Posted inଖେଳ

ଆମେ ବେଶି କଥା କହୁନାହିଁ, ଶାନ୍ତ ଥାଉ: ଧୋନୀ

ଦୁବାଇ,୧୬।୧୦: ଏଠାରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୧ର ଫାଇନାଲ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସକୁ ହରାଇ ଚତୁର୍ଥ ଥର ପାଇଁ ଚାମ୍ପିୟନ ହୋଇଛି ଚେନ୍ନାଇ ସୁପରକିଙ୍ଗ୍ସ। ଗତ ବର୍ଷ ପ୍ଲେଅଫ୍‌ରେ ସ୍ଥାନ ପାଇବାରେ ବିଫଳ ହୋଇଥିବା ଚେନ୍ନାଇ ଚଳିତ ଥର ଭଲ ପ୍ରଦର୍ଶନ କରିଥିଲା। ଫାଇନାଲ୍‌ ଜିତିବା ପରେ ସିଏସ୍‌କେ ଅଧିନାୟକ ବେଶ୍‌ ଖୁସି ନଜର ଆସିଥିଲେ। ସେ ପ୍ରତିକ୍ରିୟା ରଖି କହିଥିଲେ, କେକେଆର୍‌ ବିଷୟରେ ପ୍ରଥମେ କଥା ହେବାକୁ ଚାହିଁବି। ଯେଉଁଭଳି ଆରମ୍ଭ ସେମାନେ କରିଥିଲେ, ସେଭଳି ସ୍ଥିତିରୁ ବାହାରି ଖେଳିବା ସହଜ ନୁହେଁ। ହେଲେ ସେମାନେ ଭଲ ଖେଳିଥିଲେ। ସିଏସ୍‌କେ କଥା କହିଲେ ଆମେ ଭିନ୍ନ ଭିନ୍ନ ଭାବେ ଖେଳାଳିଙ୍କ ଉପଯୋଗ କରିଥିଲୁ। ଖେଳାଳିଙ୍କଠାରୁ ରନ୍‌ ହାସଲ କରିଥିଲୁ। ସବୁ ମ୍ୟାଚ୍‌ରେ ସେମାନେ ଭଲ ଖେଳିଥିଲେ। ସବୁ ଫାଇନାଲ ସ୍ବତନ୍ତ୍ର ଥାଏ। କିଛି ଫାଇନାଲ ଏଭଳି ଥିଲା ଯେତେବେଳେ ମାତ୍ର ୧୫ ମିନିଟ୍‌ରେ କିଛି ଏଭଳି ହୋଇଥିଲା, ଆମେ ହାରି ଯାଇଥିଲୁ। ଆଶା କରୁଛି ଆସନ୍ତା ସିଜନରେ ଚେନ୍ନାଇ ପୂର୍ବଭଳି ଖେଳୁ। ଆମେ ବେଶି କହୁନାହିଁ। ଅଭ୍ୟାସ ହେଉ ଅବା ମିଟିଂ, ଆମେ ଶାନ୍ତ ରହୁ। ଆମର ଅଭ୍ୟାସ ଭଲ ଥିଲା, ସେଠାରୁ ହିଁ ଆମେ ମଜଭୂତ ହୋଇଥିଲୁ। ଏହାଛଡ଼ା ଧୋନୀ ପ୍ରଶଂସକଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ଆମେ ଯେଉଁଠି ବି ଖେଳୁ, ସବୁଠାରେ ସିଏସ୍‌କେର ପ୍ରଶଂସକ ମିଳିଛନ୍ତି। ଲୋକମାନେ ଏଭଳି ଆସନ୍ତୁ, ଆମକୁ ପ୍ରୋତ୍ସାହିତ କରନ୍ତୁ। ଆଶା କରୁଛୁ ଆସନ୍ତା ବର୍ଷ ଚେନ୍ନାଇକୁ ପୁଣି ଫେରିବୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁମୁହଁରୁ ୧୬୪୩ ପିଲାଙ୍କୁ ଟାଣିଆଣିଲେ ଶିକ୍ଷକ; ନେପାଳ ବନ୍ୟାରେ ସାଜିଲେ ହିରୋ, ଚାରିଆଡେ ଚର୍ଚ୍ଚା

କାଠମାଣ୍ଡୁ,୩୦ା୮: ଅଗଷ୍ଟ ୨୬ରେ ନେପାଳରେ ଆସିଥିବା ଭୟଙ୍କର ବନ୍ୟାରେ ଅନେକ ଅଞ୍ଚଳ ଛାରଖାର ହୋଇଯାଇଛି। ହଠାତ୍ ନଦୀର ପାଣି ବସ୍ତି ଓ ରାସ୍ତାରେ ପଶିଯିବାରୁ ଚାରିଆଡ଼େ ଆତଙ୍କ…

