକାନାରେ ଥିବା ଗୁଜରାଟ ଜାଏଣ୍ଟ୍ସ ଚଳିତ ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟରେ ବିଜୟ ସହ ଅଭିଯାନ ଆରମ୍ଭ...

ସନ୍ଦେହରେ ଦନଞ୍ଜୟ, ଓ୍ବିଲିୟମସନଙ୍କ ବୋଲିଂ ଆକ୍ସନ

ଦୁବାଇ, ୨୦।୮ (ପି.ଟି.)- ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ଓ୍ବିଲିୟମସନ ଓ ଶ୍ରୀଲଙ୍କା ଅଫ୍‌-ସ୍ପିନର ଅକିଲ ଦନଞ୍ଜୟଙ୍କ ବୋଲିଂ ଆକ୍ସନ ସନ୍ଦେହ ଘେରକୁ ଆସିଛି। ଗାଲେଠାରେ ଘରୋଇ...

ଭାରତୀୟ କ୍ରିକେଟ ପାଇଁ ଆଜି ଏକ ଅଭୁଲା ଦିନ, ଜାଣନ୍ତୁ କାହିଁକି

ଆଜିର ଦିନ ଭାରତୀୟ କ୍ରିକେଟ ପାଇଁ ଏକ ଐତିହାସିକ ଦିନ। ବିଶେଷ କରି ଭାରତର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଯୁବରାଜ ସିଂଙ୍କ ପାଇଁ ଆଜିର ଦିନ ଏକ...

ନୀତିଶ ୟୁପି ଯୋଦ୍ଧା ଅଧିନାୟକ

ନୂଆଦିଲ୍ଲୀ, ୧୬ା୭ (ପି.ଟି.)- ଜୁଲାଇ ୨୦ରୁ ଆରମ୍ଭ ହେବ ପ୍ରୋ-କବାଡ଼ି ଲିଗ୍‌ (ପିକେଏଲ୍‌)ର ୭ମ ସଂସ୍କରଣ। ମଙ୍ଗଳବାର ଯୁବ ଡିଫେଣ୍ଡର ନୀତିଶ କୁମାରଙ୍କୁ ୟୁପି ଯୋଦ୍ଧାର...

କୈଫ୍‌ଙ୍କ ଚେତାବନୀ: ରୋହିତଙ୍କ ସହ ହାତ ମିଳାଇବା ବେଳେ ରୁହନ୍ତୁ ସାବଧାନ

ଧର୍ମଶାଳା,୨୭।୨: ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ବିଜୟ ରଥରେ ଚଢିଛି। ଶନିବାର ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଭାରତୀୟ ଦଳ ଶ୍ରୀଲଙ୍କାକୁ ୭ ଉଇକେଟରେ...

ଇଣ୍ଡୋ-ପାକ୍‌ ବିଶ୍ୱକପ୍‌ ମ୍ୟାଚ୍‌ ବିଜ୍ଞାପନକୁ ସାନିଆଙ୍କ ବିରୋଧ

ନୂଆଦିଲ୍ଲୀ,୧୨।୬(ପିଟି): ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ବିଶ୍ୱକପ୍‌ର ବହୁ ପ୍ରତୀକ୍ଷିତ ମ୍ୟାଚ୍‌ ଲାଗି ପ୍ରସାରଣକାରୀ ଚ୍ୟାନେଲରେ ଦେଉଥିବା କିଛି ସ୍ବତନ୍ତ୍ର ବିଜ୍ଞାପନ ଉଭୟ...

Advertisement
Archives

Model This Week