ଜନ୍ମାଷ୍ଟମୀରେ ଦୁର୍ଲଭ ଗ୍ରହ ସଂଯୋଗ: ୪ଟି ରାଶିର ଚମକିବ ଭାଗ୍ୟ, କ୍ୟାରିୟରରେ ଗ୍ରୋଥ୍‌ ସାଙ୍ଗକୁ ଅଚାନକ ଧନଲାଭ

ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଏଥର ଜନ୍ମାଷ୍ଟମୀ ପର୍ୱ ଅତ୍ୟନ୍ତ ଖାସ ବୋଲି ମାନାଯାଉଛି। ୪ ସେପ୍ଟେମ୍ୱର ୨୦୨୬ ଜନ୍ମାଷ୍ଟମୀ ଦିନ ଅନେକ ପ୍ରମୁଖ ଗ୍ରହ ଶୁଭ ସ୍ଥିତିରେ…

ଭଲିବଲ୍‌ରେ ଡିଏଭି ଚାମ୍ପିଅନ୍‌

ଭଞ୍ଜନଗର, ୩୦।୮ (ବାବୁଲା ପ୍ରଧାନ): ଜାତୀୟ କ୍ରୀଡ଼ା ଦିବସ ଅବସରରେ ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଶନିବାର ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଏଥିସହ କିଛି…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଉଜବେକିସ୍ତାନର ସର୍ବୋଚ୍ଚ ସମ୍ମାନ: ଏପର୍ଯ୍ୟନ୍ତ ୩୬ଟି ଦେଶ ଦ୍ୱାରା ସମ୍ମାନିତ ହେଲେଣି…

ତାସକେଣ୍ଟ,୩୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉଜବେକିସ୍ତାନର ସର୍ବୋଚ୍ଚ ରାଷ୍ଟ୍ର ସମ୍ମାନ ‘ଓଲି ଦାରାଜଲି ଦୋ’ଷ୍ଟଲିକ’ (ସର୍ବୋଚ୍ଚ ଡିଗ୍ରୀର ବନ୍ଧୁତା କ୍ରମ) ପ୍ରଦାନ କରାଯାଇଥିଲା। ଉଜବେକିସ୍ତାନର ରାଷ୍ଟ୍ରପତି ଶାଭକତ…

ଦୁଲୀପ ଟ୍ରଫି ସେମିଫାଇନାଲରେ କାହିଁକି ବୈଭବ ସୂର୍ଯ୍ୟବଂଶୀଙ୍କୁ ଦିଆଗଲା ଅଧିନାୟକ ଦାୟିତ୍ୱ? ହେଲାଣି ଖୁବ୍‌…

ନୂଆଦିଲ୍ଲୀ,୩୦।୮: ଦୁଲୀପ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚ ବର୍ତ୍ତମାନ ସେଣ୍ଟ୍ରାଲ ଜୋନ ଏବଂ ପୂର୍ବ ଜୋନ ମଧ୍ୟରେ ଚାଲିଛି। ବିସିସିଆଇ ସେଣ୍ଟର ଅଫ ଏକ୍ସଲେନ୍ସ ଗ୍ରାଉଣ୍ଡରେ ଖେଳାଯାଉଥିବା…

ମେସିଙ୍କ ଇଭେଣ୍ଟକୁ ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, କହିଲେ ମିଳିବ କ୍ଷତିପୂରଣ

କୋଲକାତା,୩୦।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଲିଓନେଲ ମେସିଙ୍କ ଗସ୍ତକୁ ନେଇ ସୃଷ୍ଟି ହୋଇଥିବା ବିଶୃଙ୍ଖଳା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ଘୋଷଣା କରିଛନ୍ତି…

ଏମିତି ଜାଗାରେ ଅଟୋଗ୍ରାଫ ଦେଲେ ପୁଟିନ, ଯାହାକୁ ନେଇ ହେଉଛି ଖୁବ ଚର୍ଚ୍ଚା

ମସ୍କୋ,୩୦।୮: ଏକ କାରଖାନା ପରିଦର୍ଶନ ସମୟରେ, ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏକ ଚାଇନା-ଡିଜାଇନ କାରରେ ଯାତ୍ରା କରିଥିଲେ ଏବଂ ନିଜେ ଏହାକୁ ଚଲାଇଥିଲେ। ରୁଷିଆ ନିର୍ମିତ,…

ସ୍ତ୍ରୀଙ୍କୁ ନିର୍ଯାତନା ଅଭିଯୋଗ; ଗିରଫ ହେଲେ SI ସ୍ୱାମୀ, ବର୍ଷେ ତଳେ ହୋଇଥିଲା ବିବାହ

ଭଦ୍ରକ,୩୦ା୮(ସନାତନ ରାଉତ): ସ୍ତ୍ରୀଙ୍କୁ ନିର୍ଯାତନା ଅଭିଯୋଗରେ ଗିରଫ ହେଲେ ପୋଲିସ ଏସଆଇ । ଭଦ୍ରକ ଟାଉନ ଥାନା ସବ ଇନ୍ସପେକ୍ଟର ଗଣନାଥ ସେଠୀ ଗିରଫ ହୋଇଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri